କଳାହାଣ୍ଡି ପୋଲିସ କର୍ମଚାରୀଙ୍କ ପ୍ଳାଜମା ଦାନ

Published: Oct 1, 2020, 10:01 pm IST

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ସାଂପ୍ରତିକ କରୋନା ମହାମାରୀ ସ୍ଥିତିରେ ପୋଲିସ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରଦର୍ଶନ କରିପାରିଛନ୍ତି। କଳାହାଣ୍ଡି ପୋଲିସ ପ୍ରଶାସନ ପକ୍ଷରୁ ବହୁ ପଦାଧିକାରୀ ଗୁରୁଦାୟୀତ୍ୱ ନିର୍ବାହ କରୁଥିବା ବେଳେ ଅନେକେ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେବାପରେ ସୁସ୍ଥ ହୋଇଥିବା ଜଣାପଡିଛି। କରୋନାରୁ ମୁକ୍ତି ପାଇବା ପରେ ମଧ୍ୟ ପୋଲିସ କର୍ମଚାରୀ ମାନେ ଜନସାଧାରଣଙ୍କ ଜୀବନ ରକ୍ଷା କରିବା ପାଇଁ ଉଲ୍ଲେକନୀୟ କାର୍ଯ୍ୟ କରିଆସୁଥିବା ଜଣାପଡିଛି। କରୋନା ସଂକ୍ରମଣରୁ ମୁକ୍ତି ପାଇଥିବା କଳାହାଣ୍ଡି ଜିଲ୍ଲାର ୧୬ ଜଣ ପୋଲିସ କର୍ମଚାରୀ ପ୍ଳାଜମା ଦାନ କରି ଆଉ ଏକ ବିଶାଳ ଉଦାହରଣ ସୃଷ୍ଟି କରିଥିବା ହେତୁ ଜିଲ୍ଲାସାରା ପ୍ରଶଂସାର ସୁଅ ଛୁଟିଛି।

କରୋନାରେ ଆକ୍ରାନ୍ତ ହୋଇ କଟକ ଏସସିବି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କୁ କଟକ ଯ୍ଧବ ପ୍ଲାଜମା ବେଙ୍କ ଠାରେ କଳାହାଣ୍ଡି ଜିଲ୍ଲାର ପୋଲିସ କର୍ମଚାରୀ ଜିତେନ୍ଦ୍ର ସେନାପତି,ଚୂଡାମଣି ସା,ଧର୍ମେନ୍ଦ୍ର ପଟେଲ, ପ୍ରତାପ ମାଝୀ, ଶିବଶଙ୍କର ମାଝି, ଅଜିତ ନାଏକ, ପୂଣ୍ଣେନ୍ଦୁ କୁମାର, ମଲୟ ନାଏକ, ଟଙ୍କଧର ଛତ୍ରୀଆ, ରାଧାକାନ୍ତ ପାତ୍ର, ଶଙ୍କରଲାଲ ବାଗ, ପ୍ରକାଶ ବେହେରା, ଆକବର ଖାଁ, କାଳିଆ ଦଣ୍ଡସେନା, ଭୂବନ ସୁନାନୀ ଓ ସୌମ୍ୟ ନାଏକ ପ୍ରମୂଖ ପ୍ଲାଜମା ଦାନ କରିଥିବା କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧରଙ୍କ ସୂତ୍ରରୁ ପ୍ରକାଶ।

Related posts