Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଟି-୨୦ରେ ସୂର୍ଯ୍ୟକୁମାରଙ୍କ ରେକର୍ଡ ଭାଙ୍ଗିଲେ ଅଭିଷେକ ଶର୍ମା
ଖେଳ

ଟି-୨୦ରେ ସୂର୍ଯ୍ୟକୁମାରଙ୍କ ରେକର୍ଡ ଭାଙ୍ଗିଲେ ଅଭିଷେକ ଶର୍ମା

October 12, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଟି-୨୦ରେ ସୂର୍ଯ୍ୟକୁମାରଙ୍କ ରେକର୍ଡ ଭାଙ୍ଗିଲେ ଅଭିଷେକ ଶର୍ମା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ବିସ୍ଫୋରକ ଓପ୍ନର୍ ଅଭିଷେକ ଶର୍ମା ଆଉ ଏକ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି। ପ୍ରାୟ ୨୦୦ର ଷ୍ଟ୍ରାଇକ୍ ରେଟ୍‌ରେ ବ୍ୟାଟିଂ କରି ସେ ଟି-୨୦ କ୍ରିକେଟ୍‌ରେ ଦ୍ରୁତତମ ୨୦୦୦ ରନ୍ ପୂରଣ କରିବାରେ ପ୍ରଥମ ଭାରତୀୟ ବ୍ୟାଟର୍ ହୋଇପାରିଛନ୍ତି। ଏହି କ୍ରମରେ ସେ ଭାରତର ତାରକା ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବଙ୍କ ପୂର୍ବର ରେକର୍ଡ ଭାଙ୍ଗିଛନ୍ତି।

ସୂର୍ଯ୍ୟକୁମାର ୧୧୬୪ ବଲ୍‌ରେ ୨୦୦୦ ରନ୍ ପୂରଣ କରିଥିବା ବେଳେ ଅଭିଷେକ ମାତ୍ର ୧୦୨୪ ବଲ୍‌ରେ ଏହି ସଫଳତା ହାସଲ କରିଛନ୍ତି। ତେବେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସବୁଠୁ କମ୍ ଇନିଂସ୍‌ରେ ୨୦୦୦ ରନ୍ ପୂରଣ କରିବା ମାମଲାରେ ଅଭିଷେକ ବହୁ ପଛରେ ରହିଛନ୍ତି। ଟି-୨୦ ଅନ୍ତର୍ଜାତୀୟରେ ସବୁଠୁ କମ୍ ଇନିଂସ୍‌ରେ ୨୦୦୦ ରନ୍ ପୂରଣର ବିଶ୍ୱ ରେକର୍ଡ ଅଷ୍ଟ୍ରିଆର କରନବୀର ସିଂହଙ୍କ ନାମରେ ରହିଛି। ସେ ମାତ୍ର ୪୫ ଇନିଂସ୍‌ରେ ଏହି ଉପଲବ୍ଧି ହାସଲ କରିଥିଲେ। ପୂର୍ଣ୍ଣ ସଦସ୍ୟ ଦେଶ ମଧ୍ୟରେ ଏହି ରେକର୍ଡ ପାକିସ୍ତାନର ବାବର ଆଜମ୍ ଓ ମହମ୍ମଦ ରିଜ୍‌ୱାନ୍‌ଙ୍କ ନାମରେ ରହିଛି। ସେମାନେ ୫୨-୫୨ ଇନିଂସ୍‌ରେ ୨୦୦୦ ରନ୍ ପୂରଣ କରିଥିଲେ। ଅଭିଷେକ ଶର୍ମା ୬୫ ମ୍ୟାଚ୍‌ର ୬୪ ଇନିଂସ୍‌ରେ ଏହି ଉପଲବ୍ଧି ହାସଲ କରିଛନ୍ତି।

ଅଭିଷେକ ଶର୍ମା ଟି-୨୦ ରେକର୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୟାପ୍‌ଟେନ୍ ସ୍ମୃତି ମନ୍ଧାନା ୟୁନିସେଫ୍ ଇଣ୍ଡିଆ ‘ସେଲିବ୍ରିଟି ଆଡ୍‌ଭୋକେଟ୍’

October 12, 2026

ନବରାତ୍ରୀ ପୂଜା, ଜାଣନ୍ତୁ ନଅ ଦିନ ଧରି କେଉଁ କେଉଁ ଦେବୀଙ୍କୁ କରାଯାଏ ପୂଜା

October 12, 2026

ଆମ ଯୁବଶକ୍ତି ଭାରତର ଭବିଷ୍ୟତ ପାଇଁ ଗଭୀର ବିଶ୍ୱାସ ସୃଷ୍ଟି କରୁଛି: ପ୍ରଧାନମନ୍ତ୍ରୀ

October 12, 2026

OPPO F35 Series: ଏଫ୍ ସିରିଜର ୧୦ ବର୍ଷ ପୂର୍ତ୍ତି ରେ ଏଫ୍୩୫ ସିରିଜ୍ ଲଞ୍ଚ କଲା ଓପୋ

October 12, 2026
Latest News

ଟି-୨୦ରେ ସୂର୍ଯ୍ୟକୁମାରଙ୍କ ରେକର୍ଡ ଭାଙ୍ଗିଲେ ଅଭିଷେକ ଶର୍ମା

October 12, 2026

କ୍ୟାପ୍‌ଟେନ୍ ସ୍ମୃତି ମନ୍ଧାନା ୟୁନିସେଫ୍ ଇଣ୍ଡିଆ ‘ସେଲିବ୍ରିଟି ଆଡ୍‌ଭୋକେଟ୍’

October 12, 2026

ଟାଇମ୍ସ ଫ୍ୟାଶନ୍ ୱିକ୍ ରେ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର ଝଲକ ଦେଖାଇଲା ଓରମାସ୍

October 12, 2026

ଛାତ୍ର ସଂସଦ ନିର୍ବାଚନ: ଉଷ୍ମ ହେଲାଣି ରାଜଧାନୀ କ୍ୟାମ୍ପସ୍

October 12, 2026

ନବରାତ୍ରୀ ପୂଜା, ଜାଣନ୍ତୁ ନଅ ଦିନ ଧରି କେଉଁ କେଉଁ ଦେବୀଙ୍କୁ କରାଯାଏ ପୂଜା

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.