Categories
ବିଶେଷ ଖବର ରାଜ୍ୟ ଖବର

ଦିବ୍ୟାଙ୍ଗମାନଙ୍କୁ ଆଇନସେବା ଯୋଗାଇଦେବାକୁ ଆସନ୍ତା ୨୨ ତାରିଖରୁ ସପ୍ତାହବ୍ୟାପୀ ଅଭିଯାନ

ଭୁବନେଶ୍ୱର: ଦିବ୍ୟାଙ୍ଗମାନଙ୍କର ଉନ୍ନତି ଓ ପ୍ରଗତି ନିମନ୍ତେ ସେମାନଙ୍କୁ ଆବଶ୍ୟକୀୟ ଆଇନସେବା ଯୋଗାଇଦେବା ପାଇଁ ଚଳିତ ମଇ ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ସଚେତନତା ଅଭିଯାନ ଆରମ୍ଭ ହେଉଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣ, ଖୋର୍ଦ୍ଧା ସମେତ ରାଜ୍ୟର ସମସ୍ତ ଜିଲ୍ଲା ଓ ଉପଖଣ୍ଡ ଆଇନସେବା ପ୍ରାଧିକରଣମାନ ସାମିଲ ହେବେ।

ଅଧିକାରୀମାନେ ଦିବ୍ୟାଙ୍ଗମାନଙ୍କ ଘରକୁ ଘର ଯାଇ ସେମାନଙ୍କ ସମସ୍ୟା, ସୁବିଧା-ଅସୁବିଧା ଏବଂ ଆବଶ୍ୟକତା ସଂପର୍କରେ ପଚାରି ବୁଝିବେ। ସେମାନଙ୍କ ସମସ୍ୟମାନ ସରକାରଙ୍କ ପାଖରେ ଉପସ୍ଥାପିତ କରିବା ସହ ସେମାନଙ୍କ ପାଖରେ ସରକାରୀ ସୁବିଧା, ସୁଯୋଗ ପହଞ୍ଚାଇବା ଓ ସେମାନଙ୍କୁ ଆଇନସେବା, ସାହାଯ୍ୟ ଓ ପରାମର୍ଶ ଯୋଗାଇଦେବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଏହି ସାପ୍ତାହିକ କାର୍ଯ୍ୟକ୍ରମରେ ପ୍ରାଧିକରଣଙ୍କ କର୍ମକର୍ତ୍ତା, ଗ୍ରାମୀଣ ଆଇନ ସହାୟତା କର୍ମୀ, ଆଇନଜୀବୀ, ପ୍ରାଧିକରଣର ସେ୍ୱଚ୍ଛାସେବୀମାନେ ଘରକୁ ଘର ଗସ୍ତ କରି ଦିବ୍ୟାଙ୍ଗ ବ୍ୟକ୍ତିଙ୍କର ଅଧିକାର ଅଧିନିୟମ, ସରକାରୀ ଯୋଜନାର ଲାଭ ବାବଦରେ ଅବଗତ କରାଇବେ। ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା, ମଧୁବାବୁ ପେନ୍‌ସନ୍‌ ଯୋଜନା, ବାଣୀଶ୍ରୀ ବୃତ୍ତି, ବିବାହ ପ୍ରୋତ୍ସାହନ ରାଶି ବ୍ୟବସ୍ଥା, ଚାକିରି ଓ ଦକ୍ଷତା ବୃଦ୍ଧି ପାଇଁ ଥିବା ଯୋଜନା, ଯାତାୟତର ସୁବିଧା, ବିଜୁ ପକ୍କାଘର ଯୋଜନା, ଜନନୀ ସୁରକ୍ଷା ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଭିନ୍ନକ୍ଷମମାନଙ୍କ ପାଇଁ ସ୍ୱତନ୍ତ୍ର ବିଦ୍ୟାଳୟ ଓ ମହାବିଦ୍ୟାଳୟର ଉପଲବ୍ଧତା, ସେମାନଙ୍କୁ ସରକାରଙ୍କ ଦ୍ୱାରା ସାହାଯ୍ୟକାରୀ ଉପକରଣ ବଣ୍ଟନ ସମ୍ବନ୍ଧୀୟ ଯୋଜନା ଏବଂ ଏତଦ୍‌ବ୍ୟତୀତ ଆଇନସେବା ପ୍ରାଧିକରଣ ଅଧିନିୟମ ୧୯୮୭ର ଧାରା ୧୨ ଅନୁଯାୟୀ ମାଗଣା ଆଇନସେବା ସମ୍ବନ୍ଧୀୟ ସେବା ଯୋଗାଇବା ଆଦି ବିଷୟରେ ସେମାନଙ୍କୁ ସଚେତନ କରାଇବେ ବୋଲି ପ୍ରାଧିକରଣଙ୍କ ସଚିବ ସୌଦାମିନୀ ସିଂ ସୂଚନା ଦେଇଛନ୍ତି।

ଆବଶ୍ୟକ ସ୍ଥଳେ ଟୋଲ୍‌ ଫି୍ର ନଂ-୧୮୦୦୩୪୫୭୫୭୧ ଏବଂ ହେଲ¬ ଲାଇନ୍‌ ନଂ-୮୧୪୪୩୨୦୦୫୫ରେ ଦିବ୍ୟାଙ୍ଗମାନେ ଯୋଗାଯୋଗ କରିପାରିବେ ବୋଲି ସେ କହିଛନ୍ତି। ଏତଦ୍‌ବ୍ୟତୀତ ଜିଲ୍ଲା ଆଇନସେବା ପ୍ରାଧିକରଣ, ଜିଲ୍ଲା ଜଜ୍‌ କୋର୍ଟ ପରିସର, କଳ୍ପନା, ଭୁବନେଶ୍ୱରରେ ମଧ୍ୟ ସବିଶେଷ ସୂଚନା ଉପଲବ୍ଧ ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ସ୍ବତନ୍ତ୍ର ଶିକ୍ଷାନୁଷ୍ଠାନରେ ଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଅନୁଦାନ ରାଶି ବୃଦ୍ଧି, ବର୍ଷକୁ ସାଢେ 3 କୋଟି ଟଙ୍କାର ବ୍ୟୟ ବରାଦ

ଭୁବନେଶ୍ୱର, ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ରହିଥିବା ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନଗୁଡ଼ିକର ରକ୍ଷଣାବେକ୍ଷଣ ବାବଦରେ ରାଜ୍ୟ ସରକାର ଏଣିକି ଅନୁଦାନ ରାଶି ବୃଦ୍ଧି କରିଛନ୍ତି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ର ଅଶୋକ ଚନ୍ଦ୍ର ପଣ୍ଡା ଆଜି ଲୋକସେବା ଭବନସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଏହା ଘୋଷଣା କରିଛନ୍ତି ।

ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ତଥା ଛାତ୍ରାବାସରେ ରହୁଥିବା ପ୍ରତ୍ୟେକ ଅନ୍ତେବାସୀଙ୍କୁ ପ୍ରତିମାସରେ ପୂର୍ବରୁ ଦିଆଯାଉଥିବା ସହାୟତା ୧୨୦୦ ଟଙ୍କାରୁ ୧୭୬୦ ଟଙ୍କାକୁ ବୃଦ୍ଧି
କରାଯାଇଛି । ଏଥିରେ ଖାଦ୍ୟେପୟ, ଶେଯ ଓ ପୋଷାକ ପତ୍ର, ପାଠ ପଢ଼ା ଖର୍ଚ୍ଚ, ଚିକିତ୍ସା ଖର୍ଚ୍ଚ ସମେତ ଆନୁଷଙ୍ଗିକ ଖର୍ଚ୍ଚ ଅନ୍ତର୍ଭୁକ୍ତ । ଅନୁରୂପ ଭାବରେ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନରେ ଦିବାଧ୍ୟାୟୀ ବିଦ୍ୟାର୍ଥୀମାନଙ୍କୁ ପ୍ରତିମାସରେ ଏଣିକି ୨୫୦ ଟଙ୍କା ପରିବର୍ତ୍ତେ ୩୭୦ ଟଙ୍କା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏ ବାବଦରେ ବାର୍ଷିକ ପ୍ରାୟ ୩ କୋଟି ୬୫ ଲକ୍ଷ ୯୦ ହଜାର ଟଙ୍କା ବ୍ୟୟ କରାଯିବ।

ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀମାନଙ୍କ ନିମନ୍ତେ ଉପରୋକ୍ତ ପରିମାଣର ରକ୍ଷଣାବେକ୍ଷଣ/ ପରିଚାଳନାଗତ ସହାୟତା ଚଳିତ ବର୍ଷ ଏପ୍ରିଲ୍‌ ପହିଲାରୁ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ପ୍ରତ୍ୟେକ ଶିକ୍ଷାନୁଷ୍ଠାନକୁ ପ୍ରତି ତିନିବର୍ଷରେ ଥରେ କ୍ରୀଡ଼ା ଉପକରଣ କ୍ରୟ ନିମନ୍ତେ ୧୦ ହଜାର ଟଙ୍କା ପ୍ରଦାନ କରାଯିବ । ପ୍ରତି ଶିକ୍ଷାନୁଷ୍ଠାନକୁ ଫର୍ଣ୍ଣିଚର କ୍ରୟ ନିମନ୍ତେ ଥରକ ପାଇଁ ଏକ ଲକ୍ଷ ଟଙ୍କା, କ୍ୟୁରଟର ନିମନ୍ତେ ଥରକ ପାଇଁ ୫୦ ହଜାର ଟଙ୍କା ଓ ସ୍ୱତନ୍ତ୍ର ସଫଟ୍‌ଓୟାର ଉପକରଣ ନିମନ୍ତେ ଥରକ ପାଇଁ ୬୦ ହଜାର ଟଙ୍କା ପ୍ରଦାନ କରାଯିବ।

ଏ ବାବଦରେ ମଧ୍ୟ ସରକାର ୨ କୋଟି ୨୬ ଲକ୍ଷ ୬୦ ହଜାର ଟଙ୍କା ବ୍ୟୟ କରିବେ ।
ରାଜ୍ୟରେ ବର୍ତ୍ତମାନ ଭିନ୍ନକ୍ଷମ ବିଦ୍ୟାର୍ଥୀମାନଙ୍କ ନିମନ୍ତେ ୧୦୩ଟି ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନ
ରହିଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଭିନ୍ନକ୍ଷମମାନଙ୍କ ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱ ଦେଇ ଏ ପରି ପଦକ୍ଷେ ପ ଗ୍ରହଣ କରିଛି । ଉ ପକୃତ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଯୁକ୍ତ 2 ଶ୍ରେଣୀର ପିଲାମାନେ ମଧ୍ୟ ଅନ୍ତର୍ଭୁକ୍ତ ।