Categories
ଆଜିର ଖବର ରାଜ୍ୟ ଖବର

ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦେଲା ଓଡିଶା ମୋ ପରିବାର

ଭୁବନେଶ୍ୱର: ଭିନ୍ନକ୍ଷମ ମାନେ ହେଉଛନ୍ତି ସମାଜର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହି ପ୍ରେରଣାଦାୟୀ ମନୁଷ୍ୟମାନଙ୍କୁ ସମାଜରେ ଖାପ ଖୁଆଇ ଚଳିବା ପାଇଁ ଓଡ଼ିଶା-ମୋ ପରିବାର ପକ୍ଷରୁ ଯୋଗାଇ ଦିଆଯାଉଛି କୃତ୍ରିମ ଅଙ୍ଗ। ଏହି ଉଦ୍ଦେଶ୍ୟରେ ଆଜି ୩ ଜଣ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଛି।

ସୂଚନାନୁସାରେ, ଭୁବନେଶ୍ଵର ନୟାପଲ୍ଲୀ ଅଞ୍ଚଳର ୧୩ବର୍ଷିୟା ଝିଅ କିରଣ ବେହେରା ଜନ୍ମରୁ ଦିବ୍ୟାଙ୍ଗ, ତାଙ୍କ ବାମ ହାତର ପାପୁଲି ନାହିଁ। କିନ୍ତୁ ମନରେ ଚିତ୍ରାକୃତି, ନୃତ୍ୟ ଓ ଟାଇକୋଣ୍ଡୋ ପ୍ରତି ଉତ୍ସାହ ଭରି ରହିଛି। ସେ ଏହି ସବୁକୁ ଶିଖିବା ପାଇଁ ତାଲିମ ମଧ୍ୟ ନେଉଛନ୍ତି। ଦୁଇଥର ବିଭିନ୍ନ ଶିବିରରୁ କୃତ୍ରିମ ହାତ ଲଗାଇଥିଲେ ସୁଦ୍ଧା ସମୟକ୍ରମେ ସେଗୁଡ଼ିକ ନଷ୍ଟ ହୋଇଯାଇଥିଲା।

ତାଙ୍କ ଘର ପାଖରେ ଏକ ସଚେତନତା ଶିବିରରୁ ସେ ଓଡ଼ିଶା-ମୋ ପରିବାର ପକ୍ଷରୁ କୃତ୍ରିମ ଅଙ୍ଗ ଯୋଗାଣ ସମ୍ପର୍କରେ ଖବର ପାଇବା ପରେ ବିଜୁ ଜନତା ଦଳ ତଥା ଓଡ଼ିଶା-ମୋ ପରିବାରର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଏକ କୃତ୍ରିମ ହାତ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ ।

ଠିକ ସେହିପରି, କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳର ୫୨ ବର୍ଷିୟ ଜଣେ ଦିନ ମଜୁରିଆ ଭରତ ଚନ୍ଦ୍ର ବାଇ ଯାହାଙ୍କ ଫାଇଲେରିଆରେ ଡାହାଣ ଗୋଡ଼ଟି ସଂକ୍ରମଣ ହୋଇଥିବାରୁ ଡାକ୍ତରଙ୍କର ପରାମର୍ଶରେ ତାଙ୍କ ଗୋଡ଼ଟିକୁ ଅପରେସନ କରି କଟା ଯାଇଥିଲା ଏବଂ ପରବର୍ତ୍ତି ସମୟରେ ସେ ତାଙ୍କପାଇଁ ଏକ କୃତ୍ରିମ ଗୋଡ଼ ପାଇଁ ସମାଜସେବୀ ଅର୍ସଦ୍ ଅଲ୍ଲିଙ୍କ ଜରିଆରେ ସ୍ଥାନୀୟ ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରାଙ୍କୁ ନିବେଦନ କରିଥିଲେ। ଶ୍ରୀ ବେହେରା ଓଡ଼ିଶା-ମୋ ପରିବାରକୁ ଏହି ବିଷୟରେ ଜଣାଇବା ପରେ ଓଡ଼ିଶା-ମୋ ପରିବାର ତରଫରୁ ଭରତଙ୍କୁ ଯୋଗାଯୋଗ କରାଯାଇଥିଲା।

ଅନ୍ୟଏକ ଘଟଣାରେ କୋରାପୁଟ ଜିଲ୍ଲା ଜୟପୁରର ୬୫ ବର୍ଷିୟ ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହୀ ଯାହାଙ୍କ ବାମ ଗୋଡ଼ର ଆଣ୍ଠୁ ପାଖରେ ବାରମ୍ବାର ଟ୍ୟୁମର ହେଉଥିବାରୁ ଡାକ୍ତରଙ୍କ ପରାମର୍ଶରେ ତାଙ୍କ ଗୋଡ଼ର ଆଣ୍ଠୁ ଉପର ଭାଗଠାରୁ ଗୋଡ଼ଟି କଟାଯାଇଥିଲା।

ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇ ଉପରୋକ୍ତ ତିନିଜଣଙ୍କୁ କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି ସହିତ ସମନ୍ଵୟ ରକ୍ଷା କରି ଓଡ଼ିଶା-ମୋ ପରିବାର ଆବାହକଙ୍କ ସମେତ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ଓ ଓଡ଼ିଶା-ମୋ ପରିବାର ସ୍ୱାସ୍ଥ୍ୟ ଉପଦେଷ୍ଟା ଡ଼ଃ ସତ୍ୟଜିତ ଦାଶ ପ୍ରମୁଖଙ୍କ ଉପସ୍ଥିତିରେ କୃତ୍ରିମ ହାତ ଓ ଗୋଡ଼ ଯୋଗାଇ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଗତ ୧୧ଟି ବିଧାନସଭା ନିର୍ବାଚନରେ ୩.୩୦ ଲକ୍ଷ ବୟସ୍କ, ଭିନ୍ନକ୍ଷମ ବ୍ୟବହାର କରିଛନ୍ତି ଗୃହ ମତଦାନ ସୁବିଧା

ନୂଆଦିଲ୍ଲୀ: ଗତ ୧୧ଟି ବିଧାନସଭା ନିର୍ବାଚନରେ ୮୦ ବର୍ଷରୁ ଅଧିକ ବୟସର ୩.୩୦ ଲକ୍ଷ ଭିନ୍ନକ୍ଷମ ଓ ଭୋଟର ନିଜ ଗୃହରୁ ମତଦାନ ସୁବିଧା ପାଇଥିବା ସୂଚନା ମିଳିଛି। ଭିନ୍ନକ୍ଷମ ବ୍ୟକ୍ତି (ପିଡବ୍ଲ୍ୟୁଡି), ୮୦ ବର୍ଷରୁ ଅଧିକ ବୟସର ଭୋଟର ଏବଂ କୋଭିଡରେ ପୀଡ଼ିତ ବ୍ୟକ୍ତିମାନେ ନିଜ ଗୃହରୁ ମତଦାନ ସୁବିଧା ପାଇପାରିବେ।

ରାଜନୈତିକ ଦଳର ପ୍ରତିନିଧି ଏବଂ ପୋଲିଂ କର୍ମଚାରୀମାନେ ପୂର୍ବ ନିର୍ଦ୍ଧାରିତ ସମୟରେ ଗୃହରୁ ମତଦାନ କରିବାକୁ ପସନ୍ଦ କରୁଥିବା ଭୋଟରଙ୍କ ବାସଭବନକୁ ଯାଆନ୍ତି।

ନିର୍ଦ୍ଧାରିତ ଗୋପନୀୟତା ନିୟମ ଅନୁଯାୟୀ ବାଲଟ ପେପର ବ୍ୟବହାର କରି ଗୃହ ମତଦାନ ବିକଳ୍ପ ବ୍ୟବହାର କରାଯାଏ ଏବଂ ଏହି ପ୍ରକ୍ରିୟାକୁ ଭିଡିଓ ଗ୍ରାଫ୍ କରାଯାଏ।

ଗତ ୧୧ଟି ରାଜ୍ୟ ବିଧାନସଭା ନିର୍ବାଚନରେ ୮୦ ବର୍ଷରୁ ଅଧିକ ବୟସ୍କ ୨.୬ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ଏବଂ ୭୦,୦୦୦ରୁ ଅଧିକ ଭିନ୍ନକ୍ଷମ ନିଜ ଗୃହରୁ ମତଦାନ ସୁବିଧା ପାଇଛନ୍ତି।

ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ, ରାଜସ୍ଥାନ ଓ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହୋଇଥିବାବେଳେ ପୂର୍ବରୁ ଗୁଜରାଟ, ହିମାଚଳ ପ୍ରଦେଶ, ମେଘାଳୟ, ନାଗାଲାଣ୍ଡ, ତ୍ରିପୁରା ଓ କର୍ଣ୍ଣାଟକରେ ନିର୍ବାଚନ ହୋଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ନିର୍ବାଚନକୁ ସାମଗ୍ରିକ ଓ ସୁଲଭ କରିବା ଦିଗରେ ନିର୍ବାଚନ କମିଶନଙ୍କ ଅନେକ ହସ୍ତକ୍ଷେପ ମଧ୍ୟରୁ ନିଜ ଗୃହରୁ ମତଦାନ ବ୍ୟବସ୍ଥା ଅନ୍ୟତମ। ବରିଷ୍ଠ ନାଗରିକ ଭୋଟରଙ୍କ ମତାଧିକାର ସାବ୍ୟସ୍ତ କରିଥିବାରୁ କମିଶନ କୃତଜ୍ଞତା ଜ୍ଞାପନ କରି ଆସୁଛନ୍ତି।

ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ବ୍ୟକ୍ତିଗତଭାବେ ଅଢ଼େଇ ଲକ୍ଷରୁ ଅଧିକ ବୟସ୍କ ଭୋଟରଙ୍କୁ ଚିଠି ଲେଖି କୃତଜ୍ଞତା ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଭିନ୍ନକ୍ଷମ ଶ୍ରମିକଙ୍କୁ ରାଜ୍ୟ ସରକାର ଦେଲେ ପଂଜିକରଣ ପତ୍ର

ଭୁବନେଶ୍ଵର: ଜିଲ୍ଲା ଆଇନ ପ୍ରାଧିକରଣ ସେବା ଦ୍ଵାରା ପରିଚାଳିତ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଶିବିର, ଜିଲ୍ଲା ଆଇନ ପ୍ରାଧିକରଣ ସେବା ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଯୁଗ୍ମ ଶ୍ରମ କାର୍ଯ୍ୟାଳୟ, ଭୁବନେଶ୍ଵର ତରଫରୁ ବିଜେବି ମହାବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ରାଜ୍ୟ ସରକାରଙ୍କ ଦ୍ୱାରା ସଦ୍ୟ ଘୋଷିତ ୫୦ ବର୍ଗର ଅଣସଂଗଠିତ ଶ୍ରମିକଙ୍କ ମଧ୍ୟରୁ ୦୯ ଜଣ ଭିନ୍ନକ୍ଷମ ଶ୍ରମିକମାନଙ୍କୁ ପଞ୍ଜିକରଣ ପତ୍ର ପ୍ରଦାନ କରାଯାଇଥିଲା।

ଏହି ଶିବିରରେ ଓଡିଶା ଉଚ୍ଚ ନ୍ୟାୟାଳୟର କାଯ୍ୟକାରୀ ମୁଖ୍ୟ ବିଚାରପତି ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ଅତିଥିମ।ନଙ୍କ ମଧ୍ୟରେ, ରାଜ୍ୟ ଆଇନ ବିଭାଗର ପ୍ରମୁଖ ସଚିବ  ଶ୍ରୀ ମାନସରଞ୍ଜନ ବାରିକ, ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ଭୁବନେଶ୍ବର ଡିସିପି ଶ୍ରୀ ପ୍ରତୀକ ସିଂ, ଯୁଗ୍ମ ଶ୍ରମ ଆୟୁକ୍ତ ଶ୍ରୀ ପ୍ରଣବ କୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଜୁ ମହାବୀର ଜୟପୁର ଫୁଟ୍‌ ସେଣ୍ଟରର ସେବା ସଂପ୍ରସାରିତ କରିବାକୁ ନିଷ୍ପତି

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗଠାରେ ପ୍ରତିଷ୍ଠିତ ବିଜୁ ମହାବୀର ଜୟପୁର ଫୁଟ୍‌ ସେଣ୍ଟରର ବିଭିନ୍ନ ସେବାକୁ ସଂପ୍ରସାରିତ କରିବା ନିମନ୍ତେ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି।

ଚଳନବାଧିତଙ୍କ ପାଇଁ ପ୍ରସିଦ୍ଧ ଜୟପୁର ଫୁଟ୍‌ ପ୍ରସ୍ତୁତିରେ ୫୦ ବର୍ଷରୁ ଊଦ୍ଧ୍ୱର୍କାଳ ଧରି ଲୋକପି୍ରୟତା ଅର୍ଜନ କରିଥିବା ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତି, ଜୟପୁର ଏବଂ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଉଦ୍ୟମରେ ସ୍ଥାପିତ ଏହି ଫୁଟ୍‌ ସେଣ୍ଟର ଖୋର୍ଦ୍ଧା ଜିଲ୍ଲା ସହିତ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକୁ ସେବା ଯୋଗାଇଦେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ଚଳିତ ବର୍ଷ ଅପ୍ରେଲ ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି ଫୁଟ୍‌ ସେଣ୍ଟର ଉଦ୍‌ଘାଟିତ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୪୦୦ରୁ ଅଧିକ ହିତାଧିକାରୀ ଏହି କେନ୍ଦ୍ର ଦ୍ୱାରା ଉପକୃତ ହେଲେଣି।

ଭିନ୍ନକ୍ଷମମାନଙ୍କ ସୁବିଧା ଦୃଷ୍ଟିରୁ ଫୁଟ୍‌ ସେଣ୍ଟରର ସେବା ଖୋର୍ଦ୍ଧା ସମେତ ଗଞ୍ଜାମ, ପୁରୀ, କଟକ ଓ ନୟାଗଡ଼ ଜିଲ୍ଲାକୁ ସଂପ୍ରସାରିତ କରାଯିବ। କେନ୍ଦ୍ରର ଭ୍ରାମ୍ୟମାଣ ଯାନ ସହାୟତାରେ ବିଭିନ୍ନ ସେବା ଯୋଗାଇ ଦିଆଯିବ। ଏହି କେନ୍ଦ୍ର କୃତି୍ରମ ଗୋଡ଼ ସମେତ ଟ୍ରାଇ-ସାଇକେଲ୍‌, ଆଶାବାଡ଼ି ତଥା ଅନ୍ୟାନ୍ୟ ସହାୟକ ଉପକରଣ ଯୋଗାଇ ଦେଉଛି। ସଂପ୍ରସାରିତ ସେବା ଫଳରେ ଅଧିକ ସଂଖ୍ୟକ ଭିନ୍ନକ୍ଷମ ଉପକୃତ ହେବା ଲକ୍ଷ୍ୟରେ ଉପରୋକ୍ତ ପଦକ୍ଷେପ ନିଆଯାଇଛି।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ଆଭାସୀ ବୈଠକରେ ବିଭାଗର ବରିଷ୍ଠ ପଦାଧିକାରୀମାନଙ୍କ ସମେତ ସଂପୃକ୍ତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳ, ଅନ୍ୟାନ୍ୟ ପଦାଧିକାରୀ ଓ ଭୁବନେଶ୍ୱର ମହାନଗର ନିଗମର କମିଶନର ତଥା ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଭାରତ ସରକାରଙ୍କ ତରଫରୁ ଭିନ୍ନକ୍ଷମଙ୍କ ପାଇଁ ନିଯୁକ୍ତି ମେଳା

ନୂଆଦିଲ୍ଲୀ: ଭିନ୍ନକ୍ଷମ ମାନଙ୍କ ପାଇଁ ନ୍ୟାସନାଲ୍ କ୍ୟାରିଅର୍ ସର୍ଭିସ୍ ସେଣ୍ଟର (NCSCDA), ଭୁବନେଶ୍ୱର, ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ, ଭାରତ ସରକାର ଆସନ୍ତା ସେପ୍ଟେମ୍ବର ମାସ ୬ ତାରିଖ ୨୦୨୩ ରେ ଜୋମାଟୋ ଏବଂ ନିଓ ମିସନ ସହଯୋଗରେ ଏକ ନିଯୁକ୍ତି ମେଳାର ଆୟୋଜନ କରିବାକୁ ଯାଉଛି।

ଏହି ନିଯୁକ୍ତି ମେଳାଟି କେବଳ ପୁରୁଷ ଚଳନଶକ୍ତି ବାଧିତ ଭିନ୍ନକ୍ଷମମାନଙ୍କ ପାଇଁ ଉପଯୁକ୍ତ ଅଟେ। ଏହି ମେଳାରେ  ବିତରଣ କାର୍ଯ୍ୟନିର୍ବାହୀ ପଦ ପାଇଁ ଭିନ୍ନକ୍ଷମମାନେ ଭାଗ ନେଇ ପାରିବେ। ଏହି ନିଯୁକ୍ତି ମେଳାରେ ଜୋମାଟୋ ଓଡିଶାରେ ଏବଂ ପାନ୍ ଇଣ୍ଡିଆରେ ନିଯୁକ୍ତିର ସୁଯୋଗ ଦେବ ଏବଂ ନିଓମୋସନ୍ ମନୋନୀତ ପ୍ରାର୍ଥୀଙ୍କୁ ସବସିଡିଯୁକ୍ତ ବୈଦ୍ୟୁତିକ ହୁଇଲ ଚେୟାର ପ୍ରଦାନ କରିବ।

ତେଣୁ ସମସ୍ତ ଚାକିରୀ ଆଶାୟୀ ଭିନ୍ନକ୍ଷମ ବ୍ୟକ୍ତି (ଚଳନ ବାଧିତ) ନିଜର ସମସ୍ତ ଶିକ୍ଷାଗତ ପ୍ରମାଣପତ୍ରର ନକଲ, ଆଧାର କାର୍ଡ, ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍, ଭିନ୍ନକ୍ଷମ ପ୍ରମାଣପତ୍ର ଏବଂ ବାୟୋ ଡାଟା ଫର୍ମ ଆଦି ଡକ୍ୟୁମେଣ୍ଟ୍ ସହିତ ଆସି ଏହି ନିଯୁକ୍ତି ମେଳାରେ ଭାଗ ନେବାକୁ ଅନୁରୋଧ କରାଯାଇଛି।

ତେଣୁ ଆଗ୍ରହୀ ଚାକିରୀ ଆଶାୟୀ ଭିନ୍ନକ୍ଷମମାନେ ଏହି ଚାକିରି ଆବେଦନ କରିବା ପାଇଁ ଉପରୋକ୍ତ ଡକ୍ୟୁମେଣ୍ଟ୍ ସହିତ ନିମ୍ନ ଠିକଣାକୁ ଆସିବାକୁ ଅନୁରୋଧ କରାଯାଇଛି।

ତାରିଖ : ୦୬ ସେପ୍ଟେମ୍ବର ୨୦୨୩

ବୟସ ସୀମା : ୨୩ ବର୍ଷ ରୁ ୪୦ ବର୍ଷ

ଶିକ୍ଷାଗତ ଯୋଗ୍ୟତା:- ସମସ୍ତେ ଯୋଗ୍ୟ ଅଟନ୍ତି (ସ୍ମାର୍ଟ ଫୋନ୍ ରହିବା ଏବଂ ବ୍ୟବହାର ଜାଣିଥିବା ଆବଶ୍ୟକ)

ସମୟ: ସକାଳ ୯ ଘଟିକା

ଠିକଣା: ଏନ ସି ଏସ୍ ସି ଡି ଏ, (ପୂର୍ବରୁ : ଭି ଆର ସି ଏଚ), ପ୍ଲଟ ନଂ- ୧,୨,୫ ଏବଂ ୬, ଗଣ୍ଡମୁଣ୍ଡା, ପୋଖରୀପୁଟ, ଭୁବନେଶ୍ୱର, ଖୋର୍ଦ୍ଧା-୭୫୧୦୩୦

(ମଧୁସୂଦନ ଦାସ ପାର୍କ ସାମ୍ନା)

ଅଧିକ ସୂଚନା ପାଇଁ ଫୋନ : ୦୬୭୪୨୩୫୨୩୧୭

Categories
ଆଜିର ଖବର ରାଜ୍ୟ ଖବର

ଅଗଷ୍ଟ ୨୧ ରୁ ଭିନ୍ନକ୍ଷମମାନଙ୍କୁ ଉପକରଣ ବଣ୍ଟନ ପାଇଁ ଆୟୋଜନ ହେବ ଏକ ମୂଲ୍ୟାଙ୍କନ ଶିବିର

ଭୁବନେଶ୍ବର: ନ୍ୟାସନାଲ୍ କ୍ୟାରିଅର୍ ସର୍ଭିସ୍ ସେଣ୍ଟର (NCSCDA), ଭୁବନେଶ୍ୱର, ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ, ଭାରତ ସରକାର ଏବଂ ଭାରତର କୃତିମ ଅଙ୍ଗ ଉତ୍ପାଦନ ନିଗମ (ଆଲିମକୋ), ମୁଖ୍ୟ କାର୍ଯ୍ୟାଳୟ, କାନପୁର ମିଳିତ ଆନୁକୁଲ୍ୟରେ ଦୃଷ୍ଟିବାଧିତ ଏବଂ ଚଳନଶକ୍ତି ବାଧିତ ଭିନ୍ନକ୍ଷମମାନଙ୍କ ପାଇଁ ଏକ ସହାୟତା ଏବଂ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ପାଇଁ ଏକ ମୂଲ୍ୟାଙ୍କନ ଶିବିର ଆୟୋଜନ କରିବାକୁ ଯାଉଛି।

ଭିନ୍ନକ୍ଷମମାନେ ସେମାନଙ୍କର ଯୋଗ୍ୟତା ଏବଂ ଉପଲବ୍ଧତା ଉପରେ ଆଧାର କରି ଧଳା ବାଡ଼ି, ସ୍ମାର୍ଟ କେନ, ସ୍ମାର୍ଟଫୋନ୍, ଟ୍ରାଇସାଇକେଲ୍, ହ୍ୱିଲ୍ ଚେୟାର, କ୍ରଚ୍, ମୋଟରାଇଜଡ୍ ଟ୍ରାଇସାଇକେଲ୍ ଇତ୍ୟାଦି ଉପକରଣଗୁଡ଼ିକ ପାଇପାରିବେ। ଏହି ଉପକରଣଗୁଡ଼ିକ ମୂଲ୍ୟାଙ୍କନ ତାରିଖର ୩୦ ଦିନ ମଧ୍ୟରେ ବଣ୍ଟନ କରାଯିବ। ଏହି ସାହାଯ୍ୟ ଏବଂ ଉପକରଣଗୁଡିକ ALIMCO ଦ୍ଵାରା ADIP ସ୍କିମ୍ ରେ ଅନ୍ତର୍ଗତ।

ALIMCO ର ଅଧିକାରୀଙ୍କ ଅନୁଯାୟୀ, ଆଗ୍ରହୀ ଭିନ୍ନକ୍ଷମମାନେ ସେମାନଙ୍କର ଫଟୋ, ଭିନ୍ନକ୍ଷମ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ବିପିଏଲ୍ କାର୍ଡ / ରେସନ କାର୍ଡ, ଭତ୍ତା କାର୍ଡ ଏବଂ ଆଧାର କାର୍ଡ (ସମସ୍ତ ମୂଳ ଏବଂ ଦୁଇଟି ନକଲ) ସହିତ NCSCDAକୁ ଆସିପାରନ୍ତି।

ତେଣୁ ଆଗ୍ରହୀ ଦୃଷ୍ଟିବାଧିତ ଏବଂ ଚଳନଶକ୍ତି ବାଧିତ ଭିନ୍ନକ୍ଷମମାନେ ସେମାନଙ୍କର ମୂଲ୍ୟାଙ୍କନ ପାଇଁ ଉପରୋକ୍ତ ଡକ୍ୟୁମେଣ୍ଟ୍ ସହିତ ନିମ୍ନ ଠିକଣାରେ ଆସିବାକୁ ଅନୁରୋଧ କରାଯାଇଛି।

ତାରିଖ: ୨୧ ଅଗଷ୍ଟ ୨୦୨୩ ରୁ ୨୫ ଅଗଷ୍ଟ ୨୦୨୩

ବୟସ ସୀମା: ୧୫ ବର୍ଷ ରୁ ୪୫ ବର୍ଷ

ସମୟ: ସକାଳ ୧୦ଘ. ରୁ ଅପରାହ୍ନ ୪ଘ.

ଠିକଣା: ଏନ ସି ଏସ୍ ସି ଡି ଏ(ପୂର୍ବରୁ : ଭି ଆର ସି ଏଚ), ପ୍ଲଟ ନଂ- ୧,,୫ ଏବଂ ୬, ଗଣ୍ଡମୁଣ୍ଡାପୋଖରୀପୁଟଭୁବନେଶ୍ୱରଖୋର୍ଦ୍ଧା-୭୫୧୦୩୦ (ମଧୁସୂଦନ ଦାସ ପାର୍କ ସାମ୍ନା)

  ଅଧିକ ସୂଚନା ପାଇଁ ଫୋନ: ୦୬୭୪୨୩୫୨୩୧୭

Categories
ବିଶେଷ ଖବର ରାଜ୍ୟ ଖବର

ଦିବ୍ୟାଙ୍ଗମାନଙ୍କୁ ଆଇନସେବା ଯୋଗାଇଦେବାକୁ ଆସନ୍ତା ୨୨ ତାରିଖରୁ ସପ୍ତାହବ୍ୟାପୀ ଅଭିଯାନ

ଭୁବନେଶ୍ୱର: ଦିବ୍ୟାଙ୍ଗମାନଙ୍କର ଉନ୍ନତି ଓ ପ୍ରଗତି ନିମନ୍ତେ ସେମାନଙ୍କୁ ଆବଶ୍ୟକୀୟ ଆଇନସେବା ଯୋଗାଇଦେବା ପାଇଁ ଚଳିତ ମଇ ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ସଚେତନତା ଅଭିଯାନ ଆରମ୍ଭ ହେଉଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣ, ଖୋର୍ଦ୍ଧା ସମେତ ରାଜ୍ୟର ସମସ୍ତ ଜିଲ୍ଲା ଓ ଉପଖଣ୍ଡ ଆଇନସେବା ପ୍ରାଧିକରଣମାନ ସାମିଲ ହେବେ।

ଅଧିକାରୀମାନେ ଦିବ୍ୟାଙ୍ଗମାନଙ୍କ ଘରକୁ ଘର ଯାଇ ସେମାନଙ୍କ ସମସ୍ୟା, ସୁବିଧା-ଅସୁବିଧା ଏବଂ ଆବଶ୍ୟକତା ସଂପର୍କରେ ପଚାରି ବୁଝିବେ। ସେମାନଙ୍କ ସମସ୍ୟମାନ ସରକାରଙ୍କ ପାଖରେ ଉପସ୍ଥାପିତ କରିବା ସହ ସେମାନଙ୍କ ପାଖରେ ସରକାରୀ ସୁବିଧା, ସୁଯୋଗ ପହଞ୍ଚାଇବା ଓ ସେମାନଙ୍କୁ ଆଇନସେବା, ସାହାଯ୍ୟ ଓ ପରାମର୍ଶ ଯୋଗାଇଦେବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଏହି ସାପ୍ତାହିକ କାର୍ଯ୍ୟକ୍ରମରେ ପ୍ରାଧିକରଣଙ୍କ କର୍ମକର୍ତ୍ତା, ଗ୍ରାମୀଣ ଆଇନ ସହାୟତା କର୍ମୀ, ଆଇନଜୀବୀ, ପ୍ରାଧିକରଣର ସେ୍ୱଚ୍ଛାସେବୀମାନେ ଘରକୁ ଘର ଗସ୍ତ କରି ଦିବ୍ୟାଙ୍ଗ ବ୍ୟକ୍ତିଙ୍କର ଅଧିକାର ଅଧିନିୟମ, ସରକାରୀ ଯୋଜନାର ଲାଭ ବାବଦରେ ଅବଗତ କରାଇବେ। ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା, ମଧୁବାବୁ ପେନ୍‌ସନ୍‌ ଯୋଜନା, ବାଣୀଶ୍ରୀ ବୃତ୍ତି, ବିବାହ ପ୍ରୋତ୍ସାହନ ରାଶି ବ୍ୟବସ୍ଥା, ଚାକିରି ଓ ଦକ୍ଷତା ବୃଦ୍ଧି ପାଇଁ ଥିବା ଯୋଜନା, ଯାତାୟତର ସୁବିଧା, ବିଜୁ ପକ୍କାଘର ଯୋଜନା, ଜନନୀ ସୁରକ୍ଷା ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଭିନ୍ନକ୍ଷମମାନଙ୍କ ପାଇଁ ସ୍ୱତନ୍ତ୍ର ବିଦ୍ୟାଳୟ ଓ ମହାବିଦ୍ୟାଳୟର ଉପଲବ୍ଧତା, ସେମାନଙ୍କୁ ସରକାରଙ୍କ ଦ୍ୱାରା ସାହାଯ୍ୟକାରୀ ଉପକରଣ ବଣ୍ଟନ ସମ୍ବନ୍ଧୀୟ ଯୋଜନା ଏବଂ ଏତଦ୍‌ବ୍ୟତୀତ ଆଇନସେବା ପ୍ରାଧିକରଣ ଅଧିନିୟମ ୧୯୮୭ର ଧାରା ୧୨ ଅନୁଯାୟୀ ମାଗଣା ଆଇନସେବା ସମ୍ବନ୍ଧୀୟ ସେବା ଯୋଗାଇବା ଆଦି ବିଷୟରେ ସେମାନଙ୍କୁ ସଚେତନ କରାଇବେ ବୋଲି ପ୍ରାଧିକରଣଙ୍କ ସଚିବ ସୌଦାମିନୀ ସିଂ ସୂଚନା ଦେଇଛନ୍ତି।

ଆବଶ୍ୟକ ସ୍ଥଳେ ଟୋଲ୍‌ ଫି୍ର ନଂ-୧୮୦୦୩୪୫୭୫୭୧ ଏବଂ ହେଲ¬ ଲାଇନ୍‌ ନଂ-୮୧୪୪୩୨୦୦୫୫ରେ ଦିବ୍ୟାଙ୍ଗମାନେ ଯୋଗାଯୋଗ କରିପାରିବେ ବୋଲି ସେ କହିଛନ୍ତି। ଏତଦ୍‌ବ୍ୟତୀତ ଜିଲ୍ଲା ଆଇନସେବା ପ୍ରାଧିକରଣ, ଜିଲ୍ଲା ଜଜ୍‌ କୋର୍ଟ ପରିସର, କଳ୍ପନା, ଭୁବନେଶ୍ୱରରେ ମଧ୍ୟ ସବିଶେଷ ସୂଚନା ଉପଲବ୍ଧ ହେଉଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସରାପାଲି ଗାଁର ଭିନ୍ନକ୍ଷମ ଦୁଇ ଭାଇ: ସ୍ୱାମୀ ଓ ଦିଅରର ସାହା ଭରସା ଚପଳା ନାଏକ

କନ୍ଦର୍ପ ବେହେରା
ରେଢାଖୋଲ: ସରକାର ଗରିବ ତଥା ଆର୍ଥିକ ଅନଗ୍ରସର ଏବଂ ରୋଗୀମାନଙ୍କ ପାଇଁ ପୁଳା ପୁଳା ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ଯୋଜନା ଗୁଡିକ ଠିକ୍ ବ୍ୟକ୍ତି ପାଖରେ ପହଂଚି ପାରୁନି। ଯା’ ଫଳରେ ଗ୍ରାମାଂଚଳରେ ରୋଗୀଟିଏ ଚିକିତ୍ସା ନ ପାଇ ମୃତ୍ୟୁ ମୁଖରେ ପଡୁଛି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି। ସେଇ ଟଙ୍କା ରୋଗୀ ପାଖରେ ନପହଂଚି ବାଟମାରଣା ହେଉଛି ଅଧା ବାଟରେ।

ସେଇଭଳି ଦୁଇ ଜଣ ରୋଗୀ ଚିକିତ୍ସା ଅଭାବରୁ ଶଯ୍ୟା ଶାୟୀ। ନା ତାଙ୍କ ପାଖରେ ଟଙ୍କା ଅଛି ନା ସରକାରୀ ସହାୟତା ପାଉଛନ୍ତି। ଏଇ ରୋଗୀ ଦୁଇ ଜଣ ହେଲେ ନାକଟିଦେଉଳ ବ୍ଲକ୍ ସରାପାଲି ଗ୍ରାମର। ଅର୍ଥ ଅଭାବରୁ ୨ ଭାଇ ଏବେ ଶଯ୍ୟାଶାୟୀ। ସେମାନଙ୍କର ଦେଖାରଖା କରୁଛନ୍ତି ଚପଳା ନାଏକ।

ନାକଟିଦେଉଳ ବ୍ଲକ୍ ସରାପାଲି ଗ୍ରାମର ପ୍ରଶାନ୍ତ କୁମାର ନାଏକ (୫୦) କଟକ ଜିଲ୍ଲା ଫୁଲନଖରା ର କୁରଙ୍ଗବଜାର ଠାରେ ଥିବା ଚୁଡା ଓ ରାଇସ୍ ମିଲରେ କାମ କରିବାକୁ ଯାଇଥିଲେ। ମିଲ୍ ରେ ମେସିନ୍ ଚଲାଉଥିବା ସମୟରେ ୨୦୦୮ ମସିହାରେ ତାଙ୍କର ଡାହାଣ ହାତ କଟିଗଲା। କଟକ ବଡ ଡାକ୍ତରଖାନାରେ ଚିକିତ୍ସା ହେଲେ। ମାଲିକ ଘରେ ୨ ବର୍ଷ କାଳ ରହିଲେ। ମାଲିକ ତାଙ୍କର ଦେଖାରଖା କରୁଥିଲେ। ହେଲେ ମାଲିକ ସବୁଦିନ ତାଙ୍କୁ ରଖି ସେବାଶୁଶ୍ରୁତା ନ କରିପାରିବାରୁ ନିଜ ଗାଁ କୁ ଫେରି ଆସିଲେ। ଘରେ ମୃତ୍ୟୁ ସହ ସଂଗ୍ରାମ କଲେ।

ବିଧିର ବିଧାନ ବଡ ବିଚିତ୍ର। ୨୦୧୫ ମସିହାରୁ ସେ ଜମା ଚାଲି ପାରିଲେ ନାହିଁ। ନାକଟିଦେଉଳ ତଥା ଅନ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଗଲେ। ନିଜର ଜମି ବାଡି ବିକ୍ରି କରି ଚିକିତ୍ସା ହେଲେ। ସେ ସମୟର ରେଢାଖୋଲ ଏସ୍‌ଡିଏମ୍ ତାଙ୍କୁ ଚିକିତ୍ସା କରିବାର ବ୍ୟବସ୍ଥା କଲେ। ମାଗଣାରେ କିଛି ବର୍ଷ ଔଷଧ ଦିଆଗଲା। ଫଳରେ ସେ ଏବେ ଟିକେ ଟିକେ ଚାଲି ପାରୁଛନ୍ତି। ତାଙ୍କ ପାଖରେ ଆଧାର କାର୍ଡ ନ ଥିବାରୁ ସେ ବହୁତ ଅସୁବିଧା ପାଉଛନ୍ତି।

ସରକାରୀ ଯୋଜନା କଣ ଜାଣନ୍ତି ନାହିଁ। କେବଳ ଖଟରେ ପଡି ରହିଛନ୍ତି। ତାଙ୍କର ଭାଉଜ ଚପଳା ନାଏକ ତାଙ୍କୁ ଗାଧୋଇବା ଠାରୁ ଆରମ୍ଭ କରି ତେଲ ମଖାଇଦେବା ଏବଂ ଖାଇବା ପର୍ଯ୍ୟନ୍ତ ସେବା କରୁଛନ୍ତି। ସରକାରଙ୍କ ତରଫରୁ ମାତ୍ର ୫ କେଜି ଚାଉଳ ତାଙ୍କର ପେଟକୁ ମିଳୁଥିବା ଦାନା ମୁଠାଏ। ମାସ ଯାକ ଅଂଟୁନି ତାଙ୍କୁ। କେବେ କେବେ ଭୋକ ଉପାସରେ ଦିନ ବିତେ ତାଙ୍କର। କିଏ ଦେଲେ ଦେଲା ନ ହେଲେ ନାହିଁ। ତାଙ୍କ ଭାଉଜ ମଧ୍ୟ ସହୁ ସମୟରେ ସାହାଯ୍ୟ ସହଯୋଗର ହାତ ବଢାଉଛନ୍ତି। ତାଙ୍କର ବାପା , ମାଆ କେବେଠୁ ଆରପାରିରେ। ନିଜର ଚିକିତ୍ସା ପାଇଁ ଜମିକୁ ବିକ୍ରି କରିଦେଇଛନ୍ତି। ଯିବା ଆସିବା କରିବାକୁ ହୁଇଲ୍ ଚେୟାରଟିଏ ନ ଥିବାରୁ ସେ ବହୁତ ଅସୁବିଧାର ସମ୍ମୁଖିନ ହେଇଛନ୍ତି। ତେଣୁ ବ୍ଲକ୍ ପ୍ରଶାସନ ତରଫରୁ ହୁଇଲ୍ ଚେୟାରଟିଏ ଯୋଗାଇଦେବାକୁ ସେ ଦାବୀ କରିଛନ୍ତି।

ତାଙ୍କ ପରି ବଡ ଭାଇ ଶ୍ରୀବତ୍ସ ନାଏକ (୭୦)। ଦୀର୍ଘ ୪ ମାସ ହେଲା ପାରାଲିସସ୍ ରେ ଆକ୍ରାନ୍ତ ହୋଇ ଡାହାଣହାତ ଗୋଡ ସଂପୂର୍ଣ୍ଣ ଅକ୍ଷମ। ଯା ଫଳରେ ସେ ଖାଇପାରୁନାହନ୍ତି କି ଚଲାବୁଲା କରି ପାରୁନାହାନ୍ତି। ତାଙ୍କ ସ୍ତ୍ରୀ ଚପଳା ନାଏକ ସେବାଶୁଶ୍ରତା କରୁଛନ୍ତି। ଦିଅର ଏବଂ ସ୍ୱାମୀଙ୍କୁ ଖୁଆଇବା, ଗାଧୋଇବା ଠାରୁ ସବୁ କାମ ଚପଳା ନାଏକ କରୁଛନ୍ତି। ତାଙ୍କର ୨ ପୁଅ ଅଛନ୍ତି। ତାଙ୍କୁ ୩୫ କେଜି ଚାଉଳ ମିଳୁଥିବା ବେଳେ ୭୦ ବର୍ଷ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଭତା ପାଇପାରିନାହନ୍ତି। ସରକାର ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ବାର୍ଦ୍ଧକ୍ୟ ଭତା ଦେଉଥିବା ବେଳେ ଶ୍ରୀବତ୍ସ ନାଏକ ପାଖକୁ ପହଂଚି ପାରିନି ଏଇ ଯୋଜନା। ସରପଂଚ ତଥା ନାକଟିଦେଉଳ ବିଡିଓ ଏ ପର୍ଯ୍ୟନ୍ତ ଏହାର ବ୍ୟବସ୍ଥା କରି ପାରି ନ ଥିବାରୁ ଶ୍ରୀବତ୍ସ ଆମ ପ୍ରତିନିଧିଙ୍କ ଠାରେ କ୍ଷୋଭ ପ୍ରକାଶ କରିଛନ୍ତି। ତାଙ୍କୁ ମଧ୍ୟ ହୁଇଲ୍ ଚେୟାର ଦିଆଯାଇନାହିଁ।

ଯେଉଁ ନେତା ମାନେ ଗାଁର ଉନ୍ନତି ପାଇଁ ବଡ ବଡବଡ ଭାଷଣ ମାରୁଛନ୍ତି ସେଇ ନେତା ମାନେ ବ୍ଲକ୍ କାର୍ଯ୍ୟାଳୟର ଅତି ନିକଟରେ ଥିବା ସରାପାଲିର ଏଇ ଦୁଇ ଭିନ୍ନକ୍ଷମ ଭାଇଙ୍କ ଦୁଃଖ ସୁଖ ବୁଝିବାରେ ଅବହେଳା ପ୍ରଦର୍ଶନ କରିବା ହାସ୍ୟାସ୍ପଦର କଥା। ଗରିବଙ୍କ ପାଇଁ ସରକାରଙ୍କ ପୁଳା ପୁଳା ଯୋଜନା ଫେଲ୍ ମାରିଛି ଯା ଫଳରେ ଏଇ ଦୁଇ ଭାଇ ଏବେ ଦୟନୀୟ ଅବସ୍ଥାରେ ସଯ୍ୟା ଦାୟୀ ରହିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ, ବିଡିଓ ଆଦିଙ୍କୁ ପୂର୍ବରୁ ପ୍ରଶାନ୍ତ କୁମାର ନାଏକ ଚିଠି ଲେଖି ଜଣାଇ ଥିଲେ ମଧ୍ୟ ସୁଫଳ ନ ମିଳିବା ଦୁର୍ଭାଗ୍ୟ ଜନକ ମନେ ହୁଏ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଏନସିଏସସିଡିଏ ପକ୍ଷରୁ ନିଯୁକ୍ତି ମେଳା

ଭୁବନେଶ୍ବର: ଭିନ୍ନକ୍ଷମ ମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର (NCSCDA), ଭୁବନେଶ୍ୱର, ରୋଜଗାର ମହାନିର୍ଦ୍ଦେଶାଳୟ (ଡିଜିଇ), ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ, ଭାରତ ସରକାର ଦ୍ଵାରା ଏକ ନିଯୁକ୍ତି ମେଳା ଆୟୋଜିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାର୍ଥୀ ମାନେ (ଉଭୟ ଭିନ୍ନକ୍ଷମ ଏବଂ ଅଣ ଭିନ୍ନକ୍ଷମ)  ଏନ.ସି.ଏସ.ସି.ଡି.ଏ କାର୍ଯ୍ୟାଳୟ ପରିସରରେ ଏହି ନିଯୁକ୍ତି ମେଳାରେ ଭାଗ ନେଇଥିଲେ। ଏହି ନିଯୁକ୍ତି ମେଳାରେ ଚଳନ ଶକ୍ତି ବାଧିତ ଏବଂ ଶ୍ରବଣ ଶକ୍ତି ବାଧିତ ଭିନ୍ନକ୍ଷମମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ପଦବୀ ଥିଲା।

ଏହି ନିଯୁକ୍ତି ମେଳାଟି ବିଭିନ୍ନ ନିଯୁକ୍ତିଦାତା ଯଥା ସାଇଣ୍ଟିଷ୍ଟିକ ମାଇଣ୍ଡ, ଗର୍ଗ ଲଜିଷ୍ଟିକ, କମଳିନୀ ଆସୋସିଏଟ ମାନଙ୍କ ସକ୍ରିୟ ସହଯୋଗରେ ସଫଳ ହୋଇଛି। ସେମାନେ ୬୭ ଜଣ ଚାକିରି ଆଶାୟୀ ମାନଙ୍କର ଇଣ୍ଟରଭ୍ୟୁ ନେଇଥିଲେ, ସେଥି ମଧ୍ୟରୁ ୬୩ ଜଣ ପ୍ରାର୍ଥୀ (ଭିନ୍ନକ୍ଷମ ସହିତ) ସର୍ଟଲିଷ୍ଟ ହୋଇଛନ୍ତି।ଏହି ନିଯୁକ୍ତି ମେଳାରେ ବିଭିନ୍ନ କ୍ଷେତ୍ରରୁ ଯଥା ଲଜିଷ୍ଟିକ, ରିଟେଲ ସେଲ୍ସ ଏକଜିକ୍ୟୁଟିଭ , ମାର୍କେଟିଙ୍ଗ, , ଟେଲି କଲର, ୱେବ ଡିଜାନିଙ୍ଗ ଆଦି ପ୍ରାୟ ୨୦୦ ରୁ ଅଧିକ ପଦବୀ ପାଇଁ ବିଭିନ୍ନ କମ୍ପାନି ମାନେ ଯୋଗଦେଇଛନ୍ତି।

NCSCDA କାର୍ଯ୍ୟାଳୟର ମୁଖ୍ୟ/ମନୋବିଜ୍ଞାନୀ ସୋନାଲିକା ସୁମନ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ନିଯୁକ୍ତିଦାତା ଏବଂ ଚାକିରି ଆଶାୟୀ ପାର୍ଥିମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ଏବଂ ସେମାନଙ୍କ ସଂଗଠନ ପାଇଁ ଅଧିକରୁ ଅଧିକ PWD ନିଯୁକ୍ତି ଦେବା ପାଇଁ ନିଯୁକ୍ତିଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରତ୍ୟେକ ସଂଗଠନରେ ସମାବେଶୀ କର୍ମକ୍ଷେତ୍ର ନିଶ୍ଚିତ କରିବାକୁ ଏହି କେନ୍ଦ୍ର ଦ୍ୱାରା ଆୟୋଜିତ ହେବାକୁ ଥିବା ଭବିଷ୍ୟତର ଚାକିରି ମେଳାରେ ଅଂଶଗ୍ରହଣ କରିବାକୁ ଶ୍ରୀମତୀ ସୋନାଲିକା ସେମାନଙ୍କୁ ଅନୁରୋଧ କରିଥିଲେ।        

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୧୮ ତାରିଖରେ ଭିନ୍ନକ୍ଷମଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର ପକ୍ଷରୁ କ୍ଷୁଦ୍ର ନିଯୁକ୍ତି ମେଳା

ଭୁବନେଶ୍ୱର: ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅଧୀନ ଭିନ୍ନକ୍ଷମଙ୍କ ପାଇଁ ଜାତୀୟ କ୍ୟାରିଅର ସେବା କେନ୍ଦ୍ର, ଭୁବନେଶ୍ୱର ପକ୍ଷରୁ ଏକ କ୍ଷୁଦ୍ର ନିଯୁକ୍ତି ମେଳା ଆୟୋଜନ କରାଯାଉଛି। ସନସିଡ୍ ଆଗ୍ରୋ ଲିମିଟେଡର ମିଳିତ ସହଯୋଗରେ ଆସନ୍ତା ୧୮ ତାରିଖରେ ଏହି ନିଯୁକ୍ତି ମେଳା ଆୟୋଜିତ ହେବ। ଦିବ୍ୟାଙ୍ଗ ଏବଂ ସାଧାରଣ ବର୍ଗର ନିଯୁକ୍ତି ଆଶାୟୀମାନେ ଏଥିରେ ଅଂଶଗ୍ରହଣ କରିପାରିବେ। ପ୍ରଡକ୍ଟ ମାର୍କେଟିଂ, ସେଲ୍ସ ଓ ସୁପରିଭିଜନ କ୍ଷେତ୍ରରେ ଖାଲିଥିବା ୧୫୫ଟି ପଦବୀ ପାଇଁ ଏହି ନିଯୁକ୍ତି ମେଳା ଆୟୋଜନ କରାଯିବ। ୨୧ରୁ ୩୩ ବର୍ଷ ବୟସ ମଧ୍ୟରେ ପ୍ରାର୍ଥୀ ଏଥିରେ ଅଂଶଗ୍ରହଣ କରିପାରିବେ।

ଆଶାୟୀ ପ୍ରାର୍ଥୀମାନଙ୍କୁ ସମସ୍ତ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର, ଆଧାର କାର୍ଡ, ପାସପୋର୍ଟ ସାଇଜର ଫଟୋ, ଦିବ୍ୟାଙ୍ଗ ପ୍ରମାଣପତ୍ର (ଦିବ୍ୟାଙ୍ଗ ହୋଇଥିଲେ) ଏବଂ ବାୟୋଡାଟା ସହିତ ଏହି ମେଳାରେ ଭାଗ ନେବା ଲାଗି ଅନୁରୋଧ କରାଯାଉଛି। ଆସନ୍ତା ୧୮ ତାରିଖ ପୂର୍ବାହ୍ନ ୯ଟାରୁ ଅପରାହ୍ଣ ୨ଟା ମଧ୍ୟରେ ଜାତୀୟ କ୍ୟାରିଅର ସେବା କେନ୍ଦ୍ର, ପ୍ଲଟ ନମ୍ବର-୧,୨,୫ ଏବଂ ୬, ଗଣ୍ଡମୁଣ୍ଡା, ପୋଖରୀପୁଟ, ଭୁବନେଶ୍ୱର (ମଧୁସୂଦନ ଦାସ ପାର୍କ ସମ୍ମୁଖ) ଠିକଣାରେ ପହଞ୍ଚି ପ୍ରାର୍ଥୀମାନେ ଏହି ମେଳାରେ ଭାଗ ନେଇପାରିବେ।

Categories
ଆଜିର ଖବର ଜାତୀୟ ଖବର

ବୃଦ୍ଧି ହେଲା ମୃତ ସାମରିକ କର୍ମଚାରୀଙ୍କ ଭିନ୍ନକ୍ଷମ ସଂପର୍କିୟଙ୍କ ମାସିକ ପେନସନ ଆୟ ସୀମା

ନୂଆଦିଲ୍ଲୀ:  ପ୍ରତିରକ୍ଷା ମନ୍ତ୍ରଣାଳୟ ପରିବାର ପେନସନ ସୁବିଧା ପାଉଥିବା ମୃତ ସାମରିକ ର୍କମଚାରୀଙ୍କୁ ଭିନ୍ନକ୍ଷମ ପିଲା ବା ଭାଇଭଉଣୀଙ୍କ ମାସିକ ସୀମା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଶାରୀରିକ ଓ ମାନସିକ ନ୍ୟୁନ ଏଭଳି ପିଲାଙ୍କ ମାସିକ ଆୟ ସୀମା ଯାହା ୯୦୦୦ ଟଙ୍କା ଥିଲା ତାହାକୁ ବଢାଇ ଦିଆଯାଇଛି ।

ଏହି ପରିବାର ପେନସନ୍ ଭୋଗୀଙ୍କ ସମୁଦାୟ ମାସିକ ଆୟରେ ଏବେ ସେମାନେ ପାଉଥିବା ପେନସନ୍‌କୁ ମିଶାଯାଇ ହିସାବ କରାଯିବ ନାହିଁ । ପେନସନ୍ ବ୍ୟତୀତ ସେମାନଙ୍କର ଯାବତୀୟ ସୂତ୍ରରୁ ମାସିକ ହେଉଥିବା ଆୟକୁ ହିଁ ବାସ୍ତବ ଆୟ ସୀମା ବିବଚେନା କରାଯିବ । ସମ୍ପୃକ୍ତ ଉତ୍ତରାଧିକାରୀଙ୍କୁ ଆୟ ମାସିକ ୯୦୦୦ଟଙ୍କାରୁ କମ୍ ରହିଲେ ସେ ଜୀବନବ୍ୟାପି ପେନସନ୍ ସୁବିଧା ପାଇବେ । ୨୦୨୧ ଫବେୃୟାରୀ ଆଠ ତାରିଖଠାରୁ ପିଛିଲା ଭାବେ ଏହା ଲାଗୁ ହବେ ।

ପରିବାର ପନେସନ୍ ସମ୍ପୃକ୍ତ ମୃତ ର୍କମଚାରୀଙ୍କ ଶଷେ ବତେନର ୩୦% ଓ ଏହା ଉପରେ ମହଙ୍ଗା ଭତ୍ତା ଆକାରରେ ମିଳିଥାଏ । ଏବେ ସମ୍ପୃକ୍ତ ପେନସନ ଭୋଗୀଙ୍କ ସମୁଦାୟ ମାସିକ ଆୟରୁ ପରିବାର ପେନସନ୍‌କୁ ବାଦ ଦିଆଯାଇ ପ୍ରକୃତ ଆୟ ସୀମା ନିର୍ଦ୍ଧାରିତ ହବେ । ସରଳ ହିସାବରେ ମାସିକ ୯୦୦୦ ଟଙ୍କା ଓ ମହଙ୍ଗା ଭତ୍ତା ପାଉଥିବା ପରିବାର ପେନସନ୍ ହିତାଧିକାରୀଙ୍କୁ ମାସିକ ଅନ୍ୟାନ୍ୟ ଆୟ ଏହାଠାରୁ ଅଧିକ ହେଲେ ସେମାନଙ୍କୁ ପେନସନ୍ ସୁବିଧା ମିଳିବ ନାହିଁ ।

Categories
ଆଜିର ଖବର ରାଜ୍ୟ ଖବର

ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ କରୋନା ସଂକ୍ରମିତ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀର ସମସ୍ତ ବରିଷ୍ଠ ନାଗରିକ(୮୦ ବର୍ଷରୁ ଉର୍ଦ୍ଧ୍ୱ), ଶାରୀରିକ ଭିନ୍ନକ୍ଷମ ଏବଂ କୋଭିଡ୍-୧୯ ଦ୍ୱାରା ସଂକ୍ରମିତ ଓ ସଂକ୍ରମଣ ସନ୍ଦେହରେ ଥିବା (ସ୍ୱୀକୃତି ପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଠାରୁ ପ୍ରମାଣପତ୍ର ପାଇଥିବା) ଭୋଟଦାତା ଯେଉଁମାନଙ୍କର ଭୋଟର ତାଲିକାରେ ନାମଥିବ ସେମାନଙ୍କ ପାଇଁ ପୋଷ୍ଟାଲ୍ ବାଲାଟ ପେପର ମାଧ୍ୟମରେ ଭୋଟ୍ ଦେବାର ବ୍ୟବସ୍ଥା କରାଯାଇଛି। ସେମାନେ ନିର୍ଭୟରେ ପୋଷ୍ଟାଲ ବାଲାଟ ପେପର ମାଧ୍ୟମରେ ନିଜର ମତଦାନ ସାବ୍ୟସ୍ତ କରିପାରିବେ।

ଏହି ପରିପ୍ରେକ୍ଷୀରେ ପ୍ରତି ବୁଥରେ ବୁଥ୍ ସ୍ତରୀୟ ଅଧିକାରୀ ମାନେ ନିୟୋଜିତ ହୋଇଛନ୍ତି। ବୁଥ୍ ସ୍ତରୀୟ ଅଧିକାରୀମାନେ ଉପରୋକ୍ତ ବର୍ଗର ମତଦାତା ମାନଙ୍କୁ ସିଧାସଳଖ ଯୋଗାଯୋଗ କରି ସେମାନଙ୍କର ସହମତି ଗ୍ରହଣ କରିବେ। ଥରେ ପୋଷ୍ଟାଲ ବାଲାଟ ପେପର ମାଧ୍ୟମରେ ମତଦାନ କରିବାକୁ ସହମତି ପ୍ରଦାନ କରିସାରିଥିଲେ ଭୋଟଦାତା ଆଉ ବୁଥକୁ ଯାଇ ମତଦାନ କରିପାରିବେ ନାହିଁ। ଉପରୋକ୍ତ ବର୍ଗର ମତଦାତା ମାନେ ସେମାନଙ୍କର ଘରେ ରହି ସୁରକ୍ଷିତ ଭାବରେ ମତଦାନ କରିପାରିବେ।

ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ଚଳିତ ଉପନିର୍ବାଚନରେ କୋଭିଡ୍-୧୯ ର ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ବୁଥରେ ମଧ୍ୟ ସାନିଟାଇଜେସନ୍, ମାସ୍କ୍ ବ୍ୟବହାର ଓ ସାମାଜିକ ଦୂରତ୍ୱକୁ କଡାକଡି ପାଳନ ନିମନ୍ତେ ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସ୍ବତନ୍ତ୍ର ଶିକ୍ଷାନୁଷ୍ଠାନରେ ଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଅନୁଦାନ ରାଶି ବୃଦ୍ଧି, ବର୍ଷକୁ ସାଢେ 3 କୋଟି ଟଙ୍କାର ବ୍ୟୟ ବରାଦ

ଭୁବନେଶ୍ୱର, ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ରହିଥିବା ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନଗୁଡ଼ିକର ରକ୍ଷଣାବେକ୍ଷଣ ବାବଦରେ ରାଜ୍ୟ ସରକାର ଏଣିକି ଅନୁଦାନ ରାଶି ବୃଦ୍ଧି କରିଛନ୍ତି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ର ଅଶୋକ ଚନ୍ଦ୍ର ପଣ୍ଡା ଆଜି ଲୋକସେବା ଭବନସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଏହା ଘୋଷଣା କରିଛନ୍ତି ।

ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ତଥା ଛାତ୍ରାବାସରେ ରହୁଥିବା ପ୍ରତ୍ୟେକ ଅନ୍ତେବାସୀଙ୍କୁ ପ୍ରତିମାସରେ ପୂର୍ବରୁ ଦିଆଯାଉଥିବା ସହାୟତା ୧୨୦୦ ଟଙ୍କାରୁ ୧୭୬୦ ଟଙ୍କାକୁ ବୃଦ୍ଧି
କରାଯାଇଛି । ଏଥିରେ ଖାଦ୍ୟେପୟ, ଶେଯ ଓ ପୋଷାକ ପତ୍ର, ପାଠ ପଢ଼ା ଖର୍ଚ୍ଚ, ଚିକିତ୍ସା ଖର୍ଚ୍ଚ ସମେତ ଆନୁଷଙ୍ଗିକ ଖର୍ଚ୍ଚ ଅନ୍ତର୍ଭୁକ୍ତ । ଅନୁରୂପ ଭାବରେ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନରେ ଦିବାଧ୍ୟାୟୀ ବିଦ୍ୟାର୍ଥୀମାନଙ୍କୁ ପ୍ରତିମାସରେ ଏଣିକି ୨୫୦ ଟଙ୍କା ପରିବର୍ତ୍ତେ ୩୭୦ ଟଙ୍କା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏ ବାବଦରେ ବାର୍ଷିକ ପ୍ରାୟ ୩ କୋଟି ୬୫ ଲକ୍ଷ ୯୦ ହଜାର ଟଙ୍କା ବ୍ୟୟ କରାଯିବ।

ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀମାନଙ୍କ ନିମନ୍ତେ ଉପରୋକ୍ତ ପରିମାଣର ରକ୍ଷଣାବେକ୍ଷଣ/ ପରିଚାଳନାଗତ ସହାୟତା ଚଳିତ ବର୍ଷ ଏପ୍ରିଲ୍‌ ପହିଲାରୁ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ପ୍ରତ୍ୟେକ ଶିକ୍ଷାନୁଷ୍ଠାନକୁ ପ୍ରତି ତିନିବର୍ଷରେ ଥରେ କ୍ରୀଡ଼ା ଉପକରଣ କ୍ରୟ ନିମନ୍ତେ ୧୦ ହଜାର ଟଙ୍କା ପ୍ରଦାନ କରାଯିବ । ପ୍ରତି ଶିକ୍ଷାନୁଷ୍ଠାନକୁ ଫର୍ଣ୍ଣିଚର କ୍ରୟ ନିମନ୍ତେ ଥରକ ପାଇଁ ଏକ ଲକ୍ଷ ଟଙ୍କା, କ୍ୟୁରଟର ନିମନ୍ତେ ଥରକ ପାଇଁ ୫୦ ହଜାର ଟଙ୍କା ଓ ସ୍ୱତନ୍ତ୍ର ସଫଟ୍‌ଓୟାର ଉପକରଣ ନିମନ୍ତେ ଥରକ ପାଇଁ ୬୦ ହଜାର ଟଙ୍କା ପ୍ରଦାନ କରାଯିବ।

ଏ ବାବଦରେ ମଧ୍ୟ ସରକାର ୨ କୋଟି ୨୬ ଲକ୍ଷ ୬୦ ହଜାର ଟଙ୍କା ବ୍ୟୟ କରିବେ ।
ରାଜ୍ୟରେ ବର୍ତ୍ତମାନ ଭିନ୍ନକ୍ଷମ ବିଦ୍ୟାର୍ଥୀମାନଙ୍କ ନିମନ୍ତେ ୧୦୩ଟି ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନ
ରହିଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଭିନ୍ନକ୍ଷମମାନଙ୍କ ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱ ଦେଇ ଏ ପରି ପଦକ୍ଷେ ପ ଗ୍ରହଣ କରିଛି । ଉ ପକୃତ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଯୁକ୍ତ 2 ଶ୍ରେଣୀର ପିଲାମାନେ ମଧ୍ୟ ଅନ୍ତର୍ଭୁକ୍ତ ।

Categories
ଆଞ୍ଚଳିକ ରାଜ୍ୟ ଖବର

କିଏ ଶୁଣିବ ବସୁଦେବଙ୍କ ଦୁଃଖ, ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ଅସଲ ହିତାଧିକାରୀ

ସମୀକ୍ଷା ବ୍ୟୁରୋ

କର୍ଲାମୁଣ୍ଡା, ୨୮/୧୨: ଭିନ୍ନକ୍ଷମ ତଥା ଅସହାୟ ଲୋକଙ୍କ ପାଇଁ ସରକାର ବିଭିନ୍ନ ପ୍ରକାରର ସରକାରୀ ସୁବିଧାର ବ୍ୟବସ୍ଥା କରିଥିବାବେଳେ ପ୍ରକୃତ ହିତାଧିକାରୀମାନେ ଏଥିରୁ ବଂଚିତ ହେଉଛନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗଡା ଗ୍ରାମପଞ୍ଚାୟତର ରେଗଡା ଗ୍ରାମରେ। ଏହି ଗ୍ରାମର ଜଣେ ବାସିନ୍ଦା ହେଉଛନ୍ତି ବସୁଦେବ ସାହୁ। ବୟସ ତାଙ୍କୁ ୩୨ ବର୍ଷ। ପିତାଙ୍କ ନାମ ହେଉଛି କାର୍ତ୍ତିକ ସାହୁ। ଜନ୍ମରୁ ପୋଲିଓ ଆକ୍ରାନ୍ତ ହୋଇ ଗୋଟିଏ ଗୋଡ ସମ୍ପୂର୍ଣ୍ଣ ଭାବରେ ଅଚଳ ବସୁଦେବଙ୍କର। ଘରେ ତାଙ୍କୁ ମିଶାଇ ୭ଜଣ ଲୋକ। ଦୁଇ ପୁଅ, ସ୍ତ୍ରୀ, ବାପ ମାଆ ଓ ଆଉଜଣେ ଅନ୍ଧ ଭାଇ। ବଡ଼ପୁଅ ହେଉଥିବାରୁ ଘରର ସବୁ ବୋଝ ତାଙ୍କ ମୁଣ୍ଡ ଉପରେ। ରୋଜଗାରର ମାଧ୍ୟମ ହେଉଛି ଏକ ଛୋଟିଆ କେବିନ ଦୋକାନ। ଠିକ୍‌ରେ ଆୟ ହେଉନଥିବାରୁ ଦି ଓଳି ଦି’ ମୁଠା ଆହାର ଯୋଗାଡ କରିବା ବି କଷ୍ଟକର ହୋଇପଡୁଛି। ବୃଦ୍ଧ ବାପାମାଆଙ୍କ ଔଷଧ ଖର୍ଚ୍ଚ ସାଙ୍ଗକୁ ଦୁଇ ପିଲାଙ୍କ ପାଠପଢା ଓ ଅନ୍ଧ ଭାଇଙ୍କ ସେବା କରିବା ତାଙ୍କର ପାଖରେ ଅସମ୍ଭବ ହୋଇପଡୁଛି।

ସରକାରୀ ସହାୟତା ପାଇଁ ପଞ୍ଚାୟତଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ, କେହି ତାଙ୍କ ଗୁହାରିକୁ କର୍ଣ୍ଣପାତ କରିନାହାନ୍ତି। ସରକାରଙ୍କ ‘ମୋ ଦକ୍ଷତା’ ଯୋଜନରେ ସେଲସ୍‌ ମ୍ୟାନେଜମେଣ୍ଟରେ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ସିକ୍ୟୁରିଟି ଗାର୍ଡର ଚାକିରି ମିଳିଥିଲା। ସେଠାରୁ ସେ ନିରୂପାୟ ହୋଇ ଫେରିଛନ୍ତି। ସରକାର ଦୁଃଖୀ ରଙ୍କୀ ପାଇଁ ଭିନ୍ନ ଭିନ୍ନ ଯୋଜନା ପ୍ରସ୍ତୁତ କରୁଥିଲେ ମଧ୍ୟ ଅସଲ ହିତାଧିକାରୀମାନେ ଏହି ଯୋଜନାରୁ ଲାଭ ପାଇପାରୁନାହାନ୍ତି। ଯୋଜନାର ଲାଭ ସଠିକ୍‌ ଲୋକ ପାଖରେ ପହଞ୍ଚିବା ନିମେନ୍ତ ସରକାର କଡ଼ା ପଦକ୍ଷେପ ନେଲେ, ଅନେକ ବସୁଦେବ ଦୁଃଖରୁ ଉଦ୍ଧାର ହୋଇପାରନ୍ତେ।