ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜେ ଆବେଙ୍କ ପତ୍ନୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Published: Sep 8, 2024, 4:24 pm IST

ନୂଆଦିଲ୍ଲୀ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ସିଞ୍ଜେ ଆବେଙ୍କ ପତ୍ନୀ ଶ୍ରୀମତୀ ଆବେଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭେଟିଛନ୍ତି। ସାକ୍ଷାତକାର ସମୟରେ ଶ୍ରୀ ମୋଦୀ ଦିବଙ୍ଗତ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ତାଙ୍କର ମଧୁର ସମ୍ପର୍କକୁ ସ୍ମରଣ କରିଥିଲେ ଏବଂ ଭାରତ-ଜାପାନ ଦୃଢ଼ ସମ୍ପର୍କ ଉପରେ ଆବେ ସାନଙ୍କ ଆସ୍ଥା ବିଷୟ ଉଲ୍ଲେଖ କରିଥିଲେ।

ଭାରତ ପ୍ରତି ଶ୍ରୀମତୀ ଆବେଙ୍କ ସହଯୋଗକୁ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ଅପରାହ୍ଣରେ ଶ୍ରୀମତୀ ଆବେଙ୍କୁ ଭଟି ଖୁସି ହେଲି। ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ଥିବା ବ୍ୟକ୍ତିଗତ ସମ୍ପର୍କକୁ ସ୍ମରଣ କଲି। ଭାରତ-ଜାପାନ ସମ୍ପର୍କର ସମ୍ଭାବନା ଉପରେ ଆବେ ସାନଙ୍କ ଆସ୍ଥା ହିଁ ଆମ ଶକ୍ତିର ସୂତ୍ର। ଭାରତ ପ୍ରତି ତାଙ୍କର ସହଯୋଗକୁ ପ୍ରଶଂସା କରୁଛି।”

Related posts