ପଂଚାୟତ ସ୍ତରୀୟ ଲକ୍ଷପତି ଦିଦି ତାଲିମ୍ ଶିବିର

Published: Aug 14, 2024, 11:01 am IST

କୁଜଙ୍ଗ: କୁଜଙ୍ଗ ବ୍ଲକ୍ ଜିଲ୍ଲାନାସୀ ପଂଚାୟତର ବାତ୍ୟା ଆଶ୍ରୟସ୍ଥଳୀଠାରେ ଆଜି ଏକ ଦୁଇଦିନିଆ ପଂଚାୟତ ସ୍ତରୀୟ ଲକ୍ଷପତି ଦିଦି ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ସରପଂଚ ନିଳିନୀପ୍ରଭା ପରିଡ଼ା, ଜିବୀକା ମିଶନର ବିଏଲ୍‌ସି ପ୍ରଶାନ୍ତ କୁମାର ବେହେରା ଯୋଗଦେଇ ସ୍ୱୟଂସହାୟିକା ଗୋଷ୍ଠୀ ସଦସ୍ୟାଙ୍କ ବାର୍ଷିକ ପାରିବାରିକ ଆୟ ୬୦ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧିପାଇବ ସେ ବିଷୟରେ ନିଶ୍ଚିତ ଭାବରେ ଆଲୋଚନା କରିଥିଲେ।

ମହିଳାମାନଙ୍କୁ ଅର୍ଥନୈତିକ ଅଭିବୃଦ୍ଧି ବିଭାଗ ସହାୟତା ଓ ଓଡ଼ିଶା ଜିବୀକା ମିଶନ ଜରିଆରେ ଆଂଚଳିକ ସ୍ତରରେ ଭିଆରପି ଋଣ ଏବଂ ମହାସଂଘ ଜରିଆରେ ସିଆଇଏଫ୍ ଋଣ ମହିଳାମାନଙ୍କୁ ଯୋଗାଇଦେଇ ବିଭିନ୍ନ ଧନ୍ଦାମୂଳକ କାର୍ଯ୍ୟରେ ନିୟୋଜିତ କରାଯିବ। ସେହିପରି ମିଶନଶକ୍ତି ଜରିଆରେ କମ୍ ସୁଧ ହାରରେ ବ୍ୟାଙ୍କ୍ ମିତ୍ର ଋଣ ଯୋଗାଇ ଦିଆଯାଇ ଘରୋଇ ବ୍ୟାଙ୍କ୍ ମାନଙ୍କଠାରୁ ଋଣ ନ ଆଣିବାକୁ ମହିଳାମାନଙ୍କୁ ପରାମର୍ଶ ଦିଆଯାଇଥିଲା।

ଉକ୍ତ ତାଲିମ ଶିବିରରେ ସିଆରପି ଲକ୍ଷ୍ମୀପ୍ରିୟା ରାଉତ ଓ ରୀନାରାଣୀ ମଲ୍ଲିକ୍ ଉର୍ମିଳା ଦାସ ୮ ଆଂଚଳିକ ମଂଚରୁ ୫ ଜଣ ଲେଖାଏଁ ବଛାଯାଇ ମୋଟ୍ ୪୦ ଜଣ ମହିଳା ସଦସ୍ୟାଙ୍କୁ ଲକ୍ଷପତି ଦିଦି ହେବାପାଇଁ ତାଲିମ୍ ପ୍ରଦାନ କରାଯାଇଛି। ଅଭୟ କୁମାର ପରିଡ଼ା, ନାଏବ ସରପଂଚ ରଶ୍ମିତା ମହାନ୍ତି, ଏମ୍‌ବିକେ ପୁଷ୍ପଲତା ମହାପାତ୍ର, ସିଆରପି ଲକ୍ଷ୍ମିପ୍ରୀୟା ରାଉତ, ଉର୍ମିଳା ଦାସ, ରୀନାରାଣୀ ମଲ୍ଲିକ୍‌, ମିନତୀ ବେହେରା,ସୁମିତ୍ରା ବେହେରା, ସୁମିତ୍ରା ମଲ୍ଲିକ୍‌,ସରସ୍ୱତୀ ବେହେରା, ପପିନା ବେହେରା, ସମ୍ପାଦିକା ସସ୍ମିତା ବେହେରା ଓ କୃଷିମିତ୍ର, ପ୍ରାଣୀମିତ୍ର ଅଂଶଗ୍ରହଣ କରିଥିଲେ।

Related posts