Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚିକିଟି ମଦ ମୃତ୍ୟୁ ଘଟଣା, ନିଲମ୍ବନ ହେଲେ ଅବକାରୀ ଇନ୍ସପେକଟର ଓ ସବ୍‌-ଇନ୍ସପେକଟରଙ୍କୁ, ବଦଳିଲେ ଅଧୀକ୍ଷକ
ଜାତୀୟ ଖବର

ଚିକିଟି ମଦ ମୃତ୍ୟୁ ଘଟଣା, ନିଲମ୍ବନ ହେଲେ ଅବକାରୀ ଇନ୍ସପେକଟର ଓ ସବ୍‌-ଇନ୍ସପେକଟରଙ୍କୁ, ବଦଳିଲେ ଅଧୀକ୍ଷକ

August 22, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଚିକିଟି ମଦ ମୃତ୍ୟୁ

ଭୁବନେଶ୍ୱର: ବେଆଇନ ମଦ କାରବାର କାରବାର ଘଟଣାରେ ମାନ୍ୟବର ଅବକାରୀ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ କମିଶନର ଆଜି ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି । ସେହିପରି ଅବକାରୀ ଅଧୀକ୍ଷକ, ବ୍ରହ୍ମପୁରଙ୍କୁ ତାଙ୍କ ସ୍ଥାନରୁ ଅପସାରଣ ନେଇ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସରକାରୀ କାର୍ଯ୍ୟରେ ଅବହେଳା, ଓଡ଼ିଶା ସରକାରଙ୍କ କର୍ମଚାରୀ ଆଚରଣବିଧି ନିୟମ ୧୯୫୯ ଧାରା-୩ର ଉଲ୍ଲଂଘନ କରିବା ଅଭିଯୋଗରେ ବ୍ରହ୍ମପୁର ଅବକାରୀ ଜିଲ୍ଲାରେ କାର୍ଯ୍ୟରତ ଅବକାରୀ ଇନ୍ସପେକଟର ରମେଶ ଚନ୍ଦ୍ର ମହାନ୍ତି ଏବଂ ସବ୍‌-ଇନ୍ସପେକଟର ପ୍ରସନ୍ନ କୁମାର ଜାଲିଙ୍କୁ ନିଲମ୍ବିତ କରାଯାଇଛି ।

ଏଥି ନେଇ ଅବକାରୀ କମିଶନର ଶ୍ରୀ ନରସିଂହ ଭୋଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ନିଲମ୍ବନ ସମୟ ଅବଧି ମଧ୍ୟରେ ଉଭୟଙ୍କ ମୁଖ୍ୟାଳୟ ଅବକାରୀ ଡେପୁଟି କମିଶନର (ଦକ୍ଷିଣାଞ୍ଚଳ ଜୋନ୍‌) ସ୍ଥିର କରାଯିବା ସହ ବିନା ଅନୁମତିରେ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ସେହିପରି ବ୍ରହ୍ମପୁରର ଅବକାରୀ ଅଧୀକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ବଦଳି କରାଯିବା ସହ ତୁରନ୍ତ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ, କଟକରେ ଯୋଗଦେବାକୁ ଅବକାରୀ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଅନ୍ୟପକ୍ଷରେ କେନ୍ଦୁଝରର ଉପ-ଅଧୀକ୍ଷକ ଶ୍ରୀ ପ୍ରବୀଣ କୁମାର ପ୍ରଧାନଙ୍କୁ ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ଭାବେ ଦାୟିତ୍ୱ ନେବା ପାଇଁ ଉକ୍ତ ନିର୍ଦ୍ଦେଶନାମାରେ ଉଲ୍ଲେଖ ହୋଇଛି ।

ଚିକିଟି ମଦ ମୃତ୍ୟୁ ମଦ ମୃତ୍ୟୁ
Share. Facebook Twitter LinkedIn Email WhatsApp Copy Link

Related Posts

ଏଆଇ ଜରିଆରେ ଭାରତରେ ପରିବର୍ତ୍ତନ

October 13, 2025

ନୂଆପଡ଼ା ଉପନିର୍ବାଚନ: ଆଜିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ

October 13, 2025

ଭାରତ ଗସ୍ତରେ ଆସିଲେ କାନଡା ବୈଦେଶିକ ମନ୍ତ୍ରୀ ଅନିତା ଆନନ୍ଦ, ଜାଣନ୍ତୁ କାରଣ

October 13, 2025

କୋଲଡ୍ରିଫ୍ କଫ୍ ସିରପ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ଚେନ୍ନାଇର ୭ଟି ସ୍ଥାନରେ ଚଢାଉ

October 13, 2025
Latest News

ଏଆଇ ଜରିଆରେ ଭାରତରେ ପରିବର୍ତ୍ତନ

October 13, 2025

ନୂଆପଡ଼ା ଉପନିର୍ବାଚନ: ଆଜିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ

October 13, 2025

ଭାରତ ଗସ୍ତରେ ଆସିଲେ କାନଡା ବୈଦେଶିକ ମନ୍ତ୍ରୀ ଅନିତା ଆନନ୍ଦ, ଜାଣନ୍ତୁ କାରଣ

October 13, 2025

କୋଲଡ୍ରିଫ୍ କଫ୍ ସିରପ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ଚେନ୍ନାଇର ୭ଟି ସ୍ଥାନରେ ଚଢାଉ

October 13, 2025

କୁଡ଼ିଆରୁ ଏସ୍‍ଏଚ୍‍ଜି ଯାଏଁ: ଗୋଆର ଅର୍ଥନୀତିକୁ ସୁଦୃଢ଼ କରୁଛି ଜିଏସଟି ସଂସ୍କାର

October 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.