Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»“ମୁଁ ଭାବୁଛି ମୁଁ ଦେଶର ଅନ୍ୟତମ ଶ୍ରେଷ୍ଠ ସ୍ପିନର”: ବିସିସିଆଇ କୁ ଚ୍ୟାଲେଞ୍ଜ କଲେ ସାଇ କିଶୋର
ଆଜିର ଖବର

“ମୁଁ ଭାବୁଛି ମୁଁ ଦେଶର ଅନ୍ୟତମ ଶ୍ରେଷ୍ଠ ସ୍ପିନର”: ବିସିସିଆଇ କୁ ଚ୍ୟାଲେଞ୍ଜ କଲେ ସାଇ କିଶୋର

August 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଚେନ୍ନାଇ: ତାମିଲନାଡୁର ଷ୍ଟାର ସ୍ପିନର ସାଇ କିଶୋର ଅନୁଭବ କରୁଛନ୍ତି ଯେ, ସେ ହେଉଛନ୍ତି ଭାରତର ସର୍ବୋତ୍ତମ ସ୍ପିନର। ଏହା ବ୍ୟତୀତ ସେ ବିସିସିଆଇରୁ ଦାବି କରିଛନ୍ତି ଯେ, ସେମାନେ ତାଙ୍କୁ ଟେଷ୍ଟ କ୍ରିକେଟ୍ ଖେଳିବାର ସୁଯୋଗ ଦିଅନ୍ତୁ। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ପୂର୍ବରୁ କିଶୋର ଏହା କହିଛନ୍ତି। ଏହା ବ୍ୟତୀତ ସ୍ପିନର କହିଛନ୍ତି ଯେ, ରବିନ୍ଦ୍ର ଜାଡେଜାଙ୍କ ସହ ଟେଷ୍ଟ କ୍ରିକେଟ୍ ଖେଳିବାର ଅଭିଜ୍ଞତା ଭିନ୍ନ ହେବ।

ପ୍ରକାଶ ଯେ, ସାଇ କିଶୋର ସେପ୍ଟେମ୍ବର ୫ ତାରିଖରୁ ଆରମ୍ଭ ହେଉଥିବା ୨୦୨୪ ଦୁଲିପ୍ ଟ୍ରଫି ରେ ଖେଳିବେ। ସେ ଦୁଲିପ ଟ୍ରଫିର ଟିମ୍-ବି ର ଏକ ଅଂଶ, ଯାହାର ଅଭିମନ୍ୟୁ ଈଶ୍ଵରନ୍ ନେତୃତ୍ଵ ନେବେ।

‘ଇଣ୍ଡିଆନ୍ ଏକ୍ସପ୍ରେସ୍’ ସହିତ ବାର୍ତ୍ତାଳପ ବେଳେ ସାଇ କିଶୋର ଦାବି କରିଛନ୍ତି ଯେ, ସେ ଦେଶର ଅନ୍ୟତମ ଶ୍ରେଷ୍ଠ ସ୍ପିନର ଅଟନ୍ତି।

ତାମିଲନାଡୁର ସ୍ପିନର କହିଛନ୍ତି ଯେ, “ମୁଁ ଭାବୁଛି ମୁଁ ଦେଶର ଅନ୍ୟତମ ଶ୍ରେଷ୍ଠ ସ୍ପିନର। ମୋତେ ଗୋଟିଏ ଟେଷ୍ଟ ମ୍ୟାଚରେ ସୁଯୋଗ ଦିଅନ୍ତୁ, ମୁଁ ପ୍ରସ୍ତୁତ ଅଛି। ମୁଁ ଅଧିକ ଚିନ୍ତିତ ନୁହେଁ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଜାଡେଜା ମଧ୍ୟ ଅଛନ୍ତି, ମୁଁ ତାଙ୍କ ସହ ରେଡ୍ ବଲ୍ ଫର୍ମାଟରେ ଖେଳି ନାହିଁ। ତେଣୁ ସେ କଣ କରୁଛନ୍ତି ତାହା ଦେଖିବା ଏକ ଭଲ ଶିକ୍ଷା ଲାଭ କରିବାର ଅଭିଜ୍ଞତା ହେବ।”

ଗୁଜୁରାଟ ଟାଇଟାନ୍ସ ୨୦୨୨ ମେଗା ନିଲାମରେ ସାଇ କିଶୋରଙ୍କୁ ୩ କୋଟି ଟଙ୍କାରେ କିଣିଛି। ଏହାପୂର୍ବରୁ ସେ ଚେନ୍ନାଇ ସୁପର କିଙ୍ଗ୍ସର ଏକ ଅଂଶ ଥିଲେ। ସାଇ ଏପର୍ଯ୍ୟନ୍ତ ୧୦ ଟି ଆଇପିଏଲ୍ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୧୩ ଟି ୱିକେଟ୍ ନେଇଛନ୍ତି।

ସୂଚନାଯୋଗ୍ୟ ଯେ, ସାଇ କିଶୋର ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ପାଇଁ ୩ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଏହି ମ୍ୟାଚଗୁଡିକର ୩ ଇନିଂସରେ ବୋଲିଂ କରୁଥିବାବେଳେ ସେ ୧୫.୭୫ ହାରରେ ୪ ୱିକେଟ୍ ନେଇଛନ୍ତି। ଏହି ସମୟରେ ତାଙ୍କର ଇକୋନୋମି ୫.୨୫ ରହିଛି। ବର୍ତ୍ତମାନ ସେ ଟେଷ୍ଟ ଦଳରେ ସ୍ଥାନ ପାଉଛନ୍ତି କି ନାହିଁ ତାହା ଦେଖିବା ମଜାଦାର ହେବ।

indian cricket team ravindra jadeja Tamil Nadu test
Share. Facebook Twitter LinkedIn Email WhatsApp Copy Link

Related Posts

ପଣ୍ୟ ପରିବହନ କ୍ଷେତ୍ରରେ ପୁଣି ଦେଶର ଏକ ନମ୍ବର ହେଲା ପୂର୍ବ ତଟ ରେଳପଥ

April 1, 2026

କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗସ୍‌-୨୦୨୬: ମହତ୍ୱପୂ୍‌ର୍ଣ୍ଣ ସ୍ଥାନରେ ସୋଆ

April 1, 2026

ଗ୍ରୀଷ୍ମ ଋତୁରେ ଯାତ୍ରୀ ଚାହିଦା ପୂରଣ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକର ସେବାରେ ସମ୍ପ୍ରସାରଣ

April 1, 2026

ଚଣ୍ଡିଗଡ଼: ବିଜେପି କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ

April 1, 2026
Latest News

ପଣ୍ୟ ପରିବହନ କ୍ଷେତ୍ରରେ ପୁଣି ଦେଶର ଏକ ନମ୍ବର ହେଲା ପୂର୍ବ ତଟ ରେଳପଥ

April 1, 2026

କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗସ୍‌-୨୦୨୬: ମହତ୍ୱପୂ୍‌ର୍ଣ୍ଣ ସ୍ଥାନରେ ସୋଆ

April 1, 2026

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ’ ର ସିଦ୍ଧେଶ୍ୱରୀ ମଣ୍ଡଳ ପ୍ରଶିକ୍ଷଣ ବର୍ଗ ଉଦଘାଟିତ

April 1, 2026

ଗ୍ରୀଷ୍ମ ଋତୁରେ ଯାତ୍ରୀ ଚାହିଦା ପୂରଣ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକର ସେବାରେ ସମ୍ପ୍ରସାରଣ

April 1, 2026

ଚଣ୍ଡିଗଡ଼: ବିଜେପି କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.