Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାଣିପାଗ ଏବଂ ଜଳବାୟୁ-ସ୍ମାର୍ଟ ଭାରତ ଗଠନ ପାଇଁ ‘ମିଶନ ମୌସମ’କୁ କ୍ୟାବିନେଟ୍ ମଞ୍ଜୁରୀ
ଆଜିର ଖବର

ପାଣିପାଗ ଏବଂ ଜଳବାୟୁ-ସ୍ମାର୍ଟ ଭାରତ ଗଠନ ପାଇଁ ‘ମିଶନ ମୌସମ’କୁ କ୍ୟାବିନେଟ୍ ମଞ୍ଜୁରୀ

September 12, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
Cyclone

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଦୁଇ ବର୍ଷ ମଧ୍ୟରେ ୨,୦୦୦ କୋଟି ଟଙ୍କା ବ୍ୟୟ ବରାଦ ସହ ‘ମିଶନ ମୌସମ’କୁ ମଞ୍ଜୁରି ମିଳିଛି।

ଭୂ-ବିଜ୍ଞାନ ମନ୍ତ୍ରଣାଳୟ ଦ୍ୱାରା ମୁଖ୍ୟତଃ କାର୍ଯ୍ୟକାରୀ ହେବାକୁ ଥିବା ମିଶନ ମୌସମ ଭାରତର ପାଣିପାଗ ଏବଂ ଜଳବାୟୁ ସମ୍ବନ୍ଧୀୟ ବିଜ୍ଞାନ, ଗବେଷଣା ଏବଂ ସେବାକୁ ଯଥେଷ୍ଟ ପ୍ରୋତ୍ସାହିତ କରିବା ପାଇଁ ଏକ ବହୁମୁଖୀ ଏବଂ ପରିବର୍ତ୍ତନକାରୀ ପଦକ୍ଷେପ ହେବ ବୋଲି ପରିକଳ୍ପନା କରାଯାଇଛି । ଏହା ଅତ୍ୟଧିକ ଖରାପ ପାଣିପାଗ ଘଟଣା ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବର ମୁକାବିଲା କରିବାରେ ନାଗରିକ ଏବଂ ଅନ୍ତିମ ସୋପାନରେ ଥିବା ବ୍ୟବହାରକାରୀଙ୍କ ସମେତ ସବୁ ଅଂଶୀଦାରମାନଙ୍କୁ ଉତ୍ତମ ଭାବରେ ସଶକ୍ତ କରିବାରେ ସାହାଯ୍ୟ କରିବ । ଏହି ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ଦୀର୍ଘକାଳୀନ ଭାବେ ସମ୍ପ୍ରଦାୟ, କ୍ଷେତ୍ର ଏବଂ ଇକୋସିଷ୍ଟମରେ କ୍ଷମତା ଏବଂ ସହନଶୀଳତାକୁ ବ୍ୟାପକ କରିବାରେ ସାହାଯ୍ୟ କରିବ।

ମିଶନ ମୌସମର ଏକ ଅଂଶ ଭାବରେ, ଭାରତ ବାୟୁମଣ୍ଡଳ ବିଜ୍ଞାନ, ବିଶେଷକରି ପାଣିପାଗ ନିରୀକ୍ଷଣ , ମଡେଲିଂ, ପୂର୍ବାନୁମାନ ଏବଂ ପରିଚାଳନାରେ ଗବେଷଣା ଓ ବିକାଶ ତଥା କ୍ଷମତାକୁ ଦ୍ରୁତ ଗତିରେ ବିସ୍ତାର କରିବ । ଉନ୍ନତ ପର୍ଯ୍ୟବେକ୍ଷଣ ପ୍ରଣାଳୀ, ହାଇ ପରଫର୍ମାନ୍ସ କମ୍ପ୍ୟୁଟିଂ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ମେସିନ ଲର୍ଣ୍ଣିଂ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳକୁ ସମନ୍ୱିତ କରି ମିଶନ ମୌସମ ଉଚ୍ଚ ସଠିକତାର ସହ ପାଣିପାଗର ପୂର୍ବାନୁମାନ କରିବା ପାଇଁ ଏକ ନୂତନ ମାନଦଣ୍ଡ ସ୍ଥାପିତ କରିବ ।

ମୌସୁମୀ ପୂର୍ବାନୁମାନ, ବାୟୁ ଗୁଣବତ୍ତା ପାଇଁ ସତର୍କ ସୂଚନା, ଅତ୍ୟଧିକ ଖରାପ ପାଣିପାଗ ଘଟଣା ଓ ବାତ୍ୟା, କୁହୁଡ଼ି, ବଜ୍ରପାତ ଏବଂ ବର୍ଷା ପରିଚାଳନା ପାଇଁ ପାଣିପାଗ ହସ୍ତକ୍ଷେପ ଆଦି ସମେତ ସାମୟିକ ଓ ସ୍ଥାନୀୟ ସ୍ତରରେ ଅତ୍ୟନ୍ତ ସଠିକ ତଥା ସମୟୋପଯୋଗୀ ପାଣିପାଗ ଓ ଜଳବାୟୁ ସୂଚନା ପ୍ରଦାନ ଲାଗି ପର୍ଯ୍ୟବେକ୍ଷଣ ଓ ବୁଝାମଣାରେ ଉନ୍ନତି ଆଣିବା, ଦକ୍ଷତା ବୃଦ୍ଧି ଓ ସଚେତନତା ସୃଷ୍ଟି କରିବା ଏହି ମିଶନର ଲକ୍ଷ୍ୟ ରହିବ । ମିଶନ ମୌସମର ଗୁରୁତ୍ୱପୂର୍ଣ୍ଣ ଉପାଦାନଗୁଡ଼ିକ ମଧ୍ୟରେ ଉନ୍ନତ ସେନ୍ସର ଏବଂ ଉଚ୍ଚ କାର୍ଯ୍ୟଦକ୍ଷତା ବିଶିଷ୍ଟ ପରବର୍ତ୍ତୀ ପିଢ଼ିର ରାଡାର ଓ ଉପଗ୍ରହ ପ୍ରଣାଳୀ ମୁତୟନ, ଉନ୍ନତ ଆର୍ଥ ସିଷ୍ଟମ ମଡେଲର ବିକାଶ ଓ ବାସ୍ତବ ସମୟରେ ତଥ୍ୟ ପ୍ରସାରଣ ପାଇଁ ଜିଆଇଏସ ଆଧାରିତ ସ୍ୱୟଂଚାଳିତ ନିଷ୍ପତ୍ତି ସମର୍ଥନ ବ୍ୟବସ୍ଥା ସାମିଲ।

କୃଷି, ବିପର୍ଯ୍ୟୟ ପରିଚାଳନା, ପ୍ରତିରକ୍ଷା, ପରିବେଶ, ବିମାନ ଚଳାଚଳ, ଜଳସମ୍ପଦ, ଶକ୍ତି, ପର୍ଯ୍ୟଟନ , ଜାହାଜ ଚଳାଚଳ, ପରିବହନ, ଶକ୍ତି ଏବଂ ସ୍ୱାସ୍ଥ୍ୟ ଭଳି ଅନେକ କ୍ଷେତ୍ରକୁ ମିଶନ ମୌସମ ସିଧାସଳଖ ଉପକୃତ କରିବ । ଏହା ସହରୀ ଯୋଜନା, ସଡ଼କ ଓ ରେଳ ପରିବହନ, ଉପକୂଳ ପରିଚାଳନା ଏବଂ ପରିବେଶ ଅନୁଧ୍ୟାନ ଭଳି କ୍ଷେତ୍ରରେ ତଥ୍ୟ ଭିତ୍ତିକ ନିଷ୍ପତ୍ତି ନେବାରେ ମଧ୍ୟ ସୁଧାର ଆଣିବ ।

ଭୂ-ବିଜ୍ଞାନ ମନ୍ତ୍ରଣାଳୟର ତିନୋଟି ଅନୁଷ୍ଠାନ: ଭାରତୀୟ ପାଣିପାଗ ବିଭାଗ, ଭାରତୀୟ ଉଷ୍ମମଣ୍ଡଳୀୟ ପାଣିପାଗ ବିଜ୍ଞାନ ପ୍ରତିଷ୍ଠାନ ଏବଂ ଜାତୀୟ ମଧ୍ୟମ ଅବଧି ପାଣିପାଗ ପୂର୍ବାନୁମାନ କେନ୍ଦ୍ର ମୁଖ୍ୟତଃ ମିଶନ ମୌସମ କାର୍ଯ୍ୟକାରୀ କରିବେ । ପାଣିପାଗ ଓ ଜଳବାୟୁ ବିଜ୍ଞାନ ଏବଂ ସେବା କ୍ଷେତ୍ରରେ ଭାରତର ନେତୃତ୍ୱ ବୃଦ୍ଧି ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଓ ଶିଳ୍ପ ସହିତ ଭୂ-ବିଜ୍ଞାନ ମନ୍ତ୍ରଣାଳୟର ଅନ୍ୟାନ୍ୟ ଅନୁଷ୍ଠାନ (ଇଣ୍ଡିଆନ୍ ନ୍ୟାସନାଲ ସେଣ୍ଟର ଫର ଓସେନ୍ ଇନଫର୍ମେସନ୍ ସର୍ଭିସେସ୍, ନେସନାଲ ସେଣ୍ଟର ଫର୍ ପୋଲାର ଆଣ୍ଡ ଓସେନ୍ ରିସର୍ଚ୍ଚ ଏବଂ ନେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନ୍ ଟେକ୍ନୋଲୋଜି) ସହଯୋଗରେ ଏହି ଅନୁଷ୍ଠାନଗୁଡ଼ିକୁ ସମର୍ଥନ କରାଯିବ।

କ୍ୟାବିନେଟ୍ ମଞ୍ଜୁରୀ ପାଣିପାଗ ଭୂ-ବିଜ୍ଞାନ ମନ୍ତ୍ରଣାଳୟ ମିଶନ ମୌସମ
Share. Facebook Twitter LinkedIn Email WhatsApp Copy Link

Related Posts

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026

U19 ବିଶ୍ୱକପ୍ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026
Latest News

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026

U19 ବିଶ୍ୱକପ୍ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.