BREAKING: ସୃଷ୍ଟି ହେଲା ଲଘୁଚାପ ବଳୟ, ସାତୋଟି ଜିଲ୍ଲାରେ ହେବ ପ୍ରବଳ ବର୍ଷା

Published: Jul 9, 2022, 4:40 pm IST

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧିରେଧିରେ ସକ୍ରିୟା ହେବାରେ ଲାଗିଛି। ଏହାର ପ୍ରଭାବରେ ଓଡିଶା ଏବଂ ପାଶ୍ବବର୍ତ୍ତି ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏହା ମୁଖ୍ୟ ସମୁଦ୍ରରୁ ସାତ କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି। ଏହା ଫଳରେ ରାଜ୍ୟର ସାତୋଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ପ୍ରଦାନ କରାଯାଇଛି।

ଯେଉଁ ଜିଲ୍ଲାଗୁଡିକୁ ଏହି ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ସେଗୁଡିକ ହେଲା, କନ୍ଧମାଳ, ନବରଂଗପୁର, ନୂଆପଡା, କୋରାପୁଟ, ରାୟଗଡା, ମାଲକାନାଗିରି ଏବଂ ବରଗଡ। ଏହି ଜିଲ୍ଲାଗୁଡିକରେ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଏଗାର ଜିଲ୍ଲାକୁ ୟଲୋ ୱାର୍ଣ୍ଣି ଜାରୀ କରିଯାଇଛି। ସେଗୁଡିକ ହେଲା ବଲାଙ୍ଗୀର, ଗଜପତି, ମୟୁରଭଂଜ, କେଉଁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ସମ୍ବଲପୁର, ସୋନପୁର, ବୈଦ୍ଧ ଏବଂ କନ୍ଧମାଳ।

Related posts