Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

BREAKING: ଆଜି ଦିନ ୧୧ ଟାରୁ ୩ ଟା ମଧ୍ୟରେ ଏହି ଜିଲ୍ଲାର ଲୋକେ ଯାତାୟତର ଦୂରେଇ ରହନ୍ତୁ

ଭୁବନେଶ୍ବର: ରାଜ୍ୟରେ ଗତ ତିନିଦିନ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରୀ ରହିଛି। ଫଳରେ ଦିନବେଳା ସାଧାରଣ ଜୀବନଯାତ୍ରା ବେଶ ପ୍ରଭାବିତ ହେଉଛି। ଗତକାଲି ଟିଟିଲାଗଡରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିଲା। ଏହି ସହରର ତାପମାତ୍ରା ୪୫.୨ ଡ଼ିଗ୍ରୀ ରହିଥିଲା। ସେହିପରି ୯ ସହରରେ ଦିନ ତାପମାତ୍ରା ୪୩ ଡ଼ିଗ୍ରୀ କିମ୍ବା ଅଧିକ ଥିଲା। ଅନ୍ୟପକ୍ଷରେ ରାଜ୍ୟର ୧୯ ସହର ରେ ତାପମାତ୍ରା ୪୦ ଡ଼ିଗ୍ରୀ କିମ୍ବା ଅଧିକ ଅନୁଭୂତ ହୋଇଥିଲା।

ସେହିପରି ଆଜି ମଧ୍ୟ ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହେବ। ପାଣିପାଗ ବିଭାଗ ଅନୁସାରେ ଆଜି ଆଠଟି ଜିଲ୍ଲାରେ ପ୍ରବଳ ଗରମ ଅନୁଭୂତ ହେବ। ସେଥିପାଇଁ ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା ସମ୍ବଲପୁର, ସୋନପୁର, ବରଗଡ, ବଲାଙ୍ଗୀର, ନୂଆପଡା, ବୌଦ୍ଧ, ଝାରସୁଗୁଡା, ଏବଂ କଳାହାଣ୍ଡି। ଏହି ଜିଲ୍ଲାର ଲୋକମାନେ ଦିନ ୧୧ ଟାରୁ ଦିନ ୩ ଟା ପର୍ଯ୍ୟନ୍ତ ସାଧାରଣ ଯାତାୟତରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସୃଷ୍ଟି ହେଲା ସକ୍ରିୟ ଘୁର୍ଣ୍ଣିବଳୟ, ଏହାର ପ୍ରଭାବରେ ପାଗ ମେଘୁଆ ସହିତ ଲାଗି ରହିବ ବର୍ଷା

ଭୁବନେଶ୍ବର: ଉପକୂଳବର୍ତ୍ତି ଓଡିଶା ଏବଂ ଏହାର ପାର୍ଶ୍ବବର୍ତ୍ତି ଅଞ୍ଚଳରେ 2.1 କିଲୋମିଟର ଉଚ୍ଚତା ଯାଏଁ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହି ଘୁର୍ଣ୍ଣିବଳୟ ବେଶ ସକ୍ରିୟ ରହିଛି ବୋଲି ପାଣିପାଗ ବିଭାଗ କହିଛି। ଫଳରେ ଏହାର ପ୍ରଭାବରେ ଉପକୂଳ ଓଡିଶା ଏବଂ ଏହାର ପାର୍ଶ୍ବବର୍ତ୍ତି ଅଞ୍ଚଳର ପାଗ ମେଘୁଆ ରହିବ। ସ୍ଥାନେ ସ୍ଥାନେ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି ବୋଲି ପାଣିପାଗ ବିଭାଗ କହିଛି।

ତେବେ ପାଣିପାଗ ବିଭାଗ ଅନୁସାରେ ରାଜ୍ୟରେ କେତେକ ସ୍ଥାନରେ କୈଳବୈଶାଖୀର ମଧ୍ୟ ସମ୍ଭାବନା ରହିଛି। ଗତକାଲି କେତେକ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ଆଜି ମଧ୍ୟ କେତେକ ସ୍ଥାନରେ ଏହାର ପ୍ରଭାବ ରହିବ ବୋଲି କୁହାଯାଇଛି। ଏହା ଦ୍ବାରା ବର୍ଷା ପବନ ସହିତ ଘଡଘଡି ବିଜୁଳି ପ୍ରକୋପ ଜାରୀ ରହିବ।

Categories
Cyclone ଆଜିର ଖବର ଜାତୀୟ ଖବର

Cyclone Alert: ୮ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା, ୧୦ ତାରିଖ ସନ୍ଧ୍ୟା ପରେ ଓଡିଶା ମୁହାଁ

ଭୁବନେଶ୍ବର: ସାମ୍ଭବ୍ୟ ବାତ୍ୟା ନେଇ ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ଏକ ବଡ ଖବର ଆସିଛି। ତାହା ହେଲା ୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟା ରୂପ ନେବ। ୧୦ ତାରିଖ ସନ୍ଧ୍ୟା ପରେ ଏହା ଗତିପଥ ପରିବର୍ତନ କରିବ। ସନ୍ଧ୍ୟାରେ ଉତ୍ତର ପଶ୍ଚିମ ପରେ ଉତ୍ତର-ଉତ୍ତର ପୂର୍ଵ ଦିଗରେ ଗତି କରିବାର ସମ୍ଭାବନା ଦେଖାଦେଇଛି। ଉତ୍ତର-ଉତ୍ତର-ପୂର୍ବ ଦିଗରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସମୁଦ୍ର ମଧ୍ୟରେ ଓଡିଶା ଉପକୂଳ ମୁହାଁ ହେବ ବୋଲି ଜଣାପଡିଛି।

ଦକ୍ଷିଣ ଆଣ୍ଡମାନ ସାଗରରେ ସୃଷ୍ଟ ସୁଦୃଶଃ ଲଘୁଚାପ ଘନୀଭୂତ ହୋଇ ଆଗାମୀ ୬ଘଣ୍ଟାରେ ଅବପାତ ରୂପ ନେବ। ୧୦ ତାରିଖ ସନ୍ଧ୍ୟା ଯାଏଁ ଏହା ଉତ୍ତରପଶ୍ଚିମ ଦିଗରେ ଗତିକରି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ସମୁଦ୍ର ମଧ୍ୟ ରେ ଉତ୍ତର-ଆନ୍ଧ୍ର ଏବଂ ଓଡିଶା ଉପକୂଳ ପହଞ୍ଚିବା ପରେ ଦିଗ ପରିବର୍ତନ କରିବ ବୋଲି ପାଣିପାଗ ବିଭାଗ କହିଛି।

Categories
Cyclone ଆଜିର ଖବର ରାଜ୍ୟ ଖବର

ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ହେଲା ୱେଲ୍ ମାର୍କ, ଆଜି ଜଣାପଡିବ ବାତ୍ୟା ସ୍ଥିତି

ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଆଜି ସକାଳ ସମୟରେ ୱେଲ୍ ମାର୍କ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ବର୍ତ୍ତମାନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସକ୍ରିୟ ରହିଛି। ଏହା ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ପରବର୍ତୀ ୧୨ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଗୋଟିଏ ଅବପାତର ରୂପ ନେବାର ସମ୍ଭାବନା ରହିଛି।

୧୦ତାରିଖ ବେଳକୁ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ପହଞ୍ଚିବ । ସେଥିପାଇଁ ପ୍ରବଳ ବର୍ଷା ନେଇ ଗଂଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦ୍ରୀୟ ବଙ୍ଗୋପସାଗରରେ ୯ ତାରିଖରେ ଘଣ୍ଟା ପ୍ରତି ୬୫ରୁ ୭୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ୧୦ ତାରିଖ ବେଳକୁ ପବନର ବେଗ ବଢ଼ି ୭୦ରୁ ୮୦ କିମି ଓ ଝଟକା ପବନ ଘଣ୍ଟାକୁ ୯୦କିମି ରହିବ ।

ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଗଭୀର ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି । ବାତ୍ୟା ଏତେଟା ଶକ୍ତିଶାଳୀ ହେବନାହିଁ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ଯଦି ଓଡିଶା ଉପକୂଳ ଦେଇ ଏହା ଗତି କରେ କିମ୍ବା ଓଡିଶାରେ ଲ୍ୟାଣ୍ଡଫଲ୍ କରେ, ସେତେବେଳେ ଏହା ଦୁର୍ବଳ ହୋଇଯାଇଥିବ । ତେବେ ଏହା ବାତ୍ୟାରେ ପରିଣତ ହେବ କି ନାହିଁ ଆଜି ସଂଧ୍ୟାରେ ସ୍ପଷ୍ଟ ହେବ ବୋଲି ଜଣାପଡୁଛି।

Categories
ଆଜିର ଖବର ରାଜ୍ୟ ଖବର

BIG BREAKING: ପାଣିପାଗ ନେଇ ଆସିଲା ବଡ ଖବର

ଭୁବନେଶ୍ବର: ପାଣିପାଗ ନେଇ ଆସିଲା ଏକ ବଡଖବର। ପୂର୍ବରୁ ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ସତ ହେଲା। ଖୁବ ଶିଘ୍ର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ବାତ୍ୟା ରୂପ ନେବ। ଏ ନେଇ ଏବେ ପାଣିପାଗ ବିଭାଗ ସତର୍କ ସୂଚନା ପ୍ରଦାନ କରିଛି।

ପାଣିପାଗ ବିଭାଗ ସୂଚନା ଅନୁସାରେ, ‘ଦକ୍ଷିଣ-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ୭ ତାରିଖରେ ଅବପାତ ଏବଂ ୮ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ସମ୍ଭାବନା ରହିଛି’ ବୋଲି କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

BREAKING: ଦକ୍ଷିଣ ଆଣ୍ଡାମାନ ସାଗର ସୃଷ୍ଟି ହେଲା ଘୁର୍ଣ୍ଣିବଳୟ

ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ସେଥିରେ କୁହାଯାଇଥିଲା ଯେ, ଆଜି ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ତାହା ପରବର୍ତ୍ତି ସମୟରେ ଲଘୁଚାପକୁ ରୂପାନ୍ତରିତ ହେବ।

ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ ଆଜି ସକାଳ ୫.୩୦ ସମୟରେ ପାଣିପାଗ ତଥ୍ୟ ବିଶ୍ଳେଷଣ ଅନୁଯାୟୀ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ବାୟୁମଣ୍ଡଳର ମଧ୍ୟ ଭାଗ ଯାଏଁ ବ୍ୟାପିଛି। ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୬ତାରିଖ ବେଳକୁ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶାରେ ଆରମ୍ଭ ହେଲା କାଳ ବୈଶାଖୀର ପ୍ରଭାବ, ଭୁବନେଶ୍ବରରେ ଝିପିଝିପି ବର୍ଷା

ଭୁବନେଶ୍ବର: ଆଜିଠୁ ଓଡିଶାରେ ସକ୍ରିୟ ହେବ କାଳବୈଶାଖୀ ପ୍ରଭାବ। ଏହି କାଳବୈଶାଖୀ ପ୍ରକ୍ରିୟା ଅଧିକ ସକ୍ରିୟ ହୋଇ ବିଜୁଳି ଘଡଘଡି ପରିଲକ୍ଷିତ ହେବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏଥିସହିତ ଘଣ୍ଟାକୁ  ୪୦ ରୁ ୫୦ କିମି ବେଗରେ ପବନ ପ୍ରବାହିତ ହେବାର ସମ୍ଭାବନା ମଧ୍ୟ ରହିଛି। ସେଥିପାଇଁ କେତେକ ଜିଲ୍ଲାକୁ ଚେତାବନୀ ମଧ୍ୟ ଦିଆଯାଇଛି। ଆଜି ସକାଳୁ ଭୁବନେଶ୍ବରର ପାଣିପାଗ ମେଘୁଆ ରହିଛି। ଏପରିକି ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି।

ମୁଖ୍ୟତଃ ଦକ୍ଷିଣ ତଥା ଦକ୍ଷିଣ-ପୂର୍ବ ଦିଗରୁ ରାଜ୍ୟ ମଧ୍ୟକୁ ସାମୁଦ୍ରିକ ବାୟୁ କ୍ରମାଗତ ଭାବେ ପ୍ରବେଶ କରୁଛି। ଜଳୀୟବାଷ୍ପ -ପୂର୍ଣ୍ଣ ସାମୁଦ୍ରିକ ବାୟୁ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ଏହି କାଳ ବୈଶାଖୀ ପ୍ରଭାବ ପରିଲକ୍ଷିତ ହେବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏହି କାଳ ବୈଶାଖୀ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଦିନର ତାପମାତ୍ରା ସାମାନ୍ୟ ତଳକୁ ଖସିବା ସମ୍ଭାବନା  ରହିଛି। ଆସନ୍ତା ମେ ୪ ତାରିଖରେ ଆଣ୍ଡାମାନ ସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେଉଛି। ଏହାର ପ୍ରଭାବରେ ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ତଥା ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ମଧ୍ୟ ସୃଷ୍ଟି ହେବର ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

BREAKING: ଓଡିଶାର ପାଣିପାଗ ନେଇ ଆଜି ଆସିଲା ଏକ ବଡ ସୂଚନା

ଭୁବନେଶ୍ବର: ଆଜି ସକାଳୁ ପାଣିପାଗ ବିଭାଗ ତରଫରୁ ଆସିଛି ଏକ ବଡ ସୂଚନା। ସେହି ଅନୁସାରେ ଆସନ୍ତାକାଲିଠାରୁ ରାଜ୍ୟରେ ଦେଖାଦେବ କାଳବୈଶାଖୀ। ଆସନ୍ତା କାଲିଠାରୁ ୩ ଦିନ ଯାଏଁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। ବଙ୍ଗୋପସାଗର ମଧ୍ୟରୁ ଦକ୍ଷିଣ, ଦକ୍ଷିଣ ପୂର୍ବ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି ଜଳୀୟବାଷ୍ପ ପୁର୍ଣବାୟୁ। ଏହାର ପ୍ରଭାବରେ ଏହି କାଳ ବୈଶାଖୀ ସମ୍ଭାବନା ରହିଛି ବୋଲି କୁହାଯାଇଛି।

ଏହି କାଳବୈଶାଖୀ ପ୍ରଭାବରେ ୨ ରୁ ୩ ଦିନ ମଧ୍ୟରେ ୨ ଡ଼ିଗ୍ରୀ ଯାଏଁ ଓଡିଶାର ତାପମାତ୍ରା ଖସିବ ବୋଲି ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଆସନ୍ତା ୪ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେଉଛି। ଏହାର ପ୍ରଭାବରେ ୫ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ରହିଛି। ତେବେ ଆଜି ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ପୂର୍ବପରି ଜାରୀ ରହିବାର ସମ୍ଭାବନା ଅଛି।

Categories
ଆଜିର ଖବର ରାଜ୍ୟ ଖବର

BREAKING: ପାଣିପାଗ ନେଇ ଆସିଲା ଖୁସି ଖବର, ୪ ମେ’ରେ ସୃଷ୍ଟି ହେବ ଏକ ଲଘୁଚାପ

ଭୁବନେଶ୍ବର: ଦୀର୍ଘ ଦିନ ଧରି ଓଡିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଫଳରେ ଜନଜୀବନ ବେଶ୍ ଅସ୍ତବ୍ୟସ୍ତ ହୋଇପଡିଛି। ଏହି ଭିତରେ ଆସିଛି ଏକ ଖୁସି ଖବର। ତାହା ହେଲା ଯେ, ଖୁବ ଶିଘ୍ର ଆସୁଛି ଏକ ଲଘୁଚାପ। ଏ ନେଇ ସୂଚନା ଦେଇଛି ଭୁବନେଶ୍ବର ପାଣିପାଗ ବିଭାଗ।

ସୂଚନା ଅନୁସାରେ ଆସନ୍ତା ୪ ମେ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଏହି ଲଘୁଚାପ ସୃଷ୍ଟି ହେବାର ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବ ବୋଲି ପାଣିପାଗ ବିଭାଗ କହିଛି। ଏହାଦ୍ବାରା ରାଜ୍ୟର ପାଗରେ ପରିବର୍ତ୍ତନ ହେବ ବୋଲି ଅନୁମାନ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

HIGH ALERT: ଆଜି ତାତିରେ ସିଝିବ ୧୧ ଟି ଜିଲ୍ଲା, ପାଣିପାଗ ବିଭାଗ କଲା ସତର୍କ

ଭୁବନେଶ୍ବର: ଆଜି ୧୧ ଟି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ପାଇଁ ଚେତାବନୀ ଦେଇଛି ପାଣିପାଗ ବିଭାଗ। ସେହି ଜିଲ୍ଲାଗୁଡିକ ହେଲା ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲା। ଏହି ଜିଲ୍ଲାଗୁଡିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ପାଣିପାଗ ବିଭାଗ ଅନୁସାରେ ଆଗାମୀ ୨ ଦିନ ଯାଏଁ ତାତିରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସ୍ୱାଭାବିକ ଠାରୁ ୩ ରୁ ୫ ଡ଼ିଗ୍ରୀ ଯାଏଁ ଅଧିକ ତାତି ରହିବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ପ୍ରବଳ ପବନ ସହ ବର୍ଷା, ସାତୋଟି ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ, ଚାରିଦିନ ଲାଗି ରହିବ

ଭୁବନେଶ୍ବର: ଆଜି ସଂଧ୍ୟାରେ ଭୁବନେଶ୍ବରର ବିଭିନ୍ନ ସ୍ଥାନର ପ୍ରବଳ ପବନ ସହିତ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି। କେତେକ ସ୍ଥାନରେ ଘଡଘଡି ବିଜୁଳି ସହିତ ମଧ୍ୟମ ଧରଣର ବର୍ଷା ମଧ୍ୟ ହୋଇଛି। ପାଣିପାଗ ବିଭାଗ ଅନୁସାରେ ଆସନ୍ତାକାଲି ରାଜ୍ୟର ବାରଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।

ଯେଉଁ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ସେଗୁଡିକ ହେଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର,ରାୟାଗଡା, ଗଜପତି, କନ୍ଧମାଳ, ଗଞ୍ଜାମ, ସୁନ୍ଦରଗଡ, କେଉଁଝର, ମୟୂରଭଞ୍ଜ, ବାଲେଶ୍ବ ଏବଂ ଭଦ୍ରକ। ସେହିପରି ଗୁରୁବାରରେ କେଉଁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଜୟପୁର, ଭଦ୍ରଖ, ବାଲେଶ୍ବରକୁ ୟଲୋ ୱର୍ଣ୍ଣି ଜାରି  କରାଯାଇଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆସନ୍ତାକାଲିଠାରୁ ଚାରିଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିବ ବୋଲି କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ପାଣିପାଗ ନେଇ ଆସିଲା ବଡ ଖବର, ଆସନ୍ତା ଦୁଇ ଦିନ ଧରି ରାଜ୍ୟରେ ହେବ ବର୍ଷା

ଭୁବନେଶ୍ବର: ପାଣିପାଗ ସଂପର୍କିତ ଏକ ବଡ ଖବର ପଦାକୁ ଆସିଛି। ତାହା ହେଲା ଯେ, ଓଡିଶାରେ ଦୁଇଦିନ ଧରି ବର୍ଷା ଲାଗି ରହିବ। ଏହାର କାରଣରେ କୁହାଯାଇଛି ଯେ, ରାଜ୍ୟକୁ ପୁଣି ଥରେ ପଶ୍ଚିମା ଝଡ ପ୍ରବେଶ କରୁଛି। ଏହା ପୁଣି ଆସନ୍ତା ୨୪ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ବୋଲି ପାଣିପାଗ ବିଭାଗ କହିଛି।

ଏହି ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା ୨୪  ତାରିଖ ଏବଂ ୨୫ ତାରିଖରେ ବର୍ଷା ହେବାର ସମ୍ଭାବନା ରହିଛି। କେବଳ ୨୫ ତାରିଖରେ ବିଜୁଳି ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏହାପରେ ପାଗ ଶୁଖିଲା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲିଠାରୁ ରାଜ୍ୟରେ ପ୍ରବଳ ବର୍ଷା, ଆଠଟା ଜିଲ୍ଲାରେ ହେବ କୁଆପଥର ମାଡ

ଭୁବନେଶ୍ବର: ରାଜ୍ୟରେ ପୁଣି ଆସନ୍ତାକାଲିଠାରୁ ବର୍ଷା ଆରମ୍ଭ ହେବ। ତେବେ ଏଥର ଆଠଟି ଜିଲ୍ଲାର ପ୍ରବଳ ବର୍ଷା ସହିତ କୁଆପଥର ମାଡ ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ଜିଲ୍ଲାଗୁଡିକୁ ୟଲୋ ୱାର୍ଣ୍ଣି ଜାରୀ କରିଛି ଭୁବନେଶ୍ବର ପାଣିପାଗ ବିଭାଗ। ଏହି ଜିଲ୍ଲାରେ ପ୍ରାୟ 6 ରୁ 11 ସେମି ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ଯେଉଁ ଆଠଟି ଜିଲ୍ଲାରେ ପ୍ରବଳ ବର୍ଷା ଆଉ କୂଆପଥର ପଡିବ ସେହି ଜିଲ୍ଲାଗୁଡିକ ହେଲା କନ୍ଧମାଳ, କଳାହାଣ୍ଡି, ରାୟଗଡା, ବୌଦ୍ଧ, ଗଞ୍ଜାମ, ଗଜପତି,ନୟାଗଡ ଏବଂ ଅନୁଗୁଳ ଜିଲ୍ଲା। ଏହି ଜିଲ୍ଲାଗୁଡିକରେ ଦୁଇ ତିନୋଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ସେହିପରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀର, ସମ୍ବଲପୁର, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, କଟକ ଏବଂ ସୋନପୁରରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଆସନ୍ତାକାଲି ସକାଳୁ ଏହି ବର୍ଷା ହେବ ବୋଲି ଜଣାପଡିଛି।

ସେହିପରି 15 ତାରିଖରେ ମଧ୍ୟ 18ଟି ଜିଲ୍ଲାର ମଧ୍ୟମ ଧରଣର ବର୍ଷା ହେବ ବୋଲି ସୂଚନା ଦିଆଯାଇଛି। ସେଗୁଡିକ ହେଲା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ନୟାଗଡ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୁରଭଂଜ, କନ୍ଧମାଳ, ରାୟଗଡା, କୋରାପୁଟ, ଢେଙ୍କାନାଳ ଏବଂ ମାଲକାନଗିରି ଜିଲ୍ଲା। ଏହି ଜିଲ୍ଲାଗୁଡିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି

ନିକଟରେ ଅଦିନିଆ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ପୁଣି ବର୍ଷା ହେବା ଯୋଗୁଁ ଫସଲ ନଷ୍ଟ ହେବାର ନିଶ୍ଚିତ ସମ୍ଭାବନା ରହିଛି। ଏପରିକି ଯେଉଁ ସ୍ଥାନରେ ପ୍ରବଳ ବର୍ଷାର ପ୍ରଭାବ ରହିଛି ସେଠାକାରା ସହରାଞ୍ଚଳ ଯାତାୟାତରେ ସମସ୍ୟା ମଧ୍ୟ ସୃଷ୍ଟି ହେବ ବୋଲି ଅନୁମାନ କରାଯାଇଛି।

(ଏଥିରେ ସଂଲଗ୍ନ ହୋଇଥିବା ଫଟୋଟି ସାଟେଲାଇଟରୁ ଉତ୍ତୋଳନ ହୋଇଥିବା ପାଣିପାଗ ସମ୍ବନ୍ଧୀୟ ଆଜି ସକାଳର ଚିତ୍ର, ଫଟୋ ସୌଜନ୍ୟ– ଭୁବନେଶ୍ବର ପାଣିପାଗ ବିଭାଗ)

Categories
ଆଜିର ଖବର ରାଜ୍ୟ ଖବର

ସୋମବାରରେ ଉତ୍ତର ଓଡିଶା ଅତିକ୍ରମ କରିବ ଲଘୁଚାପ, ଆହୁରି ଦୁଇଦିନ ଜାରି ରହିବ ବର୍ଷା ସହ ପବନ

ଭୁବନେଶ୍ବର: ଉତ୍ତରପଶ୍ଚିମ ବଙ୍ଗୋବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସୋମବାର ସକାଳେ ଉତ୍ତର ଓଡିଶା ଅତିକ୍ରମ କରିବ। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି। ବର୍ତ୍ତମାନ ଏହା ପୂର୍ବ- ପୂର୍ବଦକ୍ଷିଣ ଚାନ୍ଦବାଲିଠାରୁ 80 କିଲୋମିଟର ଦୂରରେ ରହିଛି। ସେହିପରି ପୂର୍ବ ପାରାଦ୍ବୀପଠାରୁ 70 କିଲୋମିଟର ଏବଂ ବାଲେଶ୍ବରର ଦକ୍ଷିଣ-ଦକ୍ଷିଣପୂର୍ବରୁ 140 କିଲୋମିଟର ଦୂରରେ ରହିଛି।
ଏହାର ପ୍ରଭାବରେ ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏଥିସହିତ ଘଣ୍ଟାକୁ  40 ରୁ 45 କିଲୋମିଟର ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି। ଏପରିକ ସମୟେ ସମୟେ ଏହାର ଗତି 65 କିଲୋମିଟରକୁ ବୃଦ୍ଧି ପାଇବ ବୋଲି କୁହାଯାଇଛି। ଆସନ୍ତ 14 ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀ ଭିତରକୁ ନ ଯିବା ପାଇଁ ସତର୍କ କରାଯାଇଛି।
Categories
ଆଜିର ଖବର ରାଜ୍ୟ ଖବର

ଆଗପଛ ହୋଇ ଆସୁଛି ଦୁଇଟି ଲଘୁଚାପ, ଆସନ୍ତାକାଲିଠାରୁ ବର୍ଷା ଆରମ୍ଭ

ଭୁବନେଶ୍ବର, ସେପ୍ଟମ୍ବର ମାସଟି ଓଡିଶା ପାଣିପାଗ ପାଇଁ ଶୁଭ ଖବର ନେଇ ଆସୁଛି। କାରଣ ହେଲା ଆଗପଛ ହୋଇ ଦୁଇଟି ଲଘୁ ଚାପ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି। ପାଣିପାଗ ବିଭାଗ ଅନୁସାରେ ଗୋଟିଏ ଲଘୁଚାପ 6 ତାରିଖରେ ସୃଷ୍ଟି ହେବାର ସମ୍ଭାବନା ରହିଛି। ସେହିପରି ଏହା ପଛେପଛେ 11 ତାରିଖରେ ଆଉ ଏକ ଲଘୁଚାପ ହେବ।

ଏହି ଦୁଇଟି ଲଘୁ ଚାପ ଫଳରେ ରାଜ୍ୟରେ ଲଗାତର ବର୍ଷା ଲାଗି ରହିବ। ଏହା ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ହାଲ୍‌କାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟରେ ୩ ତାରିଖଠାରୁ ୬ ତାରିଖ ଯାଏ ବର୍ଷାର ପରିମାଣ ଧୀରେଧୀ‌ରେ ବଢ଼ିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବଙ୍ଗୋବ ସାଗରରେ ସୃଷ୍ଟି ହେବ ଏକ ଲଘୁବଳୟ, ଆଠଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର, ବଙ୍ଗୋବ ସାଗରରେ ଏକ ଲଘୁବଳ ସୃଷ୍ଟି ହେବାକୁ ଯାଉଛି। ଏହା ଧିରେ ଧିରେ ଘନିଭୂତ ହୋଇ ଲଘୁଚାପର ରୂପ ନେଇ ପାରେ। ତେବେ ଏହି ଲଘୁବଳୟ ଫଳରେ ରାଜ୍ୟରେ ଆଠଟି ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ସେହି ଜିଲ୍ଲାଗୁଡିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଂଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ । ଏହି ଜିଲ୍ଲାଗୁଡ଼ିକରେ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି। ଏଠାରେ ପ୍ରବଳ ବର୍ଷା ସହିତ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅନୁଭବ ହେଲା ବାତ୍ୟାର ପୂର୍ବ ସଙ୍କେତ, ଆରମ୍ଭ ହେଲା ବିଭିନ୍ନ ସ୍ଥାନରେ ବର୍ଷା ସହିତ କୋହଲା ପବନ

ଭୁବନେଶ୍ବର, ଆଜି ମଧ୍ୟାହ୍ନରୁ ଭୁବନେଶ୍ବର କଟକ ସମେତ ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି। ମୁଖ୍ୟତଃ ଉପକୂଳବର୍ତ୍ତି ଜିଲ୍ଲାମାନଙ୍କରେ ଆଜି ମଧ୍ୟାହ୍ନରୁ କଳାହାଣ୍ଡିଆ ମେଘ ଆସି ଅନ୍ଧାର କରିଦେଇଛି। କିଛି ସମୟ ପରେ ବର୍ଷା ସହିତ କୋହଲା ପବନ ମଧ୍ୟ ପ୍ରବାହିତ ହେବାରେ ଲାଗିଛି।

ପାଣିପାଗ ବିଭାଗ ଅନୁସାରେ ଆଜି ଉପକୂଳ ଜିଲ୍ଲାର ସମସ୍ତ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ଏହା ହେଉଛି ବାତ୍ୟା ୟଶ୍ ଆସିବାର ପୂର୍ବ ସଙ୍କେତ। ଏଥିସହିତ ଏହି ଅଞ୍ଚଳରେ ପବନ ମଧ୍ୟ ପ୍ରବାହିତ ହେଉଛି। ତେବେ ଏହି ବର୍ଷା ଧିରେ ଧିରେ ପ୍ରବଳ ଆକାରକୁ ଧାରଣ କରିବ ବୋଲି ଅନୁମାନ କରାଯାଇଛି। ତେବେ ବାଲେଶ୍ବର ପାରାଦ୍ବୀପ ପ୍ରଭୃତି ସ୍ଥାନରେ ଏହି ବର୍ଷା ପ୍ରବଳ ହୋଇଥିବାର ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆସୁଛି ବାତ୍ୟା, 24 ଘଣ୍ଟା ମଧ୍ୟରେ ବଙ୍ଗୋପ ସାଗରରେ ହୋଇପାରେ ସୃଷ୍ଟି, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ବର, ଆସନ୍ତା 24 ଘଣ୍ଟା ମଧ୍ୟରେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇପାରେ ବାତ୍ୟା। ଏ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରୀ କରିଛି। ବିଭାଗର କହିବା ଅନୁସାରେ ବଙ୍ଗୋବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ତାହା ଲଘୁଚାପରେ ପରିଣତ ହୋଇ ଆହୁରି ଘନିଭୂତ ହେବାରେ ଲାଗିଛି। ଫଳରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଏହା ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ ବିଭାଗ ତାମିଲନାଡୁ ଏବଂ ପୁଡୁଚେରୀ ସରକାରଙ୍କୁ ସତର୍କ ରହିବା ପାଇଁ ସୂଚନା ଜାରୀ କରିଛି। ନାଭାଲ ସାମୁଦ୍ରିକ ବିଭାଗ ମଧ୍ୟ ଏ ନେଇ ସୂଚନା ଜାରୀ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ରାଜ୍ୟରେ ତିନିଦିନ ଧରି ହେବ ବର୍ଷା, ଷୋହଳଟି ଜିଲ୍ଲାକୁ ଜାରି ହେଲା ୱେଲୋ ୱାର୍ଣ୍ଣି

ଭୁବନେଶ୍ବର, ପୂର୍ବ ବିହାର ଏବଂ ପଶ୍ଚିମ ବଂଗର ବଙ୍ଗୋବ ସାଗରରେ ଏକ ବାତ୍ୟାବଳୟ ସୃଷ୍ଟି ହୋଇଥିବାରୁ ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାର ପ୍ରଭାବ ଆଜିଠାରୁ  ଅନୁଭୂତ ହେବ। ଫଳରେ ଓଡିଶାରେ 16 ଟି ଜିଲ୍ଲାରେ ୱେଲୋ ୱାର୍ଣ୍ଣି ଦିଆଯାଇଛି।

ସେହି ଜିଲ୍ଲାଗୁଡିକ ହେଲା ବାଲେଶ୍ବର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଗଜପତି, ଗଂଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ, ରାୟଗଡା, କନ୍ଧମାଳ, କେଉଁଝର, ମୟୁରଭଂଜ ଏବଂ କୋରାପୁଟ। ତେବେ 5ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଗୁଡିକ ହେଲା ଗଂଜାମ, ଗଜପତି, ପୁରୀ, ନୟାଗଡ ଏବଂ କନ୍ଧମାଳ।

ଏସବୁ ଦୃଷ୍ଟିରେ ରଖି ଏସଆରସି ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ଚିଠି ଲେଖି ଜଣାଇ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଗତକାଲିରୁ କଟକ ଭୁବନେଶ୍ବରରେ ପ୍ରବଳ ବର୍ଷୁଛି, ଏହି ଦୁଇ ସହରର କେଉଁଠି କେତେ ବର୍ଷା ହୋଇଛି ଜାଣନ୍ତୁ

ଭୁବନେଶ୍ବର, ଗତକାଲି ରାତିରୁ ଦ୍ବତ ନଗର କଟକ ଓ ଭୁବନେଶ୍ବରରେ ପ୍ରବଳ ବର୍ଷା ଲାଗି ରହିଛି। ଏଥିସହିତ ସୁ ସୁ ପବନ ମଧ୍ୟ ପ୍ରବାହିତ ହେବାରି ଲାଗିଛି। ବିଶେଷ କରି ଉତ୍ତର ବଙ୍ଗୋବ ସାଗରରେ ଲଘୁଚାପ ପାଇଁ ଏହି  ବର୍ଷା ଅନୁଭୂତ ହେଉଛି। ଏହିପରି ଆହୁରି ତିନିଦିନ ଧରି ବର୍ଷା ଲାଗିରହିବ ବୋଲି ଜଣାପଡିଛି। ତେବେ ପାଣିପାଗ ବିଭାଗ ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ଏହି ଦୁଇ ସହରର ବିଭିନ୍ନ ସ୍ଥାନରେ ଯେଉଁ ବର୍ଷା ହୋଇଛି ତାହା ହେଉଛି..

ଭୁବନେଶ୍ବର ଏୟାରପୋର୍ଟ- 91.6 ମିଲି ମିଟର

ଭୁବନେଶ୍ବର-94.0 ମିଲି ମିଟର

ଓୟୁଏଟି-92.0 ମିଲି ମିଟର

ରାଜଭବନ-69.0 ମିଲି ମିଟର

କଟକ ସିଟି- 77.8 ମିଲି ମିଟର

କଟକ-79.0 ମିଲି ମିଟର

ମୁଣ୍ଡୁଳି-71.0 ମିଲି ମିଟର

ତିଗିରିଆ-63.0 ମିଲି ମିଟର

 

Categories
ଆଜିର ଖବର ରାଜ୍ୟ ଖବର

ଉତ୍ତର ବଙ୍ଗୋପ ସାଗରରେ ଲଘୁଚାପ ବଳୟ, ଛଅ ତାରିଖ ପର୍ଯ୍ୟନ୍ତ ବର୍ଷା, ସାତୋଟି ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ବର, ଉତ୍ତର ବଙ୍ଗୋବ ସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଫଳରେ ଏହାର ପ୍ରଭାବରେ ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଏଥିସହିତ 3ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଣ୍ଟାକୁ 40ରୁ 50 କିମି ବେଗରେ ପବନ ପ୍ରବାହିତ ହେବ ବୋଲି ଜଣାପଡିଛି। ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି।

ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଏହି ଲଘୁଚାପ ବଳୟ ଯୋଗୁଁ ରାଜ୍ୟର ସାତୋଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସେଗୁଡିକ ହେଲା କଳାହାଣ୍ଡି, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଦେବଗଡ, କେନ୍ଦୁଝର ଏବଂ କଟକ। ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣି ଦିଆଯାଇଛି। ସେହିପରି ଆଉ ସାତୋଟି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବାରୁ ସେସବୁରେ ଅରେଂଜ ୱାର୍ଣ୍ଣି ଦିଆଯାଇଛି। ସେଗୁଡିକ ହେଲା ବାଲେଶ୍ବର, ଭଦ୍ରକ,ମୟୁରଭଂଜ, ଯାଜପୁର,ଅନୁଗୁଳ, ଢେଙ୍କାନାଳ ଏବଂ ବୈଦ୍ଧ।

ଏହି ଲଘୁଚାପ ବଳୟ ପୂର୍ବରୁ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇଯାଇଛି।