ପାଣିପାଗ ନେଇ ଆସିଲା ଆଉ ଏକ ଖବର, ଆଜି ରାତିରେ ୮ ଜିଲ୍ଲାରେ ହେବ ପ୍ରବଳ ବର୍ଷା

Published: Aug 23, 2022, 6:11 pm IST

ଭୁବନେଶ୍ବର: ଆଜି ୮ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ୨୦ ଜିଲ୍ଲାରେ ବିଜୁଳି ଘଡଘଡି ବର୍ଷା ହେବ। ଏ ନେଇ ଆଜି ପାଣିପାଗ ବିଭାଗ ତରଫରୁ ଚେତାବନୀ ଦିଆଯାଇଛି। ଏଥସହିତ ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରୀ କରାଯାଇଛି।

ଉତ୍ତର ଉପକୂଳ ଓଡିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ସମେତ କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାର ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ।

ସେହିପରି ଉତ୍ତର ଓଡିଶାର ସମସ୍ତ ୧୫ଟି ଜିଲ୍ଲା ଏବଂ ଦକ୍ଷିଣ ଓଡ଼ିଶାର ୫ଜିଲ୍ଲା ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ନୟାଗଡ ଏବଂ କନ୍ଧମାଳ ଜିଲ୍ଲାର ଗୋଟିଏ ରୁ ଦୁଇଟି ସ୍ଥାନରେ ବିଜୁଳି ଘଡ ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।

Related posts