କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମୁକଦ୍ଦମା ଚାଲିବ: ରାଜ୍ୟପାଳ ଦେଲେ ଅନୁମତି

Published: Aug 17, 2024, 5:43 pm IST

ନୂଆଦିଲ୍ଲୀ: କର୍ଣ୍ଣାଟକରେ ମୈସୁରୁ ନଗର ଉନ୍ନୟନ ପ୍ରାଧିକରଣ (MUDA) ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ବିରୋଧରେ ଏକ ମାମଲା ଦାୟର କରାଯିବ। ଯେଉଁଥି ପାଇଁ ରାଜ୍ୟପାଳ ଥାୱରଚାନ୍ଦ ଗେହଲୋଟ୍ ମୁକଦ୍ଦମା ଚଲାଇବାକୁ ଅନୁମତି ଦେଇଛନ୍ତି। ସେ ଜମି ମାମଲାରେ ଫସିଛନ୍ତି। ଏହି ସମୟରେ, ସିଏମ୍ ସିଦ୍ଧରମେୟା ଆଜି ରାଜ୍ୟପାଳ ଥାୱରଚାନ୍ଦ ଗେହଲୋଟଙ୍କ ଉପରେ ଆକ୍ରମଣ କରିଛନ୍ତି ଏବଂ ତାଙ୍କୁ କେନ୍ଦ୍ର ସରକାରଙ୍କ “କୁଶପୁତ୍ତଳିକା” ଭାବରେ କାମ କରୁଥିବା ଅଭିଯୋଗ କରିଛନ୍ତି।

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଗଣମାଧ୍ୟମକୁ କହିଛନ୍ତି ଯେ, ରାଜ୍ୟପାଳ ଥାୱାର ଚାନ୍ଦ ଗେହଲୋଟଙ୍କ ନିଷ୍ପତ୍ତି ସାମ୍ବିଧାନିକ ବିରୋଧୀ ଏବଂ ଆଇନ ବିରୁଦ୍ଧ। କୋର୍ଟରେ ଚ୍ୟାଲେଞ୍ଜ କରାଯିବ। ସେ ଆହୁରି କହିଛନ୍ତି ଯେ, ମୁଁ କୌଣସି ଭୁଲ କରିନାହିଁ ଯାହା ଯୋଗୁଁ ମୋତେ ଇସ୍ତଫା ଦେବାକୁ ପଡ଼ିବ। ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାର ହଟାଇବାକୁ ବିଜେପି, ଜେଡିଏସ୍ ଏବଂ ଅନ୍ୟମାନେ ଷଡଯନ୍ତ୍ର କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୈସୁରୁ ନଗର ଉନ୍ନୟନ ପ୍ରାଧିକରଣ (MUDA) ଜମି ଆବଣ୍ଟନ ‘ଘୋଟାଲା’ରେ କର୍ଣ୍ଣାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲୋଟ୍ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି। ଟିଜେ ଅବ୍ରହାମ, ପ୍ରଦୀପ ଏବଂ ସ୍ନେହମୟୀ କୃଷ୍ଣଙ୍କ ଦ୍ଵାରା ଦାଖଲ ହୋଇଥିବା ତିନୋଟି ଆବେଦନ ଉପରେ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି।

MUDA କେସ୍ କ’ଣ?:

ମୈସୁରୁ ସହରୀ ବିକାଶ ପ୍ରାଧିକରଣ ୧୯୯୨ ମସିହାରେ କୃଷକମାନଙ୍କଠାରୁ କିଛି ଜମି ନେଇ ଏହାକୁ ଏକ ଆବାସିକ ଅଞ୍ଚଳରେ ପରିଣତ କରିଥିଲା। ଏହାର କିସମ ବଦଳାଯାଇଥିଲା ଏବଂ କୃଷି ଜମିରୁ ଅଲଗା କରାଯାଇଥିଲା। କିନ୍ତୁ ୧୯୯୮ ରେ, MUDA ଅଧିଗ୍ରହଣ ହୋଇଥିବା ଜମିର ଏକ ଅଂଶକୁ କୃଷକମାନଙ୍କୁ ଫେରାଇ ଦେଇଥିଲା। ଏହାର ଅର୍ଥ ପୁଣି ଥରେ ଏହି ଜମି କୃଷି ଜମିରେ ପରିଣତ ହୋଇଥିଲା।

Related posts