Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ସଡ଼କ ଦୁର୍ଘଟଣା ରୋକିବା ପାଇଁ ବଡ଼ ନିଷ୍ପତ୍ତି: ସେପ୍ଟେମ୍ବରରୁ ମାର୍ଚ୍ଚ ଯାଏଁ ‘ଶୂନ୍ୟ ମୃତ୍ୟୁ ସପ୍ତାହ’
ରାଜ୍ୟ ଖବର

ସଡ଼କ ଦୁର୍ଘଟଣା ରୋକିବା ପାଇଁ ବଡ଼ ନିଷ୍ପତ୍ତି: ସେପ୍ଟେମ୍ବରରୁ ମାର୍ଚ୍ଚ ଯାଏଁ ‘ଶୂନ୍ୟ ମୃତ୍ୟୁ ସପ୍ତାହ’

September 1, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସଡ଼କ ଦୁର୍ଘଟଣା
ସଡ଼କ ଦୁର୍ଘଟଣା ରୋକିବା ପାଇଁ ବଡ଼ ନିଷ୍ପତ୍ତି: ସେପ୍ଟେମ୍ବରରୁ ମାର୍ଚ୍ଚ ଯାଏଁ ‘ଶୂନ୍ୟ ମୃତ୍ୟୁ ସପ୍ତାହ’

ଭୁବନେଶ୍ୱର: ରାଜ୍ୟରେ ଶୀତଦିନିଆ ପାର୍ବଣ, ବାଘୁଆ କୁହୁଡ଼ି, ପିକନିକ୍ ଋତୁ ଏବଂ ଯାନବାହନ ଚଳାଚଳ ବୃଦ୍ଧି ଯୋଗୁଁ ସୃଷ୍ଟି ହେଉଥିବା ଭୟଙ୍କର ସଡ଼କ ଦୁର୍ଘଟଣା ଉପରେ ରୋକ୍ ଲଗାଇବା ପାଇଁ ଓଡ଼ିଶା ସରକାରଙ୍କ ପରିବହନ ବିଭାଗ ଏକ ଶକ୍ତ ପଦକ୍ଷେପ ଗ୍ରହଣ କରିଛି। ସେପ୍ଟେମ୍ବର ମାସରୁ ଆସନ୍ତା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଦୀର୍ଘ ସାତ ମାସ ଧରି ପ୍ରତ୍ୟେକ ମାସର ପ୍ରଥମ ସପ୍ତାହକୁ ‘ଶୂନ୍ୟ ମୃତ୍ୟୁ ସପ୍ତାହ’ ଭାବେ ପାଳନ କରିବାକୁ ବିଭାଗ ନିଷ୍ପତ୍ତି ନେଇଛି। ଏହି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ପାଇଁ ବ୍ୟାପକ ସଚେତନତା, କଡ଼ା ଚେକିଂ ଏବଂ ରାସ୍ତାଘାଟର ତ୍ରୁଟି ସୁଧାରିବା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ।

ପୂର୍ବରୁ ୨୦୨୩ ମସିହାରେ ଏହି ଅଭିଯାନ ମାତ୍ର ଥରେ କିମ୍ବା ଦୁଇଥର ପାଳନ କରାଯାଇଥିବା ବେଳେ ଏଥର କ୍ରମାଗତ ସାତ ମାସ ଧରି ଏହାକୁ ନିୟମିତ କାର୍ଯ୍ୟକାରୀ କରାଯିବ। ରାଜ୍ୟ ପରିବହନ ଆୟୁକ୍ତ ଅମିତାଭ ଠାକୁର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରି ଏହି ଯୋଜନାକୁ ଚୂଡ଼ାନ୍ତ ରୂପ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପୋଲିସ, ସ୍ୱାସ୍ଥ୍ୟ ବିଭାଗ, ଲୋକନିର୍ମାଣ ବିଭାଗ, ଜାତୀୟ ରାଜପଥ ପ୍ରାଧିକରଣ, ଜିଲ୍ଲା ପ୍ରଶାସନ ଏବଂ ସ୍ୱେଚ୍ଛାସେବୀ ସଂସ୍ଥାଗୁଡ଼ିକୁ ସାମିଲ କରାଯିବ। ଦୁର୍ଘଟଣାପ୍ରବଣ ସ୍ଥାନଗୁଡ଼ିକର ଚିହ୍ନଟ ଓ ସୁଧାର, ସୂଚନା ଫଳକ ଲଗାଇବା, ହେଲମେଟ୍ ଓ ସିଟ୍‌ବେଲ୍ଟ ଯାଞ୍ଚ ଏବଂ ଆହାତମାନଙ୍କ ପାଇଁ ତୁରନ୍ତ ଡାକ୍ତରୀ ସେବା ଯୋଗାଇଦେବା ଭଳି କାର୍ଯ୍ୟକୁ ପ୍ରାଥମିକତା ଦିଆଯିବ।

ଓଡ଼ିଶାର ସଡ଼କ ସୁରକ୍ଷା ରିପୋର୍ଟ ଅତ୍ୟନ୍ତ ଚିନ୍ତାଜନକ ରହିଛି। ସରକାରୀ ତଥ୍ୟ ଅନୁଯାୟୀ ୨୦୨୩ ରୁ ୨୦୨୫ ମଧ୍ୟରେ ରାଜ୍ୟରେ ୧୮ ହଜାର ୩୬୪ ଜଣ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଅତ୍ୟାଧିକ ବେଗ, ବେପରୁଆ ଗାଡ଼ି ଚାଳନା, ରାସ୍ତାର ତ୍ରୁଟିପୂର୍ଣ୍ଣ ନିର୍ମାଣ ଏବଂ ସଚେତନତାର ଅଭାବ ଏହାର ମୁଖ୍ୟ କାରଣ ସାଜିଛି। ଚଳିତ ୨୦୨୬ ବର୍ଷର ଜାନୁଆରୀରୁ ଏପ୍ରିଲ ମାସ ମଧ୍ୟରେ ହିଁ ୨ ହଜାର ୫୩୦ ଜଣ ଲୋକ ଜୀବନ ହରାଇସାରିଛନ୍ତି, ଯାହା ଗତବର୍ଷ ତୁଳନାରେ ୯.୪ ପ୍ରତିଶତ ଅଧିକ। ରାଜ୍ୟର ମାତ୍ର ଆଠଟି ଜିଲ୍ଲାରେ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ପାଇଥିବା ବେଳେ ଅନ୍ୟ ସମସ୍ତ ସ୍ଥାନରେ ପରିସ୍ଥିତି ଜଟିଳ ରହିଛି। ପ୍ରଶାସନିକ ପଦକ୍ଷେପ ସହ ଗାଡ଼ି ଚାଳକମାନେ ନିଜେ ସଚେତନ ହୋଇ ନିୟମ ନ ମାନିଲେ ଏହି ସମସ୍ୟାର ସ୍ଥାୟୀ ସମାଧାନ ଅସମ୍ଭବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

ପରିବହନ ବିଭାଗ ଶୂନ୍ୟ ମୃତ୍ୟୁ ସପ୍ତାହ ସଡକ ଦୁର୍ଘଟଣା ସେପ୍ଟେମ୍ବରରୁ ମାର୍ଚ୍ଚ
Share. Facebook Twitter LinkedIn Email WhatsApp Copy Link

Related Posts

ଘରେ ପଶି ନାବାଳିକାକୁ ଆକ୍ରମଣ: ୨ ନାବାଳକ ସମେତ ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

September 1, 2026

ପ୍ରଥମ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ବାରଣାସୀ ଅଯୋଧ୍ୟା ଟ୍ରେନର ଶୁଭାରମ୍ଭ

September 1, 2026

୧୦ ମାସ ପରେ ଜେଲରୁ ବାହାରିଲେ ବିକ୍ରମ ପଣ୍ଡା: ବିଜେଡି କର୍ମୀଙ୍କ ବିଶାଳ ଶୋଭାଯାତ୍ରା

September 1, 2026

ରାମେଶ୍ୱର-ପାରାଦୀପ ଉପକୂଳ ରାଜପଥ ନିର୍ମାଣ ଲାଗି ନିଲାମ କ୍ରେତା ମଧ୍ୟରେ ପ୍ରବଳ ଆଗ୍ରହ

September 1, 2026
Latest News

ଆଇଆଇଏମ୍‌ସି ଇତିହାସରେ ପ୍ରଥମ: ଆଇଆଇଏସ୍ ପ୍ରଶିକ୍ଷାର୍ଥୀଙ୍କୁ ମିଳିଲା ସ୍ନାତକୋତ୍ତର ଡିଗ୍ରୀ

September 1, 2026

ସଡ଼କ ଦୁର୍ଘଟଣା ରୋକିବା ପାଇଁ ବଡ଼ ନିଷ୍ପତ୍ତି: ସେପ୍ଟେମ୍ବରରୁ ମାର୍ଚ୍ଚ ଯାଏଁ ‘ଶୂନ୍ୟ ମୃତ୍ୟୁ ସପ୍ତାହ’

September 1, 2026

ଘରେ ପଶି ନାବାଳିକାକୁ ଆକ୍ରମଣ: ୨ ନାବାଳକ ସମେତ ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

September 1, 2026

ପ୍ରଥମ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ବାରଣାସୀ ଅଯୋଧ୍ୟା ଟ୍ରେନର ଶୁଭାରମ୍ଭ

September 1, 2026

୧୦ ମାସ ପରେ ଜେଲରୁ ବାହାରିଲେ ବିକ୍ରମ ପଣ୍ଡା: ବିଜେଡି କର୍ମୀଙ୍କ ବିଶାଳ ଶୋଭାଯାତ୍ରା

September 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.