କଳାହାଣ୍ଡି ପୋଲିସ ଦ୍ୱାରା ଆନ୍ତରାଜ୍ୟ ଚାଲାଣ ହେଉଥିବା ୧୬୬.୩ କେଜି ଗଂଜେଇ ଜବତ

Published: Jul 19, 2021, 10:39 am IST

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଜାତୀୟ ରାଜପଥ-୨୬ କୁ ଚୋରା ବେପାରୀ ସୁଗମ୍ୟ ପଥ ବୋଲି ବିବେଚନା କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ପୋଲିସ ଦ୍ୱାରା ଶାଢୀ ପାକେଟ ଭିତରେ ଗଂଜେଇ ଚାଲାଣ କରୁଥିବା ଅବସ୍ଥାରେ ଜବତ କରାଯାଇଛି। ମାଲକାନଗିରି ଜିଲ୍ଲାରୁ ଗଂଜେଇକୁ ପଲିଥିନ ପାକେଟ କରାଯାଇ ଶାଢୀ ଭିତରେ ପ୍ୟାକିଂ କରାଯାଇ ଶାଢୀ ବେପାର କରୁଥିବା ଭ୍ରମ ସୃଷ୍ଟି କରିବା ଶୈଳୀରେ ୧୬୬ କେଜି ୩୧୪ ଗ୍ରାମ ଗଂଜେଇ ବିହାରର ଛାପ୍ରା ଜିଲ୍ଲାକୁ ଚାଲାଣ କରାଯାଉଥିବା ବେଳେ କେସିଙ୍ଗା ପୋଲିସ ଜବତ କରିଥିବା କଳାହାଣ୍ଡି ଏସପି ଏମ ଶ୍ରବଣ ବିବେକଙ୍କ ସୂତ୍ରରୁ ପ୍ରକାଶ।

ଏସଂପର୍କରେ କେସିଙ୍ଗା ଥାନା କେଶନଂ.୨୬୭ ତା.୧୭.୦୭.୨୦୨୧ ଏନଡିପିଏସ ଆଇନ ଧାରା ୨୦ (ବି) (ସି) ରେ ଏକ ମାମଲା ରୁଜ୍ଜୁ କରାଯାଇ ସଂପୃକ୍ତ ବୋଲେରୋ ଜେଏଚ ୦୫-ଏକ୍ସ ୬୨୬୩ ସମେତ ଚୋରା ଚାଲଣକାରୀ ଅଭିଯୁକ୍ତ ବିହାର ଶରନ ଜିଲ୍ଲାର ମହମ୍ମଦ ଟିପୁ ସୁଲତନା (୨୨), ମନସୁର ଆଲାମ (୨୦) ଓ ଉତର ପ୍ରଦେଶ ବାଲ୍ଲା ଜିଲ୍ଲାର ଅଂଜୁ ସୋନି (୨୯) କୁ ଗିରଫ କରାଯାଇଥିବା ପୋଲିସ ସୂ୬ଥରୁ ପ୍ରକାଶ। ଏଥିସହ ଅଭିଯୁକ୍ତର ପାନକାର୍ଡ, ଆଧାରକାର୍ଡ, ମୋବାଇଲ,ଭ୍ୟାନିଟୀ ବେଗ, ନଗଦ ୧୫୭୦/- ଟଙ୍କା ଜବତ କରାଯାଇଥିବା ଜଣାପଡିଛି। ଏସଂପର୍କରେ ଅଧିକ ତଦନ୍ତ ଜାରିରହିଥିବା ଏସପିଙ୍କ ସୂତ୍ରରୁ ପ୍ରକାଶ।

Related posts