Categories
ଆଞ୍ଚଳିକ

ବାଣପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଗାଡି ଚାଳକ ଗୁରୁତର

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ୧୬ ନଂ ଜାତୀୟ ରାଜପଥ ବେଲପଡା ଛକରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଟ୍ରକ୍କୁ ପଛରୁ ଆସୁଥିବା ଏକ ଟ୍ରକ୍ ପିଟିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହେଲପରଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି। ବେଲପଡା ଛକରେ ଏକ ମାଲ ବୋଝେଇ ଟ୍ରକ ଛିଡ଼ା ହୋଇଥିଲା।

ଆଜି ଭୋରରୁ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଦ୍ରୁତ ଗତିରେ ଅନ୍ୟ ଏକ ଟ୍ରକ ଯାଉଥିଲା। ବେଲପଡା ଛକରେ ଟ୍ରକ୍ଟି ଭାରସାମ୍ୟ ହରାଇ ଛିଡ଼ା ହୋଇଥିବା ଟ୍ରକକୁ ପଛରୁ ପିଟିଥିଲା।

ଫଳରେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇ ଯାଇଥିବା ବେଳେ ଘଟଣାସ୍ଥଳରେ ହେଲପରଙ୍କ ମୃତ୍ୟୁ ଘଟିଥିଲା। ଡ୍ରାଇଭରଜଣକ ଫସି ରହିଥିବା ବେଳେ ଖବର ପାଇ ବାଲୁଗାଁ ଅଗ୍ନିଶମ ବାହିନୀ ଓ ବାଣପୁର ଥାନା ପୁଲିସ୍ ପହଞ୍ଚିଥିଲେ। ବହୁ ପରିଶ୍ରମ ପରେ କଟର ସାହାଯ୍ୟରେ ଟ୍ରକକୁ କାଟି ଗୁରୁତର ଡ୍ରାଇଭରଙ୍କୁ ବାହାର କରାଯାଇଛି।

ତାଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନା ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ହେଲପରଙ୍କ ମୃତଦେହକୁ ଟ୍ରକ୍ରୁ ବାହାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ବସ ଦୁର୍ଘଟଣାରେ ମୃତ ଯାତ୍ରୀଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଅନୁକମ୍ପା ରାଶି

ଭୁବନେଶ୍ବର: ଯାଜପୁର ଜିଲ୍ଲା ବାରବାଟୀ ଛକ ଅଞ୍ଚଳ ରେ ଏକ ଯାତ୍ରୀ ବାହୀ ବସ ଫ୍ଲାଏ ଓଭର ତଳକୁ ଖସିବା ଘଟଣାରେ 5 ଜଣ ବ୍ୟକ୍ତି ପ୍ରାଣ ହରାଇବା ଖବର ପାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

ଏହା ସହିତ ଆହତ ବ୍ୟକ୍ତି ମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ନିକଟରେ ଦୁର୍ଘଟଣାର ଶିକାର ହେଲେ କୋଣାର୍କ ଗଣନାଟ୍ୟର ଉପସ୍ଥାପକ: ବାଣପୁର ହସ୍ପିଟାଲରେ ଭର୍ତ୍ତି

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଜାତୀୟ ରାଜପଥରେ ଯାତ୍ରା କଳାକାରଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଣାର୍କ ଗଣନାଟ୍ୟର ଉପସ୍ଥାପକ ଦ୍ଵିତିକୃଷ୍ଣ ଜେନାଙ୍କ ବାଲୁଗାଁ-ବାଣପୁର ନିକଟରେ ସଡକ ଦୁର୍ଘଟଣା ଘଟିଛି। ଉକ୍ତ ଦୁର୍ଘଟଣାରେ ଅଟୋ ଚାଳକ ମଧ୍ୟ ଗୁରୁତର ହୋଇଥିବା ଜଣାପଡିଛି।

ପୋଲିସ ସୂଚନା ମୁତାବକ ଦ୍ଵିତିକୃଷ୍ଣ କାର ଯୋଗେ ଭୁବନେଶ୍ୱରରୁ ଖଲ୍ଲିକୋଟ ଅଭିମୁଖେ  ଯାଉଥିବାବେଳେ ବାଲୁଗାଁ ବାଇପାସ ନିକଟରେ ଏକ ମାଲବାହି ଅଟୋକୁ ପଛପଟୁ ଧକ୍କା ଦେଇଥିଲେ। ଫଳରେ ଉଭୟ ଅଟୋ ଚାଳକ ଏବଂ କାର ଚାଳକ ଗୁରୁତର ଆହତ ହୋଇଥିଲେ। ଏବଂ କାରର ସମ୍ମୁଖ ପାର୍ଶ୍ୱ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।

ଆହତ ଅଟୋ ଚାଳକ ବାଣପୁର ଅଞ୍ଚଳର ରସିଦ ଖାନ ଏବଂ ଆହତ କୋଣାର୍କ ଗଣନାଟ୍ୟର ଉପସ୍ଥାପକ ଦ୍ଵିତିକୃଷ୍ଣଙ୍କ ଘର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳର ବୋଲି ଜଣାପଡିଛି।

ରସିଦଙ୍କୁ ବାଲୁଗାଁ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି।

ସେହିପରି ଭାବେ ଦ୍ବିତିକୃଷ୍ଣଙ୍କୁ ବାଣପୁର ମେଡିକାଲରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଅଧିକ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି। ପୋଲିସ ଉଭୟ ଗାଡିକୁ ଜବତ କରିଥିବା ବେଳେ ଏ ନେଇ ଅଦ୍ୟାବଧି ବାଣପୁର ଥାନାରେ ଏତଲା ହୋଇନଥିବା ଜଣାପଡିଛି।

Categories
ଆଞ୍ଚଳିକ

ବାଲୁଗାଁ: ଜାତୀୟ ରାଜପଥ ନୂଆଗଡ ଓଭରବ୍ରିଜ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ନୂଆଗଡ ଓଭରବ୍ରିଜ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

ସୂଚନା ମୁତାବକ ଆଜି ସକାଳେ ଗୋପାଳପୁର ଅଭିମୁଖେ ଯାଉଥିବା ଏକ ଆଇରନ ବୋଝେଇ ଟ୍ରକଟି କୌଣସି କାରଣବଶତଃ ନୂଆଗଡ ଓଭରବ୍ରିଜ ଠାରେ ଛିଡା ହୋଇଥିଲା।  ସେପଟେ ସମାନ ଦିଗରୁ ଆସୁଥିବା ଏକ ପିକ ଅପ ଗାଡିଟି ହଠାତ ଆଇରନ ବୋଝେଇ ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ପିକ ଅପ ଗାଡି ଡ୍ରାଇଭରଙ୍କ ଗାଡି ଭିତରେ ଚାପି ହୋଇ ମୃତ୍ୟୁ ଘଟିଥିଲା।

ଖବର ପାଇ ନାଭାଲ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି।

Categories
ଆଞ୍ଚଳିକ

ବାଣପୁର ବାଇପାସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ରଙ୍ଗ ବୋଝେଇ ଗାଡିର ହେଲ୍ପରଙ୍କ ମୃତ୍ୟୁ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଜାତୀୟ ରାଜପଥ ୧୬ ର ବାଣପୁର ବାଇପାସ ବେଲପଡା ପେଟ୍ରୋଲ ପମ୍ପ ନିକଟରେ ଗତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଘଟଣାରୁ ପ୍ରକାଶ ଖୋର୍ଦ୍ଧାରୁ ଏକ ଆଇଚର (ଓଡି୦୫୮କେ୬୪୧୩)ରେ ରଙ୍ଗ ବୋଝେଇ ହୋଇ ଖୋର୍ଦ୍ଧାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ଉକ୍ତ ସ୍ଥାନରେ ଏକ ଗୁଡ଼ ବୋଝଇ ଟ୍ରକ ଯାହାର ନମ୍ବର (ଓଆର୦୨ଏପି୫୮୫୧) ଟି ଭୁଲ ରାସ୍ତାରେ ଛିଡା ହୋଇଥିବା ବେଳେ ରଙ୍ଗ ବୋଝେଇ ଆଇଚରଟି ଦ୍ରୁତ ଗତିରେ ଆସି ଗୁଡ଼ ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା। ଯାହା ଫଳରେ ରଙ୍ଗ ବୋଝେଇ ଗାଡିରେ ହେଲ୍ପର ଭାବରେ କାର୍ଯ୍ୟ କରୁଥିବା ପୁରୀ ଅଂଚଳର ସୋମନାଥ ଗାଙ୍ଗୁଲିଙ୍କର ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଉକ୍ତ ଗାଡିର ଡ୍ରାଇଭର ମଧ୍ୟ ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାଯାଇଛି।

ଖବର ପାଇ ବାଣପୁର ପୋଲିସ ଘଟଣା ସ୍ଥଳରେ ପହଂଚି ଗାଡିକୁ ଜବତ କରିଥିବା ବେଳେ ହେଲ୍ପରର ମୃତ ଶରୀରକୁ ବାଣପୁର ଡାକ୍ତରଖାନାକୁ ଆଣିଥିଲା। ପୋଲିସ ଆଜି ଶବ ବ୍ୟବଚ୍ଛେଦ କରି ପରିବାରଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ ତଦନ୍ତ ଜାରି ରଖିଛି।

Categories
ଆଞ୍ଚଳିକ

ବାଣପୁର: ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଯୁବକ ଗୁରୁତର

ବାଣପୁର (ସୀତାରାମ ଅଗ୍ରୱାଲ): ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ୧୬ ନଂ ଜାତୀୟ ରାଜପଥ ବେଲପଡା ଛକ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଖବର ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ ଡାଙ୍ଗୁଆ ଗ୍ରାମର ପ୍ରଦ୍ୟୁମ୍ନ କୁମାର ସ୍ୱାଇଁ (୩୦) ବାଇକ ଯୋଗେ ନାଭାଲ ଅଭିମୁଖେ ଯାଉଥିବା ବେଳେ ଏକ କ୍ରେଟା କାର (ଗାଡି ନଂ- ଓଡ଼ି ୦୧ ଏଜେ ୫୩୫୪) ବାଇକକୁ ପଛ ପାର୍ଶ୍ୱରୁ ଶକ୍ତ ଧକ୍କା ଦେଇଥିଲା। ଯାହାଫଳରେ ଶ୍ରୀ ସ୍ବାଇଁ ବାଇକରୁ ଛିଟିକି ରାସ୍ତା ଉପରେ ଚେତାଶୂନ୍ୟ ଅବସ୍ଥାରେ ପଡିଥିଲେ।

ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ପ୍ରଦ୍ୟୁମ୍ନଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ପ୍ରଦ୍ୟୁମ୍ନଙ୍କ ବାମ ହାତ, ଡାହାଣ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗି ଥିବାରୁ ପ୍ରବଳ ରକ୍ତସ୍ରାବ ଯୋଗୁଁ ଆଶୁଚିକିତ୍ସା କରି ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ସ୍ଥଳରେ ବାଣପୁର ପୋଲିସ ପହଞ୍ଚି ଉଭୟ ଗାଡିକୁ ଜବତ କରିବାସହ ତଦନ୍ତ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ଧର୍ମଗଡ଼ରେ ସଡକ ଦୁର୍ଘଟଣା, ଦୁଇ ମୃତ୍ୟୁ, ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳ ରେ ଏକ ସଡକ ଦୁର୍ଘଟଣାରେ 2 ଜଣ ବ୍ୟକ୍ତି ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି୤ ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

ଏହାସହିତ ଆହତ ବ୍ୟକ୍ତି ମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Categories
ଆଞ୍ଚଳିକ

ବାଲୁଗାଁ: ବସକୁ ପିଟିଲା କଣ୍ଟେନର, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣା ସ୍ଥଳରୁ ଉଭୟ ଗାଡି ଚାଳକ ଚମ୍ପଟ ମାରିଥିବା ବେଳେ ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି।

ଖବର ମୁତାବକ ଆଜି ମଧ୍ୟାହ୍ନରେ ଆସ୍କାରୁ ଭୁବନେଶ୍ୱର ଅଭିମୁଖେ ନମସ୍କାର ନାମକ ଏକ ଯାତ୍ରୀବାହୀ ବସ ଯାଉଥିବା ବେଳେ ସୁବୁଦ୍ଧିପାଟଣା ଛକ ନିକଟରେ ଏକ ମାଛ ବୋଝେଇ କଣ୍ଟେନର (ଗାଡି ନଂ ଏପି ୩୭ ଟିଡି ୬୧୭୯) ପଛ ପାର୍ଶ୍ୱକୁ ଧକ୍କା ଦେଇଥିଲା। ଯାହାଫଳରେ ଯାତ୍ରୀବାହୀ ବସଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଖସି ପଡିଥିଲା। ମାତ୍ର ରାସ୍ତା ପାର୍ଶ୍ଵରେ ଥିବା ଗଛ ଯୋଗୁଁ ଲଟକି ରହିଥିଲା।

ଖବର ପାଇ ଦୁର୍ଘଟଣା ସ୍ଥଳରେ ନାଭାଲ ଫାଣ୍ଡି ଅଧିକାରୀ ରବୀନ୍ଦ୍ରନାଥ ଗୌଡା ଓ ଟିମ, ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ବସରେ ଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ସୁରକ୍ଷିତ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରି ଅନ୍ୟ ବସ ଯୋଗେ ସେମାନଙ୍କ ଗନ୍ତ୍ୟବ ସ୍ଥଳକୁ ପଠାଇ ଦିଆଯାଇଥିବା ବେଳେ ଆହତ ୮ ଜଣ ଯାତ୍ରୀଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଅବସ୍ଥା ସେତେଟା ଗୁରୁତର ନଥିବାରୁ ଆଶୁଚିକିତ୍ସା କରି ପଠାଇ ଦିଆଯାଇଛି। ନାଭାଲ ଫାଣ୍ଡି ଅଧିକାରୀ ଶ୍ରୀ ଗୌଡା ଉଭୟ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି।

Categories
ଆଞ୍ଚଳିକ

ଗମ୍ଭାରୀମୁଣ୍ଡାରେ ସଡ଼କ ଦୁର୍ଘଟଣା ଘଟି ଯୁବକଙ୍କ ପ୍ରାଣହାନୀ

ନାଚୁଣୀ (ସୀତାରାମ ଅଗ୍ରୱାଲ): ଆଜି ସଂନ୍ଧ୍ୟାରେ ନାଚୁଣୀ ଥାନା ଗମ୍ଭାରୀମୁଣ୍ଡା ସ୍କୁଲ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି, ଯେଉଁଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଢ଼େଙ୍କନାଳ ଜିଲ୍ଲା ରାସଳୋ ଥାନା ଅନ୍ତର୍ଗତ ହିଲିସର ଗ୍ରାମର ଚନ୍ଦନ ଦେହୁରୀ (୨୨) ବୋଲି ଜଣାପଡିଛି।

ସୂଚନା ମୁତାବକ ଦେଙ୍କନାଳ ଅଞ୍ଚଳର କିରଣ ଟେଣ୍ଟ ହାଉସ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ଏକ ବିବାହ ଭୋଜି ନିମନ୍ତେ ଟେଣ୍ଟ କାର୍ଯ୍ୟ କରିବାକୁ ଠିକା ନେଇଥିଲେ। ମୃତକ ଚନ୍ଦନ ଉକ୍ତ ଟେଣ୍ଟ କାର୍ଯ୍ୟରେ ଶ୍ରମିକ ଭାବେ କାର୍ଯ୍ୟରତ ଥିଲେ।

ତେବେ ଟେଣ୍ଟ କାର୍ଯ୍ୟ ସାରି ଚନ୍ଦନ ନିକଟସ୍ଥ ବିଲ ମଧ୍ୟରେ ଶୋଇ ପଡ଼ିଥିବା ବେଳେ କ୍ୟାଟରିଙ୍ଗ ପାଇଁ ଆସିଥିବା ଏକ ୧୧୦୯ ଗାଡିଟି ବୁଲେଇଲା ବେଳେ ଅସାବଧାନତାବଶତଃ ଚନ୍ଦନଙ୍କ ଉପରେ ଚଢାଇ ଦେଇଥିଲା। ଯାହା ଫଳରେ ଚନ୍ଦନ ଗୁରୁତର ଭାବେ ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ତାଙ୍କ ସାଥିରେ ଥିବା ଅନ୍ୟ ସହଯୋଗୀ ମାନେ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତରଖାନାରେ ଚନ୍ଦନ ମୃତ୍ୟୁବରଣ କରିଥିବା ଡାକ୍ତର ଏ. କେ ପାତ୍ର ସୂଚନା ଦେଇଛନ୍ତି।

ସୂଚନା ପାଇ ବାଣପୁର ପୋଲିସ ଡାକ୍ତରଖାନାରେ ପହଂଚିଥିବାବେଳେ ମାମଲାକୁ ନାଚୁଣୀ ଥାନାକୁ ହସ୍ତାନ୍ତର କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କୋରାପୁଟ ଜିଲ୍ଲା ବୋରିଗୁମ୍ମା ସଡକ ଦୁର୍ଘଟଣା, ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳ ରେ ଏକ ସଡକ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତି ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

ଏହାସହିତ ଆହତ ବ୍ୟକ୍ତି ମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ଆସାମରେ ସଡ଼କ ଦୁର୍ଘଟଣା: ଟ୍ରକ ଏବଂ ବସ୍ ଧକ୍କାରେ ୧୪ ମୃତ, ୨୭ ଗୁରୁତର

ଗୌହାଟି: ଆସାମର ଡେରଗାଓଁରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଆଜି ସକାଳେ ୪୫ ଜଣ ଲୋକଙ୍କୁ ନେଇ ଯାଉଥିବା ବସ ଏବଂ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୭ ଜଣ ଗୁରୁତର ଆହତ ହୋଇଛନ୍ତି।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି। ବସ୍‌ରେ ଫସି ରହିଥିବା ଲୋକଙ୍କୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି। ଏହି ଲୋକଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି।

ଆଜି ସକାଳ ପ୍ରାୟ ୫ ଟା ସମୟରେ ଆସାମର ଗୋଲାଘାଟ ଜିଲ୍ଲାର ଡେରଗାଓଁ ନିକଟରେ ଏହି ଦୁର୍ଘଟଣା ଘଟିଥିବା ପୋଲିସ ସୂତ୍ରରୁ ପ୍ରକାଶ। ବସ୍‌ରେ ଥିବା ସମସ୍ତ ୪୫ ଜଣ ପିକନିକ୍ କରିବାକୁ ଯାଉଥିଲେ। ସମସ୍ତଙ୍କୁ ତିନସୁକିଆର ତିଲିଙ୍ଗା ମନ୍ଦିରକୁ ଯିବାର ଥିଲା। କିନ୍ତୁ ବାଟରେ ଡେରାଗାଓଁରେ ବସ୍ ଆଗରୁ ଆସୁଥିବା ଏକ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଉଭୟ ଯାନର ଗତି ବହୁତ ଅଧିକ ଥିଲା ଯେଉଁଥିପାଇଁ ବସର ଆଗ ଭାଗ ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା ଏବଂ ଭିତରେ ବସିଥିବା ୧୪ ଜଣ ଲୋକ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନିଶ୍ଚିନ୍ତୋଇଲି ସଡ଼କ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା, ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି କଟକ ଚାନ୍ଦବାଲି ରାସ୍ତା ର ନିଶ୍ଚିନ୍ତକୋଇଲି ଠାରେ ଏକ ସଡ଼କ ଦୁର୍ଘଟଣାରେ ୩ଜଣ ବ୍ୟକ୍ତି ଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

ଏହି ଦୁର୍ଘଟଣାରେ ନଅ ଜଣ ଗୁରୁତର ଆହତ ହୋଇଛନ୍ତି. ଆହତ ବ୍ୟକ୍ତି ମାନଙ୍କୁ କଟକ SCB ମେଡିକାଲ କଲେଜ ରେ ଭର୍ତି କରାଯାଇଛି. ସେମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ନୂଆଗଡ ଓଭରବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ, ତିନି ଗୁରୁତର

ବାଲୁଗାଁ (ସୀତାରାମ ଅଗ୍ରୱାଲ): ନୂଆ ବର୍ଷରେ ଅଘଟଣ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନମ୍ବର ଜାତୀୟ ନୂଆଗଡ ଓଭରବ୍ରିଜ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ଜଣଙ୍କ ମୃତ୍ୟୁ ଘଟିଛି।

ସୂଚନା ମୁତାବକ ଆଜି ବଡ଼ି ଭୋରରୁ ଭୁବନେଶ୍ୱରରୁ ଏକ କେବୁଲ ବୋଝେଇ ଟ୍ରକ ଏବଂ ଯୋଡ଼ାରୁ ଗୋପାଳପୁର ଯାଉଥିବା ଏକ ଆଇରନ ବୋଝେଇ ଟ୍ରକ ଆଗପଛ ହୋଇ ଯାଉଥିବା ବେଳେ ନୂଆଗଡ ଓଭରବ୍ରିଜ ଠାରେ ଆଇରନ ବୋଝେଇ ଟ୍ରକ ଟି କେବୁଲ ବୋଝେଇ ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଆଇରନ ବୋଝେଇ ଟ୍ରକ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଗୁରୁତର ଆହତ ହୋଇ ବାଲୁଗାଁ ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ ଉପସ୍ଥିତ ରହି ତଦନ୍ତ ଜାରି ରଖିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ମଧ୍ୟପ୍ରଦେଶ ସଡ଼କ ଦୁର୍ଘଟଣାରେ ଜୀବନହାନି ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ସଡ଼କ ଦୁର୍ଘଟଣାରେ ଜୀବନହାନି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି:

‘ମଧ୍ୟପ୍ରଦେଶର ଗୁନାରେ ହୋଇଥିବା ସଡ଼କ ଦୁର୍ଘଟଣା ହୃଦୟବିଦାରକ। ଏଥିରେ ଯେଉଁମାନେ ନିଜ ପରିଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ଗଭୀର ସମବେଦନା। ଏଥିସହ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତି ଶୀଘ୍ର ସୁସ୍ଥ ହେବାକୁ କାମନା କରୁଛି। ରାଜ୍ୟ ସରକାରଙ୍କ ତଦାରଖରେ ସ୍ଥାନୀୟ ପ୍ରଶାସନ ପୀଡ଼ିତଙ୍କ ସବୁପ୍ରକାର ସହଯୋଗରେ ଲାଗିଛି: ପ୍ରଧାନମନ୍ତ୍ରୀ’।

Categories
ଆଜିର ଖବର ରାଜ୍ୟ ଖବର

ଭୋଜି କରି ଘରକୁ ଫେରୁଥିବା ସମୟରେ ଟ୍ରଲର ଧକ୍କାରେ ୨ ମୃତ

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର କଟକ ୫୫ ନଂ ଜାତୀୟ ରାଜପଥର ରେଢ଼ାଖୋଲ ସହର ନିକଟ ଉଦ୍ୟାନ ବିଭାଗର କାର୍ଯ୍ୟାଳୟ ସମ୍ମୁଖରେ ଟ୍ରଲର ଧକ୍କାରେ ୨ ଜଣଙ୍କର ମୃତ ହୋଇଛି। ମୃତକ ଦୁହେଁ ହେଲେ ରେଢାଖୋଲ ସହର ରାଜବାଟି ସାହିର ଶୁଭେନ୍ଦୁ ସାହୁ (ଜୁଲୁ) ଓ ରଥାସାହିର ଶ୍ୟାମସୁନ୍ଦର ଭିତିରିଆ (ଚଗଲୁ) ବୋଲି ଜଣା ପଡିଛି।

ପ୍ରକାଶ ଯେ, ଆଜି ରେଢାଖୋଲ ସହରର ଶୁଭେନ୍ଦୁ ଓ ଶ୍ୟାମସୁନ୍ଦର ସାଙ୍ଗମାନଙ୍କ ସହ ସରପାଲ ଜୋରକୁ ଭୋଜି କରିଯାଇଥିଲେ। ହେଲେ ଭୋଜି ଖାଇ ସାରି ଡିଜେ ବଜାଇ ନାଚଗୀତ ସାରି ସନ୍ଧ୍ୟା ସମୟରେ ଏକ ବୁଲେଟ ଗାଡ଼ିରେ ଘରକୁ ଫେରୁଥିବା ସମୟରେ ରେଢାଖୋଲ ଉଦ୍ୟାନ ବିଭାଗ ଅଫିସ୍ ନିକଟରେ ଅନ୍ୟଏକ ଗାଡ଼ିକୁ ଓଭରର୍ଟେକ୍ କରୁଥିବା ସମୟରେ ସମ୍ମୁଖରରୁ ଏକ ଟ୍ରଲର ସହିତ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା , ଫଳରେ ଘଟଣା ସ୍ଥଳରେ ଦୁହିଁଙ୍କ ମୃତ୍ୟୁ ହୋଇଥିଲା। ଦୁହିଁଙ୍କୁ ଟ୍ରଲର ଧକ୍କା ଦେଇ ଫେରାର ହୋଇଯାଇଛି।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଛି ସମୟ ରାସ୍ତା ରୋକ କରିଥିଲେ ସ୍ଥାନୀୟ ଜନସାଧାରଣ। ଘଟଣା ସ୍ଥଳରେ ରେଢାଖୋଲ ଉପଜିଲ୍ଲାପାଳ ରେଢାଖୋଲ ଏସଡି ପିଓ ପହଂଚି ଲୋକ ମାନଙ୍କୁ ବୁଝା ସୁଝା ପରେ ରାସ୍ତାରୋକ ବନ୍ଦ ହୋଇଥିଲା। ଉଭୟ ପାର୍ଶ୍ବରେ ଶହ ଶହ ଯାନ ବାହାନ ଅଟକି ରହିବାରୁ ଟ୍ରାଫିକ୍ ଜାମ୍ ହୋଇଥିଲା। ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣା ପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ ବାଇପାସରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ବାଇକ ଚାଳକଙ୍କ ମୃତ୍ୟୁ

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବାଇପାସରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଯେଉଁଥିରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘିଟିଛି। ମୃତ ବାଇକ ଚାଳକଙ୍କ ନାମ ମନୋଜ କୁମାର ମଲିକ (୨୫) ଏବଂ ତାଙ୍କର ଘର ବାଲେଶ୍ୱର ଜିଲ୍ଲା ମାର୍କୋଣା ଅଞ୍ଚଳରେ ବୋଲି ଜଣା ପଡିଛି।

ସୂଚନା ଅନୁଯାୟୀ, ମନୋଜ ନିଜର ଜଣେ ବନ୍ଧୁଙ୍କ ସହ ବାଙ୍ଗାଲୋରରୁ ନିଜ ଘର ମାର୍କୋଣା ଆସୁଥିଲେ। ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବାଇପାସରେ ତାଙ୍କ ବାଇକଟି ଦୁର୍ଘଟଣା ଗ୍ରସ୍ତ ହୋଇ ଡ୍ରେନ ମଧ୍ୟରେ ଗଳି ପଡ଼ିଥିଲା। ଫଳରେ ମନୋଜଙ୍କର ମୁଣ୍ଡରେ ଗଭୀର କ୍ଷତ ହେବା ସହ ପ୍ରବଳ ରକ୍ତ ସ୍ରାବ ହୋଇଥିଲା।

ମନୋଜଙ୍କୁ ଟାଙ୍ଗୀ ଅଗ୍ନିଶମ ବାହିନୀ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦରେ ଭର୍ତ୍ତି କରିଥିଲା। ହେଲେ ଡାକ୍ତର ମନୋଜଙ୍କୁ ମୃତ ଘୋଷଣା କରିଥିଲେ। ମନୋଜଙ୍କ ବନ୍ଧୁ ହେଲମେଣ୍ଟ ପିନ୍ଧି ଥିବାରୁ ସଂପୂର୍ଣ୍ଣ ସୁରକ୍ଷିତ ଥିବା ଜଣା ପଡିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଘଟଗାଁ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୮ ଜଣ ମୃତ୍ୟୁ, ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଭୁବନେଶ୍ବର: ଆଜି ଘଟଗାଁ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି।  ଏମାନଙ୍କ ଘର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପୋଡ଼ାମାରି ଗାଁର ବୋଲି ଜଣାଯାଇଛି। ମୃତକଙ୍କ ମଧ୍ୟରେ ମହିଳା, ପୁରୁଷ ଓ ଛୋଟ ଛୁଆ ଥିବା ଜଣାଯାଇଛି।

ଘଟଣାରୁ ଜଣାପଡିଛି ଯେ, ଏକ ଭ୍ୟାନ୍‌ରେ ଦିଗପହଣ୍ଡିରୁ ଦୁଇ ପରିବାରରର ୨୧ ଜଣ ତାରିଣୀ ଦର୍ଶନ ପାଇଁ ଆସୁଥିଲେ। ଆଜି ଭୋର ପ୍ରାୟ ୫ଟା ସମୟରେ ଏନଏଚ ୨୦ ବାଲିଯୋଡ଼ି ନିକଟରେ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ଭ୍ୟାନ୍‌ଟି ପଛରୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୮ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି।

ଆହତମାନଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥା଼ନାନ୍ତର କରାଯାଇଛି। ଦୁର୍ଘଟଣାରେ ଭ୍ୟାନ୍‌ଟି ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। କୁହୁଡି ଯୋଗୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା କୁହାଯାଉଥିବା ବେଳେ ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

ତେବେ ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି ରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି

ଏହି ଦୁର୍ଘଟଣାରେ ଆହତ ୧୨ ଜଣଙ୍କୁ ମାଗଣା ରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସଡ଼କ ଦୁର୍ଘଟଣାରେ କନେଷ୍ଟବଳ ମୃତ

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ସଡ଼କ ଦୁର୍ଘଟଣାରେ କାର୍ଯ୍ୟରତ କନେଷ୍ଟବଳଙ୍କର ମୃତ୍ୟୁ ଘଟିଛି। ମୃତ କନେଷ୍ଟବଳଙ୍କର ନାମ ବିନୋଦ କହଁର। ସେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନାରେ କାର୍ଯ୍ୟରତ ଥିଲେ।

ସୂଚନା ମୁତାବକ ବିନୋଦ କାମ ସାରି ବାଇକ ଯୋଗେ ଟାଙ୍ଗୀ ଫେରୁଥିଲେ। ରାମେଶ୍ଵର ନିକଟରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ଯାହାଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଅଜଣା ଟ୍ରକ୍ ଧକ୍କାରେ ବସ ଚାଳକ ସମେତ ମୋଟ ୩ ମୃତ, ହେଲ୍ପର ଗୁରୁତର

ରେଢାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର – କଟକ ୫୫ ନମ୍ବର ଜାତୀୟ ରାଜପଥ ରେଢ଼ାଖୋଲ – ଅନୁଗୋଳ ସୀମାବର୍ତ୍ତି ବରଗାପାଲି ଗ୍ରାମ ନିକଟରେ ସଡକ ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ଏକ ବସ ଚକା ସଜଡା ଯାଉଥିବା ସମୟରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ୪ ଜଣଙ୍କ ଉପରେ ଚଢି ଯିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି।

ଖବରରରୁ ପ୍ରକାଶ ଯେ, ପ୍ରାଚୀ ନାମକ ବସ୍ ସୁନ୍ଦରଗଡ଼ରୁ ବାହାରି ଭୁବନେଶ୍ୱର ଯାଉଥିବା ବେଳେ ରେଢାଖୋଲ ସୀମନ୍ତରେ ବିଳମ୍ବିତ ରାତିରେ ଚକା ପମ୍ପଚର୍ ହୋଇ ଯାଇଥିଲା।  ଡ୍ରାଇଭର, ହେଲପର ମିଶି ବସ୍ ଚକ ସଜାଡୁ ଥିବା ବେଳେ କେତେକ ଯାତ୍ରୀ ବସ ଭିତରୁ ବାହାରି ବସ ପାଖରେ ଠିଆ ହୋଇ ଥିଲେ। ଅନୁଗୋଳରୁ ଦୃତ ବେଗରେ ରେଢ଼ାଖୋଲ ପଟକୁ ଆସୁ ଥିବା ଏକ ଟ୍ରକ୍ ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିଲା।

ଏହି ଟ୍ରକ୍ ଦୃତ ବେଗରେ ଆସି ଧକ୍କା ଦେବାରୁ ବସ ଡ୍ରାଇଭରଙ୍କ ସମେତ ମୋଟ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ବସ ହେଲପର ଜଣଙ୍କ ଗୁରୁତର ଆହତ ହୋଇଛନ୍ତି।

ମୃତକ ମାନେ ହେଲେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ବସ ଡ୍ରାଇଭର ଘନଶ୍ୟାମ ବାରିକ, ବସ ଯାତ୍ରୀ ଝାରସୁଗୁଡ଼ା ଜିଲ୍ଲା ସୁଲେହି ଗ୍ରାମର ନାରାୟଣ ନାଏକ ଓ ସୁନ୍ଦରଗଡ଼ର ଆନନ୍ଦ ପ୍ରଧାନ। ଗୁରୁତର ଆହତ ହୋଇ ଥିବା ବସ୍ ହେଲପର କଟକ ଜିଲ୍ଲା ବଡମ୍ବାର ତ୍ରିଲୋଚନ ନାଏକ ବୋଲି ଜଣା ପଡିଛି।

ଗୁରୁତର ଆହତ ହୋଇ ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ କଟକ ବଡଡାକ୍ତରଖାନାକୁ ନେଇଥିବା ଜଣାପଡିଛି।  ମୃତ ଆନନ୍ଦଙ୍କ ମୃତ ଦେହ ଅନୁଗୋଳ ଜିଲ୍ଲା ରାଜକିଶୋରନଗର ଡାକ୍ତରଖାନାରେ ଥିବା ବେଳେ ମୃତ ଘନଶ୍ୟାମ ବାରିକ ଓ ନାରାୟଣ ନାଏକ ଙ୍କ ମୃତ ଦେହ ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇଛି। ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ା ଦୁର୍ଘଟଣା ଘଟାଇଥିବା ଟ୍ରକ୍ ର ପତ୍ତା ପୋଲିସ୍ ପାଇ ନଥିବା ଜଣା ପଡିଛି।

Categories
ଆଜିର ଖବର ଜାତୀୟ ଖବର

ନୈନିତାଲରେ ବଡ ସଡକ ଦୁର୍ଘଟଣା, ଘାଟିରେ ଜିପ୍ ଖସି ୭ ମୃତ

ନୂଆଦିଲ୍ଲୀ: ଆଜି ସକାଳେ ନୈନିତାଲରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନୈନିତାଲର ଓଖଲ କାଣ୍ଡା ଗ୍ରାମ ନିକଟରେ ଏକ ଜିପ ୫୦୦ ମିଟର ଘାଟିରେ ଖସିପଡିଛି, ଯେଉଁଥିରେ ୭ ଜଣଙ୍କର ମୃତ୍ୟୁ ଘଟିଛି। କୁହାଯାଉଛି ଯେ ଏହାର କ୍ଷମତା ଅପେକ୍ଷା ଜିପ୍‌ରେ ଅଧିକ ଲୋକ ଥିଲେ। ଡ୍ରାଇଭର ଜିପ୍ ଉପରେ ନିୟନ୍ତ୍ରଣ ହରାଇଲା ପରେ ଜିପ୍ ଏକ ଗଭୀର ଖାଲରେ ପଡ଼ିଯାଇଥିଲା।

ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ମୃତଦେହକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି। ଦୁର୍ଘଟଣା ବେଳେ ଗାଡି ଭିତରେ କେତେ ଲୋକ ଥିଲେ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ପଠାଯାଉଛି। ସକାଳ ୮ ଟା ସମୟରେ ଏହି ଘଟଣା ଘଟିଥିବା ଜଣାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀରୁ ହରିଦ୍ୱାରକୁ ଯାଉଥିବା ଟ୍ରକ ସହିତ କାରର ମୁହାଁମୁହିଁ ଧକ୍କା: ୬ ମୃତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁଜାଫରନଗରରେ ଆଜି ସକାଳେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ରାଜପଥରେ ଏକ କାର ଓ ଟ୍ରକ ମୁହାଁମୁହିଁ ମଧ୍ୟରେ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ କାରରେ ଯାତ୍ରା କରୁଥିବା ୬ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ସମସ୍ତ କାର ଆରୋହୀ ଦିଲ୍ଲୀରୁ ହରିଦ୍ୱାର ଯାଉଥିଲେ। ଏହି ଘଟଣା ଛପାର ପୋଲିସ ଷ୍ଟେସନ ଅଞ୍ଚଳରେ ୫୮ ନମ୍ବର ଜାତୀୟ ରାଜପଥ ଉପରେ ଛିଡା ହୋଇଥିବା ଏକ ଟ୍ରକକୁ କାରଟି ପଛପଟୁ ଧକ୍କା ଦେଇଥିଲା। କାର ଏବଂ ଟ୍ରକ ମଧ୍ୟରେ ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ, କାରର ଏକ ଅଂଶ ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ କାରରୁ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ମୃତକଙ୍କୁ ଚିହ୍ନଟ କରାଯାଇଛି ଏବଂ ଦୁର୍ଘଟଣା ସମ୍ପର୍କରେ ସେମାନଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି।