Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଏଣିକି ପାଣିପାଗ ସଂପର୍କରେ ସୂଚନା ଦେବେ ଜଣେ ମହିଳା ମନୋରମା ମହାନ୍ତି, ଜାଣନ୍ତୁ ସେ କିଏ ?

ଭୁବନେଶ୍ବର: ଏଣିକି ପାଣିପାଗ ସଂପର୍କରେ ସୂଚନା ଦେବେ ଜଣେ ମହିଳା। ସେ ହେଉଛନ୍ତି ମନୋରମା ମହାନ୍ତି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ଭାବେ ମନୋରମା ମହାନ୍ତିଙ୍କ ବଦଳି ହୋଇଛି। ସେ ଏହା ପୂର୍ବରୁ ଅହମ୍ମଦାବାଦ ପାଣିପାଗ ବିଭାଗର ନିର୍ଦ୍ଦେଶିକା ଥିଲେ। ଭୁବନେଶ୍ବରରେ ଥିବା ଏଚ ଆର ବିଶ୍ବାସଙ୍କର କୋଲକାତା କେନ୍ଦ୍ରକୁ ବଦଳି ହୋଇଛି।

ମନୋରମା ହେଉଛନ୍ତି ଓଡିଆ ଝିଅ। ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ପାଶ କରିବା ପରେ ଭାରତୀୟ ପାଣିପାଗ ବିଭାଗରେ ଯୋଗଦେଇଥିଲେ। ସେ ପଦନ୍ନୋତି ପାଇ ଅହମ୍ମଦାବାଦ କେନ୍ଦ୍ରର ନିର୍ଦ୍ଦେଶିକା ଥିଲେ। ସେଠାରେ ସେ ଆରବ ସାଗରରେ ସୃଷ୍ଟି ହୋଇଥିବା ତାଉତେ ଏବଂ ବିପର୍ଯ୍ୟୟ ବାତ୍ୟା ସଂପର୍କରେ ଆଗୁଆ ସୂଚନା ଦେଇ ସରକାରଙ୍କ ଦ୍ବାରା ପ୍ରଶଂସିତ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପାଣିପାଗ ନେଇ ଆସିଲା ବଡ ଖବର, ପାଞ୍ଚ ଦିନ ପାଇଁ ଅସ୍ବାଭାବିକ ହେବ ପାଗ

ଭୁବନେଶ୍ବର: ପାଣିପାଗ ନେଇ ଆସିଲା ଏକ ବଡ ଖବର। ଆସନ୍ତା ପାଞ୍ଚଦିନ ପାଇଁ ଓଡିଶାର ପାଣିପାଗରେ ହେବ ଅସ୍ବାଭିକ ପରିବର୍ତ୍ତନ। ଏଥିସହିତ ତାପମାତ୍ରା ଆହୁରି ବୃଦ୍ଧି ପାଇବ। ଏ ନେଇ ଆଜି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି।

ଏଥିରେ ଆହୁରି କୁହାଯାଇଛି ଯେ, ଆଗାମୀ ୫ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାର କେତକ ସ୍ଥାନରେ ୪୦ ଡ଼ିଗ୍ରୀ କିମ୍ବା ଅଧିକ ତାପମାତ୍ରା ରେକର୍ଡ ସହ ଅସ୍ୱାଭାବିକ ପାଣିପାଗ ଅନୁଭୂତ ହେବାର ସମ୍ଭାବନା ରହିଛି। ଆସନ୍ତା ୧୩ ତାରିଖଠାରୁ ରାଜ୍ୟର ତାପମାତ୍ରା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

୨୪ ଘଣ୍ଟା ପାଇଁ ସତର୍କ ସୂଚନା: ୮ ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ଵର: ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହା ଭିତରେ ଆସନ୍ତା ୨୪ ଘଣ୍ଟା ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ୮ ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ହିଟୱେଭ ୱାର୍ଣ୍ଣିଂ ଜାରି କରିଛି। ସେହି ଜିଲ୍ଲାଗୁଡିକ ହେଲା- ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବୌଦ୍ଧ
ଝାରସୁଗୁଡ଼ା, ସୋନପୁର, ସମ୍ବଲପୁର ଓ ବଲାଙ୍ଗିର।

Categories
ଆଜିର ଖବର ରାଜ୍ୟ ଖବର

ଆଜି ୫ ଟି ଜିଲ୍ଲାରେ ହେବ ଘଡଘଡି ବିଜୁଳି ସହ ବର୍ଷା

ଭୁବନେଶ୍ବର: ଆସନ୍ତା  ଘଣ୍ଟା ମଧ୍ୟରେ ରାଜ୍ୟର ୫ ଟି ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ସହିତ ଘଡଘଡିବର୍ଷା ହେବ। ଏ ନେଇ ପାଣିପାଗ ବିଭାଗ ଏକ ଆଗୁଆ ସୂଚନା ପ୍ରଦାନ କରିଛି। ଯେଉଁ ଜିଲ୍ଲାଗୁଡିକ ପାଇଁ ସତର୍କ ସୂଚନା ଦିଆଯାଇଛି ସେଗୁଡିକ ହେଲା ଗଜପତି, ଗଂଜାମ, ନବରଙ୍ଗପୁର, କଳାହାଣ୍ଡି ଏବଂ ନୂଆପଡା।

ଗତ କିଛି ଦିନ ଧରି ରାଜ୍ୟରେ ବାରମ୍ବାର ପଶ୍ଚିମା ଝଡ ପ୍ରଭାବରେ ଝଡବର୍ଷା ଲାଗିରହିଛି।  ଏବେ ପୁଣି ସେହି ଝଡବର୍ଷା ଲାଗରହିବ ବୋଲି ପାଣିପାଗ ବିଭାଗ କହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜାରୀ ରହିଛି ଶୀତର ପ୍ରକୋପ, ଗତକାଲି ରାଜ୍ୟର ୬ ଟି ସହରର ତାପମାତ୍ରା ୧୨ ଡିଗ୍ରୀ ତଳେ

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ଚାଲିଛି ଶୀତର ଲହରୀ। ଗତି କିଛି ଦିନ ଧରି ରାଜ୍ୟର ତାପମାତ୍ର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଗତକାଲି ରାଜ୍ୟର ସହରର ତାପମାତ୍ର ୧୧ ଡିଗ୍ରୀ ତଳେ ରହିଥିଲା। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ଯେଉଁ ସବୁ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇଛି ସେଗୁଡିକ ହେଲା..

୧-ଶିମିଳିଗୁଡା(କୋରାପୁଟ) : ୭.୯ ଡ଼ିଗ୍ରୀ

୨-ଜି.ଉଦୟଗିରି (କନ୍ଧମାଳ): ୮.୬ ଡ଼ିଗ୍ରୀ

୩-ଦାରିଙ୍ଗବାଡି (କନ୍ଧମାଳ): ୧୧.୫ଡ଼ିଗ୍ରୀ

୪- କୋରାପୁଟ: ୧୦.୫ ଡ଼ିଗ୍ରୀ

୫-ଫୁଲବାଣୀ (କନ୍ଧମାଳ) : ୧୦.୫ ଡ଼ିଗ୍ରୀ 

୬- ଭବାନୀପାଟଣା (କଳାହାଣ୍ଡି): ୧୧.୮ ଡ଼ିଗ୍ରୀ

Categories
ବିଶେଷ ଖବର ରାଜ୍ୟ ଖବର

ଆସୁଛି ଲଘୁଚାପ, ହେବ ଝଡବର୍ଷା, ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଲଘୁଚାପରେ ପରିବର୍ତ୍ତନ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଫଳରେ ଏହାଦ୍ବାରା ରାଜ୍ୟରେ ଝଡବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି।

ବିଭାଗ କହିଛି ଯେ, ମୌସୁମୀ ର ସକ୍ରିୟତା ବୃଦ୍ଧି ଏବଂ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆସନ୍ତା ୭ ତାରିଖରୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ରେ ଝଡ-ବର୍ଷା ହେବ। ଏଥିସହିତ ଘଣ୍ଟା ପ୍ରତି ୪୫ ରୁ ୫୫ କିଲୋମିଟର ପବନ ପ୍ରବାହିତ ହେବାର ସମ୍ଭାବନା ରହିଛି। ସେଥିପାଇଁ ୭ ରୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଗଭୀର ସମୁଦ୍ର ଅଞ୍ଚଳକୁ ମତ୍ସ୍ୟଜୀବୀଙ୍କୁ ଯିବା ପାଇଁ ବାରଣ କରାଯାଇଛି।

ପାଣିପାଗ ବିଭାଗ ଆହୁରି କହିଛି ଯେ, ସାଧାରଣ ଅବସ୍ଥାନ ଠାରୁ ଦକ୍ଷିଣରେ ମୌସୁମୀ ନିମ୍ନ ଚାପ ରେଖାରେ ଥିବା ଯୋଗୁଁ ଆଜିଠୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସେହିପରି ଆସନ୍ତାକାଲି ୬ ତାରିଖରୁ ବର୍ଷାର ପରିମାଣ ବଢିବ। ୬ ରୁ ୧୦ ଯାଏଁ ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ଏବଂ  କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ବୋଲି କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲିଠାରୁ ରାଜ୍ୟରେ ଆରମ୍ଭ ହେବ ବର୍ଷା, ୭ ତାରଖରୁ ଅତି ପ୍ରବଳ

ଭୁବନେଶ୍ବର: ଆସନ୍ତାକାଲିଠାରୁ ରାଜ୍ୟରେ ଆରମ୍ଭ ହେବ ବର୍ଷା। କାରଣ ମୌସୁମୀ ବାୟୁ ତାହାର ସ୍ବାଭାବିକ ଅବସ୍ଥାକୁ ଫେରିଆସୁଛି। ଦକ୍ଷିଣ ମୁହାଁ ମୌସୁମୀ ନିମ୍ନ ଚାପ ରେଖା ଆଡକୁ ଆସି ସ୍ୱାଭାବିକ ଅବସ୍ଥାନ କୁ ଫେରୁଛି।

ଫଳରେ ୫ ଅଗଷ୍ଟ ରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ। ଏଥିରେ ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୬ ତାରିଖରେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବ। ଏଥିରେ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ପାଇଁ ଚେତାବନୀ ମଧ୍ୟ ଦିଆଯାଇଛି।

୭ ତାରଖରେ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ସେଥିପାଇଁ ୪ ଜିଲ୍ଲାକୁ ଅତି ପ୍ରବଳ ଏବଂ ୧୨ ଜିଲ୍ଲାକୁ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ଚେତାବନୀ ଜାରି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସୃଷ୍ଟି ହେଲା ଲଘୁ ଚାପ, ଏହାର ପ୍ରଭାବରେ କଣ ହେବ ସୂଚନା ଦେଲା ପାଣିପାଗ ବିଭାଗ

ଭୁବନେଶ୍ବର: ଆଜି ଉତ୍ତର ଓଡିଶା ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ମୁଖ୍ୟତଃ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୁର୍ଣ୍ଣି ବଳୟ ପ୍ରଭାବରେ ଏହି କ୍ଷେତ୍ର ସୃଷ୍ଟି ହୋଇଛି।

ଏହା ସହ ଜଡିତ ଘୁର୍ଣ୍ଣି ବଳୟ ବାୟୁମଣ୍ଡଳରେ ୫.୮ କିମି ଯାଏଁ ବ୍ୟାପିଛି ବୋଲି ଜଣାପଡିଛି। ଏହାର ପ୍ରଭାବରେ ଉତ୍ତର ଓଡିଶାରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ୭ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି। ରାଜ୍ୟରେ ଆଗାମୀ ୫ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ସମେତ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି।

ରାଜ୍ୟର ୨୦ ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଥିବା ବେଳେ ୭ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନୁଗୁଳ, ବୌଦ୍ଧ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼କୁ ସତର୍କତା ଜାରି କରାଯାଇଛି। ଉପକୂଳ ଓଡ଼ିଶା ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗିରହିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

BREAKING: ଆଜି ଦିନ ୧୧ ଟାରୁ ୩ ଟା ମଧ୍ୟରେ ଏହି ଜିଲ୍ଲାର ଲୋକେ ଯାତାୟତର ଦୂରେଇ ରହନ୍ତୁ

ଭୁବନେଶ୍ବର: ରାଜ୍ୟରେ ଗତ ତିନିଦିନ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରୀ ରହିଛି। ଫଳରେ ଦିନବେଳା ସାଧାରଣ ଜୀବନଯାତ୍ରା ବେଶ ପ୍ରଭାବିତ ହେଉଛି। ଗତକାଲି ଟିଟିଲାଗଡରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିଲା। ଏହି ସହରର ତାପମାତ୍ରା ୪୫.୨ ଡ଼ିଗ୍ରୀ ରହିଥିଲା। ସେହିପରି ୯ ସହରରେ ଦିନ ତାପମାତ୍ରା ୪୩ ଡ଼ିଗ୍ରୀ କିମ୍ବା ଅଧିକ ଥିଲା। ଅନ୍ୟପକ୍ଷରେ ରାଜ୍ୟର ୧୯ ସହର ରେ ତାପମାତ୍ରା ୪୦ ଡ଼ିଗ୍ରୀ କିମ୍ବା ଅଧିକ ଅନୁଭୂତ ହୋଇଥିଲା।

ସେହିପରି ଆଜି ମଧ୍ୟ ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହେବ। ପାଣିପାଗ ବିଭାଗ ଅନୁସାରେ ଆଜି ଆଠଟି ଜିଲ୍ଲାରେ ପ୍ରବଳ ଗରମ ଅନୁଭୂତ ହେବ। ସେଥିପାଇଁ ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା ସମ୍ବଲପୁର, ସୋନପୁର, ବରଗଡ, ବଲାଙ୍ଗୀର, ନୂଆପଡା, ବୌଦ୍ଧ, ଝାରସୁଗୁଡା, ଏବଂ କଳାହାଣ୍ଡି। ଏହି ଜିଲ୍ଲାର ଲୋକମାନେ ଦିନ ୧୧ ଟାରୁ ଦିନ ୩ ଟା ପର୍ଯ୍ୟନ୍ତ ସାଧାରଣ ଯାତାୟତରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

BREAKING: ପାଣିପାଗ ନେଇ ଆସିଲା ଖୁସି ଖବର, ୪ ମେ’ରେ ସୃଷ୍ଟି ହେବ ଏକ ଲଘୁଚାପ

ଭୁବନେଶ୍ବର: ଦୀର୍ଘ ଦିନ ଧରି ଓଡିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଫଳରେ ଜନଜୀବନ ବେଶ୍ ଅସ୍ତବ୍ୟସ୍ତ ହୋଇପଡିଛି। ଏହି ଭିତରେ ଆସିଛି ଏକ ଖୁସି ଖବର। ତାହା ହେଲା ଯେ, ଖୁବ ଶିଘ୍ର ଆସୁଛି ଏକ ଲଘୁଚାପ। ଏ ନେଇ ସୂଚନା ଦେଇଛି ଭୁବନେଶ୍ବର ପାଣିପାଗ ବିଭାଗ।

ସୂଚନା ଅନୁସାରେ ଆସନ୍ତା ୪ ମେ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଏହି ଲଘୁଚାପ ସୃଷ୍ଟି ହେବାର ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବ ବୋଲି ପାଣିପାଗ ବିଭାଗ କହିଛି। ଏହାଦ୍ବାରା ରାଜ୍ୟର ପାଗରେ ପରିବର୍ତ୍ତନ ହେବ ବୋଲି ଅନୁମାନ କରାଯାଉଛି।

Categories
ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲିଠାରୁ ରାଜ୍ୟରେ ପ୍ରବଳ ବର୍ଷା, ଆଠଟା ଜିଲ୍ଲାରେ ହେବ କୁଆପଥର ମାଡ

ଭୁବନେଶ୍ବର: ରାଜ୍ୟରେ ପୁଣି ଆସନ୍ତାକାଲିଠାରୁ ବର୍ଷା ଆରମ୍ଭ ହେବ। ତେବେ ଏଥର ଆଠଟି ଜିଲ୍ଲାର ପ୍ରବଳ ବର୍ଷା ସହିତ କୁଆପଥର ମାଡ ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ଜିଲ୍ଲାଗୁଡିକୁ ୟଲୋ ୱାର୍ଣ୍ଣି ଜାରୀ କରିଛି ଭୁବନେଶ୍ବର ପାଣିପାଗ ବିଭାଗ। ଏହି ଜିଲ୍ଲାରେ ପ୍ରାୟ 6 ରୁ 11 ସେମି ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ଯେଉଁ ଆଠଟି ଜିଲ୍ଲାରେ ପ୍ରବଳ ବର୍ଷା ଆଉ କୂଆପଥର ପଡିବ ସେହି ଜିଲ୍ଲାଗୁଡିକ ହେଲା କନ୍ଧମାଳ, କଳାହାଣ୍ଡି, ରାୟଗଡା, ବୌଦ୍ଧ, ଗଞ୍ଜାମ, ଗଜପତି,ନୟାଗଡ ଏବଂ ଅନୁଗୁଳ ଜିଲ୍ଲା। ଏହି ଜିଲ୍ଲାଗୁଡିକରେ ଦୁଇ ତିନୋଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ସେହିପରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀର, ସମ୍ବଲପୁର, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, କଟକ ଏବଂ ସୋନପୁରରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଆସନ୍ତାକାଲି ସକାଳୁ ଏହି ବର୍ଷା ହେବ ବୋଲି ଜଣାପଡିଛି।

ସେହିପରି 15 ତାରିଖରେ ମଧ୍ୟ 18ଟି ଜିଲ୍ଲାର ମଧ୍ୟମ ଧରଣର ବର୍ଷା ହେବ ବୋଲି ସୂଚନା ଦିଆଯାଇଛି। ସେଗୁଡିକ ହେଲା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ନୟାଗଡ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୁରଭଂଜ, କନ୍ଧମାଳ, ରାୟଗଡା, କୋରାପୁଟ, ଢେଙ୍କାନାଳ ଏବଂ ମାଲକାନଗିରି ଜିଲ୍ଲା। ଏହି ଜିଲ୍ଲାଗୁଡିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି

ନିକଟରେ ଅଦିନିଆ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ପୁଣି ବର୍ଷା ହେବା ଯୋଗୁଁ ଫସଲ ନଷ୍ଟ ହେବାର ନିଶ୍ଚିତ ସମ୍ଭାବନା ରହିଛି। ଏପରିକି ଯେଉଁ ସ୍ଥାନରେ ପ୍ରବଳ ବର୍ଷାର ପ୍ରଭାବ ରହିଛି ସେଠାକାରା ସହରାଞ୍ଚଳ ଯାତାୟାତରେ ସମସ୍ୟା ମଧ୍ୟ ସୃଷ୍ଟି ହେବ ବୋଲି ଅନୁମାନ କରାଯାଇଛି।

(ଏଥିରେ ସଂଲଗ୍ନ ହୋଇଥିବା ଫଟୋଟି ସାଟେଲାଇଟରୁ ଉତ୍ତୋଳନ ହୋଇଥିବା ପାଣିପାଗ ସମ୍ବନ୍ଧୀୟ ଆଜି ସକାଳର ଚିତ୍ର, ଫଟୋ ସୌଜନ୍ୟ– ଭୁବନେଶ୍ବର ପାଣିପାଗ ବିଭାଗ)

Categories
ଆଜିର ଖବର ରାଜ୍ୟ ଖବର

ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ, ପ୍ରଭାବରେ ଏହି ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହି ଘୂର୍ଣ୍ଣିବଳୟ ବଙ୍ଗୋପସାଗରର ପୂର୍ବ ମଧ୍ୟମ ବାଂଲାଦେଶ-ମିଆଁମାର ଅଞ୍ଚଳରେ ସକ୍ରିୟ ରହିଛି। ପରେ ଏହା ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବା ନେଇ ଅନୁମାନ କରାଯାଉଛି।

ତେଣୁ ଏହାର ପ୍ରଭାବରେ ଆସାନ୍ତାକାଲି ଏବଂ ୩୦ ତାରିଖରେ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ବାଲେଶ୍ଵର, ଭଦ୍ରକ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ରାଜ୍ୟର ୬ ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟରେ ବଡ ଧରଣର ବର୍ଷା ହେବା ସମ୍ଭାବନା ରହିଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୬ ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି। କୋରାପୁଟ, ଗଜପତି, କଳାହାଣ୍ଡି, ଗଞ୍ଜାମ, କନ୍ଧମାଳ ଏବଂ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।

ସେହିପରି ୭ ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ମୟୂରଭଞ୍ଜ, ଜଗତସିଂହପୁର, କଟକ, ଖୋର୍ଦ୍ଧା, ରାୟଗଡା, ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆସନ୍ତାକାଲି ସକାଳ ୮ ଟା ୩୦ ମିନିଟରୁ ବୁଧବାର ସକାଳ ୮ ଟା ୩୦ ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାଗୁଡିକରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା: ରାଜ୍ୟରେ ୨୦ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ବର: ରାଜ୍ୟରେ ୨୦ ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ଆସନ୍ତାକାଲି ସକାଳ ୮ ତା ୩୦ ଯାଏଁ ୨୦ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଦିଆଯାଇଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଦ୍ଵାରା ୨୦ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଯାଜପୁର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ଵର, କେନ୍ଦୁଝର, ମୟୂରଭଞ୍ଜ ଏବଂ ସୁନ୍ଦରଗଡ ଜିଲ୍ଲାକୁ ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରାଯାଇଛି।

ସେହିଭଳି ଆସନ୍ତାକାଲି ସକାଳ ୮ ଟା ୩୦ ମିନିଟ ଠାରୁ ୨୮ ତାରିଖ ସକାଳ ୮ ଟା ୩୦ ଯାଏଁ ୧୭ ଟି ଜିଲ୍ଲାରେ ବଜ୍ରପାତ ନେଇ ସତର୍କ କରାଯାଇଛି। ମାଲକାନାଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ଵର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବଜ୍ରପାତ ନେଇ ଅନୁମାନ କରାଯାଇଛି।

ତେବେ ୩୦ ତାରିଖ ସକଳ ୮ ଟା୩୦ ମିନିଟରୁ ୧ ତାରିଖ ସକାଳ ୮ ଟା ୩୦ ଯାଏଁ ୩ ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆଶଙ୍କା କରାଯାଇଛି। ଭଦ୍ରକ, ବାଲେଶ୍ଵର ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର ପକ୍ଷରୁ ଆକଳନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅନୁଭବ ହେଲା ବାତ୍ୟାର ପୂର୍ବ ସଙ୍କେତ, ଆରମ୍ଭ ହେଲା ବିଭିନ୍ନ ସ୍ଥାନରେ ବର୍ଷା ସହିତ କୋହଲା ପବନ

ଭୁବନେଶ୍ବର, ଆଜି ମଧ୍ୟାହ୍ନରୁ ଭୁବନେଶ୍ବର କଟକ ସମେତ ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି। ମୁଖ୍ୟତଃ ଉପକୂଳବର୍ତ୍ତି ଜିଲ୍ଲାମାନଙ୍କରେ ଆଜି ମଧ୍ୟାହ୍ନରୁ କଳାହାଣ୍ଡିଆ ମେଘ ଆସି ଅନ୍ଧାର କରିଦେଇଛି। କିଛି ସମୟ ପରେ ବର୍ଷା ସହିତ କୋହଲା ପବନ ମଧ୍ୟ ପ୍ରବାହିତ ହେବାରେ ଲାଗିଛି।

ପାଣିପାଗ ବିଭାଗ ଅନୁସାରେ ଆଜି ଉପକୂଳ ଜିଲ୍ଲାର ସମସ୍ତ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ଏହା ହେଉଛି ବାତ୍ୟା ୟଶ୍ ଆସିବାର ପୂର୍ବ ସଙ୍କେତ। ଏଥିସହିତ ଏହି ଅଞ୍ଚଳରେ ପବନ ମଧ୍ୟ ପ୍ରବାହିତ ହେଉଛି। ତେବେ ଏହି ବର୍ଷା ଧିରେ ଧିରେ ପ୍ରବଳ ଆକାରକୁ ଧାରଣ କରିବ ବୋଲି ଅନୁମାନ କରାଯାଇଛି। ତେବେ ବାଲେଶ୍ବର ପାରାଦ୍ବୀପ ପ୍ରଭୃତି ସ୍ଥାନରେ ଏହି ବର୍ଷା ପ୍ରବଳ ହୋଇଥିବାର ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଗାମୀ ୨୪ ଘଣ୍ଟାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା: ୮ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ୮ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ସୁନ୍ଦରଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ କୁଆପଥର ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏନେଇ ସତର୍କ ସୂଚନା ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ୧୧ ଯାଏଁ ଏହି ଜିଲ୍ଲାରେ ହେବ ଝଡବର୍ଷା ସହ ବଜ୍ରପାତ: ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଆସନ୍ତା ୧୧ ତାରିଖ ଯାଏଁ ରାଜ୍ୟର ଅନେକ ଜିଲ୍ଲାରେ ଝଡବର୍ଷା ସହ ବଜ୍ରପାତ ନେଇ ଆଶଙ୍କା କରାଯାଇଛି। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏନେଇ ଅନୁମାନ କରିଛି। ତେବେ ଏହାକୁ ଦେଖି ପ୍ରଭାବିତ ଜିଲ୍ଲାଗୁଡିକ ପାଇଁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏସଆରସି ସତର୍କ କରିଛନ୍ତି।

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଏହି ଜିଲ୍ଲାଗୁଡିକରେ ଆସନ୍ତାକାଲି ସକାଳ ୮:୩୦ ପର୍ଯ୍ୟନ୍ତ ଝଡବର୍ଷା ସହ ବଜ୍ରପାତ ହେବ ବୋଲି ଅନୁମାନ କରାଯାଇଛି। ଏହି ସମୟରେ ଉକ୍ତ ଜିଲ୍ଲାଗୁଡିକରେ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ନେଇ ମଧ୍ୟ ଆଶଙ୍କା କରାଯାଇଛି।

କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଅନୁଗୁଳ, ଦେବଗଡ଼, କଟକ, ଭଦ୍ରକ, ବାଲେଶ୍ୱର, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଜିଲ୍ଲାକୁ ୮ ତାରିଖରୁ ୯ ତାରିଖ ସକାଳ ୮ଟା ୩୦ ଯାଏଁ ସତର୍କ ସୂଚନା ଦିଆଯାଇଛି। ଏହି ଜିଲ୍ଲାଗୁଡିକରେ ଝଡବର୍ଷା ସହ ବଜ୍ରପାତ ହେବା ନେଇ ଆଶଙ୍କା କରାଯାଇଥିବେଳେ ଏହି ସମୟରେ ପବନର ବେଗ ୪୦ ରୁ ୫୦ କିଲୋମିଟର ରହିବ ବୋଲି ଅନୁମାନ କରାଯାଇଛି ଏବଂ ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ କୁଆପଥର ବର୍ଷା ନେଇ ସତର୍କ କରାଯାଇଛି।

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ବୌଦ୍ଧ, ସୋନପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜରେ ୯ ତାରିଖରୁ ୧୦ ତାରିଖ ସକାଳ ୮ଟା ୩୦ ଯାଏଁ କାଳବୈଶାଖୀ ସମ୍ଭାବନା ରହିଛି। କନ୍ଧମାଳ, ବୌଦ୍ଧ, ସୋନପୁର ଓ ଅନୁଗୁଳ ଜିଲ୍ଲାରେ କୁଆପଥର ବର୍ଷା ହୋଇପାରେ। ଏହି ସମୟରେ ଘଣ୍ଟାପ୍ରତି ପବନ ୩୦ରୁ ୪୦ କିମି ବେଗରେ ବହିପାରେ।

ସେହିଭଳି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର, ଗଞ୍ଜାମ, କନ୍ଧମାଳ, ନୂଆପଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର ଓ ଭଦ୍ରକ ଜିଲ୍ଲାକୁ ୧୦ ତାରିଖରୁ ୧୧ ସକାଳ ୮ଟା ୩୦ ଯାଏଁ ଝଡବର୍ଷା ସହ ବଜ୍ରପାତ ନେଇ ସତର୍କ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ୭ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା: ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ

ଭୁବନେଶ୍ୱର: ରାଜ୍ୟରେ ୭ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି। ଆଜି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନୁଗୁଳ, ବରଗଡ, ଦେଓଗଡ, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ଏବଂ ସୁନ୍ଦରଗଡରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି। ତେବେ ବର୍ଷା ସମୟରେ ବଜ୍ରପାତରୁ ରକ୍ଷା ପାଇବା ପାଇଁ ନିରାପଦ ସ୍ଥାନରେ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।