Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବ୍ୟକ୍ତିତ୍ୱ»କିଶନ ପଟ୍ଟନାୟକ, ଭାରତୀୟ ରାଜନୀତିର ମୌଳିକ ଚିନ୍ତାନାୟକ ଓ ବୈଚାରିକ ରାଜନୀତିର ଅନ୍ତିମ ଦିଗପାଳ
ବ୍ୟକ୍ତିତ୍ୱ

କିଶନ ପଟ୍ଟନାୟକ, ଭାରତୀୟ ରାଜନୀତିର ମୌଳିକ ଚିନ୍ତାନାୟକ ଓ ବୈଚାରିକ ରାଜନୀତିର ଅନ୍ତିମ ଦିଗପାଳ

June 29, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଅଭୟ ସିଂ

(କିଶନ ପଟ୍ଟନାୟକ, କେବଳ ରାଜନେତା ବା ରାଜନୈତିକ ଚିନ୍ତକ ନଥିଲେ, ସେ  ଥିଲେ ତାଙ୍କ ସମୟ ଓ ସମାଜର ଜାଗ୍ରତ ବିବେକ। ଓଡିଶାର ବୌଦ୍ଧିକ ଇତିହାସରେ କିଶନ ପଟ୍ଟନାୟକ ସବୁଦିନ ପ୍ରଚ୍ଛଦପଟର ନାୟକ ହୋଇ ରହିଗଲେ କାରଣ ସେ କ୍ଷମତା ରାଜନୀତି ତୁଳନାରେ ବୈଚାରିକ ରାଜନୀତିକୁ ସର୍ବାଧିକ ଗୁରୁତ୍ଵ ଦେଲେ। କିଶନ ବାବୁଙ୍କ ବିଚାର ଅନେକାଂଶରେ ଜଣେ “ପ୍ରଫେଟ” ର। ଭାରତର ରାଜନୈତିକ ଭବିଷ୍ୟତକୁ ନେଇ ସେ ଯେଉଁ ଟୀକା ଟିପ୍ପଣୀ କରିଥିଲେ, ଆଜି ତାହା ଅକ୍ଷରେ ଅକ୍ଷରେ ସତ ହେଉଛି। ଭାରତୀୟ ରାଜନୀତିକୁ ମୌଳିକ ଦୃଷ୍ଟିରେ ଦେଖିବାର ଓ ପରଖିବାର ବିରଳ ଦକ୍ଷତା ତାଙ୍କର ରହିଥିଲା। ଓଡିଶାର ଇତିହାସରେ କିଶନ ପଟ୍ଟନାୟକଙ୍କର ବିକଳ୍ପ ନାହିଁ। ଏହାହିଁ ଆମ ସମୟର ବିଡମ୍ବନା। “ଦୁନିଆ ବିକଳ୍ପହୀନ ନୁହେଁ” ବୋଲି ଦୃପ୍ତ ଭାବରେ ଘୋଷଣା କରିଥିବା କିଶନ ପଟ୍ଟନାୟକ ଆଜି ନିର୍ବିକଳ୍ପ। ତାଙ୍କର ବିଚାର, ବ୍ୟକ୍ତିତ୍ବ ଓ ଜୀବନ ପ୍ରତ୍ୟେକ ଓଡିଆ ଲାଗି ଏକ ଭିନ୍ନ ବାର୍ତ୍ତା ଦେଇଥାଏ। ଆଜି କିଶନ ପଟ୍ଟନାୟକଙ୍କ ୯୧ତମ ଜୟନ୍ତୀ ଅବସରରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ସମ୍ପର୍କରେ “ସଚିତ୍ର ବିଜୟା” ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ଅଭୟ ସିଂଙ୍କର ଏହି ଲେଖାଟିକୁ ଆମେ ପ୍ରକାଶ କରୁଛୁ। ସୌଜନ୍ୟ- କିଶନ ପଟ୍ଟନାୟକ ପ୍ରବନ୍ଧ ସଂକଳନ, ସ-ନିଗମାନନ୍ଦ ପାଣିଗ୍ରାହୀ ଓ ଶୈଲେନ ରାଉତରାୟ)          

ବିଶିଷ୍ଟ ସମାଜବାଦୀ ନେତା ଓ ଚିନ୍ତାନାୟକ କିଶନ ପଟ୍ଟନାୟକ ଘଟଣାକ୍ରମେ ଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ବି ସ୍ବଭାବତଃ ସେ ଜଣେ ମୌଳିକ ପରିବର୍ତ୍ତନବାଦୀ ଓ ସମ୍ବେଦନଶୀଳ ସଙ୍ଗଠକ । ତାଙ୍କର ଜନ୍ମ ଜୁନ୍‌ ୨୯ ତାରିଖ ୧୯୨୯ ମସିହା । ତାଙ୍କର ଜନ୍ମସ୍ଥାନ କଳାହାଣ୍ଡି ଜିଲ୍ଲା । କଳାହାଣ୍ଡିର ସାମ୍ପ୍ରତିକ ଅବସ୍ଥା ଅନୁମେୟ, ଅଶୀ ବର୍ଷ ତେଳ ସେଇ ଅନଗ୍ରସର, ଘଞ୍ଚ ଜଙ୍ଗଲ ଘେରା, ଦୁର୍ଭାଗ୍ୟ ପୀଡ଼ିତ ଅଞ୍ଚଳର ସାମାଜିକ ସ୍ଥିତି କେଡେ ଦାରୁଣ ଥିବ ସହଜେର ଜଣାପଡୁଛି । ୧୯୪୨ରେ ଭାରତ ଛାଡ଼ ଆନ୍ଦୋଳନର ଖବର ମଧ୍ୟ ସେଠାରେ ପହଞ୍ଚି ପାରୁନଥିଲା । ଜଣେ ମେଧାବୀ ଛାତ୍ର ଭାବେ କଳାହାଣ୍ଡି ଷ୍ଟେଟ୍‌ର ବୃତ୍ତି ପାଇ ସେ ବଲାଙ୍ଗୀର କଲେଜରେ ଆଇ.ଏ. ପଢୁଥିବାବେଳେ ୧୯୪୬ରେ ପ୍ରଜାମଣ୍ଡଳ ଆନ୍ଦୋଳନରେ ସାମିଲ୍‌ ହେବାରୁ ରାଜବିରୋଧୀ କାର୍ଯ୍ୟ ପାଇଁ ତାଙ୍କର ବୃତ୍ତି କଟାଯାଏ । ତେବେ ୧୯୪୭ରେ ଭାରତ ସ୍ବାଧୀନ ହେଲାବେଳକୁ ସେ ନାଗପୁରରେ ସ୍ନାତକ ଶ୍ରେଣୀର ଛାତ୍ର । ସେଇଠାରେ ସେ ସମାଜବାଦୀ ଚିନ୍ତାଧାରା ସଂସ୍ପର୍ଶରେ ଆସନ୍ତି ଓ ବ୍ୟାପକ ଅଧ୍ୟୟନରୁ ତାଙ୍କର ରାଜନୈତିକ ଜୀବନର ଅଙ୍କୁର ରୋପଣ ଆରମ୍ଭ ହୁଏ । ଗଡଜାତ ମିଶ୍ରଣ ବେଳକୁ ଅନ୍ୟତମ ଅଗ୍ରଣୀ ସମାଜବାଦୀ  ନେତା ସୁରେନ୍ଦ୍ର ଦ୍ବିବେଦୀଙ୍କ ରାଜନୀତି ସମ୍ପର୍କରେ ବୀତସ୍ପୃହ ହୋଇ ସେ ଏକବସ୍ତ୍ରୀ ଭାବେ ଅନିଶ୍ଚିତ ଜୀବନକୁ ଆଦରି ଓଡ଼ିଶା ଛାଡ଼ି ଚାଲି ଯାଆନ୍ତି ଓ ଘଟଣାକ୍ରମେ ନିଜ ବିଦ୍‌ବତ୍ତା ଓ ପ୍ରତିଭାରୁ ମାନ୍ଦ୍ରାଜ୍‌ ସ୍ଥିତ ରାଜସ୍ବ ପରିଷଦରେ ଜଣେ କିରାଣୀ ହୋଇ ଯୋଗଦିଅନ୍ତି । ଅଚାନକ ଭାବେ ପୁଣି ସୁରେନ୍ଦ୍ରନାଥ ଦ୍ବିବେଦୀଙ୍କ ସହ ମାନ୍ଦ୍ରାଜରେ ସାକ୍ଷାତ ଓ ତାଙ୍କରି ଚାପ ଯୋଗୁଁ କଟକ ଆସି ସମାଜବାଦୀ ଦଳର ସାପ୍ତାହିକ ପତ୍ର ‘କୃଷକ’ର ସମ୍ପାଦନା ଦାୟିତ୍ବ ନିର୍ବାହ କରନ୍ତି ।

୧୯୫୭ରେ ସମ୍ବଲପୁର ଅଞ୍ଚଳରେ ପ୍ରଥମେ ତାଙ୍କ ନେତୃତ୍ବରେ କୃଷକ ସଙ୍ଗଠନ ମୁଣ୍ଡ ଟେକେ । ସମଗ୍ର ପଶ୍ଚିମ ଓଡ଼ିଶାରେ ଆନ୍ଦୋଳନାତ୍ମକ ରାଜନୀତିରେ ସେ ଏକ ଭିତ୍ତିଭୂମି ପକାନ୍ତି । ୧୯୬୦ରେ ଅଖିଳ ଭାରତୀୟ ଆଇନ ଅମାନ୍ୟ କାର୍ଯ୍ୟକ୍ରମରେ ‘ଇଂରାଜୀ ହଟାଓ ଅଭିଯାନ’ ଚଳାଇ ବ୍ରହ୍ମପୁର ଜେଲରେ ଛଅମାସ କଟାନ୍ତି । ଏହା ପୂ୍ର୍ବରୁ ସମାଜବାଦୀ ଦଳର ବିଭକ୍ତିକରଣକୁ ନେଇ ଦଳେ କଂଗ୍ରେସରେ ମିଶିଲା ବେଳେ ସେ ତୁଙ୍ଗ ସମାଜବାଦୀ ନେତା ଲୋହିଆଙ୍କ ନେତୃତ୍ବକୁ ସ୍ବୀକାର କରି ତାଙ୍କ ସମ୍ପାଦନାରେ ହାଇଦ୍ରାବାଦରୁ ‘ମାନ୍‌କାଇଣ୍ଡ୍‌’ ପତ୍ରିକାର କାର୍ଯ୍ୟକାରୀ ସମ୍ପାଦକ ଭାବେ ୧୯୫୮ରୁ ୧୯୬୧ ଯାଏଁ ସେଠାରେ ଅବସ୍ଥାନ କରନ୍ତି । ପୁନଶ୍ଚ, ସେ ମରୁଡି ଜନିତ ପରିସ୍ଥିତିରୁ ଚାଷୀଙ୍କ ଉପରୁ ଖଜଣା ଓ ଜଳକର ଛାଡ଼ର ଦାବି କରି ଗିରଫ ହୁଅନ୍ତି ଓ ସେହି  ସମୟରେ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହୁଅନ୍ତି । ବସ୍ତୁତଃ ଜେଲରେ ଥାଇ ସେ ଲୋକସଭାକୁ ବିପୁଳ ଭୋଟରେ ନିର୍ବାଚିତ ହୁଅନ୍ତି, ତତ୍କାଳୀନ ପାର୍ଲାମେଣ୍ଟରେ ସେ ଥିଲେ ସର୍ବକନିଷ୍ଠ ସାଂସଦ । ଲୋକସଭାରେ ଥିବାବେଳେ ସେ ପଣ୍ଡିତ ନେହେରୁ, ଶାସ୍ତ୍ରୀଜୀ ଓ ଇନ୍ଦିରା ଗାନ୍ଧିଙ୍କ ପ୍ରଧାନମନ୍ତ୍ରୀତ୍ବକୁ ନିବିଡ଼ ଭାବେ ନିରୀକ୍ଷଣ କରି ବହୁ ପ୍ରଶ୍ନ ଉଠାଇଛନ୍ତି । ଏପରିକି ସେ ସମୟରେ ପ୍ରଧାନମନ୍ତ୍ରୀ ନେହେରୁଙ୍କ ନିରାପତ୍ତା ପାଇଁ ଦୈନିକ ପଚାଶ ହଜାର ଟଙ୍କା ଖର୍ଚ୍ଚ ହେଉଥିବାରୁ ତାହା ଉପରେ ନେହେରୁଙ୍କ ପତ୍ର ଲେଖି ତାଙ୍କଠାରୁ ଚାରୋଟି ପ୍ରତ୍ୟୁତ୍ତର ପାଇଛନ୍ତି ଓ ସେସବୁ ପୁସ୍ତିକା ଆକାରରେ ଇଂରାଜୀ ହିନ୍ଦୀରେ ସଂକଳିତ ହୋଇଛି । ପଶ୍ଚିମାଞ୍ଚଳରେ ମରୁଡ଼ିକୁ ସେ ଅତି ତୀବ୍ର ଓ ସମ୍ବେଦନଶୀଳ ଭାବେ ଉପସ୍ଥାପିତ କରାଇ ପାରିଥିଲେ । ଫଳତଃ, ଇନ୍ଦିରା ଗାନ୍ଧି ଓଡ଼ିଶାର ମରୁଡି ପ୍ରପୀଡ଼ିତ ଅଞ୍ଚଳ ପରିଦର୍ଶନ କରିବାକୁ ବାଧ୍ୟ ହୋଇଥିଲେ ।

ସେହିଦିନୁ ତାଙ୍କର ରାଜନୈତିକ ଜୀବନରେ ଯେପରି ଅମାପ ଶତ୍ରୁ, ସେ ମଧ୍ୟ ଅବଦମିତ ଭାବେ ଏକ ସାଲିସ୍‌ହୀନ ରାଜନୀତିଜ୍ଞ । ଜରୁରୀକାଳୀନ ପରିସ୍ଥିତିରେ ଆଠ ମାସ କାରାବରଣ ଓ ଅଣ୍ଡରଗ୍ରାଉଣ୍‌ କାର୍ଯ୍ୟ କରନ୍ତି । ଏହା ପୂର୍ବରୁ ଜୟପ୍ରକାଶଙ୍କର ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନରେ ସାମିଲ୍‌ ହୋଇ, ପ୍ରଚଳିତ ସୁବିଧାବାଦୀ ରାଜନୀତିକୁ ବିରୋଧ କରି ଦେଶବ୍ୟାପୀ ଯୁବଛାତ୍ର ସଙ୍ଗଠନକୁ ସକ୍ରିୟ କରିବାରେ ମନୋନିବେଶ କରିଥାଆନ୍ତି । ଲୋହିଆଙ୍କ ମୃତ୍ୟୁ ପରେ ସମାଜବାଦୀ ଦଳରେ ବୈପ୍ଳବିକ ଆଭିମୁଖ୍ୟ ନଷ୍ଟ ହେବାରୁ ଓ ଗୋଷ୍ଠୀକନ୍ଦଳ ବଢିବାରୁ ୧୯୭୨ରେ ସେ ଦଳ ତ୍ୟାଗ କରି ସ୍ବାଧୀନ ଭାବେ ଭାରତ ବର୍ଷର ବିଭିନ୍ନ ପ୍ରାନ୍ତ ବୁଲି ଯୁବ ଛାତ୍ରଗୋଷ୍ଠୀଙ୍କୁ ସଙ୍ଗଠିତ କରନ୍ତି । ଏହି ଉପଲକ୍ଷେ ସେ ଭାରତର ବିଭିନ୍ନ ସ୍ଥାନରେ, ବିଶେଷ କରି ବିହାର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶରେ, ଯେତେ ଜଣାଶୁଣା, ଓଡ଼ିଶାରେ ସେତେ ନୁହନ୍ତି । ବିଦେଶୀ ପୁଞ୍ଜି ଓ ବହୁରାଷ୍ଟ୍ରୀୟ କମ୍ପାନୀର ଅନୁପ୍ରବେଶକୁ ବିରୋଧ କରି ଆଜି ସମଗ୍ର ଦେଶରେ ଯେଉଁ ଏକ ଦୃଢ ମତବାଦ ପ୍ରକାଶ ପାଇଛି, ତାହାର ଆଦ୍ୟ ଉଦ୍‌ଘୋଷକ ଥିଲେ କିଶନ ପଟ୍ଟନାୟକ । ସର୍ବଭାରତୀୟ ସ୍ତରରେ ଏହି ମତବାଦରେ ଦୀକ୍ଷିତ ସାମାଜିକ ନ୍ୟାୟ ଓ ସମତାରେ ବିଶ୍ବାସୀ ଜନ ଆନ୍ଦୋଳନକାରୀଙ୍କ ସହ ସେ ଏକତ୍ର ଗଢନ୍ତି ଜାତୀୟ ଏକତା ମଞ୍ଚ ଓ ସମାଜବାଦୀ ଜନ ପରିଷଦ । ଭିନ୍ନ ବିଚାରଧାରା ଓ ବୈପ୍ଲବିକ ରାଜନୀତିରେ ବିଶ୍ବାସୀ ସ୍ବର୍ଗତ ପଟ୍ଟନାୟକଙ୍କର ରାଜନୈତିକ ଜୀବନ ପ୍ରାରମ୍ଭରୁ ‘ଜନ’, ‘ସାମୂହିକ ବାର୍ତ୍ତା’ ଭଳି ହିନ୍ଦୀ ପତ୍ରପତ୍ରିକାରେ ତାଙ୍କର ପ୍ରବନ୍ଧ ନିୟମିତ ଭାବେ ପ୍ରକାଶିତ ହେଉଥିଲା । ଓଡ଼ିଆରେ ଏକ ନୂତନ ଧାରା ଓ ଦର୍ଶନର ପତ୍ରିକା ’ବିକଳ୍ପ ବିଚାର’ର ସେ ମୁଖ୍ୟ ସମ୍ପାଦକ ଥିଲେ । ସମାଜବାଦୀ ଜନ ଆନ୍ଦୋଳନର ଏହି ମହାନାୟକ ୨୭ ସେପ୍ଟେମ୍ବର ୨୦୦୪ ମସିହାରେ ଦେହତ୍ୟାଗ କଲେ । ହେଲେ ଏବେ ମଧ୍ୟ ସମଗ୍ର ଦେଶରେ ରହିଛନ୍ତି ତାଙ୍କ ମୌଳିକ ବିଚାରଧାରାର ଅନୁପନ୍ଥୀ ଓ ପରିପ୍ରୟୋଗକାରୀ ଏକ ବୃହତ୍ତର ଯୁବଗୋଷ୍ଠୀ ।

Share. Facebook Twitter LinkedIn Email WhatsApp Copy Link

Related Posts

ବେଆଇନ ମହଜୁଦକାରୀ ଏବଂ କଳାବଜାର ରୋକିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

March 17, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026

ରାଜ୍ୟସଭା ନିର୍ବାଚନରେ ନଅ ବିଧାୟକ କଲେ କ୍ରସ ଭୋଟିଂ, ରାଜ୍ୟ ରାଜନୀତିରେ ହଲଚଲ

March 16, 2026
Latest News

‘ଭାରତୀୟଙ୍କ ଜୀବନ ସହିତ ଖେଳୁଛନ୍ତି…’: ପାକିସ୍ତାନୀ ଖେଳାଳିଙ୍କୁ କିଣିବାରୁ ବର୍ଷିଲେ ଗାଭାସ୍କର

March 17, 2026

ଆଜି ଚୈତ୍ର ଦ୍ବିତୀୟ ମଙ୍ଗଳବାର: ପଢନ୍ତୁ ମା’ ମଙ୍ଗଳାଙ୍କର ନୀତିକାନ୍ତି

March 17, 2026

‘ଭୁଲ ପାଇଁ ମୋତେ ମଧ୍ୟ ଛାଡ ମିଳିବା ଉଚିତ୍’: ବିରାଟ ଓ ରୋହିତଙ୍କ ଉପରେ ଗମ୍ଭୀରଙ୍କ ବଡ଼ ବିବୃତ୍ତି

March 17, 2026

ଆଫଗାନିସ୍ତାନରେ ପାକିସ୍ତାନର ବିମାନ ଆକ୍ରମଣ: ୪୦୦ ମୃତ

March 17, 2026

ଜାତୀୟ ଓ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ଜନଶୁଣାଣୀ ଶିବିର

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.