Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ପୋଲିସ ଦ୍ୱାରା ଆନ୍ତରାଜ୍ୟ ଚାଲାଣ ହେଉଥିବା ୧୬୬.୩ କେଜି ଗଂଜେଇ ଜବତ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଜାତୀୟ ରାଜପଥ-୨୬ କୁ ଚୋରା ବେପାରୀ ସୁଗମ୍ୟ ପଥ ବୋଲି ବିବେଚନା କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ପୋଲିସ ଦ୍ୱାରା ଶାଢୀ ପାକେଟ ଭିତରେ ଗଂଜେଇ ଚାଲାଣ କରୁଥିବା ଅବସ୍ଥାରେ ଜବତ କରାଯାଇଛି। ମାଲକାନଗିରି ଜିଲ୍ଲାରୁ ଗଂଜେଇକୁ ପଲିଥିନ ପାକେଟ କରାଯାଇ ଶାଢୀ ଭିତରେ ପ୍ୟାକିଂ କରାଯାଇ ଶାଢୀ ବେପାର କରୁଥିବା ଭ୍ରମ ସୃଷ୍ଟି କରିବା ଶୈଳୀରେ ୧୬୬ କେଜି ୩୧୪ ଗ୍ରାମ ଗଂଜେଇ ବିହାରର ଛାପ୍ରା ଜିଲ୍ଲାକୁ ଚାଲାଣ କରାଯାଉଥିବା ବେଳେ କେସିଙ୍ଗା ପୋଲିସ ଜବତ କରିଥିବା କଳାହାଣ୍ଡି ଏସପି ଏମ ଶ୍ରବଣ ବିବେକଙ୍କ ସୂତ୍ରରୁ ପ୍ରକାଶ।

ଏସଂପର୍କରେ କେସିଙ୍ଗା ଥାନା କେଶନଂ.୨୬୭ ତା.୧୭.୦୭.୨୦୨୧ ଏନଡିପିଏସ ଆଇନ ଧାରା ୨୦ (ବି) (ସି) ରେ ଏକ ମାମଲା ରୁଜ୍ଜୁ କରାଯାଇ ସଂପୃକ୍ତ ବୋଲେରୋ ଜେଏଚ ୦୫-ଏକ୍ସ ୬୨୬୩ ସମେତ ଚୋରା ଚାଲଣକାରୀ ଅଭିଯୁକ୍ତ ବିହାର ଶରନ ଜିଲ୍ଲାର ମହମ୍ମଦ ଟିପୁ ସୁଲତନା (୨୨), ମନସୁର ଆଲାମ (୨୦) ଓ ଉତର ପ୍ରଦେଶ ବାଲ୍ଲା ଜିଲ୍ଲାର ଅଂଜୁ ସୋନି (୨୯) କୁ ଗିରଫ କରାଯାଇଥିବା ପୋଲିସ ସୂ୬ଥରୁ ପ୍ରକାଶ। ଏଥିସହ ଅଭିଯୁକ୍ତର ପାନକାର୍ଡ, ଆଧାରକାର୍ଡ, ମୋବାଇଲ,ଭ୍ୟାନିଟୀ ବେଗ, ନଗଦ ୧୫୭୦/- ଟଙ୍କା ଜବତ କରାଯାଇଥିବା ଜଣାପଡିଛି। ଏସଂପର୍କରେ ଅଧିକ ତଦନ୍ତ ଜାରିରହିଥିବା ଏସପିଙ୍କ ସୂତ୍ରରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର

କୁହୁଡିରେ ଟାଙ୍ଗୀ ପୋଲିସ୍ ର ଚଢାଉ: ୩୦ କିଲୋ ଗଞ୍ଜେଇ ସହ ମହିଳା ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଟାଙ୍ଗୀ ପୋଲିସ୍ କୁହୁଡିରେ ଚଢାଉ କରି ୩୦ କେଜି ଗଂଜେଇ ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛି। କୁହୁଡି ଵର ଗାଡିଆ ସାହିରେ ଉକ୍ତ ମହିଳା ଜଣକ ଦୀର୍ଘ ଦିନ ହେଲା ଚୋରା ଗଂଜେଇ କାରବାର କରି ଆସୁଥିଲେ। ତେବେ ଏକ ବିଶେଷ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଜିଲ୍ଲାପୋଲିସ୍ ର ସ୍ପେଶାଲ ସ୍କ୍ୱାର୍ଡ ଓ ଟାଙ୍ଗୀ ପୋଲିସ୍ ମିଳିତ ଭାଵେ ଚଢାଉ କରିଥିଲେ। ହେଲେ ଚଢାଉ ବେଳେ ପରିବାରର ସମସ୍ତ ସଦସ୍ୟ ଫେରାର ହୋଇ ଯାଇଥିବା ବେଳେ ମହିଳା ଜଣକ ଘରେ ଏକାକୀ ରହି ଯାଇଥିଲେ। ପୋଲିସ୍ ମହିଳାଙ୍କ ଘରୁ ୪ ବସ୍ତା ଗଂଜେଇ ଜବତ କରିଥିଲା। ଜବତ ଗଂଜେଇ ୩୦ କିଲୋ ହୋଇଥିବା ବେଳେ ଏହାର ବଜାର ମୁଲ୍ୟ ୩ ଲକ୍ଷରୁ ଅଧିକ ହେବ ବୋଲି ଜଣ‍ା ପଡିଛି। ଗିରଫ ମହିଳା ଜଣକୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ୍ କହିଛି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

୬୨୧ କିଲୋ ଗଂଜେଇ ଜବତ: ୧ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଜପତି ଜିଲ୍ଲାରୁ ଖୋର୍ଦ୍ଧାକୁ ଚାଲାଣ ହେଉଥିବା ବିପୁଳ ପରିମାଣର ଗଂଜେଇକୁ ଗତକାଲି ବ୍ରହ୍ମପୁରରେ ଇଆଇ ଆଣ୍ଡ ଆଇବି ବ୍ରହ୍ମପୁର ପକ୍ଷରୁ ଜବତ କରାଯାଇଛି। ଘଟଣାରୁ ପ୍ରକାଶ ଯେ ଗତକାଲି ସକାଳ ୫.୩୦ ସମୟରେ ଗଂଜେଇ ଭର୍ତ୍ତି ଏକ ଅଶୋକ ଲିୟାଲେଣ୍ଡ ଗାଡ଼ି (ଓଡ଼ି ୦୨ ବିବି ୩୩୮୦)ଟି ଯାଉଥିବା ନେଇ ଅବକାରୀ ବିଭାଗ କୌଣସି ବିଶେଷ ସୂତ୍ରୁର ଖବର ପାଇଥିଲା। ବ୍ରହ୍ମପୁର ଏସାର ପେଟ୍ରୋଲ ପମ୍ପ ବିଦ୍ୟୁତ କଲୋନୀ ନିକଟରେ ଗାଡ଼ିଟିକୁ ଅଟକାଇ ଗାଡ଼ିଟି ଯାଞ୍ଚ କରାଯାଇଥିଲା। ଗାଡ଼ି ମଧ୍ୟରୁ ୬୨୧ କିଲୋ ଗଂଜେଇ ଜବତ ହେବା ସହ ଗାଡ଼ି ଚଳାଉଥିବା ଡ଼୍ରାଇଭରକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଥାନା ଅନ୍ତର୍ଗତ ଦାରିଙ୍ଗିବାଡ଼ିର ମୃତ୍ୟୁଞ୍ଜୟ ସିଂହ (୪୦)। ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି। ଏହି ଚଢ଼ାଉରେ ଅବକାରୀ ଇଆଇଆଣ୍ଡଇବି ବ୍ରହ୍ମପୁର ଆଇଆଇସି ମିହିର କୁମାର ସେଠୀ, ଜେ.କେ ନାୟକ, ଜେ. ମଙ୍ଗରାଜ, ଏଏସ୍‌ଆଇ ତରୁଣ ପାତ୍ର ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

୧୩ ବସ୍ତା ଗଂଜେଇ ଜବତ: ୨ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆଜି ମୋହନା ପୋଲିସ୍ ପକ୍ଷରୁ ୧୩ ବସ୍ତା ଗଂଜେଇ ଜବତ ହୋଇଥିବାବେଳେ ଏହା ଚାଲାଣ କରୁଥିବା ଅଭିଯୋଗରେ ୨ ଜଣକୁ ଗିରଫ କରାଯାଇଛି। ଘଟଣାରୁ ପ୍ରକାଶ ଯେ ମୋହନା ଆର୍ ଉଦୟଗିରି ଏସ୍‌ଡ଼ିପିଓଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୋହନା ଆଇଆଇସିଙ୍କ ନେତୃତ୍ୱରେ ଏସ୍‌ଆଇ ହେମନ୍ତ କୁମାର ସେଠୀ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଲୁହାଗୁଡ଼ି ଏବଂ ଚାନ୍ଦପୁଟ ମଧ୍ୟରେ ଯିବା ଆସିବା ଗାଡ଼ିଗୁଡ଼ିକ ଯାଞ୍ଚ କରୁଥିଲେ। ଏହି ସମୟରେ ସେମାନେ ସଂଦେହରେ ଏକ ଟାଟା ଡ଼ାୟକର (ଓଡ଼ି ୦୫ ଜାଡ଼୍ ୯୪୪୪)କୁ ଅଟକାଇଥିଲେ। ଗାଡ଼ି ମଧ୍ୟରୁ ୧୩ ବସ୍ତା ଗଂଜେଇ ଜବତ ହୋଇଥିଲା। ମୋହନା ବିଡ଼ିଓଙ୍କ ଉପସ୍ଥିତିରେ ଗଂଜେଇକୁ ଓଜନ କରିବା ପରେ ଏହା ୩୯୧ କେଜି ୭୦୦ ଗ୍ରାମ ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ। ଏହି ଗାଡ଼ିର ଆର୍ ଉଦୟଗିରି ଥାନା ରଣଲଇ ଗ୍ରାମର ମାଲିକ ପାଉଲ ପାଣି ଏବଂ ଡ଼୍ରାଇଭର ଅନୁଗ୍ରହ ଲିମାକୁ ଗିରଫ କରାଯାଇଛି। ସେମାନେ ଆର୍‌.ଉଦୟଗିରିରୁ ବ୍ରହ୍ମପୁରକୁ ଏହି ଗଂଜେଇ ଚାଲାଣ କରୁଥିଲେ। ଏନେଇ ମୋହନା ଥାନାରେ ୧୨୯/୨୦ରେ ମାମଲା ରୁଜୁ ହୋଇଥିବାବେଳେ ଆସନ୍ତାକାଲି କୋର୍ଟଚାଳଣ ହେବ ବୋଲି ତଦନ୍ତକାରୀ ଅଧିକାରୀ ସୁନିଲ ଦଳେଇ କହିଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଧାରାବାହିକ ଭାବେ ଗଜପତି ପୋଲିସର ଚାଲିଛି ଗଂଜେଇ ଜବତ, ଆଜି ଏକ କ୍ବାଣ୍ଟାଲ ଗଂଜେଇ ଜବତ

ଅଡଭା, ଗତ କିଛି ମାସ ଧରି ଗଜପତି ଜିଲ୍ଲାରେ ଗଂଜେଇ ଧରପଗଡ ଜୋରଦାର ଚାଲିଛି। ପ୍ରତି ସପ୍ତାହରେ ଜିଲ୍ଲାର କୈଣସି ନା କୈଣସି ଥାନା ଚୋରା ଗଂଜେଇ ଜବତ କରିବାରେ ଲାଗିଛନ୍ତି। ସେହିପରି ଆଜି ଅଡଭା ଥାନା ପୋଲିସ ବିପୁଳ ପରିମାଣର ଗଂଜେଇ ଜବତ କରିଛି। ରାୟଗଡାରୁ ଏକ ଟାଟା ଏସି ଗାଡିର ଗଂଜେଇ ବସ୍ତା ବୋଝେଇ ହୋଇ ଆସୁଥିବା ବେଳେ ପୋଲିସ ତାହାକୁ ଜବତ କରିଛି। ଏଥିରେ ପ୍ରା ଏକ କ୍ବାଣ୍ଟାଲ 15 କେଜି ଗଂଜେଇ ଥିଲା। ଏହି ଗାଡିଟି ଝାଡଖଣ୍ଡ ଯାଇଥିବା ବେଳେ ଧରାପଡିଛି। ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରିଛି।