Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କାହିଁକି ଆଇପିଏସ ଚାକିରୀ ଛାଡିଲେ ଓଡିଆ ଝିଅ କାମ୍ୟା ମିଶ୍ର, ଓଡିଶାରେ ରାଜନୀତି କରିବେ କି ?
ଜାତୀୟ ଖବର

କାହିଁକି ଆଇପିଏସ ଚାକିରୀ ଛାଡିଲେ ଓଡିଆ ଝିଅ କାମ୍ୟା ମିଶ୍ର, ଓଡିଶାରେ ରାଜନୀତି କରିବେ କି ?

August 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
କାହିଁକି ଆଇପିଏସ ଚାକିରୀ ଛାଡିଲେ ଓଡିଆ ଝିଅ କାମ୍ୟା ମିଶ୍ର, ଓଡିଶାରେ ରାଜନୀତି କରିବେ କି ?

IPS Kamya Mishra Resigned:  2019 ବ୍ୟାଚ ବିହାର କ୍ୟାଡରର ଆଇପିଏସ ଅଫିସର କାମ୍ୟା ମିଶ୍ରଙ୍କ ଇସ୍ତଫାକୁ ନେଇ ବର୍ତ୍ତମାନ ସାରା ଦେଶର ପୋଲିସ ଅଧିକାରୀଙ୍କ ମହଲରେ ଚର୍ଚ୍ଚା ଚାଲିଛି। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ମଧ୍ୟ ତାଙ୍କର ଇସ୍ତଫାକୁ ନେଇ ଚର୍ଚ୍ଚା କରିବାରେ ଲାଗିଛନ୍ତି। ମାତ୍ର 22 ବର୍ଷ ବୟସରେ ଆଇପିଏସ ପାଇଥିବା କାମ୍ୟା 28 ବର୍ଷ ବୟସରେ ଚାକିରୀ ଛାଡିବାକୁ ପ୍ରସଂଗକୁ କେହି ଗ୍ରହଣ କରୁ ନାହାଁନ୍ତି।

କାମ୍ୟା ବର୍ତ୍ତମାନ ବିହାରର ଦରଭଙ୍ଗା ଗ୍ରାମାଞ୍ଚଳ ଏସପି ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ଇସ୍ତଫା ପରେ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। କିଏ କହୁଛି କାମ୍ୟାଙ୍କୁ ବିହାର ମାଫିଆମାନେ କୁଆଡେ ଧମକ ଚମକ ଦେଉଛନ୍ତି। କିଏ କହୁଛି ସେ ଆଇପିଏସ ଛାଡି ରାଜନୀତି କିମ୍ବା ବ୍ୟବସାୟ କରିବେ। କିଏ ପୁଣି କହୁଛି ସେ ଚାକିରୀ ଛାଡି ସମାଜସେବା କରିବେ। ତେବେ କାମ୍ୟା ଏ ପର୍ଯ୍ୟନ୍ତ କଣ କରିବେ ସେ ନେଇ କିଛି ସ୍ପଷ୍ଟ କରି ନାହାଁନ୍ତି।

କାମ୍ୟା ବିହାରରେ ଆଇପିଏସ ଭାବେ ଯୋଗଦେବା ପରେ ପରେ ଚର୍ଚ୍ଚାକୁ ଆସିଛନ୍ତି। କାରଣ କମ ବୟସରେ ଚାକିରୀ ପାଇବା ଏବଂ କାର୍ଯ୍ୟ କ୍ଷେତ୍ରରେ ଯୋଗ ଦେବା ପରେ ବଡବଡ ଘଟଣାକୁ ପର୍ଦ୍ଦାଫାର୍ସ କରାଇବା ନେଇ ସେ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଏକ ବଡ ହତ୍ୟାକାଣ୍ଡ ଘଟଣାରେ ତାଙ୍କୁ ତଦନ୍ତ ଦାୟିତ୍ବ ଦିଆଯିବା ପରେ ସେ ଲୋକଲୋଚନକୁ ଆସିଥିଲେ। ଏତେ କମ ବୟସରେ ସେ ବଡବଡ ଘଟଣାର ସଫଳତାର ସହ ତଦନ୍ତ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଦେଇଛି। ସେଥିପାଇଁ ବିହାରରେ କାମ୍ୟା ଲେଡି ସିଘଂମ ଭାବେ ପରିଚିତ।

କାମ୍ୟା ହେଉଛନ୍ତି ଓଡିଶାର ଝିଅ। ତାଙ୍କ ଘର ହେଉଛି ମୟୁରଭଂଜ ଜିଲ୍ଲାର ରାଇରଂଗପୁର। ସେ ଓଡିଶାରୁ ଦ୍ବାଦଶ ପାଶ କରିବା ପରେ ଦିଲ୍ଲୀର ଲେଡି ଶ୍ରୀରାମ କଲେଜରୁ ସ୍ନାତ୍ତକ ପାଶ କରିଛନ୍ତି। ସେ ଦ୍ବାଦଶ ପରୀକ୍ଷାରେ 98 ପ୍ରତିଶତ ନମ୍ବର ରଖି ବେଶ ପ୍ରଶଂସାର ପାତ୍ର ହୋଇଥିଲେ। ଏହାପରେ ସେ ପ୍ରଥମ ଥର ପାଇଁ ୟୁପିଏସସି ପରୀକ୍ଷା ଦେଇ ଆଇପିଏସ ହାସଲ କରିପାରିଛନ୍ତି।

ତେବେ କାମ୍ୟା ଏପରି ପଡ ପଦବୀରୁ ଇସ୍ତଫା ଦେଇ କଣ କରିବେ ସେ ନେଇ ଚର୍ଚ୍ଚା ବଢିଛି। ତାଙ୍କର ସ୍ବାମୀ ମଧ୍ୟ ଜଣେ ଆଇପିଏସ ଅଧିକାରୀ। ତେଣୁ ସେ ଚାକିରୀ ଛାଡି ସମାଜ ସେବା କିମ୍ବା ଓଡିଶାରେ ରାଜନୀତି କରିବେ ବୋଲି ଚର୍ଚ୍ଚା ଚାଲିଛି। ହେଲେ ତାଙ୍କର ସାଙ୍ଗମାନେ ଅନୁମାନ କରିଛନ୍ତି ଯେ, ସେ ନାରୀ ନିର୍ଯ୍ୟାତନା ଏବଂ ନାରୀ ଶିକ୍ଷା ଉପରେ ମୟୁରଭଂଜ ଜିଲ୍ଲାରେ କାମ କରିପାରନ୍ତି। ତେବେ କାମ୍ୟା ଏ ନେଇ କୌଣସି ସୂଚନା ପ୍ରଦାନ କରି ନାହାଁନ୍ତି। ଅନ୍ୟପକ୍ଷରେ ତାଙ୍କର ଇସ୍ତଫା ପତ୍ରକୁ ଏ ପର୍ଯ୍ୟନ୍ତ ସରକାର ଗ୍ରହଣ କରି ନାହାଁନ୍ତି।

ଆଇପିଏସ
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼ ପରଦାରେ ନିରିହ ଶିଶୁ ନିର୍ଯ୍ୟାତନାର କାହାଣୀ ‘ପରୀ’

October 14, 2025

“ଆଫଗାନ ପିଲାଙ୍କ ହତ୍ୟା ପାଇଁ ପାକିସ୍ତାନ ଦାୟୀ,” UNGA ରେ ପାକିସ୍ତାନକୁ କଡା ନିନ୍ଦା କଲା ଭାରତ

October 14, 2025

ଜମ୍ମୁ କାଶ୍ମୀରରେ ସେନାର ବଡ଼ ଅଭିଯାନ: ଦୁଇ ଆତଙ୍କବାଦୀ ନିହତ, ଅପରେସନ ଜାରି

October 14, 2025

ବାଲୁଗାଁ: ବୋଲେରୋକୁ ଧକ୍କା ଦେଲା ଟ୍ରକ, ଶରୀରରୁ ଅଲଗା ହେଲା ଚାଳକଙ୍କ ହାତ, ୧୨ ଆହତ

October 14, 2025
Latest News

ବଡ଼ ପରଦାରେ ନିରିହ ଶିଶୁ ନିର୍ଯ୍ୟାତନାର କାହାଣୀ ‘ପରୀ’

October 14, 2025

“ଆଫଗାନ ପିଲାଙ୍କ ହତ୍ୟା ପାଇଁ ପାକିସ୍ତାନ ଦାୟୀ,” UNGA ରେ ପାକିସ୍ତାନକୁ କଡା ନିନ୍ଦା କଲା ଭାରତ

October 14, 2025

ଜମ୍ମୁ କାଶ୍ମୀରରେ ସେନାର ବଡ଼ ଅଭିଯାନ: ଦୁଇ ଆତଙ୍କବାଦୀ ନିହତ, ଅପରେସନ ଜାରି

October 14, 2025

ବାଲୁଗାଁ: ବୋଲେରୋକୁ ଧକ୍କା ଦେଲା ଟ୍ରକ, ଶରୀରରୁ ଅଲଗା ହେଲା ଚାଳକଙ୍କ ହାତ, ୧୨ ଆହତ

October 14, 2025

Nuapada Bypoll: ଆସନ୍ତା 16 ତାରିଖରେ ପ୍ରାର୍ଥୀ ପତ୍ର ଦାଖଲ କରିବେ ଜୟ ଢୋଲକିଆ, ସାଥିରେ ରହିବେ ମୁଖ୍ୟମନ୍ତ୍ରୀ

October 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.