ସ୍ବତନ୍ତ୍ର ଶିକ୍ଷାନୁଷ୍ଠାନରେ ଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଅନୁଦାନ ରାଶି ବୃଦ୍ଧି, ବର୍ଷକୁ ସାଢେ 3 କୋଟି ଟଙ୍କାର ବ୍ୟୟ ବରାଦ

Published: Feb 27, 2020, 6:56 pm IST

ଭୁବନେଶ୍ୱର, ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ରହିଥିବା ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନଗୁଡ଼ିକର ରକ୍ଷଣାବେକ୍ଷଣ ବାବଦରେ ରାଜ୍ୟ ସରକାର ଏଣିକି ଅନୁଦାନ ରାଶି ବୃଦ୍ଧି କରିଛନ୍ତି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ର ଅଶୋକ ଚନ୍ଦ୍ର ପଣ୍ଡା ଆଜି ଲୋକସେବା ଭବନସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଏହା ଘୋଷଣା କରିଛନ୍ତି ।

ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ତଥା ଛାତ୍ରାବାସରେ ରହୁଥିବା ପ୍ରତ୍ୟେକ ଅନ୍ତେବାସୀଙ୍କୁ ପ୍ରତିମାସରେ ପୂର୍ବରୁ ଦିଆଯାଉଥିବା ସହାୟତା ୧୨୦୦ ଟଙ୍କାରୁ ୧୭୬୦ ଟଙ୍କାକୁ ବୃଦ୍ଧି
କରାଯାଇଛି । ଏଥିରେ ଖାଦ୍ୟେପୟ, ଶେଯ ଓ ପୋଷାକ ପତ୍ର, ପାଠ ପଢ଼ା ଖର୍ଚ୍ଚ, ଚିକିତ୍ସା ଖର୍ଚ୍ଚ ସମେତ ଆନୁଷଙ୍ଗିକ ଖର୍ଚ୍ଚ ଅନ୍ତର୍ଭୁକ୍ତ । ଅନୁରୂପ ଭାବରେ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନରେ ଦିବାଧ୍ୟାୟୀ ବିଦ୍ୟାର୍ଥୀମାନଙ୍କୁ ପ୍ରତିମାସରେ ଏଣିକି ୨୫୦ ଟଙ୍କା ପରିବର୍ତ୍ତେ ୩୭୦ ଟଙ୍କା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏ ବାବଦରେ ବାର୍ଷିକ ପ୍ରାୟ ୩ କୋଟି ୬୫ ଲକ୍ଷ ୯୦ ହଜାର ଟଙ୍କା ବ୍ୟୟ କରାଯିବ।

ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀମାନଙ୍କ ନିମନ୍ତେ ଉପରୋକ୍ତ ପରିମାଣର ରକ୍ଷଣାବେକ୍ଷଣ/ ପରିଚାଳନାଗତ ସହାୟତା ଚଳିତ ବର୍ଷ ଏପ୍ରିଲ୍‌ ପହିଲାରୁ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ପ୍ରତ୍ୟେକ ଶିକ୍ଷାନୁଷ୍ଠାନକୁ ପ୍ରତି ତିନିବର୍ଷରେ ଥରେ କ୍ରୀଡ଼ା ଉପକରଣ କ୍ରୟ ନିମନ୍ତେ ୧୦ ହଜାର ଟଙ୍କା ପ୍ରଦାନ କରାଯିବ । ପ୍ରତି ଶିକ୍ଷାନୁଷ୍ଠାନକୁ ଫର୍ଣ୍ଣିଚର କ୍ରୟ ନିମନ୍ତେ ଥରକ ପାଇଁ ଏକ ଲକ୍ଷ ଟଙ୍କା, କ୍ୟୁରଟର ନିମନ୍ତେ ଥରକ ପାଇଁ ୫୦ ହଜାର ଟଙ୍କା ଓ ସ୍ୱତନ୍ତ୍ର ସଫଟ୍‌ଓୟାର ଉପକରଣ ନିମନ୍ତେ ଥରକ ପାଇଁ ୬୦ ହଜାର ଟଙ୍କା ପ୍ରଦାନ କରାଯିବ।

ଏ ବାବଦରେ ମଧ୍ୟ ସରକାର ୨ କୋଟି ୨୬ ଲକ୍ଷ ୬୦ ହଜାର ଟଙ୍କା ବ୍ୟୟ କରିବେ ।
ରାଜ୍ୟରେ ବର୍ତ୍ତମାନ ଭିନ୍ନକ୍ଷମ ବିଦ୍ୟାର୍ଥୀମାନଙ୍କ ନିମନ୍ତେ ୧୦୩ଟି ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନ
ରହିଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଭିନ୍ନକ୍ଷମମାନଙ୍କ ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱ ଦେଇ ଏ ପରି ପଦକ୍ଷେ ପ ଗ୍ରହଣ କରିଛି । ଉ ପକୃତ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଯୁକ୍ତ 2 ଶ୍ରେଣୀର ପିଲାମାନେ ମଧ୍ୟ ଅନ୍ତର୍ଭୁକ୍ତ ।

Related posts