BREAKING: ଆଜି ଦିନ ୧୧ ଟାରୁ ୩ ଟା ମଧ୍ୟରେ ଏହି ଜିଲ୍ଲାର ଲୋକେ ଯାତାୟତର ଦୂରେଇ ରହନ୍ତୁ

Published: Jun 9, 2022, 9:12 am IST

ଭୁବନେଶ୍ବର: ରାଜ୍ୟରେ ଗତ ତିନିଦିନ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରୀ ରହିଛି। ଫଳରେ ଦିନବେଳା ସାଧାରଣ ଜୀବନଯାତ୍ରା ବେଶ ପ୍ରଭାବିତ ହେଉଛି। ଗତକାଲି ଟିଟିଲାଗଡରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିଲା। ଏହି ସହରର ତାପମାତ୍ରା ୪୫.୨ ଡ଼ିଗ୍ରୀ ରହିଥିଲା। ସେହିପରି ୯ ସହରରେ ଦିନ ତାପମାତ୍ରା ୪୩ ଡ଼ିଗ୍ରୀ କିମ୍ବା ଅଧିକ ଥିଲା। ଅନ୍ୟପକ୍ଷରେ ରାଜ୍ୟର ୧୯ ସହର ରେ ତାପମାତ୍ରା ୪୦ ଡ଼ିଗ୍ରୀ କିମ୍ବା ଅଧିକ ଅନୁଭୂତ ହୋଇଥିଲା।

ସେହିପରି ଆଜି ମଧ୍ୟ ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହେବ। ପାଣିପାଗ ବିଭାଗ ଅନୁସାରେ ଆଜି ଆଠଟି ଜିଲ୍ଲାରେ ପ୍ରବଳ ଗରମ ଅନୁଭୂତ ହେବ। ସେଥିପାଇଁ ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା ସମ୍ବଲପୁର, ସୋନପୁର, ବରଗଡ, ବଲାଙ୍ଗୀର, ନୂଆପଡା, ବୌଦ୍ଧ, ଝାରସୁଗୁଡା, ଏବଂ କଳାହାଣ୍ଡି। ଏହି ଜିଲ୍ଲାର ଲୋକମାନେ ଦିନ ୧୧ ଟାରୁ ଦିନ ୩ ଟା ପର୍ଯ୍ୟନ୍ତ ସାଧାରଣ ଯାତାୟତରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି।

Related posts