Categories
ଆଜିର ଖବର ରାଜ୍ୟ ଖବର

ପାଣିପାଗ ନେଇ ଆସିଲା ବଡ ଖବର, ୧୧ ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର: ଆଜି ରାଜ୍ୟର ପାଣିପାଗ ନେଇ ଆସିଛି ବଡ ସୂଚନା। ତାହା ହେଲା ଯେ, ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହିତ ହେବ ଝଡବର୍ଷା। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ସତର୍କ କରାଇଦେଇଛି।

ସେଥିପାଇଁ ପାଣିପାଗ ବିଭାଗ ୧୧ ଟି ଜିଲ୍ଲାକୁ ସତର୍କ ସୂଚନା ଜାରୀ କରିଛି। ସେଗୁଡିକ ହେଲା ବଲାଙ୍ଗିର, କନ୍ଧମାଳ, ବୌଦ୍ଧ, କେଉଁଝର, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର, ଖୋର୍ଦ୍ଧା (ଭୁବନେଶ୍ୱର ସହ), କଟକ ଏବଂ ପୁରୀ ରହିଛି। ଏହି ଜିଲ୍ଲାଗୁଡିକରେ ପ୍ରଭାବ ପକାଇପାରେ ବୋଲି ପାଣିପାଗ ବିଭାଗ କହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମାଘ ମାସରେ ଏମିତିକା ଗରମ, ଆଗକୁ କଣ ହେବ ?

ଭୁବନେଶ୍ବର: କଥାରେ ଅଛି ମାଘମାସରେ ବାଘ ପରି ଶୀତ। ହେଲେ ଆର୍ଶ୍ଚର୍ଯ୍ୟର କଥା ଚଳିତ ମାଘ ମାସରେ ଶୀତ କଣ ଗରମ ଅନୁଭୂତ ହେବାରେ ଲାଗିଛି। ଗତ କିଛି ଦିନ ଧରି କୋହଲା ପାଗ ସହିତ ଶୀତ ଅନୁଭୂତ ହେଉଥିଲା। ହେଲେ ତାହା ଯିବା ପରେ ଏବେ ଗରମ ଅନୁଭୂତ ହେବାରେ ଲାଗିଛି। ଯାହାକୁ ନେଇ ପାଣିପାଗ ବିଶେଷଜ୍ଞ ଚିନ୍ତାରେ ଅଛନ୍ତି।

ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଉପକୂଳ ଓଡ଼ିଶାରେ ରାତ୍ରି ତାପମାତ୍ରା ସ୍ୱାଭାବିକ ଠାରୁ ୨ ରୁ ୫ ଡ଼ିଗ୍ରୀ ଯାଏଁ ଅଧିକ ରେକର୍ଡ ହୋଇଛି। ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ୩ ରୁ ୭ ଡ଼ିଗ୍ରୀ ଅଧିକ ତାପମାତ୍ର ପରିଲକ୍ଷିତ ହୋଇଛି। ବିଭିନ୍ନ ସ୍ଥାନରେ ତାପମାତ୍ର ୨୦ ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ ହୋଇଛି। 

ପୁରୀ: ୨୪ ଡ଼ିଗ୍ରୀ

ପାରାଦ୍ୱୀପ: ୨୩.୬ ଡ଼ିଗ୍ରୀ

କେନ୍ଦ୍ରାପଡା: ୨୨.୪ ଡ଼ିଗ୍ରୀ

ଗୋପାଳପୁର: ୨୧.୯ ଡ଼ିଗ୍ରୀ

ଚାନ୍ଦବାଲି: ୨୧.୯ ଡ଼ିଗ୍ରୀ

ବାଲେଶ୍ୱର: ୨୧.୭ ଡ଼ିଗ୍ରୀ

ଭୁବନେଶ୍ୱର: ୨୧.୨ ଡ଼ିଗ୍ରୀ

ଟିଟଲାଗଡ: ୨୧ ଡ଼ିଗ୍ରୀ

ଢେଙ୍କାନାଳ: ୨୧ ଡ଼ିଗ୍ରୀ

ଭଦ୍ରକ: ୨୧ ଡ଼ିଗ୍ରୀ

ଯାଜପୁର: ୨୧ ଡ଼ିଗ୍ରୀ

ମାଲକାନଗିରି: ୨୦.୯ ଡ଼ିଗ୍ରୀ

ଭବାନୀପାଟଣା: ୨୦.୫ ଡ଼ିଗ୍ରୀ

ତାଳଚେର: ୨୦ ଡ଼ିଗ୍ରୀ

କଟକ: ୨୦ ଡ଼ିଗ୍ରୀ

Categories
ଆଜିର ଖବର

ବର୍ଷାରେ ଧୋଇଯିବ କି ଭାରତ-ଆଫଗାନିସ୍ତାନ ପ୍ରଥମ ଟି-୨୦?, ଜାଣନ୍ତୁ ମୋହାଲିରେ ଆଜିର ପାଣିପାଗ

ନୂଆଦିଲ୍ଲୀ: ଆଜି ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ପ୍ରଥମ ମ୍ୟାଚ୍ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ। ନୂଆ ବର୍ଷରେ ଟିମ୍ ଇଣ୍ଡିଆର ଏହା ହେଉଛି ପ୍ରଥମ ଟି -୨୦ ସିରିଜ୍। ଏହା ବ୍ୟତୀତ ଏହି ସିରିଜରେ ଆଉ ଏକ ବିଶେଷ କଥା ଅଛି ଏବଂ ତାହା ହେଉଛି ଭାରତୀୟ କ୍ରିକେଟ୍ ର ଦୁଇ ବଡ ତାରକା ଏହି ସିରିଜରୁ ଟି -୨୦ ଦଳକୁ ଫେରୁଛନ୍ତି। ଆପଣ ନିଶ୍ଚୟ ବୁଝୁଥିବେ ଯେ ଆମେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବିଷୟରେ କହୁଛୁ। ତେବେ ଏହି ସମୟରେ ପ୍ରଶଂସକଙ୍କ ମନରେ ଏକ ପ୍ରଶ୍ନ ରହିଛି ଯେ, ବର୍ଷା ହେତୁ ଭାରତ-ଆଫଗାନିସ୍ତାନ ଟି -୨୦ ମ୍ୟାଚ୍ ବାତିଲ ହେବ କି? ହଁ, ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଏଠାରେ ଆପଣ ଏହି ପ୍ରଶ୍ନର ଉତ୍ତର ପାଇବେ।

ଉଲ୍ଲେଖ ଯୋଗ୍ୟ ଯେ, ରୋହିତ ଶର୍ମା ଏହି ସିରିଜରେ ଟିମ୍ ଇଣ୍ଡିଆର ଅଧିନାୟକ ଅଟନ୍ତି। ଏଭଳି ପରିସ୍ଥିତିରେ ରୋହିତ ୨୦୨୪ ଟି -୨୦ ବିଶ୍ୱକପରେ ଭାରତର ନେତୃତ୍ୱ ନେବେ ବୋଲି ମଧ୍ୟ ସ୍ପଷ୍ଟ ହୋଇଛି। ତେବେ ପ୍ରଶଂସକଙ୍କ ପାଇଁ ମଧ୍ୟ ନିରାଶାଜନକ ଖବର ରହିଛି। ସମସ୍ତଙ୍କର ପ୍ରିୟ ବିରାଟ କୋହଲି ତାଙ୍କର ପ୍ରଥମ ଟି -୨୦ ଖେଳୁ ନାହାଁନ୍ତି। ସେ ଦ୍ୱିତୀୟ ଏବଂ ତୃତୀୟ ଟି -୨୦ ରେ ଟିମ୍ ଇଣ୍ଡିଆର ଅଂଶ ହେବେ।

ମ୍ୟାଚ୍ ସମୟରେ ମୋହାଲିର ପାଣିପାଗ କିପରି ହେବ ଜାଣନ୍ତୁ?:

ଏବେ ପାଣିପାଗ ବିଷୟରେ ଆଲୋଚନା କରିବା। ପାଣିପାଗ ବିଭାଗ ଅନୁଯାୟୀ, ଜାନୁଆରୀ ୧୧ ଆରିଖରେ ମୋହାଲିର ପାଣିପାଗ ସମ୍ପୂର୍ଣ୍ଣ ସଫା ରହିବ। ବର୍ଷା ହେବାର କୌଣସି ସମ୍ଭାବନା ନାହିଁ। ତଥାପି, କାକରର ପ୍ରଭାବ ବହୁତ ଶକ୍ତିଶାଳୀ ହେବ। ଏଭଳି ପରିସ୍ଥିତିରେ ଟସ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ମୋହାଲିରେ ଟିମ୍ ଇଣ୍ଡିଆର ରେକର୍ଡ ଏହିପରି:

ଅଦ୍ୟାବଧି ଟିମ୍ ଇଣ୍ଡିଆ ମୋହାଲିର ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମରେ ମୋଟ ଚାରି ଟି -୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛି। ଏହି ସମୟ ମଧ୍ୟରେ ଭାରତ ତିନୋଟି ମ୍ୟାଚ୍ ଜିତିଛି। ତେବେ ଏଠାରେ ଖେଳାଯାଇଥିବା ଶେଷ ମ୍ୟାଚରେ ଟିମ୍ ଇଣ୍ଡିଆକୁ ଅଷ୍ଟ୍ରେଲିଆ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଏଣିକି ପାଣିପାଗ ସଂପର୍କରେ ସୂଚନା ଦେବେ ଜଣେ ମହିଳା ମନୋରମା ମହାନ୍ତି, ଜାଣନ୍ତୁ ସେ କିଏ ?

ଭୁବନେଶ୍ବର: ଏଣିକି ପାଣିପାଗ ସଂପର୍କରେ ସୂଚନା ଦେବେ ଜଣେ ମହିଳା। ସେ ହେଉଛନ୍ତି ମନୋରମା ମହାନ୍ତି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ଭାବେ ମନୋରମା ମହାନ୍ତିଙ୍କ ବଦଳି ହୋଇଛି। ସେ ଏହା ପୂର୍ବରୁ ଅହମ୍ମଦାବାଦ ପାଣିପାଗ ବିଭାଗର ନିର୍ଦ୍ଦେଶିକା ଥିଲେ। ଭୁବନେଶ୍ବରରେ ଥିବା ଏଚ ଆର ବିଶ୍ବାସଙ୍କର କୋଲକାତା କେନ୍ଦ୍ରକୁ ବଦଳି ହୋଇଛି।

ମନୋରମା ହେଉଛନ୍ତି ଓଡିଆ ଝିଅ। ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ପାଶ କରିବା ପରେ ଭାରତୀୟ ପାଣିପାଗ ବିଭାଗରେ ଯୋଗଦେଇଥିଲେ। ସେ ପଦନ୍ନୋତି ପାଇ ଅହମ୍ମଦାବାଦ କେନ୍ଦ୍ରର ନିର୍ଦ୍ଦେଶିକା ଥିଲେ। ସେଠାରେ ସେ ଆରବ ସାଗରରେ ସୃଷ୍ଟି ହୋଇଥିବା ତାଉତେ ଏବଂ ବିପର୍ଯ୍ୟୟ ବାତ୍ୟା ସଂପର୍କରେ ଆଗୁଆ ସୂଚନା ଦେଇ ସରକାରଙ୍କ ଦ୍ବାରା ପ୍ରଶଂସିତ ହୋଇଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମହାମୁକାବିଲା ସମୟରେ କିପରି ରହିବ ପାଣିପାଗ ସ୍ଥିତି?: ଆସିଲା ବଡ ଅପଡେଟ

ନୂଆଦିଲ୍ଲୀ: ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍ ର ଫାଇନାଲ ମ୍ୟାଚ୍ ଆଜି ବିଶ୍ୱର ଦୁଇ ମହାନ ଦଳ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୨ ଟାରୁ ଖେଳାଯିବ। ଏହି ଦିନ ସହରର ପାଗ କିପରି ରହିବ, କ୍ରିକେଟ୍ ପ୍ରେମୀ ତାହା ଉପରେ ନଜର ରଖିଛନ୍ତି।

ଭାରତୀୟ ପାଣିପାଗ କେନ୍ଦ୍ର ଅନୁଯାୟୀ ରବିବାର ଦିନ ଅହମ୍ମଦାବାଦର ପାଗ କ୍ରୀଡା ଇଭେଣ୍ଟ ପାଇଁ ସମ୍ପୂର୍ଣ୍ଣ ଅନୁକୂଳ ହେବ। ଉଭୟ ଦଳ ପିଚ୍‌ରେ ମୁହାଁମୁହିଁ ହେବା ପାଇଁ ପାଗ ସମ୍ପୂର୍ଣ୍ଣ ଉପଯୁକ୍ତ ହେବ। ଉଜ୍ଜ୍ୱଳ ସୂର୍ଯ୍ୟକିରଣ ଏବଂ ସ୍ୱଚ୍ଛ ଆକାଶ ସହିତ ସର୍ବାଧିକ ତାପମାତ୍ରା ରେକର୍ଡ ୩୩ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୨୧ ଡିଗ୍ରୀ ସେଲସିୟସ ରହିବ ବୋଲି ଆଶା କରାଯାଉଛି।

ବର୍ଷା ହେବାର କୌଣସି ସମ୍ଭାବନା ନାହିଁ:

ଆଜି ଆଦୌ ବର୍ଷା ହେବ ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ସନ୍ଧ୍ୟାରେ ଆର୍ଦ୍ରତା ସ୍ତର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ସରଳ ଶବ୍ଦରେ କହିବାକୁ ଗଲେ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ।

ଏହି ସମୟରେ, ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ପୋର୍ଟସ ଏନକ୍ଲେଭ ମଧ୍ୟରେ ଅବସ୍ଥିତ କ୍ରିକେଟ୍ ଷ୍ଟାଡିୟମର ୧ ଲକ୍ଷ ୩୨ ହଜାର ଦର୍ଶକଙ୍କ ବସିବାର କ୍ଷମତା ଅଛି। ଏହି କ୍ଷମତା ଅନୁଯାୟୀ ଏହି ଷ୍ଟାଡିୟମ୍ ବିଶ୍ୱର ସବୁଠୁ ବଡ କ୍ରିକେଟ୍ ପଡ଼ିଆ ମଧ୍ୟରେ ଗଣାଯାଏ। ଏହି ଗ୍ରାଉଣ୍ଡରେ ବିଜୟର ପତାକା ଉତ୍ତୋଳନ କରିବା ପାଇଁ ଦୁଇଟି ମହାନ କ୍ରିକେଟ୍ ଦଳ ଭାରତ ଏବଂ ଅଷ୍ଟ୍ରେଲିଆ ଫାଇନାଲ୍ ମ୍ୟାଚ୍ ରେ ମୁକାବିଲା କରିବାକୁ ପ୍ରସ୍ତୁତ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅନୁମାନ ସତ ହେଲା, ଦଶହରାରେ ହେବ ପ୍ରବଳ ବର୍ଷା, ୨୧ରେ ଲଘୁଚାପ

ଭୁବନେଶ୍ବର: ଯାହା ପୂର୍ବରୁ ଅନୁମାନ କରାଯାଉଥିଲା ତାହା ସତ ହେଲା। ଦଶହରାକୁ ଏଥର ହେବ ପ୍ରବଳ ବର୍ଷା। ଏ ନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ଏଥିରେ କୁହାଯାଇଛି ଯେ,  ଗତକାଲିର ଘୂର୍ଣ୍ଣିବଳୟ ଦକ୍ଷିଣପୂର୍ବ ବଙ୍ଗୋପସାଗର ସମୁଦ୍ର ମଧ୍ୟସ୍ଥ ବାୟୁମଣ୍ଡଳର ତଳଭାଗରେ ସକ୍ରିୟ ରହିଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରିବ।

ଆସନ୍ତା ୨୧ ତାରିଖ ସକାଳ ବେଳକୁ ଏହା ପ୍ରଭାବରେ ବଙ୍ଗୋପସାଗରର ମଧ୍ୟଭାଗରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ସେହିପରି ୨୩ରେ ଆହୁରି ଘନୀଭୂତ ହୋଇ ଅବପାତ ରୂପ ନେବ। ତେବେ ଏହା ବାତ୍ୟା ହେବ କି ନାହିଁ ବର୍ତ୍ତମାନ କହିହେବ ନାହିଁ ବୋଲି ପାଣିପାଗ ବିଭାଗ କହିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଭାରତ ଏବଂ ବାଂଲାଦେଶ ମଧ୍ୟରେ ଆଜି ଖେଳାଯିବ ମ୍ୟାଚ୍, ପଢନ୍ତୁ ପାଣିପାଗ ସମ୍ବନ୍ଧୀୟ ଅପଡେଟ

ନୂଆଦିଲ୍ଲୀ: ଏସିଆ କପ୍-୨୦୨୩ ର ସୁପର ଫୋରର ଶେଷ ମ୍ୟାଚ୍ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯିବ। ଟିମ୍ ଇଣ୍ଡିଆ ଫାଇନାଲରେ ପ୍ରବେଶ କରିଛି। ଯେତେବେଳେ କି ବାଂଲାଦେଶ ଦଳ ଫାଇନାଲରୁ ବାଦ ପଡିଛି। ଫାଇନାଲରେ ଭାରତ ଶ୍ରୀଲଙ୍କାକୁ ଭେଟିବ। ଏହା ପୂର୍ବରୁ ବାଂଲାଦେଶ ସହିତ ଭାରତର ଏକ ମ୍ୟାଚ୍ ଅଛି। ଏହି ମ୍ୟାଚ୍ କଲମ୍ବୋରେ ଖେଳାଯିବ। ପାଣିପାଗ ବିଭାଗ ଅନୁଯାୟୀ ଭାରତ ଏବଂ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ସମୟରେ ବର୍ଷା ହୋଇପାରେ।

ଭାରତ ଏବଂ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଅପରାହ୍ନ ୩ ଟାରୁ ଆରମ୍ଭ ହେବ। ପାଣିପାଗ ବିଭାଗ ଅନୁଯାୟୀ, ଅପରାହ୍ନ ୩ ଟାରେ ବର୍ଷା ହୋଇପାରେ। ଏହା ପରେ ସନ୍ଧ୍ୟା ୫ଟାରୁ ରାତି ୮ ଟା ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା କମ୍ ଥାଏ। କିନ୍ତୁ ରାତି ୮ ଟା ପରେ ପୁଣି ବର୍ଷା ଆରମ୍ଭ ହୋଇପାରେ। କଲମ୍ବୋରେ ସକାଳ ପ୍ରାୟ ୧୦ ଟା ସମୟରେ ଆକାଶ ସ୍ୱଚ୍ଛ ଏବଂ ସାମାନ୍ୟ ଖରା ଥିଲା। କିନ୍ତୁ ପରେ ମେଘ ଆସିପାରେ। ଯଦି ମ୍ୟାଚ୍ ପୂର୍ବରୁ ବର୍ଷା ହୁଏ, ତେବେ ଟସ୍ ବିଳମ୍ବ ହୋଇପାରେ।

ସୂଚନାଯୋଗ୍ୟ ଯେ, ଏହି ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ଖେଳାଳି ଏକାଦଶରେ ପରିବର୍ତ୍ତନ ଆଣିପାରେ। ଭାରତୀୟ ଦଳ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଜସପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ଦେଇପାରେ। ଯେତେବେଳେ କି ଶାର୍ଦ୍ଦୁଳ ଠାକୁର କିମ୍ବା ଅକ୍ସର ପଟେଲ ଖେଳାଳି ଏକାଦଶରେ ସ୍ଥାନ ପାଇପାରନ୍ତି। ଟିମ୍ ଇଣ୍ଡିଆ ମଧ୍ୟ ମହମ୍ମଦ ଶାମି ଏବଂ ତିଲକ ବର୍ମାଙ୍କୁ ସୁଯୋଗ ଦେଇପାରେ।

ଭାରତ-ବାଂଲାଦେଶ ମ୍ୟାଚ୍ ପାଇଁ ସମ୍ଭାବ୍ୟ ଖେଳାଳିଙ୍କ ତାଲିକା:

ଭାରତ- ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ୍ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ତିଲକ ବର୍ମା / ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ / ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ମହମ୍ମଦ ଶୀରଜ।

ବାଂଲାଦେଶ- ମେହେଦୀ ହାସନ ମିରାଜ, ମହମ୍ମଦ ନଇମ / ତନଜିଦ ହାସନ, ଲିଟନ ଦାସ (ୱିକେଟ୍ କିପର), ଶାକିବ ଅଲ ହାସନ (ଅଧିନାୟକ), ତାହିଦହୃଦୋୟ, ଅଫିଫ ହୁସେନ, ଶମିମ ହୁସେନ୍, ନସୁମ୍ ଅହମ୍ମଦ, ତସ୍କିନ୍ ଅହମ୍ମଦ, ଶୋରଫୁଲ ଇସଲାମ, ହସନ ମହମୁଦ।

Categories
ଆଜିର ଖବର ରାଜ୍ୟ ଖବର

Breaking News: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଶେଷରେ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ପାଣିପାଗ ବିଭାଗ ପୂର୍ବରୁ ଯାହା ଅନୁମାନ କରୁଥିଲା ତାହା ସତ ହେଲା। ଆଜି ସଂଧ୍ୟାରେ ଏହି ଲଘୁଚାପ ସୃଷ୍ଟି ହୋଇଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହି ଲଘୁଚାପ ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ପଶ୍ଚିମ ବଙ୍ଗୋପସାଗରରଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ଏହି ଲଘୁଚାପ କ୍ଷେତ୍ର ସହ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଥିଲା। ଏହାପରେ ଏହା ଘନିଭୂତ ହୋଇ ଲଘୁଚାପରେ ପରିଣତ ହୋଇଛି।

ଏହି ଲଘୁଚାପ ପ୍ରଭାବରେ ସାତୋଟି ଜିଲ୍ଲାକୁ ୟେଲୋ ୱାର୍ଣିଂ ଦିଆଯାଇଛି। ସେଗୁଡିକ ହେଲା ମାଲକନାଗିରି, କୋରାପୁଟ, ନବରଂଗପୁର, କଳାହାଣ୍ଡି, କନ୍ଧାମାଳ, ବଲାଙ୍ଗିର ଏବଂ ନୂଆପଡା ଜିଲ୍ଲା। ଏହି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହିତ ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ପୁଣି ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ୩୦ରୁ ପ୍ରବଳ ବର୍ଷା

ଭୁବନେଶ୍ବର: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଆଜି ମଧ୍ୟାହ୍ନରେ ଏହି ଲଘୁଚାପ ସୃଷ୍ଟି ହୋଇଛି ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି।  ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ଓଡିଶା ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟାକା ଅଂଚଳରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।

ଏଥିସହି ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି। ମୌସୁମୀ ନିମ୍ନ ଚାପରେଖା ଦକ୍ଷିଣ ଭାଗରୁ ଧୀରେ ଧୀରେ ତାର ସାଧାରଣ ଅବସ୍ଥାନକୁ ଫେରୁଛି। ରାଜ୍ୟରେ ୩୦ ତାରିଖରୁ ବିସ୍ତୃତି ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଗାମୀ ୪ ରୁ ୫ ଦିନ ମଧ୍ୟରେ ବିସ୍ତୃତି ବର୍ଷା ସମ୍ଭାବନା ତଥା କିଛି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।

 

Categories
ଆଜିର ଖବର ରାଜ୍ୟ ଖବର

ପାଣିପାଗର ତାଜା ସୂଚନା: ଆହୁରି ୫ ଦିନ ପର୍ଯ୍ୟନ୍ତ ହେବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ବର: ପାଣିପାଗ ବିଭାଗ ପୁଣି ଏକ ତାଜା ସୂଚନା ଦେଇଛି। ଏଥିରେ କୁହାଯାଇଛି ଯେ, ଆଗାମୀ ୫ଦିନ ଯାଏଁ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଅର୍ଥାତ ଯେପରି ଗ୍ରୀଷ୍ଣ ପ୍ରବାହ ଜାରୀ ରହିଛି ତାହା ସେହିପରି ଲାଗିରହିବ।

ଫଳରେ ଏହାର ପ୍ରଭାବରେ ଉପକୂଳ ଓଡିଶାରେ ଗୁଳୁଗୁଳି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବ। ଏହି ୫ଦିନ ଯାଏଁ ରାଜ୍ୟର କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ତୁଳନାରେ ୪ ରୁ ୬ ଡ଼ିଗ୍ରୀ ଅଧିକ ରହିବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

BIG NEWS: ପୁଣି ଗରମରେ କଲବଲ ହେବ ଓଡିଶା, ସରକାର କଲେ ଜରୁରୀ ବୈଠକ

ଭୁବନେଶ୍ୱର: ରାଜ୍ୟରେ ଅନୁଭୂତ ହେଉଥିବା ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି ।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ରାଜ୍ୟରେ ଆଗାମୀ ୪ରୁ ୫ ଦିନ ପାଇଁ ତାପମାତ୍ରା ବୃଦ୍ଧିଯୋଗୁ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ। ପୂର୍ବାନୁମାନ ଅନୁଯାୟୀ ଅନୁଗୋଳ, ବୌଦ୍ଧ, ବଲାଙ୍ଗିର, ବରଗଡ଼, ଭଦ୍ରକ, କଟକ, ଦେଓଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ତାପମାତ୍ରା ଅଧିକ ହେବାର ସମ୍ଭାବନା ଅଛି। ଏହାକୁ ଦୃଷ୍ଟିରେ ରଖି ପରିସ୍ଥିତିର ସଫଳ ମୁକାବିଲା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ସମସ୍ତ ବଜାର, ବସ୍‌ଷ୍ଟାଣ୍ଡ ଓ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ପାନୀୟଜଳ ସେବା କେନ୍ଦ୍ରର ବ୍ୟବସ୍ଥା କରାଯିବ। ଏତଦ୍‌ବ୍ୟତୀତ ଜଳକ୍ଲିଷ୍ଟ ଅଞ୍ଚଳମାନଙ୍କରେ ଟ୍ୟାଙ୍କର ମାଧ୍ୟମରେ ପାନୀୟଜଳ ଯୋଗାଣର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମସ୍ତ ନଳକୂପ ଏବଂ ପାଇପ ଯୋଗେ ଜଳଯୋଗାଣ ବ୍ୟବସ୍ଥାଗୁଡ଼ିକର ତୁରନ୍ତ ମରାମତି କରି ସେଗୁଡ଼ିକୁ ଶତପ୍ରତିଶତ କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ବସ୍‌ ଓ ଅନ୍ୟାନ୍ୟ ଯାତ୍ରୀବାହୀ ଯାନଗୁଡ଼ିକରେ ପାନୀୟଜଳ ଓ ଓଆର୍‌ଏସ୍‌ ମହଜୁଦ୍‌ ରଖିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଓ ଚିକିତ୍ସାଳୟରେ ଯଥେଷ୍ଟ ପରିମାଣର ଜୀବନରକ୍ଷକ ଔଷଧ, ସାଲାଇନ୍‌ ଓ ଓଆର୍‌ଏସ୍‌ ମହଜୁଦ୍‌ ରଖିବା ସଙ୍ଗେ ସଙ୍ଗେ ଅଂଶୁଘାତର ଶିକାର ହୋଇଥିବା ରୋଗୀମାନଙ୍କର ଚିକିତ୍ସା ପାଇଁ ସ୍ୱତନ୍ତ୍ର ବେଡ୍‌ର ବ୍ୟବସ୍ଥା କରାଯିବ। ଗ୍ରୀଷ୍ମପ୍ରବାହ ଯୋଗୁଁ ସର୍ବାଧିକ ଉତ୍ତାପ ଥିବା ସମୟରେ ଶ୍ରମିକମାନଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ ନକରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏତଦ୍‌ବ୍ୟତୀତ କାର୍ଯ୍ୟସ୍ଥଳୀମାନଙ୍କରେ ବିଶ୍ରାମ ନେବା ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳୀ ସହିତ ଯଥେଷ୍ଟ ପରିମାଣର ପାନୀୟ ଜଳ ଏବଂ ଓଆର୍‌ଏସ୍‌ ପ୍ୟାକେଟ୍‌ ମହଜୁଦ ରଖାଯିବ। ଗୃହପାଳିତ ପଶୁପକ୍ଷୀ ଓ ବନ୍ୟଜନ୍ତୁମାନଙ୍କ ପାଇଁ ସ୍ୱତନ୍ତ୍ର ଜଳପୂର୍ଣ୍ଣ ପାତ୍ର/କୁଣ୍ଡର ବ୍ୟବସ୍ଥା ନିମନ୍ତେ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଛି। ନିରବଚ୍ଛିନ୍ନ ବିଦୁ୍ୟତ ସରବରାହ ସଠିକ୍‌ ଭାବେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଚଳିତ ବର୍ଷ ଗ୍ରୀଷ୍ମପ୍ରବାହଜନିତ ସୁରକ୍ଷା ସମ୍ବନ୍ଧୀୟ ସୂଚନା ଯେପରିକି ଦିନ ୧୧ ଘଟିକାଠାରୁ ୩ ଘଟିକା ମଧ୍ୟରେ ଟାଣ ଖରାରେ ପଦାକୁ ନବାହାରିବା, ଖରାରେ କଠିନ ପରିଶ୍ରମ ନକରିବା, ଜରୁରୀ କାମରେ ବାହାରକୁ ଯିବାକୁ ହେଲେ ପାଣିବୋତଲ, କଳା ଚଷମା, ଚପଲ, ହାଲୁକା ଏବଂ ଢିଲା ପୋଷାକ ପରିଧାନ କରିବା, ମୁଣ୍ଡରେ ଓଦା ଗାମୁଛା ଏବଂ ଛତା ବ୍ୟବହାର କରିବା ପାଇଁ, ଜଳ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ଅଧିକ ପାଣି, ଓଆର୍‌ଏସ୍‌ ଦ୍ରବଣ, ପଣା, ତୋରାଣି, ଘୋଳଦହି ଓ ଆଖୁରସ ପିଇବା ପାଇଁ ଲୋକମାନଙ୍କୁ ଅବଗତ କରିବା ନିମନ୍ତେ ସମ୍ବାଦପତ୍ର ଓ ବିଭିନ୍ନ ଇଲେକ୍‌ଟ୍ରୋନିକ୍‌ ଗଣମାଧ୍ୟମ ଦ୍ୱାରା କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ପାଣିପାଗ ନେଇ ଆସିଲା ବଡ ଖବର, ପାଞ୍ଚ ଦିନ ପାଇଁ ଅସ୍ବାଭାବିକ ହେବ ପାଗ

ଭୁବନେଶ୍ବର: ପାଣିପାଗ ନେଇ ଆସିଲା ଏକ ବଡ ଖବର। ଆସନ୍ତା ପାଞ୍ଚଦିନ ପାଇଁ ଓଡିଶାର ପାଣିପାଗରେ ହେବ ଅସ୍ବାଭିକ ପରିବର୍ତ୍ତନ। ଏଥିସହିତ ତାପମାତ୍ରା ଆହୁରି ବୃଦ୍ଧି ପାଇବ। ଏ ନେଇ ଆଜି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି।

ଏଥିରେ ଆହୁରି କୁହାଯାଇଛି ଯେ, ଆଗାମୀ ୫ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାର କେତକ ସ୍ଥାନରେ ୪୦ ଡ଼ିଗ୍ରୀ କିମ୍ବା ଅଧିକ ତାପମାତ୍ରା ରେକର୍ଡ ସହ ଅସ୍ୱାଭାବିକ ପାଣିପାଗ ଅନୁଭୂତ ହେବାର ସମ୍ଭାବନା ରହିଛି। ଆସନ୍ତା ୧୩ ତାରିଖଠାରୁ ରାଜ୍ୟର ତାପମାତ୍ରା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି।

Categories
Cyclone ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Cyclone Update: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଆସିଲା ଫଟୋ

ଭୁବନେଶ୍ବର: ଯାହା ପୂର୍ବାନୁମାନ କରାଯାଉଥିଲା ତାହା ବର୍ତ୍ତମାନ ସତ ହେଉଛି। ଆଜି ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ କହିଥିଲା। ସେହି ଅନୁସାରେ ବର୍ତ୍ତମାନ ଘୂର୍ଣ୍ଣିବଳୟ ଲଘୁଚାପକୁ ପରିବର୍ତ୍ତନ ହୋଇଛି। ଏ ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯିବା ସହିତ ତାହାର ସ୍ଥିତିର ଫଟୋ ଜାରୀ କରାଯାଇଛି।

ତେବେ ଆଜି ଲଘୁଚାପ ସୃଷ୍ଟି ହେବା ପରେ ଏହା ଧିରେଧିରେ ଶକ୍ତିଶାଳି ହେବ ବୋଲି ପାଣିପାଗ ବିଭାଗ ପୂର୍ବରୁ କହିଥିଲା। ସେହି ଅନୁସାରେ ଏହି ଶକ୍ତିଶାଳି ହେବ ବୋଲି ଜଣାପଡିଛି ଏବଂ ପରବର୍ତ୍ତି ସମୟରେ ଏହା ବାତ୍ୟା ରୂପ ନେବାର ସମ୍ଭାବନା ରହିଛି।

ପୂର୍ବରୁ ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ଘୂର୍ଣ୍ଣବଳୟ। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ସେହି ଘୂର୍ଣିବଳୟ ଆଜି ସକାଳେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ରହିଥିଲା ଯାହା ଲଘୁଚାପ ଭାବେ ସୃଷ୍ଟି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ଭୁବନେଶ୍ବରରେ ଅନୁଭୂତ ହେବ ଗୁଳୁଗୁଳି, ପାଣିପାଗ ବିଭାଗ ଦେଲା ସୂଚନା

ଭୁବନେଶ୍ବର: ଆଜି ରାଜଧାନୀରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ସତର୍କ କରାଇଛି। ବିଭାଗର ସୂଚନା ଅନୁସାରେ ଆଜି ରାଜଧାନୀ ଭୁବନେଶ୍ୱର ରେ ସକାଳ ୮.୩୦ ସୁଦ୍ଧା ୩୧ଡ଼ିଗ୍ରୀ ତାପମାତ୍ରା ଥିଲା। ସେହିପରି ୮୫ ପ୍ରତିଶତ ଆଦ୍ରତା ରହିଥିଲା। ଏହା ମଧ୍ୟାହ୍ନ ବେଳକୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ସେପଟେ ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ଧିରେଧିରେ ଶକ୍ତିଶାଳି ହେବାରେ ଲାଗିଛି। ଏହି ଘୂର୍ଣିବଳୟ ବର୍ତ୍ତମାନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ରହିଛି। ଆଜି ଏହା ଲଘୁଚାପ ହେବାପରେ ଆସନ୍ତାକାଲି ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।

Categories
Cyclone ଆଜିର ଖବର ରାଜ୍ୟ ଖବର

Cyclone Update: ଆଜି ସୃଷ୍ଟି ହେବ ଲଘୁଚାପ, ବାତ୍ୟା ଆଶଙ୍କା ହେଉଛି ଦୃଢିଭୂତ

ଭୁବନେଶ୍ୱର:  ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ଧିରେଧିରେ ଶକ୍ତିଶାଳି ହେବାରେ ଲାଗିଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଏହି ଘୂର୍ଣିବଳୟ ବର୍ତ୍ତମାନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ରହିଛି।

ଆଜି ଏହା ଲଘୁଚାପ ହେବାପରେ ଆସନ୍ତାକାଲି ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାପରେ ଆହୁରି ଘନୀଭୂତ ହୋଇ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏହା ସୃଷ୍ଟି ହେଲେ ଉତ୍ତର ମୁହାଁ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରିବ ବୋଲି ବିଭାଗ ପୂର୍ବାନୁମାନ କରିଛି ।

Categories
ବିଶେଷ ଖବର ରାଜ୍ୟ ଖବର

ବାତ୍ୟା ହେବା ନେଇ ବଢିଲା ଆଶଙ୍କା, ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ଭୁବନେଶ୍ବର: ପାଣିପାଗ ବିଭାଗ ତରଫରୁ ପୂର୍ବରୁ ଯେଉଁ ଅନୁମାନ କରାଯାଉଥିଲା ତାହା ସତ ହେବାକୁ ଯାଉଛି। ଆଜି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣବଳୟ। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ଏଥିରେ କୁହାଯାଇଛି ଯେ, ଏହି ଘୂର୍ଣ୍ଣିବଳୟ ସକ୍ରିୟ ହେବା ପରେ ଆସନ୍ତା ଆଠ ତାରିଖରେ ଲଘୁଚାପ ସୃଷ୍ଟି ହେବ।

ଏହି ଲଘୁଚାପ ଶକ୍ତିଶାଳୀ ହେଲେ ତାହା ଅବପାତ ରୂପ ନେବ ବୋଲି କୁହାଯାଇଛି। ସେତେବେଳେ ଏହା ବାତ୍ୟା ରୂପ ନେବ କି ନାହିଁ ତାହା ସ୍ପଷ୍ଟ ହେବ। ତେବେ ଏହି ଲଘୁଚାପ ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ଏପରିକି ୬୦ କିଲୋମିଟର ପର୍ଯ୍ୟନ୍ତ ପବନ ପ୍ରବାହିତ ହେବ ବୋଲି ଅନୁମାନ କରାଯାଇଛି।

ତେବେ ବିଶ୍ବର ବିଭିନ୍ନ ପାଣିପାଗ ବିଭାଗ ସୁତ୍ର ଅନୁସାରେ ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହେବ। ଏହି ବାତ୍ୟା ୯ ତାରିଖରେ ସମୁଦ୍ର ଗର୍ଭରେ ଆରମ୍ଭ ହୋଇ ସ୍ଥଳଭାଗ ଆଡକୁ ଗତି କରିବ। ତେବେ ଆସନ୍ତା ୧୨ ତାରିଖ ଅପରାହ୍ନ ୨ଟା ପରେ ଏହା ବଙ୍ଗଳାଦେଶ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ବୋଲି କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପ୍ରଚଣ୍ଡ ଗରମରୁ ମିଳିବ ଆଶ୍ଵସ୍ତି: ୨୨ ରୁ କାଳ ବୈଶାଖୀ ସମ୍ଭାବନା

ଭୁବନେଶ୍ଵର: ପାଣିପାଗକୁ ନେଇ ଏକ ଭଲ ଖବର ଆସିଛି। ଅସହ୍ୟ ତାତି ଯୋଗୁଁ ସାରା ଓଡିଶାରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଆସନ୍ତା ୨୨ ତାରିଖରୁ ତାପମାତ୍ରା ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି। ବର୍ତ୍ତମାନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ୨୨ ତାରିଖ ରାତିରୁ କାଳ ବୈଶାଖୀ ସମ୍ଭାବନା ରହିଛି। ଯାହାଫଳରେ ରାଜ୍ୟରୁ ତାପମାତ୍ରା କମିବ ବୋଲି ଆଶା କରାଯାଉଛି। ଏହି କାଳ ବୈଶାଖୀ ଆସନ୍ତା ୨୫ ତାରିଖ ଯାଏଁ ଚାଲିବ। ଏନେଇ ଆଇଏମଡି ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ୫ ଟି ଜିଲ୍ଲାରେ ହେବ ଘଡଘଡି ବିଜୁଳି ସହ ବର୍ଷା

ଭୁବନେଶ୍ବର: ଆସନ୍ତା  ଘଣ୍ଟା ମଧ୍ୟରେ ରାଜ୍ୟର ୫ ଟି ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ସହିତ ଘଡଘଡିବର୍ଷା ହେବ। ଏ ନେଇ ପାଣିପାଗ ବିଭାଗ ଏକ ଆଗୁଆ ସୂଚନା ପ୍ରଦାନ କରିଛି। ଯେଉଁ ଜିଲ୍ଲାଗୁଡିକ ପାଇଁ ସତର୍କ ସୂଚନା ଦିଆଯାଇଛି ସେଗୁଡିକ ହେଲା ଗଜପତି, ଗଂଜାମ, ନବରଙ୍ଗପୁର, କଳାହାଣ୍ଡି ଏବଂ ନୂଆପଡା।

ଗତ କିଛି ଦିନ ଧରି ରାଜ୍ୟରେ ବାରମ୍ବାର ପଶ୍ଚିମା ଝଡ ପ୍ରଭାବରେ ଝଡବର୍ଷା ଲାଗିରହିଛି।  ଏବେ ପୁଣି ସେହି ଝଡବର୍ଷା ଲାଗରହିବ ବୋଲି ପାଣିପାଗ ବିଭାଗ କହିଛି।

Categories
ବିଶେଷ ଖବର ରାଜ୍ୟ ଖବର

ସାବଧାନ: ପଶ୍ଚିମାଝଡ ପ୍ରଭାବରେ ହେବ ପ୍ରବଳ ବିଜୁଳି ମାଡ, ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ

ଭୁବନେଶ୍ବର: ଆଜି ପାଣିପାଗ ବିଭାଗ ତରଫରୁ ପଶ୍ଚିମାଝଡ ନେଇ ଆସିଛି ବଡ ଖବର। ତାହା ହେଲା ଯେ, ବିଜୁଳି-ଘଡଘଡି ଏବଂ ଝଡ ପବନ ସକାଶେ ଚେତାବନୀ ଜାରି ହୋଇଥିବା ଜିଲ୍ଲାଗୁଡିକରେ ଲୋକମାନେ ସାବଧାନ ରହିବେ।

ସେମାନେ ପାଣିପାଗ ଉପରେ ନଜର ରଖିବା ସହ ବିଜୁଳି ସମୟରେ ନିରାପଦ ସ୍ଥାନରେ ଆଶ୍ରୟ ସହ ନିଜର ସୁରକ୍ଷା ପ୍ରତି ଧ୍ୟାନ ଦେବା ପାଇଁ କୁହାଯାଇଛି। ସେହିପରି ଚାଷୀ ଭାଇମାନେ ମଧ୍ୟ ଅମଳ ଯୁକ୍ତ ରବି ଫସଲ ର ଅମଳ ପାଇଁ ପ୍ରାଧାନ୍ୟ ଦେବାକୁ ମଧ୍ୟ ସୂଚନା ଜାରି କରାଯାଇଛି।

ପଶ୍ଚିମା-ଝଡ ପ୍ରଭାବରେ ବାୟୁମଣ୍ଡଳର ମଧ୍ୟଭାଗର ପଶ୍ଚିମା-ନିମ୍ନଚାପ ଏବଂ ବଙ୍ଗୋପସାଗର ଅଞ୍ଚଳରୁ ବାୟୁମଣ୍ଡଳର ନିମ୍ନ ଭାଗରେ ଜଳୀୟବାଷ୍ପ ପୂର୍ଣ୍ଣ ପୂର୍ବାଳୀ ବାୟୁ ପରସ୍ପର ସଂସ୍ପର୍ଶରେ ଆସି ପ୍ରତିକ୍ରିୟାଶୀଳ ଭାବେ ବିପଦଜନକ ବିଜୁଳି-ଘଡଘଡି ସହ ଝଡ ପବନ ସୃଷ୍ଟି କରିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।

ପାଣିପାଗ ବିଭାଗ ତରଫରୁ ଆହୁରି କୁହାଯାଇଛି ଯେ, ୧୬ ତାରିଖରୁ ବିଜୁଳି ଘଡଘଡି ସହ ଝଡ ପବନ ଘଣ୍ଟା ପ୍ରତି ବେଗ ୪୦ ରୁ ୫୦ କିମି ସମ୍ଭାବନା ଯୋଗୁଁ ଚେତାବନୀ ଜାରି କରାଯାଇଛି। ଆଗାମୀ ୧୯ ତାରିଖ ଯାଏଁ ରାଜ୍ୟରେ ପଶ୍ଚିମା-ଝଡ଼ ର ପ୍ରଭାବ ସମ୍ଭାବନା ରହିଛି। ଏହାର ପ୍ରଭାବରେ

୧୫ ଏବଂ ୧୯ ତାରିଖରେ – ବିଜୁଳି ଘଡଘଡି ସହ ବର୍ଷା ହେବ

୧୬ , ୧୭ ଏବଂ ୧୮ ରେ – କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ଝଡ-ପବନ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ସମ୍ଭାବନା ରହିଛି।

୧୭ ତାରିଖରୁ  ବର୍ଷାର ପରିମାଣ ବଢିବ ବୋଲି କୁହାଯାଇଛି।

ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ଆକାଶ ମେଘାଛନ୍ନ ରହିବା ସହିତ ଅନେକସ୍ଥାନରେ ବର୍ଷା ମଧ୍ୟ ହୋଇଛି। ସେହିପରି ଭୁବନେଶ୍ବରରେ ଆଜି ସକାଳୁ ଘଡଘଡି ମାରିବା ସହିତ ସ୍ଥାନେ ସ୍ଥାନେ ସମାନ୍ୟ ବର୍ଷା ମଧ୍ୟ ହୋଇଛି। ଏହି ପଶ୍ଚିମା-ଝଡ ପ୍ରଭାବରେ ରାଜ୍ୟରେ କିଛି ଜିଲ୍ଲାରେ ବିଜୁଳି-ଘଡଘଡି ପ୍ରଭାବ ଦେଖା ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାର ତାପମାତ୍ରା ନେଇ ପାଣିପାଗ ବିଭାଗରୁ ଆସିଲା ବଡ ସୂଚନା

ଭୁବନେଶ୍ବର: ଓଡିଶାର ତାପମାତ୍ର ନେଇ ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ଆସିଛି ଏକ ବଡ ସୂଚନା। ସେହି ଅନୁସାରେ ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଦିନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ର ସମ୍ଭାବନା ନାହିଁ ବୋଲି କୁହାଯାଇଛି। ସେତିକି ନୁହେଁ ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୨ ରୁ ୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ର ୩୫ ଡିଗ୍ରୀ ଉପରେ ରହୁଛି। ଏପରିକି କେତେକ ସ୍ଥାନର ତାପମାତ୍ରା ବର୍ତ୍ତମାନ ସମୟରେ ୪୦ ଡିଗ୍ରୀ ଛୁଇଁଲାଣି। ଫଳରେ ଦ୍ବୀପ୍ରହରରେ ପୁରା ଖରାଦିନ ପରି ଅନୁଭୂତ ହେଉଛି। ତେବେ ପୁଣିଥରେ ତାପମାତ୍ରା ବୃଦ୍ଧି ପାଇବ ଅର୍ଥ ଏହି ଗରମ ଆହୁରି ବୃଦ୍ଧି ପାଇବ।

Categories
ଆଜିର ଖବର ରାଜ୍ୟ ଖବର

ପାଣିପାଗ ନେଇ ଆସିଲା ନୂଆ ସୂଚନା, ଆସୁଛି ପଶ୍ଚିମା-ଝଡ !!!

ଭୁବନେଶ୍ବର: ପାଣିପାଗ ନେଇ ଆସିଛି ଏକ ବଡ ସୂଚନା। ତାହା ହେଲା ବର୍ତ୍ତମାନର ପାଣିପାଗ ସ୍ଥିତି ଅନୁସାରେ ଓଡିଶାର ପ୍ରବେଶ କରୁଛି ପଶ୍ଚିମା ଝଡ। ଏହାଦ୍ବାରା ୧୭ ତାରିଖ ବେଳକୁ ରାଜ୍ୟର ନଅଟି ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି।

ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ ଏବଂ ଢେଙ୍କାନାଳ ଜିଲ୍ଲା। ଏଥିସହିତ ଆଉ କେତକ ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି।