Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭିନ୍ନକ୍ଷମ ପିଲାମାନଙ୍କ ଜୀବନରେ ପରିବର୍ତ୍ତନ ଆଣିଲେ ସମାଜର ଉନ୍ନତି ହେବ: ମନ୍ତ୍ରୀ ସଂପଦ ସ୍ବାଇଁ
ଆଜିର ଖବର

ଭିନ୍ନକ୍ଷମ ପିଲାମାନଙ୍କ ଜୀବନରେ ପରିବର୍ତ୍ତନ ଆଣିଲେ ସମାଜର ଉନ୍ନତି ହେବ: ମନ୍ତ୍ରୀ ସଂପଦ ସ୍ବାଇଁ

August 25, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଭିନ୍ନକ୍ଷମ ପିଲାମାନଙ୍କ ଦକ୍ଷତା ଓ ନିଯୁକ୍ତି ବୃଦ୍ଧି ପାଇଁ ସାର୍ଥକ ଏଜୁକେସନାଲ୍ ଟ୍ରଷ୍ଟପକ୍ଷରୁ ଶନିବାର ଦିନ ଭୁବନେଶ୍ବର ନୟାପଲ୍ଲୀ ଠାରେ “ଆଇ.ଟି.ସି ସୁନହେରା ପଲ୍” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମାନବ ସେବା ହିଁ ମାଧବ ସେବା। ତେଣୁ ସାର୍ଥକ ଏଡୁକେଶନାଲ ଟ୍ରଷ୍ଟ ପକ୍ଷରୁ ‘ମିଶନ ସୁନେହେରା କଲ୍ କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜ କଲ୍ୟାଣ ଓ ଶିଳ୍ପ ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଏହା ସହିତ କାର୍ଯ୍ୟକ୍ରମରେ ବିଶେଷ ଅତିଥି ଭାବେ ସାର୍ଥକ ଏଜୁକେସନାଲ୍ ଟ୍ରଷ୍ଟର ପ୍ରତିଷ୍ଠାତା ଜିତେନ୍ଦ୍ର ଅଗ୍ରୱାଲ, ଆଇଟିସି ର ଫଣ୍ଡିଙ୍ଗ୍ ପାର୍ଟନର ନିୟତି ପଟ୍ଟନାୟକ,ଆଇଟିସି ଜେନେରାଲ ମ୍ୟାନେଜର ପ୍ରତ୍ୟୁସ ବେହେରା , ସାର୍ଥକ ଏଜୁକେସନାଲ୍ ଟ୍ରଷ୍ଟ ର ସ୍ଟାଟିଜିକ ଲିଡର ସୁମନ ଅଗ୍ରୱ।ଲ୍ ଓ ଭିନ୍ନକ୍ଷମ ବିଭାଗ ଡେପୁଟି ସେକ୍ରେଟାରୀ ସନ୍ୟାସୀ ବେହେରା ଉପସ୍ଥିତ ରହିଥିଲେ।

ମନ୍ତ୍ରୀ କହିଥିଲେ ଯେ ଦିବ୍ୟାଙ୍ଗ ଭାଇ ଭଉଣୀଙ୍କ ବିକାଶ ହେଉଛି ସବୁଠୁ ଉପରେ। ସରକାରଙ୍କ ତରଫରୁ ଅନେକ ପ୍ରକାରର ଯୋଜନା କରାଯାଇଛି ଯାହାପାଇଁ ସମସ୍ତଙ୍କର ସାହାଯ୍ୟ ଓ ସହଯୋଗ ଲୋଡା ଫଳରେ ଦିବ୍ୟାଙ୍ଗ ଭାଇ ଭଉଣୀଙ୍କ ଜୀବନରେ ବଡ ପରିବର୍ତ୍ତନ ଆସିପାରିବ।

ସୂଚନାଯୋଗ୍ୟ, ୨୦୧୧ ମସିହା ଜନଗଣନା ଅନୁସାରେ ଓଡିଶାର ସର୍ବମୋଟ ଜନସଂଖ୍ୟା ରହିଥିଲା ୪.୨ କୋଟି। ଯାହାମଧ୍ୟରେ ୧୨,୪୪,୪୦୨ ଜଣ ହେଉଛନ୍ତି ଦିବ୍ୟାଙ୍ଗ। ତେବେ ଏହି ସଂଖ୍ୟା ଏବେ ଆହୁରି ବୃଦ୍ଧି ପାଇଛି । ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭଳଶୀଳ କରିବା ଦିଗରେ ସାର୍ଥକ ଏଜୁକେସନାଲ୍ ଟ୍ରଷ୍ଟ ୨୦୦୮ରୁ ଧ୍ୟାନ ଦେଇଆସୁଛି । ଏହାସହ ୨୦୨୩ରେ ସାର୍ଥକ ଏଜୁକେସନାଲ୍ ଟ୍ରଷ୍ଟ ଶ୍ରେଷ୍ଠ NGO ସଂସ୍ଥା ଭାବରେ ଜାତୀୟ ସ୍ତରରେ ସମ୍ମାନିତ ହୋଇସାରିଛି। ଦିବ୍ୟାଙ୍ଗଙ୍କ ପାଇଁ ସାରା ଭାରତରେ ୨୫ଟି ସାର୍ଥକ ଦିବ୍ୟାଙ୍ଗ କେନ୍ଦ୍ର ରହିବା ସହ ଓଡ଼ିଶାରେ ଦିବ୍ୟାଙ୍ଗମାନଙ୍କୁ ମାଗଣାରେ ଦକ୍ଷତା ତାଲିମ ପ୍ରତିଷ୍ଠାନ ଆଜି ଖୋଲାଯାଇ ଯୁବ ଦିବ୍ୟାଙ୍ଗଙ୍କୁ ମାଗଣାରେ ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷା ଦେବା ସହିତ ନିଯୁକ୍ତି ମଧ୍ୟ ଯିବ ବୋଲି ଅନୁଷ୍ଠାନ ପକ୍ଷରୁ ଶ୍ରୀଯୁକ୍ତ ଅଗ୍ରୱାଲ ସୂଚନା ଦେଇଛନ୍ତି।

କେବଳ ଏତିକି ନୁହଁ ୨୦୨୧ ମସିହାରେ ସାର୍ଥକ ଅନଲାଇନ ପୋର୍ଟାଲ ରୋଜଗାରସାଥୀ ନେଇ ଆସିଥିଲା ଯାହା ମାଧ୍ୟମରେ ଅନେକ ଦିବ୍ୟାଙ୍ଗ ଉପକୃତ ହୋଇଥିଲେ। ଏହା ମାଧ୍ୟମରେ ଥରେ ରେଜିଷ୍ଟ୍ରେସନ କରି ଦେଇଥିବା ସ୍ଥାନରେ ‘ଜବ୍ ଅପରଚୁନିଟି’ ଖୋଜିବା ସମ୍ଭବ ହୋଇଥିଲା ଏହା ସହିତ ଏଥିରେ ଘରେ ରହି କାମ କରିବାର ସୁବିଧା ମଧ୍ଯ ଉପଲବ୍ଧ ଥିଲା।

ସାରା ଦେଶରେ ୨ଲକ୍ଷ ଭିନ୍ନକ୍ଷମ ଭାଇ ଭଉଣୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ ଓ ୮୦ହଜାର ଭିନ୍ନକ୍ଷମ ପିଲାମାନଙ୍କୁ ଅନୁଷ୍ଠାନ ପକ୍ଷରୁ ନିଯୁକ୍ତି ପ୍ରଦାନ କରାଯାଇଛି।

ସାର୍ଥକ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସାହାଯ୍ୟର ହାତ ବଢ଼ାଇଛି। ଯାହାଦ୍ୱାରା ଦିବ୍ୟାଙ୍ଗମାନେ ଉପକୃତ ହେଉଛନ୍ତି।

ନୟାପଲ୍ଲୀ ଭିନ୍ନକ୍ଷମ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025

ଯାତ୍ରୀଙ୍କ ପାଇଁ ଖୁସି ଖବର: ପାଟନା ଏବଂ ପୁରୀକୁ ସଂଯୋଗ କରିବ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍‌

August 25, 2025

ସ୍ଥିର ହେଲା ମା’ଭଗବତୀଙ୍କ ପୀଠରେ ‘ଷଷ୍ଠି ଓଷା’, ‘ଲଳିତା ସପ୍ତମୀ’ ପାଣି ତୋଳା ଯାତ୍ରାର ଲଗ୍ନ

August 25, 2025

ଭୁଲ ନିର୍ବାଚନ ତଥ୍ୟ ସେୟାର କରିବା ମାମଲା: ସୁପ୍ରିମକୋର୍ଟରୁ ସଞ୍ଜୟ କୁମାରଙ୍କୁ ବଡ଼ ଆଶ୍ୱସ୍ତି

August 25, 2025
Latest News

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025

ଯାତ୍ରୀଙ୍କ ପାଇଁ ଖୁସି ଖବର: ପାଟନା ଏବଂ ପୁରୀକୁ ସଂଯୋଗ କରିବ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍‌

August 25, 2025

ବାଣପୁର: ଔଷଧ ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ମୂଲ୍ୟର ସାମଗ୍ରୀ ପାଉଁଶ

August 25, 2025

ସ୍ଥିର ହେଲା ମା’ଭଗବତୀଙ୍କ ପୀଠରେ ‘ଷଷ୍ଠି ଓଷା’, ‘ଲଳିତା ସପ୍ତମୀ’ ପାଣି ତୋଳା ଯାତ୍ରାର ଲଗ୍ନ

August 25, 2025

ଭୁଲ ନିର୍ବାଚନ ତଥ୍ୟ ସେୟାର କରିବା ମାମଲା: ସୁପ୍ରିମକୋର୍ଟରୁ ସଞ୍ଜୟ କୁମାରଙ୍କୁ ବଡ଼ ଆଶ୍ୱସ୍ତି

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.