Categories
ଆଜିର ଖବର ରାଜ୍ୟ ଖବର

ପାଣିପାଗ ନେଇ ଆସିଲା ନୂଆ ସୂଚନା, ଆସୁଛି ପଶ୍ଚିମା-ଝଡ !!!

ଭୁବନେଶ୍ବର: ପାଣିପାଗ ନେଇ ଆସିଛି ଏକ ବଡ ସୂଚନା। ତାହା ହେଲା ବର୍ତ୍ତମାନର ପାଣିପାଗ ସ୍ଥିତି ଅନୁସାରେ ଓଡିଶାର ପ୍ରବେଶ କରୁଛି ପଶ୍ଚିମା ଝଡ। ଏହାଦ୍ବାରା ୧୭ ତାରିଖ ବେଳକୁ ରାଜ୍ୟର ନଅଟି ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି।

ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ ଏବଂ ଢେଙ୍କାନାଳ ଜିଲ୍ଲା। ଏଥିସହିତ ଆଉ କେତକ ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ: ଜାଣନ୍ତୁ କିପରି ରହିବ ପାଣିପାଗ

ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଆଜି ଠାରୁ ଆରମ୍ଭ ହେବ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ଚଟଗାଓଁର ଜହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ଖେଳାଯିବ। ଏଥି ସହିତ ଭାରତୀୟ ସମୟ ଅନୁଯାୟୀ ଏହି ମ୍ୟାଚ୍ ସକାଳ ୯ ଟାରୁ ଆରମ୍ଭ ହେବ। ବାସ୍ତବରେ, ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଦୃଷ୍ଟିରୁ ଟିମ୍ ଇଣ୍ଡିଆ ପାଇଁ ଏହି ଟେଷ୍ଟ ସିରିଜ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟତୀତ ଭାରତୀୟ ଦଳ ଜସପ୍ରୀତ ବୁମ୍ରା ଏବଂ ରବିନ୍ଦ୍ର ଜାଡେଜାଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ବିନା ପଡ଼ିଆକୁ ଓହ୍ଳାଇବ। ଭାରତୀୟ ଦଳର ନେତୃତ୍ଵ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲଙ୍କ ହାତରେ ରହିବ।

ମ୍ୟାଚ୍ ସମୟରେ ବର୍ଷା ହେବ କି?:

ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ଜହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ଖେଳାଯିବ। ପାଣିପାଗ ବିଭାଗ ଅନୁଯାୟୀ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ବର୍ଷା ହେବାର ସମ୍ଭାବନା ନାହିଁ। ଏହା ବ୍ୟତୀତ ମ୍ୟାଚର ଦ୍ୱିତୀୟ ଏବଂ ତୃତୀୟ ଦିନରେ ଅର୍ଥାତ୍ ୧୫ ଏବଂ ୧୬ ତାରିଖରେ ପାଗ ସଫା ରହିବ। ପ୍ରଥମ ଟେଷ୍ଟର ଚତୁର୍ଥ ଏବଂ ପଞ୍ଚମ ଦିନରେ ମେଘୁଆ ରହିବ, କିନ୍ତୁ ବର୍ଷା ହେବାର ସମ୍ଭାବନା ବହୁତ କମ୍ ଅଟେ। ଏହିପରି, ଭାରତ ଏବଂ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ସମୟରେ ବର୍ଷା ଭିଲେନ୍ ହେବାର ସମ୍ଭାବନା ନାହିଁ। କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏହା ଏକ ଖୁସି ଖବର ଯେ ଦୁଇ ଦଳ ମଧ୍ୟରେ ହେବାକୁ ଥିବା ଟେଷ୍ଟ ମ୍ୟାଚ୍ ବିନା ବାଧାରେ ସମ୍ପୂର୍ଣ୍ଣ ଭାବେ ଖେଳାଯିବ।

ଚେତେଶ୍ୱର ପୂଜାରା ଟିମ୍ ଇଣ୍ଡିଆର ଉପ-ଅଧିନାୟକ ହେବେ:

ଏଥି ସହ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଚେତେଶ୍ୱର ପୂଜାରାଙ୍କୁ ଉପ-ଅଧିନାୟକ କରାଯାଇଛି। ପୂର୍ବତନ ଭାରତୀୟ ଖେଳାଳି ମହମ୍ମଦ କୈଫ ଚେତେଶ୍ୱର ପୂଜାରାଙ୍କୁ ଉପ-ଅଧିନାୟକ କରିଥିବାରୁ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ, ଆଶ୍ଚର୍ଯ୍ୟଜନକ ଯେ ପୂଜାରାଙ୍କୁ ଉପ-ଅଧିନାୟକ କରାଯାଇଛି। ଉପ-ଅଧିନାୟକ ଥିବାବେଳେ ପନ୍ତ ଶେଷ ଥର ପାଇଁ ଟେଷ୍ଟରେ ଏକ ଶତକ ହାସଲ କରିଥିଲେ। ଚୟନକର୍ତ୍ତାମାନେ ଖେଳାଳିଙ୍କୁ ସଠିକ୍ ବ୍ୟବହାର କରୁନାହାଁନ୍ତି।

ଉଲ୍ଲେଖନୀୟ କଥା ହେଉଛି, ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଭିମନ୍ୟୁ ଈଶ୍ଵରନ୍‌ଙ୍କୁ ରୋହିତ ଶର୍ମାଙ୍କ ସ୍ଥାନରେ ଦଳରେ ସାମିଲ କରାଯାଇଛି। ଏହା ବ୍ୟତୀତ ୟୁପିର ସୌରଭ କୁମାର, ନବଦୀପ ସାଇନି ଏବଂ ଜୟଦେବ ଉନାଦକଟଙ୍କୁ ଦଳରେ ସୁଯୋଗ ମିଳିଛି। ୨୦୧୦ ରେ ଉନାଦକଟ୍ ତାଙ୍କର ପ୍ରଥମ ଏବଂ ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ଦୀର୍ଘ ୧୨ ବର୍ଷର ବ୍ୟବଧାନ ପରେ ସେ ଦଳରେ ସ୍ଥାନ ପାଇଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଭାରତ-ବାଂଲାଦେଶ ଦ୍ଵିତୀୟ ଦିନିକିଆରେ ଭିଲେନ୍ ହେବ କି ବର୍ଷା?, ଜାଣନ୍ତୁ ମ୍ୟାଚ୍ ପୂର୍ବରୁ କିପରି ରହିବ ପାଗ

ନୂଆଦିଲ୍ଲୀ: ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯିବ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ଶେର-ଇ-ବଙ୍ଗଳା ଷ୍ଟାଡିୟମରେ ଖେଳାଯିବ। ଏହି ସିରିଜର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ ଟିମ୍‌ ଇଣ୍ଡିଆକୁ ୧ ୱିକେଟ୍‌ରେ ପରାସ୍ତ କରିଛି। ଏଭଳି ପରିସ୍ଥିତିରେ ଦ୍ୱିତୀୟ ଦିନିକିଆ ଟିମ୍ ଇଣ୍ଡିଆ ପାଇଁ କର କିମ୍ବା ମର ମ୍ୟାଚ୍ ହେବ। ବାସ୍ତବରେ ଯଦି ଭାରତ ଏହି ମ୍ୟାଚ୍ ହାରିଯାଏ, ତେବେ ବାଂଲାଦେଶ ଦିନିକିଆ ସିରିଜ୍ ଜିତି ଇତିହାସ ରଚିବ। ଏହି ମ୍ୟାଚ୍ ପୂର୍ବରୁ ମଧ୍ୟ ପ୍ରଶ୍ନ ଉଠିଛି ଯେ, ବର୍ଷା ଏହି ମ୍ୟାଚରେ ଭିଲେନ୍ ହୋଇ ଛିଡା ନହେଉ। ତେବେ ଆସନ୍ତୁ ଜାଣିବା ଆଜିର ମ୍ୟାଚ୍ ସମୟରେ ଢାକାରେ ପାଗ କିପରି ରହିବ?

ପାଣିପାଗ କିପରି ରହିବ?:

ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଡିସେମ୍ବର ୭ ତାରିଖରେ ଖେଳାଯିବ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ଢାକାସ୍ଥିତ ଶେର-ଇ-ବଙ୍ଗଳା ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ପୂର୍ବରୁ ପାଣିପାଗ ବିଭାଗ ପ୍ରଶଂସକଙ୍କୁ ବହୁତ ଖୁସି ଖବର ଦେଇଛି। ବାସ୍ତବରେ ପାଣିପାଗ ବିଭାଗ କହିଛି ଯେ, ମ୍ୟାଚ୍ ସମୟରେ ଢକାରେ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ। ଅନ୍ୟପକ୍ଷରେ, ବୁଧବାର ଦିନ ଏଠାରେ ତାପମାତ୍ରା ପ୍ରାୟ ୨୯ ଡିଗ୍ରୀ ହୋଇପାରେ। ଯାହା କି କ୍ରିକେଟ୍ ପାଇଁ ଏହା ଠିକ୍ ତାପମାତ୍ରା।

ଭାରତୀୟ ଦଳର ସମ୍ଭାବ୍ୟ ଖେଳାଳି ଏକାଦଶ:

ରୋହିତ ଶର୍ମା (କ୍ୟାପଟେନ), ଶିଖର ଧାୱନ, ବିରାଟ କୋହଲି, ଲୋକେଶ ରାହୁଲ (ୱିକେଟ୍ କିପର), ଶ୍ରେୟସ୍ ଆୟର, ୱାଶିଂଟନ୍ ସୁନ୍ଦର, ଦୀପକ ଚହର, ଅକ୍ସର ପଟେଲ, ମହମ୍ମଦ ସିରାଜ, କୁଲଦୀପ ସେନ୍, ଉମରନ୍ ମଲିକ୍।

ବାଂଲାଦେଶର ସମ୍ଭାବ୍ୟ ଖେଳାଳି ଏକାଦଶ:

ଲିଟନ୍ ଦାସ (କ୍ୟାପଟେନ୍, ୱିକେଟ୍ ରକ୍ଷକ), ନଜମୁଲ ହୁସେନ୍ ଶାନ୍ତି, ୟାସିର ଅଲି, ଆସିଫ୍ ହୋସେନ୍, ମହମୁଦୁଲ୍ଲା ରିୟାଦ, ମେହଦି ହାସନ ମିରାଜ, ଶାକିବ ଅଲ ହାସନ, ମୁସ୍ତାଫିଜୁର ରହମାନ, ନାମସ୍ ଅହମ୍ମଦ, ଇବାଦତ ହୋସେନ।

କେବେ ଏବଂ କେଉଁଠାରେ ମ୍ୟାଚ୍ ଖେଳାଯିବ?

ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଦିନିକିଆ ଢାକାସ୍ଥିତ ଶେରେ ବଙ୍ଗଳା ଜାତୀୟ ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ସମୟ ଅନୁଯାୟୀ, ଏହି ମ୍ୟାଚ୍ ସକାଳ ୧୧.୩୦ ରେ ଆରମ୍ଭ ହେବ। ଏହି ମ୍ୟାଚ୍ ସୋନି ସ୍ପୋର୍ଟସ୍ ନେଟୱାର୍କ ମାଧ୍ୟମରେ ଭାରତର ଟିଭିରେ ସିଧା ପ୍ରସାରଣ ହେବ। ଏଥି ସହିତ ସୋନି ଲାଇଭ ଆପରେ ମ୍ୟାଚଟି ସିଧା ପ୍ରସାରଣ ହେବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

BREAKING: ପାଣିପାଗ ନେଇ ଆସିଲା ବଡ ଖବର, ଆସୁଛି ବାତ୍ୟା ‘ମାନଡ୍ୟୁସ’

ଭୁବନେଶ୍ବର: ପାଣିପାଗ ନେଇ ଆସିଛି ଏକ ବଡ ଖବର। ତାହା ହେଲା ଯେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ ଏବେ ଲଘୁଚାପ ସୃଷ୍ଟି ହୋଇଛି। ଏହା ଧିରେ ଧିରେ ଶକ୍ତିଶାଳି ହେବାରେ ଲାଗିଛି। ଫଳରେ ବର୍ତ୍ତମାନ ବଙ୍ଗୋପସାଗରରେ ଏହା ଲଘୁଚାପ ଭାବେ ଘୁରି ବୁଳୁଛି। ତେବେ ଆସନ୍ତାକାଲି ଏହା ତୀବ୍ର ରୂପ ନେବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି।

ସୁତ୍ର ଅନୁସାରେ ଏହି ଲଘୁଚାପ ଆସନ୍ତାକାଲି ଅବପାତ ରୂପ ନେବ ଏହାପରେ ତାହା ତାମିଲନାଡୁ ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ର ଆଡକୁ ଗତି କରିବ ବୋଲି କୁହାଯାଉଛି। ଏହା ଧିରେଧିରେ ଆହୁରି ଶକ୍ତିଶାଳୀ ହୋଇ ବାତ୍ୟାରେ ପରିଣତ ହେବ ବୋଲି ଅନୁମାନ କରାଯାଉଛି। ଡିସେମ୍ବର 8 ତାରିଖ ବେଳକୁ ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି।

ତେବେ ଏହି ବାତ୍ୟାର ନାମ ହେବ ‘ମାନଡ୍ୟୁସ’। ଏହା ଦ୍ବାରା ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ତେବେ ଏହି ବାତ୍ୟା ଦ୍ବାରା ଓଡିଶାରେ କୌଣସି ବଡ ପ୍ରଭାବ ପଡିବ ନାହିଁ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ କହିଛି। ତେବେ ଆଠ ତାରଖ ବେଳକୁ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଜଣାପଡିଛି। ତେବେ ମୌସୁମୀ ବାୟୁ ଅପସରି ଯିବା ପରେ ଏହା ହେଉଛି ଦ୍ବିତୀୟ ବାତ୍ୟା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜାରୀ ରହିଛି ଶୀତର ପ୍ରକୋପ, ଗତକାଲି ରାଜ୍ୟର ୬ ଟି ସହରର ତାପମାତ୍ରା ୧୨ ଡିଗ୍ରୀ ତଳେ

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ଚାଲିଛି ଶୀତର ଲହରୀ। ଗତି କିଛି ଦିନ ଧରି ରାଜ୍ୟର ତାପମାତ୍ର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଗତକାଲି ରାଜ୍ୟର ସହରର ତାପମାତ୍ର ୧୧ ଡିଗ୍ରୀ ତଳେ ରହିଥିଲା। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ଯେଉଁ ସବୁ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇଛି ସେଗୁଡିକ ହେଲା..

୧-ଶିମିଳିଗୁଡା(କୋରାପୁଟ) : ୭.୯ ଡ଼ିଗ୍ରୀ

୨-ଜି.ଉଦୟଗିରି (କନ୍ଧମାଳ): ୮.୬ ଡ଼ିଗ୍ରୀ

୩-ଦାରିଙ୍ଗବାଡି (କନ୍ଧମାଳ): ୧୧.୫ଡ଼ିଗ୍ରୀ

୪- କୋରାପୁଟ: ୧୦.୫ ଡ଼ିଗ୍ରୀ

୫-ଫୁଲବାଣୀ (କନ୍ଧମାଳ) : ୧୦.୫ ଡ଼ିଗ୍ରୀ 

୬- ଭବାନୀପାଟଣା (କଳାହାଣ୍ଡି): ୧୧.୮ ଡ଼ିଗ୍ରୀ

Categories
ଆଜିର ଖବର ରାଜ୍ୟ ଖବର

ସାରା ରାଜ୍ୟରେ ଶୀତର ଲହରୀ, ୯ଟି ସ୍ଥାନର ତାପମାତ୍ରା ୧୪ ଡ଼ିଗ୍ରୀ ତଳେ

ଭୁବନେଶ୍ବର: ସାରା ରାଜ୍ୟରେ ବର୍ତ୍ତମାନ ଶୀତର ଲହରୀ ଅନୁଭୂତ ହେବାରେ ଲାଗିଛି। ପାଣିପାଗ ବିଭାଗ ଅନୁସାରେ ଗତକାଲି ରାତିରେ ରାଜ୍ୟର ୯ ସ୍ଥାନର ତାପମାତ୍ରା ୧୪ ଡ଼ିଗ୍ରୀ ତଳେ ରହିଥିଲା। ଶିମିଳିଗୁଡାରେ ସର୍ବନିମ୍ନ ତାପମାତ୍ରା ଅନୁଭୂତ ହୋଇଥିଲା।

ଗତକାଲି ରାତିରେ ବିଭିନ୍ନ ସହରର ତାପମାତ୍ରା ହେଲା

ଶିମିଳିଗୁଡା- ୬.୪ ଡିଗ୍ରୀ ସେଣ୍ଟିଗ୍ରେଡ
ଜି. ଉଦୟଗିରି- ୮.୦ ଡିଗ୍ରୀ ସେଣ୍ଟିଗ୍ରେଡ
ଫୁଲବାଣୀ- ୧୦.୦ ଡିଗ୍ରୀ ସେଣ୍ଟିଗ୍ରେଡ
କୋରାପୁଟ- ୧୦.୦ ଡିଗ୍ରୀ ସେଣ୍ଟିଗ୍ରେଡ
ଦାରିଙ୍ଗବାଡି- ୧୦.୫ ଡିଗ୍ରୀ ସେଣ୍ଟିଗ୍ରେଡ
ଭବାନୀପାଟଣା- ୧୨ ଡିଗ୍ରୀ ସେଣ୍ଟିଗ୍ରେଡ
ବୌଦ୍ଧ- ୧୨ ଡିଗ୍ରୀ ସେଣ୍ଟିଗ୍ରେଡ
ଝାରସୁଗୁଡା- ୧୩.୨ ଡିଗ୍ରୀ ସେଣ୍ଟିଗ୍ରେଡ
କେନ୍ଦୁଝର- ୧୩.୪ ଡିଗ୍ରୀ ସେଣ୍ଟିଗ୍ରେଡ
ଜି.ଉଦୟଗିରି (କନ୍ଧମାଳ)- ୮.୦ ଡିଗ୍ରୀ ସେଣ୍ଟିଗ୍ରେଡ
ଫୁଲବାଣୀ (କନ୍ଧମାଳ)- ୧୦.୦ ଡିଗ୍ରୀ ସେଣ୍ଟିଗ୍ରେଡ
କୋରାପୁଟ- ୧୦.୦ ଡିଗ୍ରୀ ସେଣ୍ଟିଗ୍ରେଡ
ଦାରିଙ୍ଗବାଡି(କନ୍ଧମାଳ)- ୧୦.୫  ଡିଗ୍ରୀ ସେଣ୍ଟିଗ୍ରେଡ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି।
R
Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଟି-୨୦ ବିଶ୍ୱକପ୍‌ ଅପଡେଟ: ପାଣିପାଗକୁ ନେଇ ଖୁସି ଖବର, ରାହୁଲ-ରୋହିତଙ୍କ ଉପରେ ନଜର

ନୂଆଦିଲ୍ଲୀ: ଭାରତୀୟ ଦଳ ଆଜି ଟି-୨୦ ବିଶ୍ୱକପ୍‌ର ଚତୁର୍ଥ ମ୍ୟାଚ୍‌ରେ ବାଂଲାଦେଶକୁ ଭେଟିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ପାଇଁ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ। ସେମିଫାଇନାଲ ଦୌଡରେ ରହିବାକୁ ହେଲେ ଯେକୌଣସି ମୂଲ୍ୟରେ ଭାରତକୁ ଏହି ମ୍ୟାଚ୍ ଜିତିବାକୁ ପଡିବ। ଭାରତ ଏପର୍ଯ୍ୟନ୍ତ ୩ ଟି ମ୍ୟାଚ ମଧ୍ୟରୁ ୨ ଟି ଜିତିଛି। ଦଳ ୪ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି।

ଅନ୍ୟପକ୍ଷରେ ବାଂଲାଦେଶ ମଧ୍ୟ ୩ ଟି ମ୍ୟାଚରେ ୨ ଟି ମ୍ୟାଚରେ ଜିତି ୪ ପଏଣ୍ଟ ହାସଲ କରିଛି। କିନ୍ତୁ ନେଟ୍ ରନ୍ ହାର ଯୋଗୁଁ ଭାରତ ପଛରେ ବାଂଲାଦେଶ ତୃତୀୟ ସ୍ଥାନରେ ଅଛି। ଏଭଳି ପରିସ୍ଥିତିରେ ବାଂଲାଦେଶ ଏପର୍ଯ୍ୟନ୍ତ ନକ୍ଆଉଟ୍ ରାଉଣ୍ଡରୁ ବାହାରି ନାହିଁ। ବାଂଲାଦେଶ ମଧ୍ୟ ଏହି ମ୍ୟାଚ ଜିତି ସେମିଫାଇନାଲ ଆଶା ଉଜ୍ଜୀବିତ ରଖିବାକୁ ସଂପୂର୍ଣ୍ଣ ପ୍ରୟାସ କରିବ। ଉଭୟ ଦଳ ପାଇଁ ଏହା କର ବା ମର ପରିସ୍ଥିତି। ଆଡିଲେଡରେ ବର୍ତ୍ତମାନ ପାଗ ସ୍ପଷ୍ଟ ହୋଇଛି। କିନ୍ତୁ ଗତକାଲି ସେଠାରେ ବର୍ଷା ହୋଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାର ପାଣିପାଗ ନେଇ ଆସିଲା ଏକ ଖୁସି ଖବର, ଜାଣିବା ପାଇଁ ଏହାକୁ କ୍ଲିକ କରନ୍ତୁ

ଭୁବନେଶ୍ବର: ଲଘୁଚାପ ବାତ୍ୟା ନେଇ ବେଶ କିଛି ଦିନ ଚର୍ଚ୍ଚା ଚାଲିବା ପରେ ଏବେ ଆସିଛି ଏକ ଖୁସି ଖବର। ତାହା ହେଲା ଆସନ୍ତା ୩୦ଯାଏଁ ପାଗ ଶୁଖିଲା ରହିବ। ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି।

ପାଣିପାଗ ବିଭାଗ କହିଛି ଯେ, ଆଗାମୀ ୩୦ ଅକ୍ଟୋବର ଯାଏଁ ରାଜ୍ୟରେ ପାଗ ମୁଖ୍ୟତ ଶୁଖିଲା ରହିବାର ସମ୍ଭାବନା ଥିବାବେଳେ ୩୧ତାରିଖ ବେଳକୁ ବଙ୍ଗୋପସାଗର ଅଞ୍ଚଳରୁ ପୂର୍ବାଳୀବାୟୁ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଗଜପତି, ରାୟଗଡା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ମଧ୍ୟ ଲାଗି ରହିବ ବର୍ଷା, କାଲିଠାରୁ କମିବ, ଚଳିତ ମାସରେ ସର୍ବାଧିକ ବର୍ଷା

ଭୁବନେଶ୍ବର: ଗତ କିଛି ଦିନ ଧରି ରାଜ୍ୟରେ ଲାଗିରହିଛି ପ୍ରବଳ ବର୍ଷା। ତୁହାକୁ ତୁହା ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ତେବେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜି ମଧ୍ୟ ଦିନ ତମାମ ବର୍ଷା ଲାଗି ରହିବ।

ଆଜି କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ପାଇଁ ଚେତାବନୀ ଜାରି କରାଯାଇଛି। ତେବେ ଆସନ୍ତାକାଲି ଅର୍ଥାତ ୧୧ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ କମିବ ବୋଲି ଆଶା କରାଯାଉଛି। ତେବେ ପାଣିପାଗ ବିଭାଗ ଅନୁସାରେ ଚଳିତ ଅକ୍ଟୋବର ମାସରେ ଏଯାବତ ୭୯.୪ ମିମି ବର୍ଷା, ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୬୫ ପ୍ରତିଶତ ଅଧିକ।

Categories
ଆଜିର ଖବର ଖେଳ ଜାତୀୟ ଖବର

କ୍ଳିନ ସ୍ୱିପ୍ ଲକ୍ଷ୍ୟରେ ଓହ୍ଳାଇବ ଟିମ୍ ଇଣ୍ଡିଆ, ଜାଣନ୍ତୁ ଉଭୟ ଦଳର ସମ୍ଭାବ୍ୟ ଏକାଦଶ, ପିଚ୍ ଏବଂ ପାଣିପାଗ

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚ୍ ଆଜି ସନ୍ଧ୍ୟାରେ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ। ଟିମ୍ ଇଣ୍ଡିଆ ଏହି ସିରିଜର ଉଭୟ ଓପନିଂ ମ୍ୟାଚ୍ ଜିତି ଏହି ସିରିଜ୍ କବଜା କରିସାରିଛି। ଏଭଳି ପରିସ୍ଥିତିରେ ଦଳ ଏକ କ୍ଳିନ ସ୍ୱିପ୍ ଉଦ୍ଦେଶ୍ୟରେ ଆଜି ପଡ଼ିଆରେ ପ୍ରବେଶ କରିବ।

ଟି-୨୦ ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଏହା ହେଉଛି ଶେଷ ଆନ୍ତର୍ଜାତୀୟ ଟି-୨୦ ମ୍ୟାଚ୍। ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆ ଆଜିର ମ୍ୟାଚ୍‌ରେ ବିଶ୍ୱକପ ପ୍ରସ୍ତୁତି ଶେଷ କରିବାକୁ ଚାହୁଁଛି। ଏହି ମ୍ୟାଚରେ ବିରାଟ କୋହଲି ଏବଂ କେ.ଏଲ୍ ରାହୁଲଙ୍କ ଭଳି ଷ୍ଟାର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇପାରେ। ଏଭଳି ପରିସ୍ଥିତିରେ ଶ୍ରେୟସ୍ ଆୟର ଭାରତୀୟ ଦଳର ଅଂଶ ହେବେ।

ହେଡ୍ ଟୁ ହେଡ୍ ରେକର୍ଡ: ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨୨ ଟି ଟି-୨୦ ମ୍ୟାଚ୍ ହୋଇଛି। ଏଥିରେ ଭାରତୀୟ ଦଳ ୧୩ ଟି ମ୍ୟାଚ୍ ଏବଂ ଦକ୍ଷିଣ ଆଫ୍ରିକା ୮ ଟି ମ୍ୟାଚ୍ ଜିତିଛି। ଗୋଟିଏ ମ୍ୟାଚ୍ ଅମୀମାଂସିତ ରହିଛି।

ପିଚ୍ ଏବଂ ପାଣିପାଗ ସ୍ଥିତି: ଇନ୍ଦୋରର ହୋଲକର ଷ୍ଟାଡିୟମ୍ ହେଉଛି ଭାରତର ସବୁଠାରୁ ଛୋଟ ପଡ଼ିଆ। ଏଠାରେ ସୀମା ଛୋଟ। ଏଠାରେ ଥିବା ପିଚ୍ ବ୍ୟାଟ୍ସମ୍ୟାନ ଙ୍କ ପାଇଁ ସହାୟକ ହୋଇଛି। ଏଭଳି ପରିସ୍ଥିତିରେ ଆଜିର ପିଚରେ ରନ୍ ବର୍ଷା ହୋଇପାରେ। ଦ୍ୱିତୀୟ ଇନିଂସରେ ଏଠାରେ ହାଲୁକା କାକରର ସମ୍ଭାବନା ଅଛି। ଏଭଳି ପରିସ୍ଥିତିରେ ରନ୍ କୁ ଟାର୍ଗେଟ କରୁଥିବା ଦଳ ଏହାର ଲାଭରେ ରହିପାରିବ। ମ୍ୟାଚ୍ ସମୟରେ ଇନ୍ଦୋରରେ ମେଘୁଆ ରହିବ, କିନ୍ତୁ ବର୍ଷା ହେବାର ସମ୍ଭାବନା କମ ରହିଛି।

ସମ୍ଭାବ୍ୟ ଖେଳାଳି ଏକାଦଶ:

ଟିମ୍ ଇଣ୍ଡିଆ: ରୋହିତ ଶର୍ମା (ଅଧିନାୟକ), ଋଷଭ ପନ୍ତ (ୱିକେଟ୍ କିପର), ଶ୍ରେୟସ୍ ଆୟର, ସୂର୍ଯ୍ୟକୁମାର ଯାଦବ, ଦୀନେଶ କାର୍ତ୍ତିକ, ଅକ୍ସର ପଟେଲ, ହର୍ଷଲ ପଟେଲ, ଆର ଅଶ୍ୱିନ, ଦୀପକ ଚହର, ଅର୍ଶଦୀପ ସିଂ, ଶାହାବାଜ ଅହମ୍ମଦ।

ଦକ୍ଷିଣ ଆଫ୍ରିକା: ଟେମ୍ବା ବାଭୁମା (ଅଧିନାୟକ), କ୍ୱିଣ୍ଟନ୍ ଡି କକ୍ (ୱିକେଟ୍ କିପର), ରେଲି ରୋସୁ, ଏଡନ ମାର୍କ୍ରାମ, ଡେଭିଡ ମିଲର, ଟ୍ରିଷ୍ଟନ ଷ୍ଟବ୍ସ, ୱେନ ପାର୍ନେଲ, କେଶବ ମହାରାଜ, କାଗିସୋ ରାବାଡା, ଏନ୍ରିକ୍ ନର୍କିଆ, ତବରେଜ ଶାମସି।

Categories
ଆଜିର ଖବର ରାଜ୍ୟ ଖବର

ଅକ୍ଟୋବର ୧ ରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ, ପାଣିପାଗ ବିଭାଗ ଦେଲା ସତର୍କ ସୂଚନା

ଭୁବନେଶ୍ବର: ଆସନ୍ତା ୧ ଅକ୍ଟୋବରରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। କାରଣ ସେହି ସମୟକୁ ଉତ୍ତର-ପୂର୍ବ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି। ଫଳରେ ୧ ଅକ୍ଟୋବର ପରଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ।

ବର୍ତ୍ତମାନ ରାଜ୍ୟରେ ପୂଜା ମାହୋଲ ଆରମ୍ଭ ହୋଇଯାଇଥିବା ବେଳେ ଏହି ବର୍ଷା ଆୟୋଜକଙ୍କୁ ଚିନ୍ତାର କାରଣ ପାଲଟିଛି। ଯଦି ଏହି ଘୂର୍ଣ୍ଣିବଳୟ ଲଘୁଚାପକୁ ରୂପାନ୍ତରିତ ହୁଏ ତେବେ ପରିମାଣ ବଢିବା ସହିତ ଲଗାତର ଭାବେ ବର୍ଷା ହେବ ବୋଲି ସମ୍ଭାବନା ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସକ୍ରିୟ ହେଲା ଲଘୁଚାପ କ୍ଷେତ୍ର, ୧୧ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆଜି ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର। ଆଗାମୀ ୩୬ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡିଶା ଉପକୁଳ ସମୁଦ୍ର ଏକ ସୁଦୃଶ ଲଘୁଚାପ କ୍ଷେତ୍ର ରେ ପରିଣତ ହେବାର ସମ୍ଭାବନା ରହିଛି।

ସେଥିପାଇଁ ୧୦ ତାରିଖରେ ୧୧ ଜିଲ୍ଲ ଏବଂ ୧୧ ତାରିଖରେ ୧୦ ଜିଲ୍ଲାକୁ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ଚେତାବନୀ ଜାରି କଲା ପାଣିପାଗ ବିଭାଗ। ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର, ଆହୁରି ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରର ରୂପ ନେବା ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୫ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଲାଗିରହିବ ବର୍ଷା

ଭୁବନେଶ୍ପବର: ପଶ୍ଚିମ-କେନ୍ଦ୍ରୀୟ ଏବଂ ପାର୍ଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବା ସହ ଏହି ଲଘୁଚାପକୁ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ ଆଗାମୀ ୫ଦିନ ପର୍ଯ୍ୟନ୍ତ ସମଗ୍ର ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଆଜି ଭାରତ-ପାକିସ୍ତାନ ଲଢେଇ, ପଢନ୍ତୁ ସମ୍ଭାବ୍ୟ ଖେଳାଳି ଠାରୁ ଆରମ୍ଭ କରି ପିଚ୍ ଏବଂ ପାଣିପାଗ

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨ ରେ ସୁପର-୪ ରାଉଣ୍ଡ ଆରମ୍ଭ ହୋଇଛି। ହି ରାଉଣ୍ଡର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କା ଆଫଗାନିସ୍ତାନକୁ ୪ ୱିକେଟରେ ପରାସ୍ତ କରିଛି। ଆଜି ଏହି ରାଉଣ୍ଡର ଦ୍ୱିତୀୟ ମ୍ୟାଚରେ ଭାରତ ଏବଂ ପାକିସ୍ତାନ ମୁକାବିଲା କରିବେ। ସନ୍ଧ୍ୟା ୭.୩୦ ରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍ ସମୟରେ ଦୁବାଇର ପାଣିପାଗ ଏବଂ ପିଚ୍ କିପରି ହେବ ଏବଂ ଉଭୟ ଦଳର ସମ୍ଭାବ୍ୟ ଏକାଦଶ ଖେଳାଳିରେ କିଏ ପ୍ରବେଶ କରିପାରିବ? ଏଠାରେ ଜାଣନ୍ତୁ ..

ପିଚ୍ ଏବଂ ପାଣିପାଗ ରିପୋର୍ଟ: ଦ୍ଵିତୀୟରେ ବ୍ୟାଟିଂ କରୁଥିବା ଦଳ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ସନ୍ଧ୍ୟା ମ୍ୟାଚ୍ ରେ ସୁବିଧା ପାଇଥାଏ। ରାତିରେ ଏଠାରେ ହାଲୁକା କାକର ପଡେ, ଯାହା ପରେ ବୋଲରମାନଙ୍କ ପାଇଁ ଟିକେ ଅସୁବିଧା ସୃଷ୍ଟି କରିଥାଏ। ଉଲ୍ଲେଖଥାଉ କି, ଗତ କିଛି ଦିନ ମଧ୍ୟରେ, କାକର ଏଠାରେ ବଡ ସମସ୍ୟା ବୋଲି ପ୍ରମାଣ କରୁନାହିଁ। ମୋଟ ଉପରେ, ଏଠାରେ ଥିବା ପିଚ୍ ବୋଲର ଏବଂ ବ୍ୟାଟ୍ସମ୍ୟାନଙ୍କୁ ସମାନ ସାହାଯ୍ୟ ଦେଇଥାଏ। ଆରମ୍ଭରେ, ଦ୍ରୁତ ବୋଲର ଏବଂ ତା’ପରେ ସ୍ପିନରମାନେ ସାହାଯ୍ୟ ପାଆନ୍ତି ଏବଂ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ସହଜ ହୋଇଥାଏ। ଟସ୍ ଜିତିଥିବା ଅଧିନାୟକ ଏଠାରେ ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରନ୍ତି। ପାଣିପାଗ ବିଷୟରେ କହିବାକୁ ଗଲେ, ଦୁବାଇରେ ଏହି ସମୟରେ ବହୁତ ଗରମ। ମ୍ୟାଚ୍ ସମୟରେ ମଧ୍ୟ ତାପମାତ୍ରା ପ୍ରାୟ ୩୩ ଡିଗ୍ରୀ ରହିବ।

ସମ୍ଭାବ୍ୟ ଏକାଦଶ ଖେଳାଳି: ଆଣ୍ଠୁରେ ଆଘାତ ହେତୁ ରବିନ୍ଦ୍ର ଜାଡେଜା ଏସିଆ କପରୁ ବାଦ ପଡିଛନ୍ତି। ଆବେଶ ଖାନଙ୍କର ମଧ୍ୟ ଭାଇରାଲ ଜ୍ୱର ହୋଇଛି। ଏଭଳି ପରିସ୍ଥିତିରେ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ ନିଶ୍ଚିତ। ଅନ୍ୟପକ୍ଷରେ ଶାହନାୱାଜ ଦହାନି ମଧ୍ୟ ପାକିସ୍ତାନୀ ଦଳରୁ ବାଦ ପଡିଛନ୍ତି।

ଟିମ୍ ଇଣ୍ଡିଆ: ରୋହିତ ଶର୍ମା (କ୍ୟାପଟେନ୍), କେ.ଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ଅକ୍ସର ପଟେଲ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ, ୟୁଜବେନ୍ଦ୍ର ଚହଲ, ଆର ଅଶ୍ୱିନ।

ପାକିସ୍ତାନ: ବାବର ଆଜାମ (କ୍ୟାପଟେନ୍), ମହମ୍ମଦ ରିଜୱାନ (ଡବ୍ଲୁକେ), ଫଖର ଜମାନ, ଇଫ୍ତିକାର ଅହମ୍ମଦ, ଆସିଫ ଅଲି, ଖୁସଦିଲ ଶାହା, ଶାଦବ ଖାନ, ମହମ୍ମଦ ନୱାଜ, ନସିମ ଶାହା, ହରିସ ରଉଫ, ହସନ ଅଲି।

Categories
ଆଜିର ଖବର ରାଜ୍ୟ ଖବର

ପାଣିପାଗ ନେଇ ଆସିଲା ଆଉ ଏକ ଖବର, ଆଜି ରାତିରେ ୮ ଜିଲ୍ଲାରେ ହେବ ପ୍ରବଳ ବର୍ଷା

ଭୁବନେଶ୍ବର: ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ୨୦ ଜିଲ୍ଲାରେ ବିଜୁଳି ଘଡଘଡି ବର୍ଷା ହେବ। ଏ ନେଇ ଆଜି ପାଣିପାଗ ବିଭାଗ ତରଫରୁ ଚେତାବନୀ ଦିଆଯାଇଛି। ଏଥସହିତ ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରୀ କରାଯାଇଛି।

ଉତ୍ତର ଉପକୂଳ ଓଡିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ସମେତ କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାର ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ।

ସେହିପରି ଉତ୍ତର ଓଡିଶାର ସମସ୍ତ ୧୫ଟି ଜିଲ୍ଲା ଏବଂ ଦକ୍ଷିଣ ଓଡ଼ିଶାର ୫ଜିଲ୍ଲା ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ନୟାଗଡ ଏବଂ କନ୍ଧମାଳ ଜିଲ୍ଲାର ଗୋଟିଏ ରୁ ଦୁଇଟି ସ୍ଥାନରେ ବିଜୁଳି ଘଡ ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।

Categories
ବିଶେଷ ଖବର ରାଜ୍ୟ ଖବର

ଆସୁଛି ଲଘୁଚାପ, ହେବ ଝଡବର୍ଷା, ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଲଘୁଚାପରେ ପରିବର୍ତ୍ତନ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଫଳରେ ଏହାଦ୍ବାରା ରାଜ୍ୟରେ ଝଡବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି।

ବିଭାଗ କହିଛି ଯେ, ମୌସୁମୀ ର ସକ୍ରିୟତା ବୃଦ୍ଧି ଏବଂ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆସନ୍ତା ୭ ତାରିଖରୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ରେ ଝଡ-ବର୍ଷା ହେବ। ଏଥିସହିତ ଘଣ୍ଟା ପ୍ରତି ୪୫ ରୁ ୫୫ କିଲୋମିଟର ପବନ ପ୍ରବାହିତ ହେବାର ସମ୍ଭାବନା ରହିଛି। ସେଥିପାଇଁ ୭ ରୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଗଭୀର ସମୁଦ୍ର ଅଞ୍ଚଳକୁ ମତ୍ସ୍ୟଜୀବୀଙ୍କୁ ଯିବା ପାଇଁ ବାରଣ କରାଯାଇଛି।

ପାଣିପାଗ ବିଭାଗ ଆହୁରି କହିଛି ଯେ, ସାଧାରଣ ଅବସ୍ଥାନ ଠାରୁ ଦକ୍ଷିଣରେ ମୌସୁମୀ ନିମ୍ନ ଚାପ ରେଖାରେ ଥିବା ଯୋଗୁଁ ଆଜିଠୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସେହିପରି ଆସନ୍ତାକାଲି ୬ ତାରିଖରୁ ବର୍ଷାର ପରିମାଣ ବଢିବ। ୬ ରୁ ୧୦ ଯାଏଁ ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ଏବଂ  କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ବୋଲି କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲିଠାରୁ ରାଜ୍ୟରେ ଆରମ୍ଭ ହେବ ବର୍ଷା, ୭ ତାରଖରୁ ଅତି ପ୍ରବଳ

ଭୁବନେଶ୍ବର: ଆସନ୍ତାକାଲିଠାରୁ ରାଜ୍ୟରେ ଆରମ୍ଭ ହେବ ବର୍ଷା। କାରଣ ମୌସୁମୀ ବାୟୁ ତାହାର ସ୍ବାଭାବିକ ଅବସ୍ଥାକୁ ଫେରିଆସୁଛି। ଦକ୍ଷିଣ ମୁହାଁ ମୌସୁମୀ ନିମ୍ନ ଚାପ ରେଖା ଆଡକୁ ଆସି ସ୍ୱାଭାବିକ ଅବସ୍ଥାନ କୁ ଫେରୁଛି।

ଫଳରେ ୫ ଅଗଷ୍ଟ ରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ। ଏଥିରେ ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୬ ତାରିଖରେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବ। ଏଥିରେ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ପାଇଁ ଚେତାବନୀ ମଧ୍ୟ ଦିଆଯାଇଛି।

୭ ତାରଖରେ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ସେଥିପାଇଁ ୪ ଜିଲ୍ଲାକୁ ଅତି ପ୍ରବଳ ଏବଂ ୧୨ ଜିଲ୍ଲାକୁ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ଚେତାବନୀ ଜାରି କରାଯାଇଛି।

Categories
Cyclone ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

BREAKING: ସୃଷ୍ଟି ହେଲା ଲଘୁଚାପ ବଳୟ, ସାତୋଟି ଜିଲ୍ଲାରେ ହେବ ପ୍ରବଳ ବର୍ଷା

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧିରେଧିରେ ସକ୍ରିୟା ହେବାରେ ଲାଗିଛି। ଏହାର ପ୍ରଭାବରେ ଓଡିଶା ଏବଂ ପାଶ୍ବବର୍ତ୍ତି ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଏହା ମୁଖ୍ୟ ସମୁଦ୍ରରୁ ସାତ କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି। ଏହା ଫଳରେ ରାଜ୍ୟର ସାତୋଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ପ୍ରଦାନ କରାଯାଇଛି।

ଯେଉଁ ଜିଲ୍ଲାଗୁଡିକୁ ଏହି ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ସେଗୁଡିକ ହେଲା, କନ୍ଧମାଳ, ନବରଂଗପୁର, ନୂଆପଡା, କୋରାପୁଟ, ରାୟଗଡା, ମାଲକାନାଗିରି ଏବଂ ବରଗଡ। ଏହି ଜିଲ୍ଲାଗୁଡିକରେ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଏଗାର ଜିଲ୍ଲାକୁ ୟଲୋ ୱାର୍ଣ୍ଣି ଜାରୀ କରିଯାଇଛି। ସେଗୁଡିକ ହେଲା ବଲାଙ୍ଗୀର, ଗଜପତି, ମୟୁରଭଂଜ, କେଉଁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ସମ୍ବଲପୁର, ସୋନପୁର, ବୈଦ୍ଧ ଏବଂ କନ୍ଧମାଳ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦, ଜାଣନ୍ତୁ କେମିତି ରହିବ ସମ୍ଭାବ୍ୟ ଏକାଦଶ ଏବଂ ପାଣିପାଗ

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି (ଜୁଲାଇ 9) ବର୍ମିଂହାମର ଏଜବାଷ୍ଟନ୍ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଏହି ସିରିଜରେ ଟିମ୍ ଇଣ୍ଡିଆ ବର୍ତ୍ତମାନ ୧-୦ ରେ ଆଗୁଆ ରହିଛି। ଆଜିର ମ୍ୟାଚ୍ ଜିତି ଭାରତୀୟ ଦଳ ସିରିଜ କବ୍ଜା କରିବାକୁ ଚାହୁଁଥିବାବେଳେ ଇଂଲଣ୍ଡ ପାଇଁ ଏହା ଏକ ‘କର ବା ମର’ ମ୍ୟାଚ୍ ହେବ। ସିରିଜରେ ରହିବାକୁ ତାଙ୍କୁ ଯେକୌଣସି ମୂଲ୍ୟରେ ଏହି ମ୍ୟାଚ୍ ଜିତିବାକୁ ପଡିବ।

ଇଂଲଣ୍ଡ ପାଇଁ ଗୋଟିଏ ଭଲ କଥା ହେଉଛି ଯେ ସେମାନେ ଆଜି ପର୍ଯ୍ୟନ୍ତ ଏଜବାଷ୍ଟନ୍ ରେ କୌଣସି ଟି-୨୦ ମ୍ୟାଚ୍ ହାରି ନାହାଁନ୍ତି। ଇଂରାଜୀ ଦଳ ଏଠାରେ ତିନୋଟି ମ୍ୟାଚ୍ ଖେଳି ତିନୋଟି ଜିତିଛି। ଏଥିରେ ଭାରତ ସହ ଏକ ମ୍ୟାଚ୍ ମଧ୍ୟ ହୋଇଛି। ଆଠ ବର୍ଷ ପୂର୍ବେ ଇଂଲଣ୍ଡ ଏହି ଗ୍ରାଉଣ୍ଡରେ ୩ ରନରେ ଭାରତକୁ ପରାସ୍ତ କରିଥିଲା।

ପିଚ୍ ସ୍ଥିତି:

ଏହି ଗ୍ରାଉଣ୍ଡରେ ଟି-୨୦ ବ୍ଲାଷ୍ଟ ଟୁର୍ଣ୍ଣାମେଣ୍ଟର ଏହି ଋତୁର ୮ ଟି ମ୍ୟାଚ୍ ଖେଳାଯାଇଥିଲା। ଏହି ୮ ଟି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ଜିତିଛି। ଏଥିରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ୧୦୧ ରୁ ୨୨୮ ରନ୍ ସଂଗ୍ରହ କରିଛି। ଅର୍ଥାତ୍ ଏହି ପିଚ୍ ଉଭୟ ବ୍ୟାଟ୍ସମ୍ୟାନ୍ ଏବଂ ବୋଲରମାନଙ୍କୁ ସମାନ ସହାୟତା ମିଳୁଛି। ଦ୍ରୁତ ବୋଲରମାନେ ଉଭୟ ଇନିଂସ ଆରମ୍ଭରେ ଭଲ ସାହାଯ୍ୟ ପାଇପାରିବେ କିନ୍ତୁ ମ୍ୟାଚ୍ ଆଗକୁ ବଢିବା ସହ ପିଚ୍‌ରେ ବ୍ୟାଟିଂ କରିବା ସହଜ ହେବ।

ଟସ୍ ଏବଂ ପାଣିପାଗର ଭୂମିକା:

ଏହି ଗ୍ରାଉଣ୍ଡରେ ଆୟୋଜିତ ହୋଇଥିବା ୫ ଟି ଅନ୍ତର୍ଜାତୀୟ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ପ୍ରତ୍ୟେକ ଥର ଜିତିଛି। ଏଭଳି ପରିସ୍ଥିତିରେ କୁହାଯାଇପାରେ ଯେ ପ୍ରଥମେ ପିଚ୍‌ରେ ବ୍ୟାଟିଂ କରୁଥିବା ଦଳ କିଛି ସୁବିଧା ପାଇପାରେ। ଟସ୍ ଜିତିଥିବା ଦଳ ମଧ୍ୟ ପ୍ରଥମେ ବ୍ୟାଟିଂ କରିବାକୁ ବାଛିପାରେ। ମ୍ୟାଚ୍ ସମୟରେ ଆଜିର ପାଗ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି। ଏହି ସମୟ ମଧ୍ୟରେ ଖରା ହେବ।

ଉଭୟ ଦଳର ସମ୍ଭାବ୍ୟ ଏକାଦଶ ଖେଳାଳି:

ଆଜିର ମ୍ୟାଚ୍ ପାଇଁ ବିରାଟ କୋହଲି, ଋଷଭ ପନ୍ତ, ରବିନ୍ଦ୍ର ଜାଡେଜା ଏବଂ ଜସପ୍ରୀତ ବୁମରା ମଧ୍ୟ ଭାରତୀୟ ଦଳରେ ଉପଲବ୍ଧ ହେବେ। ଏଭଳି ପରିସ୍ଥିତିରେ ଦଳ ପରିଚାଳନା ପାଇଁ ଏକାଦଶ ଖେଳିବାର ଚୟନ ବହୁତ କଷ୍ଟସାଧ୍ୟ ହେବ। କାରଣ ଏହି ଭେଟେରାନମାନଙ୍କ ବିନା ମଧ୍ୟ ଭାରତୀୟ ଦଳ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଜିତିଥିଲା। ଅନ୍ୟପକ୍ଷରେ, ଇଂଲଣ୍ଡର ଖେଳୁଥିବା ଏକାଦଶରେ ଗୋଟିଏ କିମ୍ବା ଦୁଇଟି ପରିବର୍ତ୍ତନ କରାଯାଇପାରେ।

ଟିମ୍ ଇଣ୍ଡିଆ: ରୋହିତ ଶର୍ମା (କ୍ୟାପଟେନ୍), ଇଶାନ କିଶନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ / ଦୀପକ ହୁଡା, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ, ରବିନ୍ଦ୍ର ଜାଡେଜା, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର, ଯୁଜବେନ୍ଦ୍ର ଚହଲ ଏବଂ ଜସପ୍ରୀତ ବୁମ୍ରା।

ଇଂଲଣ୍ଡ: ଜାସନ୍ ରୟ, ଜୋସ୍ ବଟଲର୍ (କ୍ୟାପଟେନ୍), ଡେଭିଡ୍ ମାଲାନ୍, ମୋଏନ୍ ଅଲି, ଲିଆମ୍ ଲିଭିଙ୍ଗଷ୍ଟୋନ୍, ହ୍ୟାରି ବ୍ରୁକ୍, ସାମ କୁରାନ୍, କ୍ରିସ୍ ଜୋର୍ଡାନ୍, ଡେଭିଡ୍ ୱିଲି, ମାଥ୍ୟୁ ପାର୍କିନ୍ସନ୍, ରିଚାର୍ଡ ଗ୍ଲିସନ୍

Categories
ଆଜିର ଖବର ରାଜ୍ୟ ଖବର

ସୃଷ୍ଟି ହେଲା ଲଘୁ ଚାପ, ଏହାର ପ୍ରଭାବରେ କଣ ହେବ ସୂଚନା ଦେଲା ପାଣିପାଗ ବିଭାଗ

ଭୁବନେଶ୍ବର: ଆଜି ଉତ୍ତର ଓଡିଶା ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ମୁଖ୍ୟତଃ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୁର୍ଣ୍ଣି ବଳୟ ପ୍ରଭାବରେ ଏହି କ୍ଷେତ୍ର ସୃଷ୍ଟି ହୋଇଛି।

ଏହା ସହ ଜଡିତ ଘୁର୍ଣ୍ଣି ବଳୟ ବାୟୁମଣ୍ଡଳରେ ୫.୮ କିମି ଯାଏଁ ବ୍ୟାପିଛି ବୋଲି ଜଣାପଡିଛି। ଏହାର ପ୍ରଭାବରେ ଉତ୍ତର ଓଡିଶାରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ବର୍ତ୍ତମାନ ସୁଦ୍ଧା ସାରା ଓଡିଶାରେ ମୌସୁମୀ ବାୟୁ ପ୍ରବେଶ କରି ନାହିଁ। ହେଲେ ବିଭିନ୍ନ ସ୍ଥାନରେ ପ୍ରାକ ମୌସୁମୀ ବର୍ଷା ବେଶ ସକ୍ରିୟ ରହିଛି। ଫଳରେ ମୌସୁମୀ ଅଗ୍ରସର ପାଇଁ ବାଟ ଫିଟାଉଛି ଏହି ପ୍ରାକ-ମୌସୁମୀ ବର୍ଷା।

ଏହା ଦ୍ବାରା ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଯାହାର ପରିମାଣ ୭ ରୁ ୧୧ ସେମି ମଧ୍ୟରେ ରହିବ। ସେହିପରି କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ଯାହା ୧୧ ରୁ ୨୦ ସେମି ହେବାର ସମ୍ଭାବନା ରହିଛି। ଆଗାମୀ ୨ ରୁ ୩ ଦିନ ମଧ୍ୟରେ ଓଡ଼ିଶାର ଅନ୍ୟ ଅଞ୍ଚଳକୁ ମୌସୁମୀ ଅଗ୍ରସର ପାଇଁ ପାଗ ସମ୍ପୂର୍ଣ ଅନୁକୂଳ ହେବ।