ସଡକ ସୁରକ୍ଷା ସଚେତନତା, କଳାହାଣ୍ଡି ପୋଲିସର ଅଭିନବ ପ୍ରୟାସ

Published: Jan 24, 2021, 10:58 am IST

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲାରେ ସମସ୍ତ ପୋଲିସ ଥାନା ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ ମାନ ଗ୍ରହଣ କରାଯାଇଛି। ପୋଲିସ ପକ୍ଷରୁ ସ୍ଥାନୀୟ ଅଂଚଳରେ ଜନସଚେତନତା ପାଇଁ ପ୍ଲାକାର୍ଡ ମାଧ୍ୟମରେ ତଥା ରାସ୍ତା ଉପରେ ଦୁଇ ଚକିଆ ଚାଲକଙ୍କୁ ହେଲମେଟ ଓ ଚାରିଚକିଆ ଚାଲକଙ୍କୁ ସିଟ ବେଲଟ ସଂପର୍କରେ ସଚେତନତା କରାଯାଇଛି।

ଜୁନାଗଡ ଥାନା ପକ୍ଷରୁ ଅଭିନବ ଉପାୟରେ ସହର ମଧ୍ୟରେ ଯାଇଥିବା ରାଜରାସ୍ତାରେ ହେଲମେଟ ପିନ୍ଧିଥିବା ବାଇକ ଚାଲକ ଓ ସିଟ ବେଲ୍ଟ ଲଗାଇ ଯାଉଥିବା ଗାଡି ଚାଲକଙ୍କୁ ଗୋଲାପ ଫୁଲ ଦେଇ ଅଭିନନ୍ଦନ କରାଯାଇଛି। ପୋଲିସ ବିଭାଗ ପକ୍ଷରୁ ଏଭଲି ପଦକ୍ଷେପ କୁ ଜନସାଧାରଣରେ ପ୍ରଶଂସା କରାଯାଇଛି।

ଜିଲ୍ଲାର ସହରାଂଚଳ ଭବାନୀପାଟନା, କେସିଙ୍ଗା, ଜୁନାଗଡ ତଥା ଧର୍ମଗଡ ସହର ରେ ସ୍ଥାନୀୟ ପୋଲିସ ପକ୍ଷରୁ ସଡକ ସୁରକ୍ଷା ଉପରେ ବ୍ୟାପକ ସଚେତନତା କରାଯାଇଥିବା ବେଳେ ଅନ୍ୟ ସମସ୍ତ ପୋଲିସ ଥାନା ଓ ଫାଣ୍ଡି ମାନଙ୍କରେ ମଧ୍ୟ ସ୍ଥାନୀୟ ଅଂଚଳରେ ସଚେତନତା କରାଯାଇଛି।

Related posts