ନୂଆଦିଲ୍ଲୀ: ରାଜୀବ କୁମାର କହିଛନ୍ତି ଯେ ଆମେ ପ୍ରତିଶ୍ରୁତି ଦେଇଥିଲୁ ଯେ ନିର୍ବାଚନ ଛୋଟ ହେବ ଏବଂ ଜାମ୍ମୁ କାଶ୍ମୀରରେ ତିନିଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ମତଦାନ ସେପ୍ଟେମ୍ବର ୧୮ ତାରିଖ, ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୨୫ ତାରିଖ ଏବଂ ତୃତୀୟ ପର୍ଯ୍ୟାୟ ଅକ୍ଟୋବର ୧ ତାରିଖ ରେ ଅନୁଷ୍ଠିତ ହେବ। ଏହାର ଫଳାଫଳ ଅକ୍ଟୋବର ୪ ତାରିଖରେ ଆସିବ।
ସେହିଭଳି ହରିୟାଣାରେ କେବଳ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଅନୁଷ୍ଠିତ ହେବ ଯାହା ଅକ୍ଟୋବର ୧ ତାରିଖରେ ହେବ ଏବଂ ଫଳାଫଳ ଅକ୍ଟୋବର ୪ ତାରିଖରେ ଘୋଷଣା କରାଯିବ। ଏନେଇ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ସୂଚନା ଦେଇଛନ୍ତି।