Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»​ଜମ୍ମୁ-କଶ୍ମୀରରେ ଗଞ୍ଜାମ ପର୍ଯ୍ୟଟକଙ୍କ ମୃତ୍ୟୁ: ମୃତଦେହ ଫେରାଇ ଆଣିବା ପାଇଁ ବ୍ରହ୍ମପୁର ସାଂସଦଙ୍କ ପ୍ରୟାସ
ଆଜିର ଖବର

​ଜମ୍ମୁ-କଶ୍ମୀରରେ ଗଞ୍ଜାମ ପର୍ଯ୍ୟଟକଙ୍କ ମୃତ୍ୟୁ: ମୃତଦେହ ଫେରାଇ ଆଣିବା ପାଇଁ ବ୍ରହ୍ମପୁର ସାଂସଦଙ୍କ ପ୍ରୟାସ

September 2, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜମ୍ମୁ-କଶ୍ମୀରରେ ଗଞ୍ଜାମ ପର୍ଯ୍ୟଟକଙ୍କ ମୃତ୍ୟୁ
ଜମ୍ମୁ-କଶ୍ମୀରରେ ଗଞ୍ଜାମ ପର୍ଯ୍ୟଟକଙ୍କ ମୃତ୍ୟୁ

ବ୍ରହ୍ମପୁର: ଜମ୍ମୁ-କଶ୍ମୀର ଭ୍ରମଣରେ ଯାଇଥିବା ଗଞ୍ଜାମ ଜିଲ୍ଲାର ଜଣେ ପର୍ଯ୍ୟଟକଙ୍କର ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଗୋପାଳପୁର ଥାନା ଅନ୍ତର୍ଗତ ନାରାୟଣପୁର, ଟାଟା କଲୋନୀର ବାସିନ୍ଦା ରାଉତରେଡ୍ଲା ହିମାଂଶୁ ପ୍ରସାଦ ରାଓ (୫୫, ପିତା: ସ୍ୱର୍ଗତ ବାଲକୃଷ୍ଣ ରାଓ)।

ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୦୨ ସେପ୍ଟେମ୍ବର ୨୦୨୬ ତାରିଖ ଦିନ ଗଞ୍ଜାମରୁ ଯାଇଥିବା ପର୍ଯ୍ୟଟକ ଦଳ ପହଲଗାମରୁ ଅନନ୍ତନାଗ ଅଭିମୁଖେ ଏକ ଇନୋଭା ଗାଡ଼ି (ନଂ ଜେକେ-୦୧-ଏଟି-୮୦୮୧) ରେ ଗସ୍ତ କରୁଥିବା ସମୟରେ, ମାଟନ (ହିମାୟୁନ ମୁଜାମ୍ମିଲ ମଡେଲ ପୋଲିସ ଷ୍ଟେସନ ଅଧୀନ) ବୁମଜୁ ଶ୍ରାଇନ୍ ନିକଟରେ ହଠାତ୍ ପାହାଡ଼ରୁ ଏକ ବିଶାଳ ପଥର ଖସି ଗାଡ଼ି ଉପରେ ପଡ଼ିଥିଲା। ଏହି ଦୁର୍ଘଟଣାରେ ଶ୍ରୀ ରାଓ ଗୁରୁତର ମୁଣ୍ଡାଘାତ ଶିକାର ହୋଇଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ଗଭର୍ଣ୍ଣମେଣ୍ଟ ମେଡିକାଲ କଲେଜ (GMC) ଅନନ୍ତନାଗରେ ଭର୍ତ୍ତି କରାଯାଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

​ଏହି ଦୁଃଖଦ ଖବର ପାଇବା ପରେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ସ୍ୱର୍ଗତ ରାଓଙ୍କ ମୃତଦେହକୁ ଯଥାଶୀଘ୍ର ଓଡ଼ିଶାରେ ଥିବା ତାଙ୍କ ନିଜ ଗ୍ରାମକୁ ଫେରାଇ ଆଣିବା ନିମନ୍ତେ ସାଂସଦ ସ୍ୱତନ୍ତ୍ର ଉଦ୍ୟମ ଆରମ୍ଭ କରିଛନ୍ତି।

​ଏହି ସନ୍ଦର୍ଭରେ ଡ. ପାଣିଗ୍ରାହୀ ଜମ୍ମୁ-କଶ୍ମୀରର ମୁଖ୍ୟ ଶାସନ ସଚିବ, ଅନନ୍ତନାଗ ଜିଲ୍ଲାପାଳ, ଗଭର୍ଣ୍ଣମେଣ୍ଟ ମେଡିକାଲ କଲେଜର ଅଧ୍ୟକ୍ଷ ଏବଂ ନୂଆଦିଲ୍ଲୀସ୍ଥିତ ଓଡ଼ିଶାର ପ୍ରଧାନ ରେସିଡେଣ୍ଟ କମିଶନରଙ୍କୁ ଜରୁରୀ ପତ୍ର ଲେଖିଛନ୍ତି। ଏଥିସହ ଓଡ଼ିଶାର ମୁଖ୍ୟ ଶାସନ ସଚିବ, ଗଞ୍ଜାମ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ମଧ୍ୟ ଅବଗତ କରାଯାଇଛି।

ମୃତଦେହର ପୋଷ୍ଟମୋର୍ଟମ, ଏମ୍ବାଲମିଂ (Embalming) ଏବଂ ଜରୁରୀ ଆଇନଗତ ପ୍ରମାଣପତ୍ର ଶୀଘ୍ର ପ୍ରଦାନ କରିବା ସହ ଶ୍ରୀନଗର ବିମାନବନ୍ଦରରୁ ମୃତଦେହକୁ ଓଡ଼ିଶା ଆଣିବା ପାଇଁ ସମସ୍ତ ବିମାନ ଯୋଗାଯୋଗ ଓ ବିଭାଗୀୟ ମଞ୍ଜୁରୀ ସୁନିଶ୍ଚିତ କରିବାକୁ ସାଂସଦ ଅନୁରୋଧ କରିଛନ୍ତି। ଏହାସହ ସେଠାରେ ଉପସ୍ଥିତ ଥିବା ସହ-ପର୍ଯ୍ୟଟକ ଏନ୍. ଗୋପାଳ ରେଡ୍ଡୀ ଓ ଅନ୍ୟମାନଙ୍କ ସୁରକ୍ଷିତ ରହିବା ଏବଂ ଫେରିବା ପାଇଁ ପ୍ରଶାସନିକ ସହାୟତା ଯୋଗାଇଦେବାକୁ ସେ ନିବେଦନ କରିଛନ୍ତି। ସାଂସଦଙ୍କ କାର୍ଯ୍ୟାଳୟ ଏହି ବିଷୟରେ ଜମ୍ମୁ-କଶ୍ମୀର ଓ ଓଡ଼ିଶା ପ୍ରଶାସନ ସହ ନିରନ୍ତର ସମନ୍ୱୟ ରକ୍ଷା କରୁଛି।

ଅକାଳ ବିୟୋଗ ଗଞ୍ଜାମ ପର୍ଯ୍ୟଟକ ଜମ୍ମୁ କଶ୍ମୀର ଡ. ପ୍ରଦୀପ କୁମାର ପାଣିଗ୍ରାହୀ ବ୍ରହ୍ମପୁର ସାଂସଦ ମୁଖ୍ୟ ଶାସନ ସଚିବ ସଡକ ଦୁର୍ଘଟଣା ହିମାଂଶୁ ପ୍ରସାଦ ରାଓ
Share. Facebook Twitter LinkedIn Email WhatsApp Copy Link

Related Posts

୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

September 23, 2026

ସେପ୍ଟେମ୍ବର ୨୩ରେ ଏହି ଆଠଟି ରାଶିର ସୁନା ପରି ଚମକିବ ଭାଗ୍ୟ: ଜାଣନ୍ତୁ ଆଜିର ରାଶିଫଳ

September 23, 2026

କାଲି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ, ଜାଣନ୍ତୁ ସମୟ

September 22, 2026

ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାରେ ଦୋଷୀକୁ ୭ ବର୍ଷ ଜେଲ୍‌, ୧୦ ହଜାର ଜରିମାନା

September 22, 2026
Latest News

୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

September 23, 2026

ସେପ୍ଟେମ୍ବର ୨୩ରେ ଏହି ଆଠଟି ରାଶିର ସୁନା ପରି ଚମକିବ ଭାଗ୍ୟ: ଜାଣନ୍ତୁ ଆଜିର ରାଶିଫଳ

September 23, 2026

କାଲି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ, ଜାଣନ୍ତୁ ସମୟ

September 22, 2026

ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାରେ ଦୋଷୀକୁ ୭ ବର୍ଷ ଜେଲ୍‌, ୧୦ ହଜାର ଜରିମାନା

September 22, 2026

୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ: ‘ଲହରୀ’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର

September 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.