Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ପୋଲିସକୁ ବଡ ସଫଳତା, ପାଞ୍ଚ ଅନ୍ତରାଜ୍ୟ ହାଇୱେ ଡକାୟତ ଗିରଫ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୋଲିସକୁ ବଡ଼ ସଫଳତା ମିଳିଥିବା ଜଣାପଡିଛି। ପାଞ୍ଚ ଜଣ ଆନ୍ତରାଜ୍ୟ ହାଇୱେ ଡକାୟତଙ୍କୁ କେସିଙ୍ଗା ପୋଲିସ ଗିରଫ କରିବା ସହ ୧୯ ଗୋଟି ମୋଟର ସାଇକେଲ, ୩ ଗୋଟି ମୋବାଇଲ ଫୋନ, ୩ହଜାର ଟଙ୍କା, ଗୋଟିଏ ଲୁହାଛଡ଼୍ ଏବଂ ଏକ ଛୁରା ଜବତ କରିଛି।

ଗତ ୭ ତାରିଖ ରାତି ଗୋଟାଏ ବେଳେ କେସିଙ୍ଗା ଥାନା ଅତିରିକ୍ତ ଆଇଆଇସି ମମତା ହେମ୍ବ୍ରମ ପୋଲିସ ଟିମ ସହ ପାଟ୍ରୋଲିଂ କରୁଥିବା ସମୟରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଏନଏଚ୍ ୨୬ ଅମାଠ ଛକ ପାଖରେ ଥିବା ଶିବ ମନ୍ଦିର ପାଖରେ ୩ ଟି ବାଇକ ଯୋଗେ ଛକି ବସିଥିବା ପାଞ୍ଚ ଜଣ ହାଇୱେ ଡକାୟତଙ୍କୁ ଧରିବାରେ ସଫଳ ହୋଇଥିଲେ। ଉକ୍ତ ଡକାୟତ ଗ୍ୟାଙ୍ଗର ମୁଖ୍ୟ ତରନିଷେଣ ଭୋଇଙ୍କୁ ଗିରଫ କରିବା ପରେ ସେମାନେ ବିଭିନ୍ନ ଘଟଣାରେ ସାମିଲ ଥିବା ଜଣାପଡ଼ିଥିଲା।

କେସିଙ୍ଗା ପୋଲିସ ଡକାୟତ ବଲାଙ୍ଗୀର ଜିଲ୍ଲା ର ତରଣି ସେନ ଭୋଇ ଓ ଧୃବ ନାୟକ, ବୌଦ୍ଧ ଜିଲ୍ଲାର କନ୍ଦା ମାଝୀ, କଳାହାଣ୍ଡି ଜିଲ୍ଲାର ପୁରୋଷୋତ୍ତମ୍ ନାୟକ ଓ ବିପିନ ଖର୍ସେଲଙ୍କୁ ଗିରଫ କରି ସେମାନଙ୍କ ଠାରୁ ୧୯ ଗୋଟି ମୋଟର ସାଇକେଲ, ୩ ଗୋଟି ମୋବାଇଲ ଫୋନ, ୩ହଜାର ଟଙ୍କା, ଗୋଟିଏ ଲୁହାଛଡ଼୍ ଏବଂ ଏକ ଛୁରା ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ପ୍ରକାଶ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ପୋଲିସକୁ ବଡ ସଫଳତା, ଆତଙ୍କ ଖେଳାଇଥିବା ଡକାୟତ ଦଳର କଲା ପର୍ଦ୍ଦାଫାସ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ପୋଲିସକୁ ବଡ ସଫଳତା ମିଳିଥିବା ସଂପର୍କରେ କଳାହାଣ୍ଡି ଏସପି ଙ୍କ ସୂତ୍ରରୁ ଜଣାପଡିଛି। ସମଗ୍ର କଳାହାଣ୍ଡି ଜିଲ୍ଲାରେ ବିଗତ ଅପ୍ରେଲ ମାସ ଠାରୁ ଆତଙ୍କ ଖେଳାଇଥିବା ଏହି ଡକାୟତ ଦଳ ବିଭିନ୍ନ ଗ୍ରାମରେ ଲୁଟତରାଜ ଚଳାଇ ଆସୁଥିବା ପ୍ରତ୍ୟହ ଗଣମାଧ୍ୟମରୁ ଜଣାପଡୁଥିଲା।

କଳାହାଣ୍ଡି ସୀମାନ୍ତ ଆମପାଣି ଅଂଚଳରୁ ଆରମ୍ଭ କରି ସନ୍ଧିକୁଲିହାରୀ, ଗୋଲାମୁଣ୍ଡାର ତୁମୁରା, କଲମପୁର,ଜୟପାଟଣା ଆଦି ଧର୍ମଗଡ ଉପଖଣ୍ଡ ର ପ୍ରାୟ ସମସ୍ତ ଗ୍ରାମରେ ଚୋର ଭୟରେ ଲୋକେ ଆତଙ୍କିତ ହୋଇପଡିଥିଲେ। ଗାଁ ଗାଁ ରେ ଲୋକେ ରାତିସାରା ପ୍ରହରା ଦେଉଥିବାର ଘଟଣା ମାନ ଜଣାପଡୁଥିଲା। ଏପରିକି ଅନେକ ସମୟରେ ସାଧାରଣ ଲୋକେ ମଧ୍ୟ ଅଜଣା ଲୋକ ଭାବରେ କେତେକ ଗାଁ ରେ ହଇରାଣ ହରକତ ହୋଇଥିବା ଘଟଣା ମଧ୍ୟ ଲୋକ ଲୋଚନକୁ ଆସିଥିଲା।

ସମଗ୍ର କଳାହାଣ୍ଡି ଜିଲ୍ଲାରେ ଏହି ଡକାୟତ ଦଳ ଦ୍ୱାରା ସମଗ୍ର ଗ୍ରାମାଂଚଳରେ ଲୋକେ ଆତଙ୍କିତ ହୋଇପଡିଥିବା ବେଳେ ପୋଲିସର ମୁଣ୍ଡବ୍ୟଥା ବଢିଯାଇଥିଲା। ଦୀର୍ଘ ଦିନରୁ କଳାହାଣ୍ଡି ଏସପି ଅଭିଲାଷ ଜି. ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଜାଲ ବିଛାଇ ଆତଙ୍କ ଖେଳାଉଥିବା ଏହି ଦଳକୁ ଧରିବାକୁ ଯୋଜନା କରୁଥିବା ବେଳେ ଶେଷରେ ପୋଲିସକୁ ସଫଳତା ମିଳିଥିବା ଜଣାପଡିଛି। ପୋଲିସ ପଂଝାରେ ଆତଙ୍କ ଖେଳାଉଥିବା ଏହି ଡକାୟତ ଦଳ ପଡିଯାଇଥିବା ବେଳେ ବିଭିନ୍ନ ଡକାୟତି ଘଟଣାରେ ସଂପୃକ୍ତ ଥିବା ନବରଂପୁର ଜିଲ୍ଲାର ଇମାନୁଏଲ ହରିଜନ, ଜଗନ୍ନାଥ ହରିଜନ, ଗୋବିନ୍ଦ ହରିଜନ, କୁମର ହରିଜନ, ଲାଲଧର ହରିଜନ, କୋରାପୁଟ ଜିଲ୍ଲାର ଦଳପତି ହରିଜନ, କଳାହାଣ୍ଡି ଜିଲ୍ଲା ଖଇରପଦର ଗ୍ରାମର ପରମେଶ୍ୱର ବାଗ, ପଂଜିଆ ଗ୍ରାମର ସୋମେଶ୍ୱର ନାଏକ, ଖମାର ହଲଦି ଗ୍ରାମର ରୋହିତ ନିଆଲ ଏବଂ ସେମାନଙ୍କ ମାଷ୍ଟର ମାଇଣ୍ଡ କୁହାଯାଉଥିବା ଜୟପାଟଣା ଗ୍ରାମର ଦିନେଶ ବୈଠାରୁ ଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ନଗଦ ୬ ଲକ୍ଷ ୩୫ ହଜାର ୮୨୫ ଟଙ୍କା,୫ ଗୋଟି ମଡର ସାଇକେଲ, ୧୧ଟି ମୋବାଇଲ, ୪୦,୩୯୨ ଗ୍ରାମ ସୁନା, ୪୪୭,୭୪୦ ଗ୍ରାମ ରୂପା ସହ ଡକାୟତିରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଥିବା କଳାହାଣ୍ଡି ଏସପିଙ୍କ ସୂତ୍ରରୁ ଜଣାପଡିଛି।

ବିଭିନ୍ନ ଘଟଣା ସଂପର୍କରେ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ଥାନାରେ କେଶ ନଂ. ୩୮/୨୦୨୨ ଓ ୧୦୬/୨୦୨୨, ଧର୍ମଗଡ ଥାନା କେଶ ନଂ.୧୪୧/୨୦୨୨, ୧୦୮/୨୦୨୨, ୧୦୪/୨୦୨୨, ୧୩୭/୨୦୨୨, ଆମପାଣି ଥାନା କେଶ ନଂ. ୬୫/୨୦୨୨, ୧୦୧/୨୦୨୧, କୋକସରା ଥାନା କେଶ ନଂ.୯୨/୨୦୨୨, ୧୭୮/୨୦୨୨ ଓ ଜୟପାଟଣା ଥାନା କେଶ ନଂ. ୨୬୬/୨୦୨୨ ରୁଜ୍ଜୁ ହୋଇଥିବା ପ୍ରକାଶ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ପୋଲିସର ସଫଳତା, ଧର୍ମଗଡ ବ୍ୟବସାୟୀ ଘରୁ ଡକାୟତି ମାମଲାରେ ୪ ଗିରଫ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ ଗତ ୩୦ ତାରିଖ ମଧ୍ୟ ରାତିରେ ବ୍ୟବସାୟୀ ଦୀନେଶ ଅଗ୍ରୱାଲଙ୍କ ଘରୁ ହୋଇଥିବା ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି ଧର୍ମଗଡ ଥାନା ପୋଲିସ। ଏସଂପର୍କରେ ଧର୍ମଗଡ ଏସଡିପିଓ ଙ୍କ କାର୍ଯ୍ୟାଳୟ ରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ଅଭିଳାଷ ଜି।

ପୋଲିସ ଏନେଇ ଟିଟିଲାଗଡ ଅଂଚଳର ବାସୁ ପଟେଲ, ନେପାଳ ଜୁଆଡ, ଯୁଗେନ ପଟେଲ, କୈଳାସ ହାତୀ ନାମକ ଚାରିଜଣକୁ ଗିରଫ କରି ସେମାନଙ୍କ ଠାରୁ ୩୧ଲକ୍ଷ ୪୫ ହଜାର ୬୮୦ ଟଙ୍କା, ୨ଭରି ସୁନା, ୪ ମଟର ସାଇକେଲ, ୬ଟି ମୋବାଇଲ ଫୋନ, ୨ଟି ଫିଙ୍ଗର ଗ୍ଲୋବ ଓ ଡକାୟତିରେ ବ୍ୟବହୃତ ଗୋଟିଏ ବୋତଲକୁ ଜବତ କରିଥିବା ସୂଚନା ଦିଆଯାଇଛି।

ଏହି ଘଟଣାରେ ସାମିଲ ଥିବା ଅନ୍ୟ ୨ଜଣ ଫେରାର ଥିବା ପୋଲିସ ସୂତ୍ରରୁ ପ୍ରକାଶ। ଘଟଣାରୁ ପ୍ରକାଶ ଯେ, ଗତ ୩୦ ତାରିଖ ମଧ୍ୟ ରାତ୍ରୀରେ ଶ୍ରୀ ଅଗ୍ରୱାଲଙ୍କ ଘରେ ପଶି କେମିକାଲ ପ୍ରୟୋଗ କରି ବ୍ୟବସାୟୀଙ୍କ ମାଆ ଓ ଭଉଣୀ ଶୋଇଥିବା କୋଠରୀରୁ ୫୦ଲକ୍ଷ ଟଙ୍କା ଭର୍ତି ବେଗ ଉଠାଇ ନେଇ ଚମ୍ପଟ ମାରିଥିଲେ। ଫେରାର ଥିବା ଅନ୍ୟ ଦୁଇଜଣଙ୍କ ଗିରଫ ପରେ ଅହୁରି ସାମଗ୍ରୀ ମିଳିବାର ଆଶା ଥିବା ପୋଲିସ ସୂତ୍ରରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ପୋଲିସ ଦ୍ୱାରା ମାଓବାଦୀ ପ୍ରେମୀ ଯୁଗଳଙ୍କ ବିବାହ ଆୟୋଜିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଭବାନୀପାଟଣା ସହରସ୍ଥିତ ପୋଲିସ ପଡିଆ ମନ୍ଦିର ପ୍ରାଙ୍ଗଣରେ ଆତ୍ମ ସମର୍ପଣ କରିଥିବା ମାଓନେତା ଙ୍କର ବିବାହ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ପୋଲିସ ଏସପି ଡଃ ଶ୍ରବଣ ବିବେକ ଏମ ଆଇପିଏସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ବିବାହ କାର୍ଯ୍ୟକ୍ରମରେ କୋରାପୁଟ ଡିଆଇଜି ରାଜେଶ ପଣ୍ଡିତ ଆଇପିଏସ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଆଶୀର୍ବାଦ କରିଥିଲେ। ସିଆରପିଏଫ କମାଣ୍ଡାଂଟ ବିପ୍ଲବ ସରକାର ଏବଂ କଳାହାଣ୍ଡି ଜିଲ୍ଲାର ବରିଷ୍ଠ ପୋଲିସ ପଦାଧିକାରୀ ଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ଉପସ୍ଥିତିରେ ଆତ୍ମ ସମର୍ପଣ କରିଥିବା ମାଓ ନେତା କେଶବ ବେଲାଡି ଓରଫ ରାମଦାସ ଏବଂ କଲମଦେଇ ମାଝୀ ଓରଫ ଗୀତା ର ରୀତି ନୀତି ଅନୁସାରେ ବିବାହ ସଂପନ୍ନ ହୋଇଥିଲା।

ସିପିଆଇ ମାଓବାଦୀ ଗୋଷ୍ଠୀର କେକେବିଏନ ଡିଭିଜନ ସଦସ୍ୟ ଏସିଏମ କ୍ୟାଡର ମାଓ ନେତା ଗତ ତା.୧୮.୦୨.୨୦୨୦ ରେ ଆତ୍ମ ସମର୍ପଣ କରିଥିବା ବେଳେ ଓଡିଶା ସରକାରଙ୍କ ନିୟମ ଅନୁସାରେ ସମସ୍ତ ସୁବିଧା ସୁଯୋଗ ଏବଂ ୩ ଲକ୍ଷ ୯୮ ଟଙ୍କା ଅନୁକମ୍ପା ମୂଲକ ସାହାଯ୍ୟ ଯୋଗାଇ ଦିଆଯାଇଥିବାର ପ୍ରକାଶ। ସେହିପରି କମଲ ଦେଇ ଓରଫ ଗୀତା ବିଜିଏନ ଡିଭିଜନ ମାଓବାଦୀ ଗୋଷ୍ଠୀର ସଦସ୍ୟ ଥିବା ବେଳେ ଗତ ୦୫.୦୧.୨୦୧୬ ରେ ଆତ୍ମ ସମର୍ପଣ କରିଥିବା ବେଳେ ତାଙ୍କୁ ମଧ୍ୟ ଓଡିଶା ସରକାରଙ୍କ ନିୟମ ଅନୁସାରେ ସମସ୍ତ ସୁବିଧା ସୁଯୋଗ ଏବଂ ୨ଲକ୍ଷ ୯୮ ଟଙ୍କା ଅନୁକମ୍ପା ମୂଲକ ସାହାଯ୍ୟ ଯୋଗାଇ ଦିଆଯାଇଥିବାର ପ୍ରକାଶ। ପଡୋଶୀ ଛତିଶ ଗଡ ରାଜ୍ୟର ବିଜେପୁର ଜିଲ୍ଲାର ଏକ ଗରିବ ପରିବାର ରୁ ଆସିଥିବା ରାମଦାସ ନିଜ ପରିବାରରେ ଦୁଇ ଭଉଣି ଓ ଜଣେ ଭାଇ ଥିବା ବେଳେ ସେମାନଙ୍କ ସତ ତାର ପରିବାର ଲୋକଙ୍କୁ ରାମଦାସ ୧୦ ବର୍ଷ ହେବ ସାକ୍ଷାତ କରିନଥିବା ଏବଂ କଳାହାଣ୍ଡି ପୋଲିସ ପାଖରେ ଆତ୍ମ ସମର୍ପଣ କରିବା ପରେ ହିଁ ସାକ୍ଷାତ ସମ୍ଭବ ହୋଇପାରିଥିବା ପ୍ରକାଶ।

ରାମଦାସର ବାପାଙ୍କର ମୋତିଆ ବିନ୍ଦୁ ଅପରେସନ ସମୟରେ ରାମଦାସ ଓ କମଲଦେଇର ପରିବାର ଏକାଠି ମିଶିବା ପରେ ଉଭୟଙ୍କ ବିବାହ ସଂପର୍କରେ ଆଲୋଚନା କରି ଉଭୟେ ରାଜି ହେବାପରେ ସେମାନଙ୍କ ବିବାହ ଆୟୋଜନ କରାଯାଇଥିବା ଜଣାପଡିଛି। ଉଭୟେ ଆତ୍ମ ସମର୍ପଣ କରିବା ପରେ ସମାଜରେ ମୂଖ୍ୟ ସ୍ରୋାତରେ ସାମିଲ ହୋଇ କର୍ମସଂସ୍ଥାନ ବ୍ୟବସ୍ତା ପାଇଁ କଳାହାଣ୍ଡି ପୋଲିସ ହେପାଜତରେ ସେମାନଙ୍କ ଇଚ୍ଛା ଅନୁସାରେ ଭୋକେସନାଲ ଟ୍ରେନିଂ କରାଯିବାର ବ୍ୟବସ୍ଥା କରାଯାଇଥିଲା। ମାଓବାଦୀ କାର୍ଯ୍ୟକଳାପରୁ ଦୂରେଇ ରହି ସମାଜର ମୂଖ୍ୟ ସ୍ରୋତରେ ସାମିଲ ହେବା ଲକ୍ଷ୍ୟ ନେଇ ଆଗେଇ ଆସିଥିବା ଉଭୟଙ୍କ ର ବର-କନ୍ୟା ଭଲି ସଂପୂର୍ଣ୍ଣ ଭାବେ ସଜାଇ ହୋଇ ବିବାହ ବେଦୀ ମଣ୍ଡପ ଭୋଜିଭାତର ଆୟୋଜନ କରାଯାଇ କଳାହାଣ୍ଡି ପୋଲିସ ଦ୍ୱାରା ଏକ ସାମାଜିକ ବିବାହ ଉତ୍ସବ ଭଲି ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ପ୍ରଶଂସନୀୟ ହୋଇଥିଲା।

ପୋଲିସ ହେପାଜତରେ ମାଓବାଦୀ ରୁ ସମାଜର ମୂଖ୍ୟ ସ୍ରୋାତରେ ସାମିଲ ହେବାର ଯେଉଁ ମାନସିକ ପରିବର୍ତନ ରେ ଉଭୟ ପୋଲିସ ପଦାଧିକାରୀ ଓ ସରକାରଙ୍କ ଭୂମିକାରେ ଅତ୍ୟନ୍ତ ଉତଫୁଲ୍ଲିତ ହୋଇ ଅନ୍ୟ ମାଓବାଦୀ ମାନଙ୍କୁ ସେଭଲି ଘୃଣ୍ୟ କାର୍ଯ୍ୟ କଳାପରୁ ବାହାରି ଆସି ସମାଜର ମୂଖ୍ୟ ସ୍ରୋାତରେ ସାମିଲ ହେବାକୁ ସେମାନେ ଆହ୍ୱାନ ଜଣାଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ପୋଲିସ ହାତରେ ଧରା ହେଲେ ଝାଡଖଣ୍ଡି ସାଇବର ଲୁଟେରା

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ପୋଲିସ ହାତରେ ୩ ଜଣ ସାଇବର ଲୁଟେରା ଧରା ପଡିଛନ୍ତି। ହେଲେ ସମସ୍ତ ଲୁଟେରା ପଡୋଶୀ ଝାଡଖଣ୍ଡର ହୋଇଥିବା ସୂଚନା ମିଳିଛି। ପୂର୍ବରୁ ମଧ୍ୟ ଏକାଧିକ ଅନଲାଇନ ଠକେଇରେ ସାମିଲ ଥିବା ନେଇ ପ୍ରାଥମିକ ତଦନ୍ତରୁ ସୂଚନା ରହିଛି।

ସୂଚନା ଅନୁଯାୟୀ ଗତ ଜୁନ ୬ ତାରିଖରେ ଜିଲ୍ଲାର କେସିଙ୍ଗା ସହରର ଯୁବ ବ୍ୟବସାୟୀ ବିବେକ ଅଗ୍ରୱାଲ ଅନଲାଇନରେ କିଛି ସାମଗ୍ରୀ ମଗାଇ ଥିଲେ, ଯାହା ସ୍କାଏକିଙ୍ଗ କୋରିଅର ମାଧ୍ୟମରେ ତାଙ୍କ ନିକଟକୁ ଆସିବାର ଥିଲା। ନିର୍ଦ୍ଧାରିତ ଡେଲିଭରି ତାରିଖ ବିଳମ୍ବ ହେବାରୁ ସେ ଅନଲାଇନରେ କୋରିଅର ସଂସ୍ଥାର ଗ୍ରାହକ ସେବା କେନ୍ଦ୍ର ନମ୍ବରରେ ଯୋଗାଯୋଗ କରିଥିଲେ। ପରେ ତାଙ୍କ ନିକଟକୁ ଏକ ଫୋନ କଲ ଆସିବା ସହ ଏକ ଲିଙ୍କ ପଠାଯାଇଥିଲା। ଫୋନ ବାର୍ତ୍ତାଳପରେ ଦୀର୍ଘ ସମୟ ଧରି ବ୍ୟସ୍ତ ରଖି ବିବେକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୮୯ ହଜାର ଟଙ୍କା ଲୁଟି ନେଇଥିଲେ ସାଇବର ଲୁଟେରା।

ଠକେଇର ଶିକାର ହୋଇଥିବା ଜାଣିବା ପରେ ବ୍ୟାଙ୍କକୁ ଅବଗତ କରି ଆକାଉଣ୍ଟକୁ ବନ୍ଦ କରିବା ପାଇଁ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ ବିବେକ। ଅଭିଯୋଗ ଆଧାରରେ କଳାହାଣ୍ଡି ଏସପିଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ଏହି ଟିମ ଘଟଣାରେ ସମ୍ପୃକ୍ତ ଝାଡଖଣ୍ଡର ଜମତାରା ଜିଲ୍ଲାର ୩ ଜଣ ସାଇବର ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ରଇଶ ଆନସାରୀ, ମହମ୍ମଦ ସଜ୍ଵାଦ ଓ ଅବଦୁଲ ଅନସାରୀ ସମସ୍ତଙ୍କ ଘର ଝାଡଖଣ୍ଡ ଅଞ୍ଚଳର ହୋଇଥିବାବେଳେ ଏମାନେ ପୂର୍ବରୁ ୫୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ସାଇବର ଠକେଇ କରିଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ। ଅଭିଯୁକ୍ତଙ୍କୁ ଅଧିକ ପଚରାଉଚୁରା ପରେ କୋର୍ଟ ଚାଲାଣ କରାଯାଇଥିବା କଳାହାଣ୍ଡି ଏସପି ଏମ ଶ୍ରବଣ ବିବେକ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ପୋଲିସ ଦ୍ୱାରା ୪୪.୭ କେଜି ଗଞ୍ଜେଇ ଜବତ: ତିନି ଗିରଫ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କୋକସରା ପୋଲିସ ପକ୍ଷରୁ ଏକ ବୋଲେରୋ ଗାଡିରୁ ୪୪.୭ କେଜି ଗଞ୍ଜେଇ ଜବତ କରାଯାଇଥିବା ଜଣାପଡିଛି। କୋରାପୁଟ ଜିଲ୍ଲାରୁ ଛତିଶଗଡକୁ ଚୋରାରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ କୋକସରା ପୋଲିସ ଥାନା ଆଇଆଇସି ରମଣୀ ରଂଜନ ଦଲେଇଙ୍କ ନେତୃତ୍ୱରେ ଏକ ପୋଲିସ ଦଳ ଚୋରାରେ ଏକ ବୋଲେରୋ ଗାଡିର ଛାତ ଉପରେ ଏବଂ ତଳେ ୨୨ ଟି ପାକେଟରେ ଗଞ୍ଜେଇ ରଖାଯାଇ ଚାଲାଣ କରାଯାଉଥିବା ଅବସ୍ଥାରେ ଜବତ କରିଥିବା କଳାହାଣ୍ଡି ଏସପିଙ୍କ ସୂତ୍ରରୁ ପ୍ରକାଶ।

ଏହି ଘଟଣାରେ ସଂପୃକ୍ତ ବୋଲେରୋ ଓଡି-୧୦କେ-୪୯୪୭, ୩ଟି ମୋବାଇଲ, ନଗଦ ଟ୧୪୯୫/- ସମେତ ୨୨ଟି ପାକେଟରେ ଥିବା ୪୪.୭ କେଜି ଗଞ୍ଜେଇ ଜବତ କରାଯିବା ସମେତ ଅଭିଯୁକ୍ତ କୋରାପୁଟ ଜିଲ୍ଲା ପଡୱା ଥାନା ଅଂଚଳର ଗୋବିନ୍ଦ ପୁଜାରୀ (୨୬), ଶଙ୍କର ରାଓ କୁଡା (୨୬) ଏବଂ ନନ୍ଦପୁର ଥାନା ଅଂଚଳର ଭିକାରୀ ଖରା ( ୪୫) କୁ ଗିରଫ କରାଯାଇଥିବା ପ୍ରକାଶ।

ଏସଂପର୍କରେ କୋକସରା ଥାନା କେଶ ନଂ.୧୫୬/୩୧.୦୭.୨୦୨୧ ଦଫା ୨୦(ବି)(ସି) ଏନଡିପିଏସ ଆଇନ ଅନୁସାରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ପୋଲିସ ଦ୍ୱାରା ଆନ୍ତରାଜ୍ୟ ଚାଲାଣ ହେଉଥିବା ୧୬୬.୩ କେଜି ଗଂଜେଇ ଜବତ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଜାତୀୟ ରାଜପଥ-୨୬ କୁ ଚୋରା ବେପାରୀ ସୁଗମ୍ୟ ପଥ ବୋଲି ବିବେଚନା କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ପୋଲିସ ଦ୍ୱାରା ଶାଢୀ ପାକେଟ ଭିତରେ ଗଂଜେଇ ଚାଲାଣ କରୁଥିବା ଅବସ୍ଥାରେ ଜବତ କରାଯାଇଛି। ମାଲକାନଗିରି ଜିଲ୍ଲାରୁ ଗଂଜେଇକୁ ପଲିଥିନ ପାକେଟ କରାଯାଇ ଶାଢୀ ଭିତରେ ପ୍ୟାକିଂ କରାଯାଇ ଶାଢୀ ବେପାର କରୁଥିବା ଭ୍ରମ ସୃଷ୍ଟି କରିବା ଶୈଳୀରେ ୧୬୬ କେଜି ୩୧୪ ଗ୍ରାମ ଗଂଜେଇ ବିହାରର ଛାପ୍ରା ଜିଲ୍ଲାକୁ ଚାଲାଣ କରାଯାଉଥିବା ବେଳେ କେସିଙ୍ଗା ପୋଲିସ ଜବତ କରିଥିବା କଳାହାଣ୍ଡି ଏସପି ଏମ ଶ୍ରବଣ ବିବେକଙ୍କ ସୂତ୍ରରୁ ପ୍ରକାଶ।

ଏସଂପର୍କରେ କେସିଙ୍ଗା ଥାନା କେଶନଂ.୨୬୭ ତା.୧୭.୦୭.୨୦୨୧ ଏନଡିପିଏସ ଆଇନ ଧାରା ୨୦ (ବି) (ସି) ରେ ଏକ ମାମଲା ରୁଜ୍ଜୁ କରାଯାଇ ସଂପୃକ୍ତ ବୋଲେରୋ ଜେଏଚ ୦୫-ଏକ୍ସ ୬୨୬୩ ସମେତ ଚୋରା ଚାଲଣକାରୀ ଅଭିଯୁକ୍ତ ବିହାର ଶରନ ଜିଲ୍ଲାର ମହମ୍ମଦ ଟିପୁ ସୁଲତନା (୨୨), ମନସୁର ଆଲାମ (୨୦) ଓ ଉତର ପ୍ରଦେଶ ବାଲ୍ଲା ଜିଲ୍ଲାର ଅଂଜୁ ସୋନି (୨୯) କୁ ଗିରଫ କରାଯାଇଥିବା ପୋଲିସ ସୂ୬ଥରୁ ପ୍ରକାଶ। ଏଥିସହ ଅଭିଯୁକ୍ତର ପାନକାର୍ଡ, ଆଧାରକାର୍ଡ, ମୋବାଇଲ,ଭ୍ୟାନିଟୀ ବେଗ, ନଗଦ ୧୫୭୦/- ଟଙ୍କା ଜବତ କରାଯାଇଥିବା ଜଣାପଡିଛି। ଏସଂପର୍କରେ ଅଧିକ ତଦନ୍ତ ଜାରିରହିଥିବା ଏସପିଙ୍କ ସୂତ୍ରରୁ ପ୍ରକାଶ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସତ ବାହାଘର ମିଛ କନିଁଆ: ଆନ୍ତରାଜ୍ୟ ନକଲି ବିବାହ ଦଳକୁ ଗିରଫ କଲା ପୋଲିସ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଧରା ପଡିଗଲା ମିଛ କନିଁଆ। ବର ପରିବର୍ତ୍ତନ ସହ ଆଧାର କାର୍ଡରେ କରୁଥିଲେ ନାଁ ପରିବର୍ତ୍ତନ। ପ୍ରତ୍ୟେକ ଆଧାର କାର୍ଡରେ ଥିଲା ଭିନ୍ନ ଭିନ୍ନ ନାଁ। ଏମିତି ୪ ଜଣଙ୍କୁ ବରଣମାଳା ପିନ୍ଧାଇବା ପରେ ଧରା ପଡିଗଲା ସତ ବାହାଘରର ମିଛ କନିଁଆ।

ଆନ୍ତରାଜ୍ୟ ନକଲି ବିବାହ ଦଳର ପର୍ଦ୍ଦାଫାଶ କରିଛି କଳାହାଣ୍ଡି ପୋଲିସ। କନିଆଁର ଟାର୍ଗେଟରେ ଥିଲେ ବିବାହ ବିଚ୍ଛେଦ ବ୍ୟକ୍ତି। ବିବାହ କରି ଘର ସଂସାରର ସ୍ବପ୍ନ ଦେଖାଇ ଅଧାବାଟରେ କଳାକନା ବୁଲାଇ ଫେରାର ହେଉଯାଉଥିଲା କନିଁଆ। ସୁନ୍ଦରଗଡର ମିଛ କନିଁଆ ଏଲି ମହନ୍ତ ନାମକ ଜଣେ ମହିଳା ବଲାଙ୍ଗୀର କଣ୍ଟାବାଞ୍ଜିର ବରବଲ ଶର୍ମା, ଛତିଶଗଡ ମହାସମୁନ୍ଦର ମିନା ଗୁପ୍ତା ଏବଂ ଛତିଶଗଡ ବିଲାସପୁରର ଶ୍ରବଣ ସୋନିଙ୍କୁ ଗିରଫ କରିଛି କଳାହାଣ୍ଡି ପୋଲିସ।

ମିଛ କନିଁଆ ଏଲି ମହନ୍ତ ସହ ଏମାନେ ଫେକ୍ ବାପା-ମାଆ ସାଜି ଲୋକଙ୍କୁ ଲୁଟି ଚାଲିଥିଲେ। ଏମାନେ କେବଳ ରାଜ୍ୟରେ ନୁହେଁ ବିଭିନ୍ନ ରାଜ୍ୟରେ ମଧ୍ୟ ସମାନ ଢ଼ଙ୍ଗରେ ଲୋକଙ୍କୁ ଚୂନ ଲଗାଉଥିଲେ। ମୁଖ୍ୟ ଅଭିଯୁକ୍ତ ନକଲି ବଧୂ ଏଲି ମହନ୍ତର ୪ଟି ଆଧାର କାର୍ଡ ଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣି ପାରିଛି।

ଏଭଳି ଏକ ଠକେଇ ଘଟଣା ସଂପର୍କରେ ଗତ ବର୍ଷ ଅକ୍ଟୋବର ମାସରେ ମଦନପୁର ରାମପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହି ଆଧାରରେ ପୋଲିସ ଛାନଭିନ କରି ଅନ୍ତରାଜ୍ୟ ଗ୍ୟାଙ୍ଗର ଏହି ୪ ଜଣଙ୍କୁ ଗିରଫ କରିଛି।

ଏ ନେଇ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଶ୍ରବଣା ବିବେକ ଏମ୍ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସପଂର୍କରେ ସୂଚନା ଦେଇଛନ୍ତି। ଏସଂପର୍କରେ ମ.ରାମପୁର ଥାନାରେ କେଶ ନଂ. ୧୬୮/୨୦୨୧ ଧାରା ୪୧୯/୪୨୦/୨୯୪/୪୯୪/୪୬୮/୪୭୧/୫୦୬/୩୪ ଆଇପିସି ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ। ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ।

Categories
ଅପରାଧ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବରିଷ୍ଠ ନାଗରିକ ଦମ୍ପତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ଘଟଣା: ଉତ୍ତରପ୍ରଦେଶରୁ ଗିରଫ ହେଲେ ସାଇବର ଠକ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ବରିଷ୍ଠ ନାଗରିକ ଦମ୍ପତିଙ୍କୁ ଜିଓ କଷ୍ଟମର କେଆର ନାମରେ ଫୋନ କଲ କରି ଠକେଇ କରିଥିବା ଠକ ମାନଙ୍କୁ ଉତ୍ତରପ୍ରଦେଶ ହମିଦପୁରରୁ ଗିରଫ କରି ଆଣିଥିବା ବିଷୟ ପୋଲିସ ସୂତ୍ରରୁ ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, ଭବାନୀପାଟଣା ସହର ର ବାସିନ୍ଦା ବରିଷ୍ଠ ନାଗରିକ ଗଙ୍ଗାଧର ସୁବୁଦ୍ଧିଙ୍କ ନିକଟକୁ ଜିଓ କଷ୍ଟମର କେଆର ନାମରେ ଏକ ଫୋନକଲ ଆସିଥିଲା। ସେଥିରେ ଗଙ୍ଗାଧରଙ୍କୁ ଏକ ଜିଓ ମୋବାଇଲ ଏବଂ ୨୦ ହଜାର ଟଙ୍କା ପୁରଷ୍କାର ମିଳିଥିବା କୁହାଯାଇଥିଲା। ବ୍ୟାଙ୍କ ଡେବିଟ କାର୍ଡର ଫଟୋକପି ପଠାଇଦେଲେ ପୁରଷ୍କାର ପଠାଇ ଦିଆଯିବ ବୋଲି କୁହାଯିବାରୁ ସୁବୁଦ୍ଧି ଦମ୍ପତି ଲୋଭରେ ପଡି ଗୁଗୁଲରୁ ଏନି ଡେସ୍କ ଡାଉନଲୋଡ କରି ସେଥିରେ ନିଜର ଏବଂ ନିଜ ପତ୍ନୀଙ୍କ ବ୍ୟାଙ୍କ ଡେବିଟ କାର୍ଡର ଫଟୋକପିସବୁ ପଠାଇଦେଇଥିଲେ। ଏହାର ସୁଯୋଗ ନେଇ ସାଇବର ଠକମାନେ ସୁବୁଦ୍ଧି ବାବୁଙ୍କ ଆକାଉଂଟରୁ ଟ୯୯,୮୦୦/- ଓ ଟ୪୫,୫୯୧/- ଟଙ୍କା ଏବଂ ତାଙ୍କ ପତ୍ନୀଙ୍କ ଆକାଉଂଟରୁ ଟ୧, ୯୯,୦୦୦/- ଟଙ୍କା ମୋଟ ୨ ଲକ୍ଷ ୬୪ ହଜାର ୩୯୧ ଟଙ୍କା ଲୁଟ କରି ନେଇଥିଲେ।

ଏସଂପର୍କରେ ସୁବୁଦ୍ଧି ଭବାନୀପାଟଣା ଟାଉନଥାନାରେ ଲିଖିତ ଏତାଲା ଦେବାପରେ କଳାହାଣ୍ଡି ଏସପି ଡଃ ଶବଣ ବିବେକ ଏମ. ଆଇପିଏସ. ଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ସ୍କାର୍ଡ ଗଠନ କରାଯାଇ ତଦନ୍ତ କଲରାଯାଇଥିଲା। ସଦର ଏସଡିପିଓ ରମେଶ ଚନ୍ଦ୍ର ସେଠୀ, ଟାଉନ ଥାନା ଆଇଆଇସି ସତ୍ୟ କୁମାର ନନ୍ଦ, ଯୁବ ଏସ ଆଇ ଶୀବଜୀ ପଣ୍ଡା ତଦନ୍ତ ଭାର ନେଇ ଖୋଲତାଡ କରିଥିଲେ। ଫୋନକଲ ଆସିଥିବା ମୋବାଇଲ ନମ୍ବର ୮୬୩୦୧୦୮୪୯୧ କୁ ଆଧାର କରି ସାଇବର ସେଲ ମାଧ୍ୟମରେ ତଦନ୍ତ କରାଯାଇ ସ୍ୱତନ୍ତ୍ର ସ୍କାର୍ଡ ଉତର ପ୍ରଦେଶ ହମିଦପୁରରୁ ସାଇବର ଠକେଇରେ ସଂପୃକ୍ତ ପାଂଚଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ପାଖରୁ ଓପୋ, ଭିଭୋ, ସାମସଙ୍ଗ ମୋବାଇଲ ସହିତ କେତେକ ସିମକାର୍ଡ ଓ ଟଙ୍କା ଜବତ କରି ହମିଦପୁର କୋର୍ଟରେ ପେଶ କରିବାରେ ସକ୍ଷମ ହୋଇଥିଲେ। ସେଠାରୁ ରିମାଣ୍ଡରେ କଳାହାଣ୍ଡି ଆଣି ସାଇବର ଠକେଇର ମୂଖ୍ୟ ଆସାମୌ ଅଭିଲାଷ ସିଂ ଓରଫ ଗୌତମ, ପରବେଜ ଅହମ୍ମଦ, ୱାହିଦ ଖାଁ, ଶାହରୁକ ଖାଁ ଓ ଜୁନେଦ ଅହମ୍ମଦ କୁ କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ।

କଳାହାଣ୍ଡି ପୋଲିସର ଏଭଲି ସଫଳତାକୁ ନେଇ ସମଗ୍ର ଜିଲ୍ଲାରେ ପ୍ରଶଂସା କରାଯାଇଥରବା ବେଳେ ଜନସାଧାରଣ କୌଣସି ପୁରଷ୍କାର ଲାଲସାରେ ନିଜର ବେଙ୍କ ସମ୍ବନ୍ଧୀୟ ତଥ୍ୟ ନଦେବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସଡକ ସୁରକ୍ଷା ସଚେତନତା, କଳାହାଣ୍ଡି ପୋଲିସର ଅଭିନବ ପ୍ରୟାସ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲାରେ ସମସ୍ତ ପୋଲିସ ଥାନା ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ ମାନ ଗ୍ରହଣ କରାଯାଇଛି। ପୋଲିସ ପକ୍ଷରୁ ସ୍ଥାନୀୟ ଅଂଚଳରେ ଜନସଚେତନତା ପାଇଁ ପ୍ଲାକାର୍ଡ ମାଧ୍ୟମରେ ତଥା ରାସ୍ତା ଉପରେ ଦୁଇ ଚକିଆ ଚାଲକଙ୍କୁ ହେଲମେଟ ଓ ଚାରିଚକିଆ ଚାଲକଙ୍କୁ ସିଟ ବେଲଟ ସଂପର୍କରେ ସଚେତନତା କରାଯାଇଛି।

ଜୁନାଗଡ ଥାନା ପକ୍ଷରୁ ଅଭିନବ ଉପାୟରେ ସହର ମଧ୍ୟରେ ଯାଇଥିବା ରାଜରାସ୍ତାରେ ହେଲମେଟ ପିନ୍ଧିଥିବା ବାଇକ ଚାଲକ ଓ ସିଟ ବେଲ୍ଟ ଲଗାଇ ଯାଉଥିବା ଗାଡି ଚାଲକଙ୍କୁ ଗୋଲାପ ଫୁଲ ଦେଇ ଅଭିନନ୍ଦନ କରାଯାଇଛି। ପୋଲିସ ବିଭାଗ ପକ୍ଷରୁ ଏଭଲି ପଦକ୍ଷେପ କୁ ଜନସାଧାରଣରେ ପ୍ରଶଂସା କରାଯାଇଛି।

ଜିଲ୍ଲାର ସହରାଂଚଳ ଭବାନୀପାଟନା, କେସିଙ୍ଗା, ଜୁନାଗଡ ତଥା ଧର୍ମଗଡ ସହର ରେ ସ୍ଥାନୀୟ ପୋଲିସ ପକ୍ଷରୁ ସଡକ ସୁରକ୍ଷା ଉପରେ ବ୍ୟାପକ ସଚେତନତା କରାଯାଇଥିବା ବେଳେ ଅନ୍ୟ ସମସ୍ତ ପୋଲିସ ଥାନା ଓ ଫାଣ୍ଡି ମାନଙ୍କରେ ମଧ୍ୟ ସ୍ଥାନୀୟ ଅଂଚଳରେ ସଚେତନତା କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବଡ ଧରଣର ଡକାୟତକୁ ପଣ୍ଡ କଲା କଳାହାଣ୍ଡି ପୋଲିସ: ପାଞ୍ଚ ଗିରଫ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଆଭ୍ୟନ୍ତରୀଣ କେଗାଁ ପୋଲିସ ଥାନା ଅଂଚଳରେ ଏକ ବଡ ଧରଣର ଡକାୟତି କରିବାକୁ ପ୍ରସ୍ତୃତି କରୁଥିବା ଡକାୟତ ଦଲକୁ ଗିରଫ କରିବାରେ କେଗାଁ ପୋଲିସ ସଫଳ ହୋଇଥିବା କଳାହାଣ୍ଡି ଏସପି ଡଃ ଶ୍ରବଣ ବିବେକ ଏମ ଙ୍କ ସୂତ୍ରରୁ ପ୍ରକାଶ।

ଗତକାଲି ରାତ୍ରରେ କେଗାଁ ପୋଲିସ ପକ୍ଷରୁ ପାଟ୍ରୋଲିଂ କରୁଥିବା ସମୟରେ ଭାଟିପଡା ନିକଟରେ ପାଂଚ ଜଣ ସନ୍ଦିଗ୍ଧ ବ୍ୟକ୍ତି ସନ୍ଦେହ ଜନକ ଅବସ୍ଥାରେ ଥିବା ବେଳେ ସେମାନେ ଏକ ବଡ ଧରଣର ଡକାୟତି ଯୋଜନା କରୁଥିବା ଜାଣିପାରି ଗିରଫ କରିଥିବା କେଗାଁ ପଲିସ ଇନିସପେକ୍ଟର କାହ୍ନୁ ଚରଣ ସ୍ୱାଇଁଙ୍କ ସୂତ୍ରରୁ ପ୍ରକାଶ।

କେଗାଁ ପୋଲିସ ପକ୍ଷରୁ କେଗାଁ ଥାନା କେଶ ନଂ. ୦୨/୨୦୨୧ ଟ/ଝ ୩୯୯/୪୦୨ ଓଚଉ / ଝରମ ୨୮ ଇକ୍ସଜ୍ଞଗ୍ଦ ଇମଗ୍ଧ ଅନୁସାରେ ଏକ କେଶ ରୁଜ୍ଜୁ କରି ତଦନ୍ତ କରୁଥିବା ଜଣାପଡିଛି। ସଂପୃକ୍ତ ଡକାୟତ ଦଳ ରେ ଥିବା ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ବଙ୍ଗୋମୁଣ୍ଡା ଥାନା ଅଂଚଲର ବେଲପଡା ଗ୍ରାମର ନିରାକାର ତାଣ୍ଡି (୩୦) ପି. ତୁଳେଶ୍ୱର ତାଣ୍ଡି, ଭାଲୁମୁଣ୍ଡା ଗ୍ରାମର କପିଳାସ ମେହେର (୨୬) ପି. ତବିନ ମେହେର ଓ କଂଟାବାଂଜି ଥାନା ଅଂଚଳର କଂଟାବାଂଜି ଗ୍ରାମର ପ୍ରଶାନ୍ତ ମାଛକୁଣ୍ଡ (୨୫) ପି. ଅଭିମନ୍ୟୁ ମାଛକୁଣ୍ଡ ଏବଂ ନୂଆପଡା ଜିଲ୍ଲା ଖରିଆର ଥାନା ଅମଳାପାଲି ଗ୍ରାମର ମନୋଜ କୁମ୍ଭାର (୩୦) ପି. ଚିନ୍ତାମଣି କୁମ୍ଭାର ଓ ମୋହରା ଗ୍ରାମର ଧର୍ମା ପଟେଲ (୨୭) ପି.ପଦମନ ପଟେଲ ଙ୍କୁ ପୋଲିସ ଗିରଫ କରାଯାଇଥିବା ଜଣାପଡିଛି।

ସେମାନଙ୍କ ପାଖରୁ ମାରୁତି ଜେନ କାର, ଗ୍ୟାସ କଟର, କାତି, ଲାଲ ମରିଚ ପାଉଡର, ପାଂଚ ଟି ମୋବାଇଲ ଓ ଗୋଟିଏ ଖେଲନା ପିସ୍ତଲ ଜବତ କରାଯାଇଥିବା ପ୍ରକାଶ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କଳାହାଣ୍ଡି ପୋଲିସ କର୍ମଚାରୀଙ୍କ ପ୍ଳାଜମା ଦାନ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ସାଂପ୍ରତିକ କରୋନା ମହାମାରୀ ସ୍ଥିତିରେ ପୋଲିସ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରଦର୍ଶନ କରିପାରିଛନ୍ତି। କଳାହାଣ୍ଡି ପୋଲିସ ପ୍ରଶାସନ ପକ୍ଷରୁ ବହୁ ପଦାଧିକାରୀ ଗୁରୁଦାୟୀତ୍ୱ ନିର୍ବାହ କରୁଥିବା ବେଳେ ଅନେକେ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେବାପରେ ସୁସ୍ଥ ହୋଇଥିବା ଜଣାପଡିଛି। କରୋନାରୁ ମୁକ୍ତି ପାଇବା ପରେ ମଧ୍ୟ ପୋଲିସ କର୍ମଚାରୀ ମାନେ ଜନସାଧାରଣଙ୍କ ଜୀବନ ରକ୍ଷା କରିବା ପାଇଁ ଉଲ୍ଲେକନୀୟ କାର୍ଯ୍ୟ କରିଆସୁଥିବା ଜଣାପଡିଛି। କରୋନା ସଂକ୍ରମଣରୁ ମୁକ୍ତି ପାଇଥିବା କଳାହାଣ୍ଡି ଜିଲ୍ଲାର ୧୬ ଜଣ ପୋଲିସ କର୍ମଚାରୀ ପ୍ଳାଜମା ଦାନ କରି ଆଉ ଏକ ବିଶାଳ ଉଦାହରଣ ସୃଷ୍ଟି କରିଥିବା ହେତୁ ଜିଲ୍ଲାସାରା ପ୍ରଶଂସାର ସୁଅ ଛୁଟିଛି।

କରୋନାରେ ଆକ୍ରାନ୍ତ ହୋଇ କଟକ ଏସସିବି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କୁ କଟକ ଯ୍ଧବ ପ୍ଲାଜମା ବେଙ୍କ ଠାରେ କଳାହାଣ୍ଡି ଜିଲ୍ଲାର ପୋଲିସ କର୍ମଚାରୀ ଜିତେନ୍ଦ୍ର ସେନାପତି,ଚୂଡାମଣି ସା,ଧର୍ମେନ୍ଦ୍ର ପଟେଲ, ପ୍ରତାପ ମାଝୀ, ଶିବଶଙ୍କର ମାଝି, ଅଜିତ ନାଏକ, ପୂଣ୍ଣେନ୍ଦୁ କୁମାର, ମଲୟ ନାଏକ, ଟଙ୍କଧର ଛତ୍ରୀଆ, ରାଧାକାନ୍ତ ପାତ୍ର, ଶଙ୍କରଲାଲ ବାଗ, ପ୍ରକାଶ ବେହେରା, ଆକବର ଖାଁ, କାଳିଆ ଦଣ୍ଡସେନା, ଭୂବନ ସୁନାନୀ ଓ ସୌମ୍ୟ ନାଏକ ପ୍ରମୂଖ ପ୍ଲାଜମା ଦାନ କରିଥିବା କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧରଙ୍କ ସୂତ୍ରରୁ ପ୍ରକାଶ।