BREAKING: ଓଡିଶାର ପାଣିପାଗ ନେଇ ଆଜି ଆସିଲା ଏକ ବଡ ସୂଚନା

Published: Apr 30, 2022, 8:28 am IST

ଭୁବନେଶ୍ବର: ଆଜି ସକାଳୁ ପାଣିପାଗ ବିଭାଗ ତରଫରୁ ଆସିଛି ଏକ ବଡ ସୂଚନା। ସେହି ଅନୁସାରେ ଆସନ୍ତାକାଲିଠାରୁ ରାଜ୍ୟରେ ଦେଖାଦେବ କାଳବୈଶାଖୀ। ଆସନ୍ତା କାଲିଠାରୁ ୩ ଦିନ ଯାଏଁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। ବଙ୍ଗୋପସାଗର ମଧ୍ୟରୁ ଦକ୍ଷିଣ, ଦକ୍ଷିଣ ପୂର୍ବ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି ଜଳୀୟବାଷ୍ପ ପୁର୍ଣବାୟୁ। ଏହାର ପ୍ରଭାବରେ ଏହି କାଳ ବୈଶାଖୀ ସମ୍ଭାବନା ରହିଛି ବୋଲି କୁହାଯାଇଛି।

ଏହି କାଳବୈଶାଖୀ ପ୍ରଭାବରେ ୨ ରୁ ୩ ଦିନ ମଧ୍ୟରେ ୨ ଡ଼ିଗ୍ରୀ ଯାଏଁ ଓଡିଶାର ତାପମାତ୍ରା ଖସିବ ବୋଲି ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ଆସନ୍ତା ୪ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେଉଛି। ଏହାର ପ୍ରଭାବରେ ୫ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ରହିଛି। ତେବେ ଆଜି ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ପୂର୍ବପରି ଜାରୀ ରହିବାର ସମ୍ଭାବନା ଅଛି।

Related posts