Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆ ପିଢ଼ିର ଦକ୍ଷତା ବିକାଶ ପ୍ଲାଟଫର୍ମ “ରିଲାଏନ୍ସ ଫାଉଣ୍ଡେସନ ସ୍କିଲିଂ ଏକାଡେମି’ର ଶୁଭାରମ୍ଭ
ଆଜିର ଖବର

ନୂଆ ପିଢ଼ିର ଦକ୍ଷତା ବିକାଶ ପ୍ଲାଟଫର୍ମ “ରିଲାଏନ୍ସ ଫାଉଣ୍ଡେସନ ସ୍କିଲିଂ ଏକାଡେମି’ର ଶୁଭାରମ୍ଭ

September 7, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତର ଭବିଷ୍ୟତର ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ୱରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ତଥା ଶିକ୍ଷା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ରିଲାଏନ୍ସ ଫାଉଣ୍ଡେସନ ସ୍କିଲିଂ ଏକାଡେମୀର ଶୁଭାରମ୍ଭ କରିଛନ୍ତି । ଏହା ଭାରତର ଯୁବ ପିଢ଼ିକୁ ଭବିଷ୍ୟତର ଚାକିରି ନିମନ୍ତେ ପ୍ରସ୍ତୁତ କରିବା ପାଇଁ ସମର୍ପିତ ଏକ ପ୍ଲାଟଫର୍ମ ।

ଜାତୀୟ ଦକ୍ଷତା ବିକାଶ ନିଗମ (ଏନ୍‌ଏସଡିସି) ସହଯୋଗରେ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ “ଭବିଷ୍ୟତର ନିଯୁକ୍ତି ପାଇଁ ଯୁବ ସଶକ୍ତୀକରଣ\’ ଶୀର୍ଷକ ଏକ ଜାତୀୟ ସମ୍ମିଳନୀରେ ଏହି ପ୍ଲାଟଫର୍ମର ଶୁଭାରମ୍ଭ କରାଯାଇଥିଲ । ସେଥିରେ ଭାରତର ଯୁବବର୍ଗଙ୍କୁ ଦକ୍ଷ କରିବା ପାଇଁ ସରକାର, ନୀତି ନିର୍ଦ୍ଧାରକ, କର୍ପୋରେଟ୍‌, ଦାତବ୍ୟ, ଶିଳ୍ପ, ନାଗରିକ ସମାଜ ଏବଂ ଶିକ୍ଷାନୁଷ୍ଠାନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ ।

ଶୁଭାରମ୍ଭ ଅବସରରେ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ କହିଛନ୍ତି ଯେ, “ଭାରତର ଯୁବ ପିଢ଼ି ଆଜି ଅପାର ସୁଯୋଗର ଦ୍ୱାରଦେଶରେ ରହିଛି ଏବଂ ରିଲାଏନ୍ସ ଫାଉଣ୍ଡେସନ ଓ ଏନଏସଡ଼ିସିର ଏହି ସହଭାଗିତା ସେମାନଙ୍କୁ ଭବିଷ୍ୟତର ନିଯୁକ୍ତି ପାଇଁ ସଶକ୍ତ କରିବା ଦିଗରେ ଏକ ମାଇଲ୍ଖୁଣ୍ଟ ହେବ । ମିଳିତ ଭାବରେ ରିଲାଏନ୍ସ ଫାଉଣ୍ଡେସନ ସ୍କିଲିଂ ଏକାଡେମୀର ଶୁଭାରମ୍ଭ ଏହି ପ୍ରତିବଦ୍ଧତାର ପରିଚାୟକ ଯାହା ଆମର ଯୁବପିଢ଼ିକୁ ଆଗମୀଦିନର ନିଯୁକ୍ତି କ୍ଷେତ୍ରରେ ସଫଳ ହେବାପାଇଁ ଆବଶ୍ୟକ କୌଶଳ ସମ୍ପନ୍ନ କରିବା ସୁନିଶ୍ଚିତ କରିବ । ଦକ୍ଷତା ବିକାଶ କ୍ଷେତ୍ରରେ ନିବେଶ କରି ଆମେ ଏକ ମଜଭୁତ କାର୍ଯ୍ୟବଳ ପ୍ରସ୍ତୁତ କରିବା ସହିତ ଏପରି ଏକ ପିଢ଼ିର ନିର୍ମାଣ କରୁଛୁ ଯାହା ବିଶ୍ୱର ଆହ୍ୱାନ ଗୁଡିକର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି । ଏହି ପଦକ୍ଷେପ ଆମର ସେହି ସମର୍ପଣକୁ ଦର୍ଶାଉଛି ଯେ ଆମେ ଦେଶର ପ୍ରତିଟି ଯୁବା ପାଖରେ ଆବଶ୍ୟକୀୟ ଉପକରଣ ଓ ପ୍ରଶିକ୍ଷଣ ପହଂଚିବା ସୁନିଶ୍ଚିତ କରିବୁ ଯାହାଦ୍ୱାରା ସେମାନଙ୍କୁ ଏହି ପ୍ରତିଦ୍ୱନ୍ଦିତାପୂର୍ଣ୍ଣ ଦୁନିଆରେ ସଫଳ ହେବାରେ ସହାୟକ ହେବ । ଏକାଠି ଆମେ ସମସ୍ତଙ୍କ ପାଇଁ ଏକ ଉଜ୍ଜ୍ୱଳ ଏବଂ ଅଧିକ ସମୋ୍ୱଶୀ ଭବିଷ୍ୟତର ଆରମ୍ଭ କରୁଛୁ ।’’

ଦ୍ରୁତ ଗତିରେ ବିକଶିତ ହେଉଥିବା ରୋଜଗାର ଦୃଶ୍ୟପଟ୍ଟରେ ସ୍କିଲିଂର ଭଭିଷ୍ୟତ ନେଇ ଦୃଷ୍ଟି ଆକର୍ଷଣ କରି ରିଲାଏନ୍ସ ଫାଉଣ୍ଡେସନର ସିଇଓ ଜଗନ୍ନାଥ କୁମାର କହିଛନ୍ତି ଯେ, “ଯୁବପିଢ଼ିଙ୍କୁ ସେମାନଙ୍କ ଆକାଂକ୍ଷା ଅନୁରୂପ ସକ୍ଷମ କରିବା ରିଲାଏନ୍ସ ଫାଉଣ୍ଡେସନର ମୂଳ ଦର୍ଶନର ଏକ ଅଂଶ । ରିଲାଏନ୍ସ ଫାଉଣ୍ଡେସନ ସ୍କିଲିଂ ଏକାଡେମୀ ସେହି ଆକାଂକ୍ଷା ପୂରଣ କରିବା ଏବଂ ଯୁବକଯୁବତୀମାନଙ୍କୁ ଭବିଷ୍ୟତର ଚାକିରି ପାଇଁ ପ୍ରସ୍ତୁତ କରିବା ଦିଗରେ ଏକ ପଦକ୍ଷେପ । ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ଏହି ପ୍ଲାଟଫର୍ମ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବ । ଏହା ଶିକ୍ଷା ଏବଂ ରୋଜଗାର ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରି ଆମର ଯୁବପିଢ଼ିଙ୍କୁ ନିଯୁକ୍ତି ଏବଂ ଉଦ୍ୟମିତାର ଗତିଶୀଳ ଦୃଶ୍ୟପଟରେ ସଫଳ ହେବା ପାଇଁ ଆବଶ୍ୟକ ଦକ୍ଷତା ସମ୍ପନ୍ନ କରାଯାଇପାରିବ । ଏହାବ୍ୟତୀତ ରିଲାଏନ୍ସ ଫାଉଣ୍ଡେସନ ସ୍କିଲିଂ ଏକାଡେମୀ ସହଯୋଗିତା ସ୍ଥାପନ କରି ଏକ ସହଯୋଗୀ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଦକ୍ଷତା ବିକାଶରେ ଅଭିନବତା ଆଣିବା ପାଇଁ ପ୍ରମୁଖ ଅଂଶୀଦାରମାନଙ୍କୁ ଏକାଠି କରିବ । ଏଥିସହିତ ଦ୍ରୁତ ଗତିରେ ପରିବର୍ତ୍ତନଶୀଳ ଅର୍ଥନୈତିକ ପରିବେଶରେ ଭାରତର ଯୁବପିଢ଼ିକୁ ସଶକ୍ତ କରିବା ସୁନିଶ୍ଚିତ କରିବ ।’’

ରିଲାଏନ୍ସ ଫାଉଣ୍ଡେସନ ସ୍କିଲିଂ ଏକାଡେମୀ www.rfskillingacademy.com ଏକ ଖୋଲା ମଂଚ ଭଳି ଜଣେ ବ୍ୟକ୍ତିଙ୍କୁ ତାଙ୍କ କ୍ୟାରିୟରର ଯେକୌଣସି ଏବଂ ପ୍ରତ୍ୟେକ ପର୍ଯ୍ୟୟରେ ଦକ୍ଷତା ବିକାଶ, ଉନ୍ନତିକରଣ ଏବଂ ପୁନଃଦକ୍ଷତା ସୁବିଧା ପ୍ରଦାନ କରିବା ସହିତ ବ୍ୟକ୍ତିଗତ ବିଶେଷଜ୍ଞ ମାର୍ଗଦର୍ଶନ ଓ ଭବିଷ୍ୟତର ପାଠ୍ୟକ୍ରମ ପ୍ରଦାନ କରିବ । ସାର୍ଥକ ରୋଜଗାର ପାଇଁ ଉଦ୍ୟୋଗଗୁଡିକୁ ମଧ୍ୟ ଏହା ଗୋଟିଏ ମଞ୍ଚରେ ଏକାଠି କରିବ । ଏହି ପ୍ଲାଟଫର୍ମ ଜରିଆରେ ରିଲାଏନ୍ସ ଫାଉଣ୍ଡେସନ ଆଗାମୀ ଏକ ବର୍ଷ ମଧ୍ୟରେ ୬ ଲକ୍ଷରୁ ଅଧିକ ଯୁବ ଭାରତୀୟଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି ।

ରିଲାଏନ୍ସ ଫାଉଣ୍ଡେସନ ଏବଂ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ରିଲାଏନ୍ସ ଫାଉଣ୍ଡେସନ ସ୍କିଲିଂ ଏକାଡେମୀରେ ସହଭାଗିତା କରିବାକୁ ସହମତ ହୋଇଛନ୍ତି, ଯାହା ଦ୍ୱାରା ପ୍ଲାଟଫର୍ମରେ ବିକଶିତ ଭବିଷ୍ୟତଭିତ୍ତିକ ଦକ୍ଷତା ପାଠ୍ୟକ୍ରମର ଉପସ୍ଥିତି ଏବଂ ପ୍ରଭାବ ବୃଦ୍ଧି ପାଇବ । ଏହା ଦ୍ୱାରା ସ୍କିଲ ଇଣ୍ଡିଆ ମିଶନକୁ ସମର୍ଥନ ମିଳିବ । ଦୁଇ ସଂସ୍ଥା ମିଳିତ ଭାବେ କାର୍ଯ୍ୟ କରି ଏହି ପାଠ୍ୟକ୍ରମଗୁଡ଼ିକ ଯେପରି ସାରା ଦେଶରେ ଏଆଇସିଟିଇ ସହ ଅନୁବନ୍ଧିତ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ହେବ ତାହା ସୁନିଶ୍ଚିତ କରିବେ ଏବଂ ଭବିଷ୍ୟତର କର୍ମଚାରୀଙ୍କ ପାଇଁ ସେମାନଙ୍କର ନିଯୁକ୍ତି ଯୋଗ୍ୟତା ଏବଂ ପ୍ରସ୍ତୁତିକୁ ଯଥେଷ୍ଟ ବୃଦ୍ଧି କରିବ ।

ଏହି ଜାତୀୟ ସମ୍ମିଳନୀରେ ଉଦୀୟମାନ ଜ୍ଞାନକୌଶଳ ଏବଂ ଏକବିଂଶ ଶତାବ୍ଦୀର ଦକ୍ଷତାକୁ ଅନ୍ତର୍ଭୁକ୍ତ କରିବା, ଆନୁଷ୍ଠାନିକ ଶିକ୍ଷା, ଧନ୍ଦାମୂଳକ ପ୍ରଶିକ୍ଷଣ ଏବଂ କର୍ମଶକ୍ତି ବିକାଶ କାର‌୍ୟ୍ୟକ୍ରମରେ ପରାମର୍ଶକୁ ସମନ୍ୱିତ କରିବା ଭଳି ରଣନୀତି ମାଧ୍ୟମରେ ଭାରତର ଦକ୍ଷତା ବିକାଶ କ୍ଷେତ୍ରକୁ ଆକାର ଦେବା ଉପରେ ଦେଶର ବିଭିନ୍ନ ପ୍ରମୁଖ ଅଂଶଗ୍ରହଣକାରୀ ଆଲୋଚନା କରିଥିଲେ । ନୂତନ ଏବଂ ଉଦୀୟମାନ ଜ୍ଞାନକୌଶଳ ରହିଥିବା କ୍ଷେତ୍ରରେ ଯୁବପିଢ଼ିଙ୍କୁ ନିଯୁକ୍ତି ପାଇଁ ପ୍ରସ୍ତୁତ କରିବା ଏବଂ ସମାନତା ସୁନିଶ୍ଚିତ କରିବା ସହିତ ଦକ୍ଷତା ପଦକ୍ଷେପକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ମଧ୍ୟ ସମ୍ମିଳନୀରେ ଆଲୋକପାତ କରାଯାଇଥିଲା ।

ଏହି ଅବସରରେ \’ବିଲ୍ଡିଂ ଇଣ୍ଡିଆଜ୍ ଫ୍ୟୁଚର୍ ୟଙ୍ଗ ଟ୍ୟାଲେଂଟ\’ ସଂକଳନ ଉନ୍ମୋଚିତ ହୋଇଥିଲା ଯାହା ସମଗ୍ର ଭାରତର ଏଭଳି ବ୍ୟକ୍ତିବିଶେଷମାନଙ୍କ ପରିବର୍ତ୍ତନର କାହାଣୀ ସଂକଳନ, ଯେଉଁମାନଙ୍କ ଜୀବନକୁ ଦକ୍ଷତା ବା କୌଶଳ ବିକାଶ ଉଲ୍ଳେଖନୀୟ ଭାବରେ ପରିବର୍ତ୍ତିତ କରିଦେଇଛି ।

ଜୟନ୍ତ ଚୌଧୁରୀ
Share. Facebook Twitter LinkedIn Email WhatsApp Copy Link

Related Posts

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025
Latest News

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.