ସୃଷ୍ଟି ହେଲା ସକ୍ରିୟ ଘୁର୍ଣ୍ଣିବଳୟ, ଏହାର ପ୍ରଭାବରେ ପାଗ ମେଘୁଆ ସହିତ ଲାଗି ରହିବ ବର୍ଷା

Published: May 22, 2022, 12:11 pm IST

ଭୁବନେଶ୍ବର: ଉପକୂଳବର୍ତ୍ତି ଓଡିଶା ଏବଂ ଏହାର ପାର୍ଶ୍ବବର୍ତ୍ତି ଅଞ୍ଚଳରେ 2.1 କିଲୋମିଟର ଉଚ୍ଚତା ଯାଏଁ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହି ଘୁର୍ଣ୍ଣିବଳୟ ବେଶ ସକ୍ରିୟ ରହିଛି ବୋଲି ପାଣିପାଗ ବିଭାଗ କହିଛି। ଫଳରେ ଏହାର ପ୍ରଭାବରେ ଉପକୂଳ ଓଡିଶା ଏବଂ ଏହାର ପାର୍ଶ୍ବବର୍ତ୍ତି ଅଞ୍ଚଳର ପାଗ ମେଘୁଆ ରହିବ। ସ୍ଥାନେ ସ୍ଥାନେ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି ବୋଲି ପାଣିପାଗ ବିଭାଗ କହିଛି।

ତେବେ ପାଣିପାଗ ବିଭାଗ ଅନୁସାରେ ରାଜ୍ୟରେ କେତେକ ସ୍ଥାନରେ କୈଳବୈଶାଖୀର ମଧ୍ୟ ସମ୍ଭାବନା ରହିଛି। ଗତକାଲି କେତେକ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ଆଜି ମଧ୍ୟ କେତେକ ସ୍ଥାନରେ ଏହାର ପ୍ରଭାବ ରହିବ ବୋଲି କୁହାଯାଇଛି। ଏହା ଦ୍ବାରା ବର୍ଷା ପବନ ସହିତ ଘଡଘଡି ବିଜୁଳି ପ୍ରକୋପ ଜାରୀ ରହିବ।

Related posts