Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶିକ୍ଷକ ଦାବି ଦିବସରେ ନୂତନ ସରକାରଙ୍କୁ ଦାବୀ ଜଣାଇଲେ ଶିକ୍ଷକ ଓ କର୍ମଚାରୀ
ଆଜିର ଖବର

ଶିକ୍ଷକ ଦାବି ଦିବସରେ ନୂତନ ସରକାରଙ୍କୁ ଦାବୀ ଜଣାଇଲେ ଶିକ୍ଷକ ଓ କର୍ମଚାରୀ

August 17, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଅଗଷ୍ଟ ୧୬ ଶିକ୍ଷକ ଦାବି ଦିବସରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଅଣଅନୁଦାନ ପ୍ରାପ୍ତ, ଅନୁଦାନ ପ୍ରାପ୍ତ ଓ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀମାନଙ୍କର ଅନେକ ଅସମାହିତ ସମସ୍ୟାର ସମାଧାନ ଲାଗି ପ୍ରସ୍ତୁତ ଦାବିପତ୍ରକୁ ସମାବେଶରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ସରକାରଙ୍କ ତରଫରୁ ସଭାସ୍ଥଳକୁ ଆସି ଉକ୍ତ ଦାବିପତ୍ର ଗ୍ରହଣ କରି ଦାବିପ୍ରତି ସମର୍ଥନ ଜଣାଇଥିଲେ ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ଇସ୍ତାହାରରେ କହିଛନ୍ତି।

ପ୍ରକାଶଥାଉକି, ଅଗଷ୍ଟ ୧୬ ତାରିଖ ଆମ ରାଜ୍ୟର ଶିକ୍ଷକମାନଙ୍କ ପାଇଁ ଏକ ପବିତ୍ର ଦିବସ। ୧୯୬୯ ମସିହାଠାରୁ ଏହି ଦିବସରେ ଶିକ୍ଷକ କର୍ମଚାରୀମାନେ ସେମାନଙ୍କର ଓ ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ସମସ୍ୟାକୁ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରିଥାନ୍ତି। ରାଜ୍ୟର ଶିକ୍ଷକ କର୍ମଚାରୀମାନେ ଏହି ଦିବସକୁ “ଦାବି ଦିବସ” ଭାବରେ ପାଳନ କରିଥାନ୍ତି।

ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ସେସବୁକୁ ଅନୁଧ୍ୟାନ କରି ସମସ୍ୟା ସମାଧାନ କରିବା ଦିଗରେ ପଦକ୍ଷେପ ନେଇଥାନ୍ତି। ଶିକ୍ଷକ କର୍ମଚାରୀମାନଙ୍କର ପ୍ରମୁଖ ଦାବୀ ମଧ୍ୟରେ ଅନୁଦାନ ଯୋଗ୍ୟ ସ୍କୁଲ କଲେଜକୁ ଅନୁଦାନ ପ୍ରଦାନ କରିବା, ରାଜ୍ୟର ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ କଲେଜକୁ ଚାକିରି ସର୍ତ୍ତାବଳୀ ସହିତ ସରକାରୀ ଅନୁଷ୍ଠାନରେ ପରିଣତ କରି ପେନ୍‌ସନ୍ ପ୍ରଦାନ କରିବା ଏବଂ ପୂର୍ଣ୍ଣ ଅନୁଦାନରୁ ବଞ୍ଚିତ ହୋଇଥିବା ବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ ପ୍ରଦାନ କରିବା, ନୂତନ ପେନସନ୍ ବ୍ୟବସ୍ଥାକୁ ବାତିଲ କରି ପୂର୍ବ ପ୍ରଚଳିତ ପୁରୁଣା ପେନସନ୍ ଲାଗୁ କରିବା, ଅବସର ବୟସସୀମା ୬୨ ବର୍ଷକୁ ବୃଦ୍ଧି କରିବା ଏବଂ ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଇଥିବା ମଧ୍ୟାହ୍ନ ଭୋଜନର ମାନ ବୃଦ୍ଧି କରିବା ସହିତ ସମସ୍ତ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟାହ୍ନଭୋଜନ, ସାଇକେଲ୍‌, ପୋଷାକ ଆଦି ଯୋଗାଇ ଦେବା ଆଦି ଦାବିକୁ ନେଇ ହଜାର ହଜାର ଶିକ୍ଷକ ଓ ଶିକ୍ଷାକର୍ମଚାରୀ ମାଷ୍ଟରକ୍ୟାଣ୍ଟିନ ଠାରୁ ଦିବା ଘ.୧୨.୩୦ମି. ସମୟରେ ପଟୁଆରରେ ବାହାରି ଲୋୟର ପି.ଏମ.ଜି.ରେ ଏକ ସାଧାରଣ ସଭା କରିଥିଲେ।

ଗଣଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡଙ୍କ ସହିତ ସମନ୍ୱୟ ସମିତିର ଏକ ପ୍ରତିନିଧି ମଣ୍ଡଳୀ ଆଲୋଚନା କରିବା ସହିତ ଦାବିପତ୍ର ପ୍ରଦାନ କରିଥିଲେ। ତତ୍‌ସହିତ ବିଜେପୁରର ବିଧାୟକ ଶ୍ରୀଯୁକ୍ତ ସନତ୍ କୁମାର ଗଡ଼ତିଆ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଶିକ୍ଷକମାନଙ୍କୁ ଉଦ୍‌ବୋଧନ ଦେଇଥିଲେ ଏବଂ ଦାବିପତ୍ର ମଧ୍ୟ ଗ୍ରହଣ କରିଥିଲେ। ଏହି ଦାବି ଯୁକ୍ତିଯୁକ୍ତ ଦର୍ଶାଇବା ସହ ଶିକ୍ଷକ କର୍ମଚାରୀଙ୍କ ଦାବୀ ପ୍ରତି ସହମତି ପ୍ରକାଶ କରି ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସ୍ୱାସ୍ଥ୍ୟ ଓ ସଂସଦୀୟ ବ୍ୟାପାର ମାନ୍ୟବର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ସହିତ ସାକ୍ଷାତ ଆଲୋଚନା କରାଯାଇ ଦାବିପତ୍ର ପ୍ରଦାନ କରାଯାଇଥିଲା।

ଏହି ସାଧାରଣ ସଭାରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା), ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ(ଓଲ୍‌ଷ୍ଟା), ସଂସ୍କୃତ ଟୋଲ୍ ଶିକ୍ଷକ ସଂଘ, ମଦ୍ରାଶା ଶିକ୍ଷକ ସଂଘ, ଅବସରପ୍ରାପ୍ତ ଶିକ୍ଷକକର୍ମଚାରୀ ସଂଘ, ୬୬୨ ବର୍ଗ କଲେଜ କର୍ମଚାରୀ ସଂଘ, ଅଣଅନୁଦାନ ପ୍ରାପ୍ତ ଶିକ୍ଷକ ସଂଘ, ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷକ ସଂଘ ପ୍ରଭୃତି ସଂଗଠନର ମିଳିତ ନେତୃତ୍ୱ ଉପରୋକ୍ତ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦୃଢ଼ ଦାବି ଉପସ୍ଥାପନ କରିଥିଲେ। କେନ୍ଦ୍ର ସରକାର ୨୦୦୪ ମସିହାରୁ ଓ ରାଜ୍ୟ ସରକାର ୨୦୦୫ ମସିହାରୁ ପ୍ରଚଳିତ ପୁରୁଣା ପେନ୍‌ସନ୍ ବ୍ୟବସ୍ଥାକୁ ବାତିଲ କରି ନୂତନ ପେନସନ୍ ନିୟମ ଲାଗୁ କରିବା ପରେ ଏଥିରେ ଅନ୍ତର୍ଭୁକ୍ତ ଶିକ୍ଷକ ଓ କର୍ମଚାରୀମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି।

ଅବସର ପରେ ଅତ୍ୟନ୍ତ ଦୟନୀୟ ଜୀବନ ଯାପନ କରିବାକୁ ପଡ଼ୁଛି। ରାଜ୍ୟରେ ଗଢ଼ି ଉଠିଥିବା ପୂର୍ଣ୍ଣଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କୁ ସରକାର ଦରମା ଓ ଅନ୍ୟାନ୍ୟ ଭତ୍ତା ଦେଉଥିଲେ ମଧ୍ୟ ଏହାକୁ ସରକାରୀ ବିଦ୍ୟାଳୟରେ ପରିଣତ ନକରିବା ଫଳରେ ଖାଲି ପଡ଼ୁଥିବା ସ୍ଥାନରେ ନିଯୁକ୍ତି ହୋଇପାରୁ ନାହିଁ। ଉକ୍ତ ଅନୁଷ୍ଠାନ ଗୁଡ଼ିକ ଶିକ୍ଷକ ଅଭାବରୁ ବନ୍ଦ ହୋଇ ଚାଲିଛି। ଚାକିରି କାଳକୁ ୬୨ ବର୍ଷକୁ ବୃଦ୍ଧି କରିବା ଦାବି ଏକ ନ୍ୟାର୍ଯ୍ୟ ଦାବି। ଆମ ରାଜ୍ୟରେ ଅନୁଦାନ ପ୍ରାପ୍ତ ବିଦ୍ୟାଳୟମାନଙ୍କୁ ଯୋଗ୍ୟ ବିବେଚିତ ହେବାର ୨୦ ରୁ ୨୫ ବର୍ଷ ପରେ ସ୍ୱଳ୍ପ ଦରମା ପ୍ରଦାନ କରି ଦୁଇବର୍ଷ ଚାକିରି ଅବଧି ନ ବଢ଼ାଇବା ରାଜ୍ୟ ସରକାରଙ୍କର ବୈମାତୃକ ମନୋଭାବର ଏକ ନିଚ୍ଛକ ଉଦାହରଣ ବୋଲି ଆଜି ସାଧାରଣ ସଭାରେ ଶିକ୍ଷକ ନେତାମାନେ ବକ୍ତବ୍ୟ ରଖିଥିଲେ। ରାଜ୍ୟରେ ମାତ୍ର ସ୍ୱଳ୍ପ ସଂଖ୍ୟକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଅନୁଦାନ ପାଇଁ ବାରମ୍ବାର ରାଜରାସ୍ତାକୁ ଆସୁଥିଲେହେଁ ସେମାନଙ୍କୁ ଅନୁଦାନ ପରିସରଭୁକ୍ତ ନକରିବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ସରକାରଙ୍କୁ ଜଣାଇଛନ୍ତି।

ରାଜ୍ୟ ସରକାର ତୁରନ୍ତ ସମନ୍ୱୟ ସମିତିର ନେତୃତ୍ୱ ମାନଙ୍କ ସହିତ ଆଲୋଚନା କରି ସମସ୍ୟା ସମାଧାନର ରାସ୍ତା ବାହାର କରିବା ପାଇଁ ଅଗଷ୍ଟ ୧୬ ଦାବିଦିବସରେ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ ସମନ୍ୱୟ ସମିତିର ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଗରୁଡ଼ ଚନ୍ଦ୍ର ସାହୁ, ରଞ୍ଜନ କୁମାର ପଣ୍ଡା, ଏମ୍‌.ଏ.କାସିମ୍ ବେଗ୍‌, ପ୍ରଶାନ୍ତ କୁମାର ପତି, କଳିଙ୍ଗ କେଶରୀ ପ୍ରଧାନ, ସୁରେଶ ଚନ୍ଦ୍ର ଦାସ, ରାଜା ଓସିମ୍‌, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା ଏବଂ ମଧୁସୂଦନ ଦେ ପ୍ରମୁଖ ଦୃଢ଼ ଦାବି କରିଛନ୍ତି।

ଦାବିପତ୍ର ସୁରେଶ ପୁଜାରୀ
Share. Facebook Twitter LinkedIn Email WhatsApp Copy Link

Related Posts

Odisha Cabinet Meeting: ରାଜ୍ୟ କ୍ୟାବିନେଟର ବୈଠକ, ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଂଜୁରୀ

January 31, 2026

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମର୍ଥନରେ ଛାଡିଥିଲେ ପଦବୀ: ଏବେ ପ୍ରତ୍ୟାହାର କଲେ ଇସ୍ତଫା

January 31, 2026

ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ “ବୁଦ୍ଧ ସଂଘରେ ୪୦ ବର୍ଷ” ପୁସ୍ତକ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

January 31, 2026

ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେଲେ ଓଡିଶାର ଆଉ ତିନି ବରିଷ୍ଠ ଆଇଏଏସ ଅଧିକାରୀ

January 31, 2026
Latest News

ଇଶାନଙ୍କ ଶତକ ଏବଂ ଅର୍ଶଦୀପଙ୍କ ପଞ୍ଝା: ପଞ୍ଚମ ଟି-୨୦କୁ ୪୬ ରନରେ ଜିତିଲା ଭାରତ

January 31, 2026

Odisha Cabinet Meeting: ରାଜ୍ୟ କ୍ୟାବିନେଟର ବୈଠକ, ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଂଜୁରୀ

January 31, 2026

Union Budget 2026: ଆସନ୍ତାକାଲି ସଂସଦରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ

January 31, 2026

ଆରବ ବୈଦେଶିକ ମନ୍ତ୍ରୀଙ୍କ ପ୍ରତିନିଧି ଦଳକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 31, 2026

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.