ତେଲ ଟ୍ୟାଙ୍କର ଧକ୍କାରେ ଯାତ୍ରୀବାହୀ ବସ୍ ଓଲଟି ୫ ମୃତ

Published: Aug 22, 2024, 1:25 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ ସମର ଝୋଳ ଛକ ଶଙ୍କର ଚକ୍ଷୁ ଚିକିତ୍ସାଳୟ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନେକ ଗୁରୁତର ଆହାତ ହୋଇ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଘଟଣାରୁ ଜଣାପଡିଛି ଯେ, ଆଜି ଭୋର ସକାଳ ରେ ଏକ ତେଲ ବୋଝେଇ ଟ୍ୟାଙ୍କର ଯାତ୍ରୀବାହୀ ବସ୍ “ଖମ୍ବେଶ୍ୱରୀ” ବସ୍ କୁ ମୁହାଁମୁହିଁ ଧକ୍କା ଦେବାରୁ ବସ୍ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଯାହା ଫଳରେ ବସ୍ ରେ ବସିଥିବା କିଛି ଯାତ୍ରୀ ବାହାରକୁ ଛିଟିକି ପଡ଼ିବାରୁ ଘଟଣାସ୍ଥଳରେ ଚାପି ହୋଇ ୫ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନେକ ଗୁରୁତର ଆହତ ହୋଇ ବଡ଼ ଡ଼ାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ, ପ୍ରଶାସନ ଓ ଓଡ଼୍ରାଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।

ଅନ୍ୟ ପକ୍ଷରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତ ବ୍ୟକ୍ତିମାନଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ସହ ଆହତ ମାନଙ୍କୁ ମାଗଣା ଚିିିକିତ୍ସା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି।

Related posts