Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଷ୍ଟ୍ରେଲିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କଲା ବିସିସିଆଇ, ରାହୁଲ ଦ୍ରାବିଡଙ୍କ ପୁଅ ସାମିଲ
ଆଜିର ଖବର

ଅଷ୍ଟ୍ରେଲିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କଲା ବିସିସିଆଇ, ରାହୁଲ ଦ୍ରାବିଡଙ୍କ ପୁଅ ସାମିଲ

August 31, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ମଲ୍ଟି ଫର୍ମାଟ୍ ସିରିଜ୍ ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି। ଏହି ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ରାହୁଲ ଦ୍ରାବିଡଙ୍କ ପୁଅ ସମିତ ଦ୍ରାବିଡଙ୍କୁ ଏହି ଦଳରେ ସାମିଲ କରାଯାଇଛି। ବାସ୍ତବରେ ସମିତଙ୍କୁ ଭାରତର ଅଣ୍ଡର -୧୯ ଦଳରେ ସାମିଲ କରାଯାଇଛି।

ପ୍ରକାଶ ଯେ, ଭାରତୀୟ ଅଣ୍ଡର -୧୯ ଦଳକୁ ଅଷ୍ଟ୍ରେଲୀୟ ଅଣ୍ଡର -୧୯ ଦଳ ବିପକ୍ଷରେ ଗୋଟିଏ ଦିନିକିଆ ଏବଂ ଚାରି ଦିବସୀୟ ମ୍ୟାଚ୍ ଖେଳିବାର ଅଛି। ଏହି ଉଭୟ ଫର୍ମାଟର ସିରିଜ୍ ପାଇଁ ସମିତ୍ ଟିମ୍ ଇଣ୍ଡିଆରେ ସୁଯୋଗ ପାଇଛନ୍ତି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏହି ଅଣ୍ଡର -୧୯ ସିରିଜ୍ ସେପ୍ଟେମ୍ବର ୨୧ ତାରିଖରୁ ଆରମ୍ଭ ହେବ।

ଜୁନିଅର ଚୟନ କମିଟି ଅଷ୍ଟ୍ରେଲିଆ ଅଣ୍ଡର -୧୯ ବିପକ୍ଷରେ ଆଗାମୀ ମଲ୍ଟି ଫର୍ମାଟ୍ IDFC FIRST ବ୍ୟାଙ୍କ ଘରୋଇ ସିରିଜ୍ ପାଇଁ ଇଣ୍ଡିଆ ଅଣ୍ଡର -୧୯ ଦଳ ଚୟନ କରିଛି। ଏହି ସିରିଜରେ ପୁଡୁଚେରୀ ଏବଂ ଚେନ୍ନାଇରେ ତିନିଟି ୫୦ ଓଭର ବିଶିଷ୍ଟ ମ୍ୟାଚ୍ ଏବଂ ଦୁଇଟି ଚାରି ଦିବସୀୟ ମ୍ୟାଚ୍ ଖେଳାଯିବ।

ଉତ୍ତରପ୍ରଦେଶର ତାରକା ବ୍ୟାଟ୍ସମ୍ୟାନ୍ ମହମ୍ମଦ ଅମାନ ଅଷ୍ଟ୍ରେଲିଆ ବିପକ୍ଷ ODI ସିରିଜରେ ଭାରତର ଅଣ୍ଡର -୧୯ ଦଳର ଅଧିନାୟକ ଘୋଷିତ ହୋଇଛନ୍ତି। ଚାରି ଦିବସୀୟ ସିରିଜରେ ମଧ୍ୟପ୍ରଦେଶର ସୋହମ୍ ପଟବର୍ଦ୍ଧନ୍ ଭାରତୀୟ ଦଳର ନେତୃତ୍ୱ ନେବେ।

ଅଷ୍ଟ୍ରେଲିଆ ଅଣ୍ଡର -19 ବିପକ୍ଷରେ ଏକଦିବସୀୟ ସିରିଜ ପାଇଁ ଭାରତ ଅଣ୍ଡର -୧୯ ଦଳ: ରୁଦ୍ର ପଟେଲ (ଉପ-ଅଧିନାୟକ), ସାହିଲ ପାରଖ, କାର୍ତ୍ତିକେୟ କେପି, ମହମ୍ମଦ ଅମାନ (କ୍ୟାପଟେନ), କିରଣ ଚୋରମଲେ, ଅଭିଜ୍ଞାନ କୁଣ୍ଡୁ (ୱିକେଟ୍ କିପର), ହରବଂଶ ସିଂ ପଙ୍ଗାଲିଆ (ୱିକେଟ୍ କିପର), ସମିତ ଦ୍ରାବିଡ, ୟୁଦ୍ଧାଜୀତ ଗୁହା, ସମର୍ଥ ଏନ, ନିଖିଲ କୁମାର, ଚେତନ ଶର୍ମା, ହାର୍ଦ୍ଦିକ ରାଜ, ରୋହିତ ରାଜୱତ ଏବଂ ମହମ୍ମଦ ଏନାନ।

ଅଷ୍ଟ୍ରେଲିଆ ଅଣ୍ଡର -୧୯ ବିପକ୍ଷରେ ଚାରି ଦିବସୀୟ ସିରିଜ ପାଇଁ ଭାରତ ଅଣ୍ଡର -୧୯ ଦଳ: ବୈଭବ ସୂର୍ଯ୍ୟବଂଶୀ, ନିତ୍ୟା ପାଣ୍ଡ୍ୟା, ଭିହାନ ମାଲହୋତ୍ରା (ଉପ-ଅଧିନାୟକ), ସୋହମ ପଟବର୍ଦ୍ଧନ୍ (ଅଧିନାୟକ), କାର୍ତ୍ତିକେୟ କେ.ପି, ସମିତ ଦ୍ରାବିଡ଼, ଅଭିଜ୍ଞାନ କୁଣ୍ଡୁ (ୱିକେଟ୍ କିପର), ହରବଂଶ ସିଂ ପଙ୍ଗାଲିଆ (ୱିକେଟ୍ କିପର), ଚେତନ ଶର୍ମା, ସମର୍ଥ ଏନ, ଆଦିତ୍ୟ ରାୱତ, ନିଖିଲ କୁମାର, ଅନମୋଲଜିତ ସିଂ, ଆଦିତ୍ୟ ସିଂ ଏବଂ ମହମ୍ମଦ ଏନାନ।

India Vs Australia rahul dravid
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୩୦ ଆୟୋଜନ ନିଲାମରେ ଭାଗ ନେବ ଭାରତ, କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି

August 27, 2025

ପିଏମ ସ୍ୱନିଧି ଯୋଜନାର ପୁନର୍ଗଠନ ଏବଂ ଋଣ ଅବଧି ସମୟ ବଢ଼ାଇବାକୁ କ୍ୟାବିନେଟ ମଞ୍ଜୁରି

August 27, 2025

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ନୂଆ ରେକର୍ଡ, ୧୪୮ ଦିନରେ ୧୦୦ ନିୟୁତ ଟନ୍ ଅପସାରଣ

August 27, 2025

ଭୂସ୍ଖଳନ ଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

August 27, 2025
Latest News

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୩୦ ଆୟୋଜନ ନିଲାମରେ ଭାଗ ନେବ ଭାରତ, କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି

August 27, 2025

ପିଏମ ସ୍ୱନିଧି ଯୋଜନାର ପୁନର୍ଗଠନ ଏବଂ ଋଣ ଅବଧି ସମୟ ବଢ଼ାଇବାକୁ କ୍ୟାବିନେଟ ମଞ୍ଜୁରି

August 27, 2025

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ନୂଆ ରେକର୍ଡ, ୧୪୮ ଦିନରେ ୧୦୦ ନିୟୁତ ଟନ୍ ଅପସାରଣ

August 27, 2025

ଗଣେଶ ପୂଜାରେ ଛାତ୍ରଛାତ୍ରୀମାନଙ୍କ ସହ ପ୍ରସାଦ ସେବନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

August 27, 2025

ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି: ଚାଷୀ ଭାଇ ଭଉଣୀଙ୍କୁ ଦେଲେ ସି ଏମ୍ କିଷାନ ସହାୟତା ରାଶି

August 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.