Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜାତୀୟ ଧାନ ଗବେଷଣା ସଂସ୍ଥା କଟକ ଠାରେ ଆଇସିଏଆର୍‌ ଆଞ୍ଚଳିକ କମିଟିର ବୈଠକ
ଜାତୀୟ ଖବର

ଜାତୀୟ ଧାନ ଗବେଷଣା ସଂସ୍ଥା କଟକ ଠାରେ ଆଇସିଏଆର୍‌ ଆଞ୍ଚଳିକ କମିଟିର ବୈଠକ

August 23, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜାତୀୟ ଧାନ ଗବେଷଣା ସଂସ୍ଥା କଟକ ଠାରେ ଆଇସିଏଆର୍‌ ଆଞ୍ଚଳିକ କମିଟିର ବୈଠକ

ଭୁବନେଶ୍ୱର: ଭାରତୀୟ କୃଷି ଗବେଷଣା ପରିଷଦ, ନୂଆଦିଲ୍ଲୀ ଦ୍ୱାରା ଜାତୀୟ ଧାନ ଗବେଷଣା ସଂସ୍ଥା କଟକଠାରେ ଆଜି ଆଇସିଏଆର୍‌ ଆଞ୍ଚଳିକ କମିଟି-୨ର ୨୭ତମ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିବାବେଳେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଜ୍ୟ ମନ୍ତ୍ରୀ ଶ୍ରୀ ଭାଗୀରଥ ଚୌଧୁରୀ ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ। ଆଜିର ଜଳବାୟୁ ଓ ପରିବର୍ତ୍ତନଶୀଳ ପରିବେଶ ଅନୁଯାୟୀ ହେଉଥିବା କୃଷି, ଉଦ୍ୟାନ କୃଷି, ପଶୁପାଳନ ଓ ମତ୍ସ୍ୟ ଉତ୍ପାଦନ ସହ ଜଡ଼ିତ ସମସ୍ୟା ଓ ତାହାର ସମାଧାନ ନେଇ ଆଲୋଚନା କରାଯାଇଥିଲା।

କେନ୍ଦ୍ର ଓ ରାଜ୍ୟ ସରକାର ନିୟମିତ ଭାବେ ଜଳବାୟୁ ସମ୍ବନ୍ଧୀୟ ଫସଲ ସମସ୍ୟା ଉପରେ ଆଲୋଚନା ଓ ଭବିଷ୍ୟତ ଯୋଜନା ପ୍ରସ୍ତୁତ କରୁଛନ୍ତି। କୃଷକଙ୍କ ଅଗ୍ରଗତି ପାଇଁ ଏହି ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୃଷି କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ ବୃଦ୍ଧି ପାଇଁ ମଧ୍ୟ ଉଦ୍ୟମ ଜାରି ରହିଛି। ପାଣ୍ଠିର ସଦୁପଯୋଗ, କାର୍ଯ୍ୟକାରିତା, ଫଳାଫଳର ମୂଲ୍ୟାଙ୍କନ, ଆବଶ୍ୟକ ଅନୁଯାୟୀ ରଣନୀତିରେ ସଂଶୋଧନ ଓ ବିନିଯୋଗ ତୁଳନାରେ ସର୍ବାଧିକ ସମ୍ଭାବ୍ୟ ଲାଭ ପାଇବା ହେଉଛି ଆମର ଲକ୍ଷ୍ୟ ବୋଲି ଶ୍ରୀ ସିଂହଦେଓ ମତବ୍ୟକ୍ତ କରିଥିଲେ।

ଜଳବାୟୁ ପରିବର୍ତ୍ତନ, ବନ୍ୟା, ମରୁଡି, ଘୂର୍ଣ୍ଣିବଳୟ, ଅତ୍ୟଧିକ ଗରମ ଲହରୀ, କୀଟ ଏବଂ ରୋଗ ସଂକ୍ରମଣ ଇତ୍ୟାଦି ଘଟଣା ଯୋଗୁଁ ଚାଷୀମାନେ ନାନାବିଧ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଓ ଫସଲ ଉତ୍ପାଦନ ପ୍ରଭାବିତ ହେଉଛି। ଏହାର ମୁକାବିଲା କରିବା ପାଇଁ ପରିବେଶ ଅନୁକୂଳ ଚାଷ ପ୍ରଣାଳୀ ଓ ବିହନକୁ ପ୍ରାଥମିକତା ଦେବା ନିହାତି ଆବଶ୍ୟକ ଓ ଏଥିପାଇଁ ସରକାର ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସମନ୍ୱୟ ରକ୍ଷା କରି ଚାଷୀଙ୍କୁ ସୁହାଇଲା ଭଳି ଯୋଜନାମାନ ପ୍ରଣୟନ ଦିଗରେ ଚେଷ୍ଟିତ ବୋଲି ଶ୍ରୀ ଚୌଧୁରୀ କହିଥିଲେ।

ଭାରତୀୟ କୃଷି ଅନୁସନ୍ଧାନ ଏବଂ ଶିକ୍ଷା ବିଭାଗ ସଚିବ ଓ ଭାରତୀୟ କୃଷି ଅସୁସନ୍ଧାନ ପରିଷଦର ମହାନିର୍ଦ୍ଦେଶକ ହିମାଂଶୁ ପାଠକ ଏହି ବୈଠକର ସଭାପତିତ୍ୱ କରି କହିଥିଲେ ଯେ ଗବେଷଣା ପ୍ରତିଷ୍ଠାନ ଓ ବିକାଶ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା ଜରୁରୀ। ଉପମହାନିର୍ଦ୍ଦେଶକ ତିଳକ ରାଜ ଶର୍ମା ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ନୂଆଦିଲ୍ଲୀସ୍ଥିତ ଜାତୀୟ କୃଷି ଅର୍ଥନୀତି ଓ ଅନୁସନ୍ଧାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ପି. ଏସ୍‌. ବିର୍ଥାଲ ଅନୁଷ୍ଠାନ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ। ଏହି ସମାବେଶରେ ଆଇସିଏଆର୍‌ ର ବହୁ ବରିଷ୍ଠ ପଦଧିକାରୀ ଏବଂ ପାଞ୍ଚୋଟି ରାଜ୍ୟରୁ ବହୁ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମ ଶ୍ରେଣୀ ବହି ବିବାଦ: ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଶୋଧିତ ବହି

August 7, 2026

ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ

August 7, 2026

ବରଗଡ଼ରେ ଓକିଲ ସଂଘ ସଭାପତିଙ୍କୁ ମଦ୍ୟପଙ୍କ ଆକ୍ରମଣ, ଗୁରୁତର ଆହତ; ୩ ଅଭିଯୁକ୍ତ ଗିରଫ

August 6, 2026

ଏମ୍ସ ଭୁବନେଶ୍ବରରେ ଶୀଘ୍ର ଯକ୍ଷ୍ମା ଚିହ୍ନଟ ଓ ନିରାକାରଣ ଉପରେ ଜାତୀୟ ସମ୍ମିଳନୀ

August 6, 2026
Latest News

ପ୍ରଥମ ଶ୍ରେଣୀ ବହି ବିବାଦ: ତ୍ରୁଟି ଅଭିଯୋଗକୁ ଖଣ୍ଡନ କଲେ ଗଣଶିକ୍ଷା ମନ୍ତ୍ରୀ, ଖୁବଶୀଘ୍ର ମିଳିବ ସଂଶୋଧିତ ବହି

August 7, 2026

ବଡ଼ଭାଇଙ୍କୁ ହତ୍ୟା କଲା ସାନଭାଇ

August 7, 2026

ବରଗଡ଼ରେ ଓକିଲ ସଂଘ ସଭାପତିଙ୍କୁ ମଦ୍ୟପଙ୍କ ଆକ୍ରମଣ, ଗୁରୁତର ଆହତ; ୩ ଅଭିଯୁକ୍ତ ଗିରଫ

August 6, 2026

ଏମ୍ସ ଭୁବନେଶ୍ବରରେ ଶୀଘ୍ର ଯକ୍ଷ୍ମା ଚିହ୍ନଟ ଓ ନିରାକାରଣ ଉପରେ ଜାତୀୟ ସମ୍ମିଳନୀ

August 6, 2026

ଘର ପ୍ରତିଷ୍ଠା ଭୋଜି ପଡ଼ିଲା ମହଙ୍ଗା, ଝାଡ଼ାବାନ୍ତିରେ ୧୦୦ରୁ ଅଧିକ ଆକ୍ରାନ୍ତ

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.