କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟର ୪୭ ତମ ପ୍ରତିଷ୍ଠା ଦିବସ

Published: Aug 16, 2024, 11:48 am IST

ବ୍ରହ୍ମପୁର: ଗଞ୍ଜାମ ବ୍ରହ୍ମପୁର ସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ଓ ହସ୍ପିଟାଲ ର ୪୭ତମ ପ୍ରତିଷ୍ଠା ଦିବସ ଦୁଇ ଦିନ ଧରି ଏକ ମନୋଜ୍ଞ ଓ ଆକର୍ଷଣୀୟ ପରିବେଶରେ ଆୟୋଜିତ ହୋଇଯାଇଛି। ଏହାକୁ କଲେଜ ର ଅଧ୍ୟକ୍ଷ ପ୍ରଫେସର ଡା ବିପିନ ବିହାରୀ ଖୁଣ୍ଟିଆ ପୌରହିତ୍ୟ କରିଥିଲେ।

ଏଥିରେ ମୁଖ୍ୟ ଅତିଥି ରୂପେ ଖଲ୍ଲିକୋଟ ବିଶ୍ଵ ବିଦ୍ୟାଳୟ ର ପୂର୍ବତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ ,ସମ୍ମାନୀତ ଅତିଥି ଭାବେ ସିଟି କଲେଜ ପ୍ରାକ୍ତନ ଅଧ୍ୟକ୍ଷ ଓ ସଂସ୍କୃତି ଗବେଷକ ସାହିତ୍ୟିକ ଡ ଲମ୍ବୋଦର ପାଣିଗ୍ରାହୀ ,ମୁଖ୍ୟ ବକ୍ତା ଭାବେ ସୁପରିଚିତ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଯୋଗ ଦେଇ ସଂକ୍ଷିପ୍ତ ଓ ସାର ଗର୍ଭକ ବକ୍ତବ୍ୟ ରେ ଆୟୁର୍ବେଦ ଓ କବିରାଜ ଅନନ୍ତ ତ୍ରିପାଠୀ ଶର୍ମାଙ୍କ ଆୟୁର୍ବେଦ ପ୍ରତି ଥିବା ମହତ୍ୱପୂର୍ଣ୍ଣ ଯୋଗଦାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ନିମନ୍ତ୍ରିତ ଅତିଥି ମାନେ ନିଜ ନିଜ ବକ୍ତବ୍ୟ ରେ ଧନନ୍ତ୍ୱରୀ, ଚରକ ଓ ଶୁଶ୍ରୁତ ଙ୍କ ଜ୍ଞାନବତ୍ତାର ଭୁୟସୀ ପ୍ରଶଂସା କରିବା ସହ ଆୟୁର୍ବେଦିକ ଜଗତରେ ଓ ସାରା ଦେଶରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସମର୍ପିତ ସେବା ର ବାର୍ତ୍ତା ପ୍ରଦାନ କରି ଥିବା ପଣ୍ଡିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମାଙ୍କ ପ୍ରତି ଶ୍ରଦ୍ଧା ଆଉ କୃତଜ୍ଞତା ର ଉଚ୍ଚାରଣ ରେ ପରିବେଶ ମନ୍ତ୍ରମୁଗ୍ଧ କରିଥିଲା।
ଦକ୍ଷିଣ ଓଡ଼ିଶାର ଏହି ପ୍ରସିଦ୍ଧ ଆୟୁର୍ବେଦିକ ସ୍ୱାସ୍ଥ୍ୟ ଶିକ୍ଷା ଅନୁଷ୍ଠାନ ର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ମାନଙ୍କ ଶ୍ରଦ୍ଧା ଓ ପ୍ରଚେଷ୍ଟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଉଛି।

Related posts