ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ଥାନା ମନ୍ଦିର ଛକରୁ ଆଜି ସକାଳେ ଏକ ଦୁର୍ଘଟଣା ଗ୍ରସ୍ତ କାରରୁ ପୋଲିସ ୭୧ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି।
ସୂଚନାରୁ ପ୍ରକାଶ ଯେ, ଆଜି ସକାଳ ସମୟରେ ଫୁଲବାଣୀ ଅଂଚଳରୁ କେନ୍ଦୁଝରକୁ ଏକ କାରରେ ଗଞ୍ଜେଇ ଯାଉଥିଲା (ଓଡି-୦୨ଏଏଫ-୩୬୩୬)। ବେପାରୀ ଦୁଇଜଣ କାରଟି ଭାରସାମ୍ୟ ହରାଇ ନାକଟିଦେଉଳ ମନ୍ଦିର ଛକରେ ଥିବା ଡିଭାଇ ଡରରେ ବାଡେଇ ହେବାରୁ ଓଲଟି ପଡିଥିଲା। ଗାଡି ଡ୍ରାଇଭର ଓ ଅନ୍ୟ ଜଣେ ବେପାରୀ ଗାଡ଼ିରେ ବସିଥିଲେ। ହେଲେ କିଛି ହୋଇ ନ ଥିଲେ। ଜଣେ ସେଠାରୁ ଫେରାର ହୋଇ ଯାଇଥିବା ବେଳେ ପୋଲିସ କିଛି ସମୟ ରେ ଧରିବାରେ ସଫଳ ହୋଇ ଥିଲା। ନାକଟିଦେଉଳ ତହସିଲର ଅତିରିକ୍ତ ତହସିଲଦାର ଓମ ପ୍ରକାଶ ବେହେରା ମ୍ୟାଜିଷ୍ଟେଟ ଦାୟିତ୍ୱରେ ଥାଇ ଗଂଜେଇ ଓଜନ କରାଯାଇଥିଲା।
ଅଭିଯୁକ୍ତ ଦୁଇ ଜଣଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ଦୁଇ ଚୋରା ବାପରୀଙ୍କ ର ପରିଚୟ ମିଳି ପାରି ନାହିଁ। ନାକଟିଦେଉଳ ଥାନା ଅଧିକାରୀଙ୍କୁ ଫୋନ୍ ରେ ଯୋଗାଯୋଗ କରିଥିଲେ ମଧ୍ୟ ସେ ମହାଶୟ ଫୋନ୍ ରିସିଭ କରି ନ ଥିଲେ।


