ନାକଟିଦେଉଳ ପୋଲିସକୁ ବଡ ସଫଳତା: ୧୨୦ କେଜିରୁ ଉର୍ଦ୍ଧ୍ଵ ଗଂଜେଇ ଜବତ, ୨ ଗାଡି ସହ ୩ ଗିରଫ

Published: Aug 10, 2024, 12:45 pm IST

ରେଢ଼ାଖୋଲ (କନ୍ଦର୍ପ ବେହେରା): ଶୁକ୍ରବାର ଅପରାହ୍ନରେ ନାକଟିଦେଉଳ ଥାନା ଚରଡ଼ପଶି ମଠ ନିକଟରୁ ୨ଟି ଗାଡ଼ିରୁ ୧୨୯ କେଜି ୬୯୦ ଗ୍ରାମ ଗଂଜେଇ ନାକଟିଦେଉଳ ପୋଲିସ ଜବତ କରିବାରେ ସଫଳ ହୋଇଛି। ଏଥିରେ ସମ୍ପୃକ୍ତି ଥିବା ତିନି ଜଣଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି।

ଗିରଫ ଅଭିଯୁକ୍ତ ମାନେ ହେଲେ କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଦାଦପାଜୁ ଗ୍ରାମର ସୁଜିତ କୁମାର ବେହେରା, କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ନବଗୁଡା ଗ୍ରାମର ଶ୍ରୀକାନ୍ତ ବେହେରା ଓ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ନୁଣୀବାହାଲ ଗ୍ରାମର ନିରାକାର ହାତୀ। ଏମାନଙ୍କ ନିକଟରୁ ଗୋଟେ ହୁଣ୍ଡାଇ କ୍ରେଟା କାର (ଓଡି ୦୨ ୱାଇ ୪୦୦୦) ଓ ସୁଇପଟ ଡିଜାର କାର (ଓଡ଼ି ୦୨ ସିବି ୮୮୫୬) ଏବଂ ୩ ଟି ମୋବାଇଲ ସେଟ ଜବତ କରିଛି।

ପୋଲିସ କୌଣସି ସୂତ୍ରରୁ ଖବର ପାଇ ୧୫୩ (ବି) ଜାତୀୟ ରାଜପଥ ରେଢ଼ାଖୋଲ ନାକଟିଦେଉଳ ରାସ୍ତାର ଚରଡ଼ପସି ନିକଟସ୍ଥ ମଠ ନିକଟରେ ୨ ଟି ଗାଡିକୁ ଅଟକାଇ ଥିଲା। ଗାଡି ୨ ଟିକୁ ପୋଲିସ ଚେକିଙ୍ଗ କରିବାରୁ ଗାଡ଼ିରୁ ଗଂଜେଇ ବାହାରିଥିଲା। ପୋଲିସ ଗଂଜେଇ କୁ ଜବତ କରିବାସହ ତିନି ଗଂଜେଇ ବେପାରୀକୁ ଗିରଫ କରିଥିଲା।

ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏଇ ଚଢଉରେ ନାକଟିଦେଉଳ ଥାନାର ଥାନା ଅଧିକାରୀଙ୍କ ସହ ଅନ୍ୟ କର୍ମଚାରୀ ମାନେ ସାମିଲ ହୋଇଥିଲେ।

Related posts