Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜିଓଟିଭି ପ୍ଲସ ଟୁ ଇନ ୱାନ ଅଫର: ଗୋଟିଏ ଏୟାର ଫାଇବର ସଂଯୋଗ ସହିତ ଦୁଇଟି ଟିଭି ଚଲାଇବା ସୁବିଧା
ଜାତୀୟ ଖବର

ଜିଓଟିଭି ପ୍ଲସ ଟୁ ଇନ ୱାନ ଅଫର: ଗୋଟିଏ ଏୟାର ଫାଇବର ସଂଯୋଗ ସହିତ ଦୁଇଟି ଟିଭି ଚଲାଇବା ସୁବିଧା

August 22, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରିଲାଏନ୍ସ ଜିଓ ଏହାର ଗ୍ରାହକଙ୍କ ପାଇଁ ଜିଓ ଟିଭି ପ୍ଲସ ଟୁ ଇନ ୱାନ ଅଫର ନେଇଆସିଛି। ଏହି ଅଫର ଅନୁଯାୟୀ, ଗ୍ରାହକମାନେ ଏବେ ଗୋଟିଏ ଜିଓ ଏୟାର ଫାଇବର ସଂଯୋଗରେ ଦୁଇଟି ଟିଭି ଏକାସାଙ୍ଗରେ ଚଲାଇ ପାରିବେ। ଏହି ପ୍ଲାନରେ ଗ୍ରାହକମାନେ ୮୦୦ ରୁ ଅଧିକ ଡିଜିଟାଲ ଟିଭି ଚ୍ୟାନେଲ ଏବଂ ୧୩ ଓଟିଟି ଆପ ଉପଭୋଗ କରିପାରିବେ। ଏହି ସେବା ଜିଓ ଟିଭି ପ୍ଲସ୍ ଆପ୍ ମାଧ୍ୟମରେ ଉପଲବ୍ଧ ହେଉଛି।

ଜିଓ ଟିଭି ପ୍ଲସ୍ ଆପ୍ ୧୦ ଟି ଭାଷା ଏବଂ ୨୦ ଟି ବର୍ଗରେ ୮୦୦ ଡିଜିଟାଲ୍ ଟିଭି ଚ୍ୟାନେଲ ଉପଭୋଗ କରିବାର ସୁବିଧା ପ୍ରଦାନ କରିଥାଏ। ଏଠି ସହିତ ଉପଭୋକ୍ତାମାନେ ଅତିରିକ୍ତ ଭାବରେ ଗୋଟିଏ ଲଗଇନ୍ ରୁ ୧୩ ରୁ ଅଧିକ ଲୋକପ୍ରିୟ ଓଟିଟି ଆପ୍ ଉପଭୋଗ କରିପାରିବେ।

ଜିଓ ଟିଭି ପ୍ଲସ୍ ଆପର ପ୍ରମୁଖ ବିଶେଷତା ଗୁଡିକ ମଧ୍ୟରେ ରହିଛି ଏକକ ସାଇନ୍-ଅପ୍ ବିକଳ୍ପ, ସ୍ମାର୍ଟ ଟିଭି ରିମୋଟ ସୁସଙ୍ଗତତା ଏବଂ ବ୍ୟକ୍ତିଗତ ପସନ୍ଦ ଅନୁଯାୟୀ ବିଷୟବସ୍ତୁ। ଗ୍ରାହକମାନେ ସ୍ମାର୍ଟ ଫିଲ୍ଟର ବ୍ୟବହାର କରି ଚ୍ୟାନେଲଗୁଡ଼ିକୁ ସହଜରେ ଖୋଜି ପାରିବେ, ପ୍ଲେ ବ୍ୟାକ ସ୍ପିଡ୍ ନିୟନ୍ତ୍ରଣ କରିପାରିବେ ଏବଂ ପୂର୍ବରୁ ପ୍ରସାରିତ ଶୋ ଗୁଡିକ ମଧ୍ୟ ଦେଖିପାରିବେ। ଏହି ସେବା ସମସ୍ତ ଜିଓ ଏୟାର ଫାଇବର ପ୍ଲାନ ସହିତ ଉପଲବ୍ଧ ହେଉଛି। ସେହିଭଳି ଜିଓ ଫାଇବର ପୋଷ୍ଟପେଡ ସଂଯୋଗରେ ଏହା ୫୯୯, ୮୯୯ ଟଙ୍କା ଏବଂ ତଦୁର୍ଦ୍ଧ୍ୱ ମୂଲ୍ୟର ପ୍ଲାନରେ ଉପଲବ୍ଧ ହେଉଛି। ଜିଓ ଫାଇବର ପ୍ରିପେଡରେ ଏହା ୯୯୯ ଟଙ୍କା ଏବଂ ତଦୁର୍ଦ୍ଧ୍ୱ ମୂଲ୍ୟର ପ୍ଲାନ ଗୁଡିକରେ ଉପଲବ୍ଧ ହେଉଛି।

ଜିଓ ଟିଭି ଆପରେ ପ୍ରମୁଖ ଚ୍ୟାନେଲ ଏବଂ ଡିସ୍ନି ପ୍ଲସ୍, ହଟଷ୍ଟାର୍, ସୋନି ଲିଭ୍, ଏବଂ ଜି-ଫାଇଭ ଭଳି ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ ମଧ୍ୟ ଉପଲବ୍ଧ ରହିଛି।

ଏହି ସେବା ଆରମ୍ଭ କରିବାକୁ, ଆପଣଙ୍କର ସ୍ମାର୍ଟ ଟିଭିର ଆପ୍ ଷ୍ଟୋର୍‌ରୁ ଜିଓ ଟିଭି ପ୍ଲସ୍ ଆପ୍ ଡାଉନଲୋଡ୍ କରନ୍ତୁ ଏବଂ ଆପଣଙ୍କର ପଞ୍ଜୀକୃତ ଜିଓ ଫାଇବର କିମ୍ବା ଜିଓ ଏୟାର ଫାଇବର ମୋବାଇଲ୍ ନମ୍ବର ସହିତ ଲଗଇନ୍ କରି ତୁରନ୍ତ ବ୍ୟାପକ ବିଷୟବସ୍ତୁରେ ସମୃଦ୍ଧ ଲାଇବ୍ରେରୀ ଉପଭୋଗ କରିବା ଆରମ୍ଭ କରନ୍ତୁ। ଏହି ଅଫର ସହିତ, ଜିଓ ଟିଭି ଦ୍ରୁତ ଗତିରେ ଭାରତର ସର୍ବବୃହତ ବିଷୟବସ୍ତୁ ବା କଣ୍ଟେଣ୍ଟ ଏଗ୍ରିଗେଟର୍ ପ୍ଲାଟଫର୍ମରେ ପରିଣତ ହେଉଛି, ଯାହା ବିଭିନ୍ନ ପ୍ଲାଟଫର୍ମରେ କୌଣସି ଅତିରିକ୍ତ ଚାର୍ଜ କିମ୍ବା ସଂଯୋଗ ବିନା ମନୋରଞ୍ଜନ ପାଇଁ ନିରବଛିନ୍ନ ପ୍ରବେଶ ପ୍ରଦାନ କରୁଛି।

JioAirFiber ଏୟାର ଫାଇବର ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ନୋବେଲ ପୁରସ୍କାର ବିଜେତା

February 25, 2026

ଷଷ୍ଠ ଥର ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

February 25, 2026
Latest News

ନିର୍ଭରଶୀଳତାରୁ ଆତ୍ମନିର୍ଭରତା: ଭାରତକୁ କୋଭିଡ୍ ମହାମାରୀ ଦେଇଛି ଦୃଢ଼ ଶିକ୍ଷା- ଆଇସିଏମଆର ଏଡିଜି

February 25, 2026

‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ: ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ

February 25, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ନୋବେଲ ପୁରସ୍କାର ବିଜେତା

February 25, 2026

ଷଷ୍ଠ ଥର ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

February 25, 2026

ବିଧାନସଭା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ: ମାର୍ଚ୍ଚ ୮ ଯାଏଁ ଗୃହ ମୁଲତବି

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.