Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଗ୍ରାହକମାନଙ୍କୁ ସେବା ଯୋଗାଇବାରେ ବିଫଳ ବାଣପୁର ୟୁକୋ ବ୍ୟାଙ୍କ: ଏଟିଏମ ଅଚଳକୁ ନେଇ ବଢୁଛି ଅସନ୍ତୋଷ
ଆଞ୍ଚଳିକ

ଗ୍ରାହକମାନଙ୍କୁ ସେବା ଯୋଗାଇବାରେ ବିଫଳ ବାଣପୁର ୟୁକୋ ବ୍ୟାଙ୍କ: ଏଟିଏମ ଅଚଳକୁ ନେଇ ବଢୁଛି ଅସନ୍ତୋଷ

September 4, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଏକ ମାତ୍ର ୟୁକୋ ବ୍ୟାଙ୍କ ଏଟିଏମ ଟି ଦୀର୍ଘଦିନ ଧରି ଅଚଳ ହୋଇପଡିଛି। ଫଳରେ ଜନସାଧାରଣ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ବ୍ୟାଙ୍କରେ ବିଶେଷତଃ ସରକାରୀ କାରବାର ବହୁଳ ଭାବରେ ହେଉଥିବାବେଳେ ବ୍ୟବସାୟିକ ଅନୁଷ୍ଠାନ ତଥା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟ ବର୍ଷତମାମ କାରବାର କରିଥାନ୍ତି। କିନ୍ତୁ ବ୍ୟାଙ୍କ ପରିଧି ମଧ୍ୟରେ ଥିବା ଏଟିଏମ କେନ୍ଦ୍ର ବର୍ଷରେ ଏକାଧିକ ଦିନ ଅଚଳ ରହିଥାଏ।

ବର୍ତ୍ତମାନ ଦେଖିବାକୁ ମିଳିଛି ଦୀର୍ଘ ଦିନ ହେବ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି।  ଏଟିଏମ କେନ୍ଦ୍ର ସଟରରେ ତାଲା ଝୁଲୁଛି। ଫଳରେ ବହୁ ବ୍ୟାଙ୍କ ଗ୍ରାହକ ହଇରାଣ ହେଉଛନ୍ତି।  ବିଶେଷତଃ ଏଟିଏମ କାର୍ଡ ପିନ କୋଡ଼ ବଦଳାଇବା ଏକ ପ୍ରକାର ଅସମ୍ଭବ ହୋଇପଡିଛି।

କୌଣସି ୟୁକୋ ବ୍ୟାଙ୍କ ଏଟିଏମ କାର୍ଡ ଧାରୀ ଗ୍ରାହକ ନିଜ ପିନ କୋଡ଼ ବଦଳେଇବାକୁ ହେଲେ ଏବଂ ପିନ କୋଡ଼ ଭୁଲିଯାଇଥିଲେ ତାହାକୁ ପୁନଃ ଗ୍ରୀନ ପିନ ମାଧ୍ୟମରେ ବଦଳାଇପାରିବେ। ତେବେ ଏଥି ନିମନ୍ତେ ସେହି ଶାଖାର ୟୁକୋ ବ୍ୟାଙ୍କ ଏଟିଏମ ରେ ତାହା ସମ୍ଭବ। କିନ୍ତୁ ଦୀର୍ଘ ଦିନ ଧରି ଏଟିଏମ କେନ୍ଦ୍ର ବନ୍ଦ ରହିବାରୁ ଗ୍ରାହକ ମାନେ ନିରାଶ ହୋଇ ଘରକୁ ଫେରୁଛନ୍ତି ଏବଂ ପରୋକ୍ଷରେ କେନ୍ଦ୍ର ସରକାରଙ୍କ କ୍ୟାସଲେସ ଡିଜିଟାଲାଇଜେସନ ସୁବିଧାରୁ ବଞ୍ଚିତ ହେଉଛନ୍ତି।

ଏ ନେଇ ବାଣପୁର ୟୁକୋ ବ୍ୟାଙ୍କ ଶାଖା ପ୍ରବନ୍ଧକ ବାଉରୀବନ୍ଧୁ ବେହେରାଙ୍କୁ ପଚାରିବାରୁ ଏଟିଏମ ଟି ଖରାପ ଅଛି ଏବଂ ମେକାନିକ ପଠାଇବା ପାଇଁ ବିଭଗୀୟ ଅଧିକାରୀଙ୍କୁ ଅବଗତ କରିଥିଲେ ସୁଦ୍ଧା କେହି ମେକାନିକ ଆସୁନଥିବାର ଅସହାୟ ହୋଇ କହିଛନ୍ତି।

atm banpur
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ କଲେଜରେ ନିର୍ବାଚନ ସାକ୍ଷରତା କ୍ଲବର ଆଲୋଚନାଚକ୍ର

August 10, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026

ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

August 2, 2026
Latest News

ଗୋମୁତ୍ରରୁ ରୋଜଗାର: ୧୫ ଟି ଗାଁରେ ଏକ ଅନନ୍ୟ ପ୍ରକଳ୍ପ ଆରମ୍ଭ

August 12, 2026

ପତନ ଦ୍ୱାରରେ ଆମେରିକୀୟ ଡଲାରର ପ୍ରାଧାନ୍ୟ!: କ’ଣ ଭାରତକୁ ମିଳିବ ଲାଭ?

August 12, 2026

କୋର୍ଟ ଚାଲାଣ ପାଇଁ ଏକ ନୂତନ ପଦ୍ଧତି: ୧୦ ଦିନ ମଧ୍ୟରେ ହେବ ସମାଧାନ

August 12, 2026

ବାଂଲାଦେଶ ଗସ୍ତ ବାତିଲ?: ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ ସୂଚୀ ଘୋଷଣା କଲା ବିସିସିଆଇ

August 12, 2026

“FCRA ବିଲ୍ ପ୍ରତ୍ୟାହାର କରାଯିବା ଉଚିତ”: କେନ୍ଦ୍ର ଉପରେ ଆକ୍ରମଣ କଲେ ଚିଦମ୍ବରମ୍

August 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.