Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନର ପ୍ରତିଷ୍ଠା ଦିବସ ସମାରୋହ
ଆଜିର ଖବର

ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନର ପ୍ରତିଷ୍ଠା ଦିବସ ସମାରୋହ

September 4, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗର ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନର ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।

ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନର ପ୍ରତିଷ୍ଠା ଦିବସ ଅବସରେ ବିଭାଗର ପ୍ରମୁଖ ଶାସନ ସଚିବ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗର ମହତ୍ୱପୂର୍ଣ୍ଣ ସେବାମୂଳକ ପଦକ୍ଷେପ ମାଧ୍ୟମରେ ଭିନ୍ନକ୍ଷମ ପିଲାମାନେ କିପରି ସ୍ୱାବଲମ୍ବଶୀଳ ହୋଇ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ପାରିବେ। ଏଥି ପାଇଁ ଏହି ବିଭାଗ ଅହରହ ପ୍ରଚେଷ୍ଟା ଚଳାଇଛି ଏବଂ ଭବିଷ୍ୟତରେ ରାଜ୍ୟର ଏହି ଅନୁଷ୍ଠାନକୁ କିପରି ସମ୍ପୂର୍ଣ୍ଣ ଭାବେ ସ୍ଵୟଂଶାସିତ କରିପାରିବା ତାହା ହେଉଛି ଆମର ଲକ୍ଷ୍ୟ।

ଜାପାନରେ ୪ ପ୍ରକାର ଫୁଲ ଫୁଟେ ଯଥା ଚେରୀ, ଆଫ୍ରିକଟ, ପ୍ଲମ ଏବଂ ସାକୁରା ଯାହା ଏକ ସମୟରେ ନାଫୁଟି ଭିନ୍ନ ଭିନ୍ନ ସମୟରେ ପ୍ରସ୍ଫୁଟିତ ହୋଇଥାଏ ଯାହା ଦ୍ବାରା ଜାପାନ ସହର ସବୁବେଳେ ସନ୍ଦର୍ଜ୍ୟ ମୟ ହୋଇଥାଏ। ସେହିଭଳି ଆମର ଏହି ପିଲାମାନଙ୍କ ପାଖରେ  ମଧ୍ୟ ବିଭିନ୍ନ ପ୍ରକାର ଗୁଣ ରହିଛି। ଏହି ଛୋଟ ଛୋଟ ପିଲାମାନକ ପାଖରେ ମଧ୍ୟ ବିଭିନ୍ନ  ଗୁଣ ରହିଛି କିଏ ଶୀଘ୍ର ଶିକ୍ଷା  ଗ୍ରହଣ କରିପାରେ ତ କିଏ ଡେରିରେ ଧରି ପାରେ ତେଣୁ କେବେ ବି କାହାକୁ କାହାସହିତ ତୁଳନା କରିବା କଥା ନୁହେଁ।

ଏଥି ସହିତ ଅନୁଷ୍ଠାନକୁ ଯେଉଁ ପିଲାମାନେ ତଥା ତାଙ୍କର ମା ମାନେ ଆସୁଛନ୍ତି ସେମାନଙ୍କୁ ଯେପରି କୌଣସି ଅସୁବିଧା ନ ହୁଏ ସେଥି ପ୍ରତି ଧ୍ୟାନ ଦେଇ ସମସ୍ତ ଅଧିକାରୀମାନେ ନିଜନିଜର କାର୍ଯ୍ୟକୁ ସୂଚାରୁ ରୂପେ କରିବା ଦରକାର  ଏତଦ ବ୍ୟତୀତ ଅନୁଷ୍ଠାନ ସହିତ ଜଡ଼ିତ ସମସ୍ତଙ୍କୁ ଠିକ ଭାବରେ କାର୍ଯ୍ୟକରିବାକୁ ନିର୍ଦ୍ଦେଶ ଦେଇଥିଲେ।

ରାଜ୍ୟ ପ୍ରତିଷ୍ଠାନ ତରଫରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ହୋଇଥିଲା। ଏଥି ସହ ମା ମାନଙ୍କ ମଧ୍ୟରେ ମଧ୍ୟ ପ୍ରତିଯୋଗିତା ହୋଇଥିଲା। ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।

ଏ ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ ନିୟତି ପଟ୍ଟନାୟକ, ବିଭାଗର ଅତିରିକ୍ତ ଶାସନ ସଚିବ ସୋନିଆ ବେହେରା, ଅର୍ଥ ପରାମର୍ଶଦାତା ତଥା ସ୍ଵତନ୍ତ୍ର ଶାସନ ସଚିବ ଜୟଶ୍ରୀ ତ୍ରିପାଠୀ, ସହକାରୀ  ଅର୍ଥ ପରାମର୍ଶଦାତା ତଥା ଉପ ଶାସନ ସଚିବ, ସୁଭଦ୍ରା ଯାନି, ଏନ୍.ସି.ଏସ୍.ସି.ଡି.ଏର ସହକାରୀ ନିର୍ଦ୍ଦେଶକ ସୋନାଲିକ ସୁମନ, ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନର ପର୍ଯ୍ୟବେକ୍ଷକ ଡଃ ପମ୍ପା ଦେ ତଥା ବିଭାଗ ଓ ପ୍ରତିଷ୍ଠାର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ପ୍ରତିଷ୍ଠା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026

ବାରଙ୍ଗରେ ବୁଲିଲା ଖଣ୍ଡା; ୨ଜଣ ଆହତ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.