Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟର ପକ୍ଷରୁ ରାଜ୍ୟ ସ୍ତରୀୟ କର୍ମୀ ସମ୍ମିଳନୀ
ଆଜିର ଖବର

ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟର ପକ୍ଷରୁ ରାଜ୍ୟ ସ୍ତରୀୟ କର୍ମୀ ସମ୍ମିଳନୀ

September 2, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଜଣେ ବ୍ୟକ୍ତି କେତେ ଦିନ ବଞ୍ଚିବ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ; ବରଂ ଗୁରୁତ୍ୱପୂର୍ଣ୍ଣ ହେଉଛି ସେ କେଉଁ ପ୍ରକାରର ଜୀବନ ଯାପନ କରନ୍ତି। ଅର୍ଥାତ୍ ଜଣେ ବ୍ୟକ୍ତିର ସମାଜ ଓ ଦେଶ ପ୍ରତି ଅବଦାନକୁ ଆଧାର କରି ତାଙ୍କର ଖ୍ୟାତିର ମୂଲ୍ୟାଙ୍କନ କରାଯାଏ। ଅର୍ଥାତ ସେବାହିଁ ବ୍ୟକ୍ତିତ୍ୱର ପରିଚୟ ତୋଳିଥାଏ ବୋଲି ଆଜି ଉତ୍କଲିୟମ ଫାଉଣ୍ଡେସନ ଟ୍ରଷ୍ଟର ରାଜ୍ୟ ସ୍ତରୀୟ ସାମାଜିକ କର୍ମୀ ସମ୍ମିଳନୀରେ ଵକ୍ତା ମାନେ କହିଛନ୍ତି।

ଆଜି ସ୍ଥାନୀୟ ବୁଦ୍ଧ ମନ୍ଦିର ସଭାକକ୍ଷରେ ଅନୁଷ୍ଠିତ ସଭାରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଣ୍ଡିତ ଗୋପବନ୍ଧୁ ଦାସ ତାଙ୍କ ସ୍ୱଳ୍ପ ଜୀବନକାଳ ମଧ୍ୟରେ କେତେ ଭଲ କାମ କରିଛନ୍ତି ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ବୋଲି ସେ କହି ସମାଜସେବା, ସାହିତ୍ୟ, ଶିକ୍ଷା ଓ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ଅବଦାନ ଅବିସ୍ମରଣୀୟ ବୋଲି ସେ କହିଥିଲେ।

ପ୍ରାରମ୍ଭରେ ଟ୍ରଷ୍ଟର ସର୍ବ ଭାରତୀୟ ଅଧ୍ୟକ୍ଷ ରାଜୀବ ଲୋଚନ ପ୍ରଧାନ ସ୍ୱାଗତ ଭାଷଣ ଦେଇ ପ୍ରକୃତି, ସଂସ୍କୃତି ଓ ମାନବ ଅଧିକାର ନେଇ ଟ୍ରଷ୍ଟର ଦୀର୍ଘ ମିଆଦି ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ବର୍ଣ୍ଣନା କରି ଆଗାମୀ ସକାଳରେ ଟ୍ରଷ୍ଟକୁ ସାମାଜିକ କାର୍ଯ୍ୟ କ୍ଷେତ୍ର ରେ ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ଗଢ଼ି ତୋଳିବାର ଯୋଜନା ସମ୍ପର୍କରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ ରଣପୁରର ପୂର୍ବତନ ବିଧାୟକ ତଥା ପୂର୍ବତନ ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ, ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାର ପୂର୍ବତନ ଉପଦେଷ୍ଟା ଦୁର୍ଗା ସାମନ୍ତରାୟ, ବିଶିଷ୍ଟ ସଂଗୀତଞ୍ଜ ତଥା ସମାଜସେବୀ ସୁସ୍ମିତା ଦାଶ, ଟ୍ରଷ୍ଟର ରାଷ୍ଟ୍ରୀୟ ସଂଯୋଜିକା ଭାରତୀ ଦାଶ, ରାଜ୍ୟ ସଭାନେତ୍ରୀ ସାଗରୀକା ମହାନ୍ତି, ଯୁବ ସମଜସେବୀ ତ୍ରିନାଥ ବିଶ୍ୱାଳ, ସମାଜସେବୀ ପ୍ରଶାନ୍ତ କୁମାର ବଡ଼ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜ ସେବାକୁ ନିଜର ମନ୍ତ୍ର ଭାବେ ଗ୍ରହଣ କରିବାକୁ କହିଥିଲେ। ଏଥିରେ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ଡ଼ା. ରାଜାରାମ ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିବା ବେଳେ କାର୍ଯ୍ୟକ୍ରମକୁ ବଲ୍ଲଭ ପ୍ରଧାନ ସଂଯୋଜନା କରିଥିଲେ।

ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ପ୍ରତିଭାଧାରୀ ଙ୍କୁ ଉତ୍ତରୀୟ ଓ ମଡେଲ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ପ୍ରଭୁ ଜଗନ୍ନାଥ ଙ୍କ ଠାରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଏହାର ଶୁଭାରମ୍ଭ କରାଯାଇଥିଲା।

ଏହି ଅବସରରେ ଶିଶୁ ଶିଳ୍ପୀ ରାଜଲକ୍ଷ୍ମୀ ସେନାପତି, ଶ୍ରୀମାନ ଖୁଣ୍ଟିଆ, ପବିତ୍ର ପ୍ରିୟ ଦର୍ଶିନୀ ଦାସ ପ୍ରମୁଖ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶେଷରେ ଜ୍ଞାନ ରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ଉତ୍କଳୀୟମ ଫାଉଣ୍ଡେସନ କର୍ମୀ ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

ନଦୀ ଗର୍ଭରୁ ମିଳିଲା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ନିଖୋଜ ଉଦିତଙ୍କ ମରଶରୀର, ଶୋକର ଛାୟା

December 4, 2025

Zee Sarthak Bhagyarekha: ଜୀ ସାର୍ଥକର ମେଗା ଧାରାବାହିକ ‘ଭାଗ୍ୟରେଖା’ରେ ଆସିଲା ବିବାହ ଋତୁ

December 4, 2025

ରାଜ୍ୟରେ ଅବୈଧ ବାଲି ଖନନ ଉପରେ ପ୍ରଦେଶ କଂଗ୍ରେସ ଆଣିଲା ବଡ ଅଭିଯୋଗ

December 4, 2025

ଆଜିଠାରୁ ଆରମ୍ଭ ହେବ ୧୦୦ ଦିନିଆ ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ, ଜାଣନ୍ତୁ କଣ ହେବ

December 4, 2025
Latest News

Reliance Industries Partnership: ରିଲାଏନ୍ସ ଓ ସରେ ମଧ୍ୟରେ ଦୁଝାମଣା, ଦି ହଣ୍ଡ୍ରେଡ୍’ରେ ମୁମ୍ବାଇ ଇଣ୍ଡିଆନ୍ସ

December 4, 2025

ନଦୀ ଗର୍ଭରୁ ମିଳିଲା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ନିଖୋଜ ଉଦିତଙ୍କ ମରଶରୀର, ଶୋକର ଛାୟା

December 4, 2025

Zee Sarthak Bhagyarekha: ଜୀ ସାର୍ଥକର ମେଗା ଧାରାବାହିକ ‘ଭାଗ୍ୟରେଖା’ରେ ଆସିଲା ବିବାହ ଋତୁ

December 4, 2025

Odisha Rail Projects: ଓଡିଶାରେ କଣ ବଡ ରେଳ ପ୍ରକଳ୍ପ ଚାଲିଛି, ଗୃହକୁ ସୂଚନା ଦେଲେ ରେଳମନ୍ତ୍ରୀ

December 4, 2025

India Navy Day: ଆଜି ପାଳନ ହେଉଛି ନୌସେନା ଦିବସ, କେରଳରେ ବଡ ପ୍ରସ୍ତୁତି

December 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.