Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଝଡପବନ, ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା

ଭୁବନେଶ୍ବର: ଆଜି ରାଜ୍ୟର ପାଗ ପୁରା ପରିବର୍ତ୍ତନ ହୋଇଯାଇଛି। ସକାଳୁ ସକାଳୁ ସାରା ରାଜ୍ୟରେ ଆରମ୍ଭ ହୋଇଯାଇଛି ଝିପିଝିପି ବର୍ଷା। କେତେକ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ପରିଲକ୍ଷିତ ହୋଇଛି। ଆଜି ଭୁବନେଶ୍ବର ପାଗ ମଧ୍ୟ ମେଘୁଆ ରହିଛି। ସକାଳୁ ସକାଳୁ ଅନ୍ଧକାର ହେବା ସହିତ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ଏପରିକି ଅନେକସ୍ଥାନରେ ଝଡ ପବନ ମଧ୍ୟ ପରିଲକ୍ଷିତ ହୋଇଛି।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ଅନୁସାରେ ଆଜି ତିନୋଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି। ଏହି ଜିଲ୍ଲାରେ ଝଡପବନ ସହିତ ବଜ୍ରପାତ ହେବାର ମଧ୍ୟ ସୂଚନା ରହିଛି। ସେହି ଜିଲ୍ଲା ତିନିଟି ହେଲା ସୁନ୍ଦରଗଡ, କେଉଁଝର ଏବଂ ମୟୁରଭଂଜ। ଆସନ୍ତା ତିନି ଘଣ୍ଟା ମଧ୍ୟରେ ଏହି ଜିଲ୍ଲାଗୁଡିକ ସତର୍କ ରହିବା ପାଇଁ କୁହାଯାଇଛି। ଏହିପରି ପାଗ ଆଜି ଦିନତମାମ ଲାଗିରହିବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ସାରା ରାଜ୍ୟରେ ଘଡଘଡି ସହ ବର୍ଷା, ପ୍ରବଳ ତାତିରୁ ମିଳିଲା ଅସ୍ବସ୍ଥି

ଭୁବନେଶ୍ବର: ଆଜି ସାରା ରାଜ୍ୟରେ ପ୍ରବଳ ବର୍ଷା ଅନୁଭୂତ ହୋଇଛି। କାଳ ବୈଶାଖୀ ଯୋଗୁଁ ବିଭିନ୍ନ ସ୍ଥାନରେ ବର୍ଷା ସହିତ ବଜ୍ରପାତ ମଧ୍ୟ ଦେଖାଦେଇଛି। କେତେକ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇଥିବାର ଜଣାପଡିଛି। ଏ ନେଇ ପୂର୍ବରୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରୀ କରିଥିଲା।

ଆଜି ଅପରାହ୍ନ 4ଟୀ ବେଳୁ ଆକାଶ ମେଘାଛନ୍ନ ରହି ଅନ୍ଧକାର ଘୋଟିଯାଇଥିଲା। ଏହାପରେ ପ୍ରବଳ ବର୍ଷା ଓ ପବନ ପ୍ରବାହିତ ହୋଇଥିଲା। ଦୀର୍ଘ ଦିନ ଧରି ରାଜ୍ୟରେ ପ୍ରବଳ ଗରମ ଅନୂଭୂତ ପରେ ଏହି ବର୍ଷା ଲୋକଙ୍କୁ ଅଶ୍ବସ୍ଥି ପ୍ରଦାନ କରିଛି। ତେବେ ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଏହି ବର୍ଷା ଆସନ୍ତା କାଲି ପର୍ଯ୍ୟନ୍ତ ମଧ୍ୟ ଜାରୀ ରହିବ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ବାତ୍ୟାର ପ୍ରଭାବ, ଚାରୋଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରୀ

ଭୁବନେଶ୍ବର: ଆଜି ରାଜଧାନୀରେ ବାତ୍ୟା ମିଗଜୋମର ପ୍ରଭାବ ପରିଲକ୍ଷିତ ହୋଇଛି। ଆଜି ଭୁବନେଶ୍ବର ସକାଳୁ ପାଗ ମେଘୁଆ ରହିବା ପରେ ବର୍ଷା ପରିଲକ୍ଷିତ ହୋଇଥିଲା। ବର୍ତ୍ତମାନ ରାଜଧାନୀର ସମସ୍ତ ସ୍ଥାନରେ ଝିପଝିପ ବର୍ଷା ଲାଗି ରହିଛି। କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାର ଜଣାପଡିଛି।

ତେବେ ବାତ୍ୟାର ପ୍ରଭାବକୁ ଲକ୍ଷ୍ୟ ରଖି ଭୁବନେଶ୍ବର ପାଣିପାଗ ବିଭାଗ ଚାରୋଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ କରିଛି। ସେହି ଜିଲ୍ଲାଗୁଡିକ ହେଲା ନୂଆପଡା, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲା। ଆଗାମୀ ୨୪ ଘଣ୍ଟା ପାଇଁ ଦକ୍ଷିଣ ଓଡ଼ିଶାର ଏହି ଜିଲ୍ଲାଗୁଡିକରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ( ୭ ରୁ ୧୧ ସେମି) ସମ୍ଭାବନା ପାଇଁ ୟେଲୋ ଚେତବନୀ ଜାରି କରାଯାଇଛି।

ସେପଟେ ବାତ୍ୟା ମିଗଜୋମ ଦୁର୍ବଳ ହୋଇ କେନ୍ଦ୍ରୀୟ ଆନ୍ଧ୍ର ଉପକୂଳ ଅଂଚଳରେ ଗଭୀର ଅବପାତ ଭାବେ କେନ୍ଦ୍ରୀଭୂତ ରହିଛି। ଏହା ଉତ୍ତର ଆଡକୁ ଗତିକରିବା ସହ ଆଗାମୀ ୬ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଅବପାତ ଏବଂ ପରବର୍ତୀ ୬ଘଣ୍ଟାରେ ସୁଦୃଶଃ-ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବାତ୍ୟା ତଥା ଅଦିନିଆ ବର୍ଷା ଆଶଙ୍କା ଦୃଷ୍ଟିରୁ କୃଷି ବିଭାଗର ଆରମ୍ଭ ହେଲା ପ୍ରସ୍ତୁତି

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ସ୍ୱତନ୍ତ୍ର ବାର୍ତ୍ତା ଅନୁଯାୟୀ ଆସନ୍ତା ଡିସେମ୍ବର ୫ ତାରିଖରୁ ମାଲକାନଗିରି, କୋରାପୁଟ,ରାୟଗଡ଼ା,ଗଞ୍ଜାମ, ଗଜପତି ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଅନ୍ୟ ଜିଲ୍ଲା ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ ଆଦି ଜିଲ୍ଲାମାନଙ୍କର କେତେକ ସ୍ଥାନରେ ମାତ୍ରାଧିକ ବର୍ଷା ହେବାର ପୂର୍ବାନୁମାନ ରହିଛି ।

ଏହି ପରିପେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ଭର୍ଚୁଆଲ୍‌ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ନିର୍ଦ୍ଦେଶକ, ଭାରତୀୟ ପାଣିପାଗ ବିଭାଗ, ଯୁଗ୍ମ ନିର୍ଦ୍ଦେଶକ, କୃଷି ସମ୍ପ୍ରସାରଣ ଶିକ୍ଷା, ଓୟୁଏଟି ଏବଂ ସମ୍ପୃକ୍ତ କୃଷି ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

ବୈଠକରେ ବର୍ତ୍ତମାନ ଫସଲର ବିଶେଷ କରି ଧାନ, ମାଣ୍ଡିଆ, କପା, ଆଳୁ ଏବଂ ଅନ୍ୟାନ୍ୟ ପନିପରିବାର ଅବସ୍ଥା ଓ ସୁରକ୍ଷା ବିଷୟରେ ବିସ୍ତୃତ ଆଲୋଚନା କରାଯାଇ ଚାଷୀମାନଙ୍କ ପାଇଁ ଫସଲ ସୁରକ୍ଷା ବାର୍ତ୍ତା ପ୍ରସ୍ତୁତ କରାଯାଇଥିଲା। ଉକ୍ତ ପରାମର୍ଶ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଅବଗତ ନିମନ୍ତେ ପଠାଯାଇଅଛି। ବିଶେଷକରି ଉକ୍ତ ପରାମର୍ଶରେ ଅମଳ ଉପଯୋଗୀ ଧାନ, ମାଣ୍ଡିଆ ଓ କପା ଆଦି ଫସଲକୁ ଅମଳ କରି ଯଥାସମ୍ଭବ ସୁରକ୍ଷିତ ସ୍ଥାନରେ ସାଇତି ରଖିବା ପାଇଁ ଅନୁରୋଧ କରାଯାଇଅଛି।

ଏହି ପରାମର୍ଶ କୃଷି ବିଭାଗର ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରାଯାଇଛି ଏବଂ ‘ଆମ କୃଷି’ର ପଞ୍ଜିକୃତ ଚାଷୀମାନଙ୍କୁ ଆଇ.ଭି.ଆର୍‌.ଏସ୍‌. ବାର୍ତ୍ତା ପ୍ରେରିତ କରାଯାଇଅଛି।
ଏତଦ୍‌ବ୍ୟତୀତ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର ବିଭାଗୀୟ ଅଧିକାରୀଙ୍କୁ ଆଗୁଆ ସତର୍କ ରହିବା ପାଇଁ କୁହାଯାଇଛି ଏବଂ ୨ରୁ ୬ ତାରିଖ ପର୍ଯ୍ୟନ୍ତ କୌଣସି ଛୁଟି ନ ନେବା ପାଇଁ ପରାମର୍ଶ ଦିଆଯାଇଛି। ବିଭିନ୍ନ ଜିଲ୍ଲାମାନଙ୍କରେ “ମାଇକ୍‌’’ ଜରିଆରେ ଉକ୍ତ ବାର୍ତ୍ତା ପ୍ରଚାର କରାଯାଇ ଚାଷୀମାନଙ୍କୁ ସଚେତନ କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ଘନିଭୂତ ହେବାରେ ଲାଗିଛି ଲଘୁଚାପ, ରବିବାର ଦିନ ନେବ ଅବପାତ ରୂପ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧିରଧିରେ ଘନିଭୂତ ହେବାରେ ଲାଗିଛି। ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ଦକ୍ଷିଣପୂର୍ବ ପାର୍ଶ୍ଵବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୁଦୃଶଃ- ଲଘୁଚାପ କ୍ଷେତ୍ର ରେ ପରିଣତ ହୋଇଛି।

ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ୨୨ ତାରିଖ ସୁଦ୍ଧା ଏକ ଅବପାତ ରେ ପରିଣତ ହେବ। ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରୀ କରିଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଜି ଭାରତ-ବାଂଲାଦେଶ ଲଢେଇ: ବର୍ଷାକୁ ନେଇ ପାଣିପାଗ ବିଭାଗ ଜାରି କଲା ଅପଡେଟ

ନୂଆଦିଲ୍ଲୀ: ଆଜି ଭାରତୀୟ ଦଳ ଏହାର ଚତୁର୍ଥ ମ୍ୟାଚ୍ ଖେଳିବ। ଟିମ୍ ଇଣ୍ଡିଆ ବାଂଲାଦେଶର ଆହ୍ଵାନର ସମ୍ମୁଖୀନ ହେବ। ପୁଣେରେ ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୨ ଟାରୁ ଆରମ୍ଭ ହେବ। କିନ୍ତୁ ବର୍ଷା ହେତୁ ଭାରତ-ବାଂଲାଦେଶ ମ୍ୟାଚ୍ ଧୋଇଯିବ କି? ଭାରତ-ବାଂଲାଦେଶ ମ୍ୟାଚ୍ ଦିନ ବର୍ଷା ହେବ କି? ତେବେ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି।

ପୁଣେରେ ବର୍ଷା ହେବ କି?:

ପାଣିପାଗ ବିଭାଗ ଅନୁଯାୟୀ ଗୁରୁବାର ଦିନ ପୁଣେରେ ବର୍ଷା ହେବ ନାହିଁ। ଭାରତ-ବାଂଲାଦେଶ ମ୍ୟାଚ୍ ଦିନ ପୁଣେରେ ଖରା ହେବ। ଘଣ୍ଟା ପ୍ରତି ୨-୧୦ କିଲୋମିଟର ବେଗରେ ପବନ ବହିବ। କିନ୍ତୁ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ। ତେବେ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏହା ଏକ ଖୁସି ଖବର। ଭାରତ-ବାଂଲାଦେଶ ମ୍ୟାଚ୍ ଦିନ ପୁଣେରେ ବର୍ଷା ହୋଇପାରେ ବୋଲି ବିଶ୍ୱାସ କରାଯାଉଥିଲା, କିନ୍ତୁ ପାଣିପାଗ ବିଭାଗ ଅନୁଯାୟୀ ଗୁରୁବାର ପୁଣେରେ ବର୍ଷା ହେବାର ସମ୍ଭାବନା ନାହିଁ।

ପଏଣ୍ଟ ଟେବୁଲରେ ଶୀର୍ଷରେ ପହଞ୍ଚିବାକୁ ଟିମ୍ ଇଣ୍ଡିଆର ସୁଯୋଗ ଅଛି କି?:

ଏହି ଟୁର୍ଣ୍ଣାମେଣ୍ଟର କ୍ରମାଗତ ଚତୁର୍ଥ ବିଜୟ ପଞ୍ଜିକରଣ କରିବା ଉଦ୍ଦେଶ୍ୟରେ ଭାରତୀୟ ଦଳ ବାଂଲାଦେଶ ବିପକ୍ଷରେ ପଡ଼ିଆକୁ ଓହ୍ଳାଇବ। ଏଥି ସହିତ ଯଦି ଭାରତୀୟ ଦଳ ବାଂଲାଦେଶ ବିପକ୍ଷରେ ଜିତିବାରେ ସଫଳ ହୁଏ, ତେବେ ପଏଣ୍ଟ ଟେବୁଲରେ ଶୀର୍ଷରେ ପହଞ୍ଚିବାର ସୁଯୋଗ ମିଳିବ। ବର୍ତ୍ତମାନ ପଏଣ୍ଟ ଟେବୁଲରେ ଭାରତୀୟ ଦଳ ଦ୍ୱିତୀୟ ସ୍ଥାନରେ ରହିଛି। ଟିମ୍ ଇଣ୍ଡିଆ ୩ ଟି ମ୍ୟାଚ୍ ଖେଳି ସମସ୍ତ ତିନୋଟି ମ୍ୟାଚ୍ ଜିତିଛି। ୪ ଟି ମ୍ୟାଚ୍ ପରେ ୮ ପଏଣ୍ଟ ସହ ନ୍ୟୁଜିଲ୍ୟାଣ୍ଡ ଦଳ ପଏଣ୍ଟ ଟେବୁଲରେ ଶୀର୍ଷରେ ଅଛି। ପଏଣ୍ଟ ଟେବୁଲରେ ଶାକିବ ଅଲ ହାସନଙ୍କ ନେତୃତ୍ୱରେ ବାଂଲାଦେଶ ଦଳ ଷଷ୍ଠ ସ୍ଥାନରେ ରହିଛି।

ବାଂଲାଦେଶ ଆଫଗାନିସ୍ତାନକୁ ୬ ୱିକେଟରେ ପରାସ୍ତ କରିଛି, କିନ୍ତୁ ଇଂଲଣ୍ଡ ବିପକ୍ଷରେ ୧୩୭ ରନରେ ହାରିଛି। ଏହା ପରେ ନ୍ୟୁଜିଲ୍ୟାଣ୍ଡ ବାଂଲାଦେଶକୁ ୮ ୱିକେଟରେ ପରାସ୍ତ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ବଙ୍ଗୋପସାରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଏହି ଖବର ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ସେହି ଅନୁସାରେ ଆସନ୍ତା 4 ତାରିଖରେ ଏହି ଲଘୁଚାପ ସୃଷ୍ଟି ହେବ ବୋଲି କୁହାଯାଇଛି।

ବର୍ତ୍ତମାନ ଉତ୍ତର ବଙ୍ଗୋପସାଗରରେ ଆସନ୍ତାକାଲି ରବିବାରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତିସମୟରେ ସକ୍ରିୟ ହୋଇ ଲଘୁଚାପରେ ପରିଣତ ହେବ। ଏହାଦ୍ବାରା ସୋମବାରଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଲଘୁଚାପ ଯୋଗୁଁ ସାରା ରାଜ୍ୟରେ ବର୍ଷା, ଆଜି ହେବ ପ୍ରବଳ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାରେ ଗତକାଲିଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି। ଆଜି ଏହି ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବ ବୋଲି ଜଣାପଡିଛି। ଏହାର ପ୍ରଭାବ ଆହୁରି ତିନିଦିନ ଧରି ଲାଗିରହିବ ବୋଲି କୁହାଯାଇଛି।

ତେବେ ପାଣିପାଗ ବିଭାଗ ଅନୁସାରେ ଆଜି ସକାଳ ୮.୩୦ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଛି। ଅନ୍ୟାନ୍ୟ ସ୍ଥାନରେ ଯେଉଁ ବର୍ଷା ହୋଇଛି ତାହା ହେଲା ଖୋର୍ଦ୍ଧା: ୮୮ ମିମି ହୀରାକୁଦ: ୮୭.୮ ମିମି ନବରଙ୍ଗପୁର: ୮୧ ମିମି କେନ୍ଦୁଝର: ୭୦.୬ ମିମି ପୁରୀ: ୬୯.୬ ମିମି ଭୁବନେଶ୍ୱର: ୬୩.୮ ମିମି ଟିଟଲାଗଡ: ୬୦.୮ ମିମି ରେକର୍ଡ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ବାତ୍ୟା ପରି ଅବସ୍ଥା, ପ୍ରବଳ ବର୍ଷା ଯୋଗୁଁ ରାସ୍ତାଘାଟରେ ଉପୁଡି ପଡିଛି ଗଛ

ଭୁବନେଶ୍ବର: ଗତକାଲିର ପ୍ରବଳ ବର୍ଷା ଯୋଗୁଁ ଭୁବନେଶ୍ବରର ଅବସ୍ଥା ସାଂଘାତିକ ହୋଇପଡିଛି। ରାସ୍ତାଘାଟରେ ପାଣି ଜମି ଏକ ବନ୍ୟା ପରି ପରିସ୍ଥିତି ସୃଷ୍ଟି ହୋଇଛି। ବହୁ ସମୟ ଧରି ରାସ୍ତାରେ ଯାତାୟାତ ପୁରା ଠପ ହୋଇପଡିଥିଲା। ପ୍ରବଳ ବର୍ଷା ସହିତ ଭୟଙ୍କର ବଜ୍ରପାତ ଲୋକଙ୍କୁ ଅସ୍ତବ୍ୟସ୍ତ କରାଇଦେଇଥିଲା।

ସେହିପରି ଏହି ବର୍ଷାରେ ରାଜଧାନୀର ବିଭିନ୍ନ ସ୍ଥାନରେ ଗଛ ଉପୁଡି ରାସ୍ତାଘାଟ ବନ୍ଦ ହୋଇପଡିଥିବା ମଧ୍ୟ ଜଣାପଡିଛି। ଗତକାଲି ରାତିରୁ ଓଡ୍ରାଫ ଟିମ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀ ରାସ୍ତା ସଫା କରିବା କାମରେ ନିୟୋଜିତ ଅଛନ୍ତି।

ଗତକାଲି ରାତିରେ ଭୁବନେଶ୍ବରର ଖଣ୍ଡଗିରି, ଘାଟିକିଆ, ସହିଦନଗର, ଭୀମଟାଙ୍ଗୀ, ଡୁମଡୁମା, ପୁରୁଣା ଭୁବନେଶ୍ବର, ପଟିଆ ପ୍ରଭୃତି ଅଞ୍ଚଳରେ ଗଛ ଉପୁଡି ପଡିଛି। ବଡବଡ ଗଛ ଉପୁଡି ରାସ୍ତା ଉପରେ ପଡିରହିଛି। ଏହି ବର୍ଷାରେ ରାଜଧାନୀର ଅବସ୍ଥା ଏମିତି ହେବ ବୋଲି କାହାର ବିଶ୍ବାସ ହେଉ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ପୁଣି ଲଗାତାର ବର୍ଷା

ଭୁବନେଶ୍ବର: ଆଜି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। କାରଣ ଗତକାଲିଠାରୁ ଘୂର୍ଣ୍ଣିବଳୟ ବେଶ ସକ୍ରିୟ ହୋଇ ରହିଛି। ଯାହା ଲଘୁଚାପରେ ପରିଣତ ହେବ।

ଭୁବନେଶ୍ବର ଆଞ୍ଚଳିତ ପାଣିପାଗ ବିଭାଗ ଅନୁସାରେ ଘୁର୍ଣ୍ଣିବଳୟ ଉତ୍ତରପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ତତସଂଲଗ୍ନ ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡିଶା ଉପକୂଳରେ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ସକ୍ରିୟ ପ୍ରଭାବ ରହିଛିି।

ଫଳରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଂଚଳରେ ଲଘୁଚାପ କ୍ଷେତ୍ର ସମ୍ଭାବନା ବୋଲି ପାଣିପାଗ ବିଭାଗ କହିଛି।

Categories
ବିଶେଷ ଖବର ରାଜ୍ୟ ଖବର

କଟକ ଭୁବନେଶ୍ବରରେ ପ୍ରବଳ ବର୍ଷା, ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସମସ୍ୟା

ଭୁବନେଶ୍ବର: ଗତକାଲି ରାତିରୁ କଟକ ଭୁବନେଶ୍ବରରେ ପ୍ରବଳ ବର୍ଷା ଲାଗି ରହିଛି। ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ଦ୍ବାରା ସାଧାରଣ ଯାତାୟତରେ ସମସ୍ୟା ଉପୁଜିଛି। ଏପରିକି ଆଜି କଟକ ଅବସ୍ଥା ପୁରା ବେହାଲ ହୋଇପଡିଛି। କଟକ ସହରରେ ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ଦ୍ବାରା ବନ୍ୟା ପରି ପରିସ୍ଥିତି ସୃଷ୍ଟି ହୋଇଛି। ଜଳ ନିସ୍କାସନ ହୋଇ ନ ପାରି ରାସ୍ତା ସାରା ପାଣି ଜମି ରହିଛି।

ଏ ନେଇ ଭୁବନେଶ୍ବର ଆଞ୍ଚଲିକ ପାଣିପାଗ ବିଭାଗ ତରଫରୁ ମଧ୍ୟ ସତର୍କ ସୂଚନା ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ, ଆଗାମୀ ୨ ଘଣ୍ଟା ଯାଏଁ ପ୍ରବଳ ବୃଷ୍ଟିପାତ ହେବ। ଭୁବନେଶ୍ୱର ଏବଂ କଟକରେ  ୧ ରୁ ୨ ସେମି ଘଣ୍ଟା ପ୍ରତି ବର୍ଷା ହେବ। ଯେଉଁ ସ୍ଥାନରେ ଅତି ପ୍ରବଳ ବର୍ଷା ହେବ ସେଠାରେ ୨ ରୁ ୩ ସେମି ପର୍ଯ୍ୟନ୍ତ ବୃଷ୍ଟିପାତ ସମ୍ଭାବନା ରହିଛି।

ଏହା ଦ୍ବାରା କଟକ ଏବଂ ଭୁବନେଶ୍ବରର ତଳିଆ ଅଞ୍ଚଳରେ ପାଣି ଜମି ରହିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି। ଏପରିକି ବନ୍ୟା ପରି ପରିସ୍ଥିତି ଉପୁଜିବ ବୋଲି ଅନୁମାନ କରାଯାଇଛି। ଏହାଦ୍ବାରା ଟ୍ରାଫିକ ସମସ୍ୟା ପରିଲକ୍ଷିତ ହେବ। ସେଥିପାଇଁ ଦୁଇ ସହରର ପ୍ରଶାସନକୁ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି।

କେବଳ କଟକ ଭୁବନେଶ୍ବର ନୁହେଁ ଆଜି ସାରା ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଗତକାଲି ରାତିରେ ପାରାଦୀପ ଏବଂ ପୁରୀରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଆଜି ସକାଳ ୮.୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସହରରେ ଯେଉଁ ବର୍ଷା ରେକର୍ଡ କରାଯାଇଛି ତାହା ହେଲା

ପାରାଦୀପ: ୧୦୫ ମିମି, ପୁରୀ: ୮୬.୬ ମିମି, ଢେଙ୍କାନାଳ: ୭୦ ମିମି, ନୟାଗଡ: ୪୩.୧ ମିମି, କେନ୍ଦ୍ରାପଡା: ୨୨.୪ ମିମି, ଭୁବନେଶ୍ୱର: ୧୪.୭ ମିମି, ଗୋପାଳପୁର: ୨.୧ ମିମି, ଚାନ୍ଦବାଲି : ୧୧.୯ ମିମି, ବାଲେଶ୍ୱର: ୧୦.୨ ମିମି ବର୍ଷା ରେକର୍ଡ କରାଯାଇଛି। ତେବେ ଏହି ବର୍ଷା ଆହୁରି ଦୁଇ ଦିନ ଧରି ଲାଗିରହିବ ବୋଲି ସୂଚନା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଗତ ୨୪ ଘଣ୍ଟାରେ ରାଜ୍ୟରେ ହୋଇଛି ପ୍ରବଳ ବର୍ଷା, ଆହୁରି ବର୍ଷିବ

ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ରାଜ୍ୟରେ ଅନୁଭୂତ ହୋଇଛି ବିସ୍ତୃତି ବର୍ଷା। ଅଧିକାଂଶ ସ୍ଥାନରେ ହାଲୁକା ମଧ୍ୟମ ଧରଣର ବର୍ଷା ଅନୁଭୂତ ହୋଇଛି। ତେବେ ଦେବଗଡ ଜିଲ୍ଲାର ବାରକୋଟ ଠାରେ ସର୍ବାଧିକ ୧୨୭.୬ ମିମି ବର୍ଷା ହୋଇଥିବାର ରେକର୍ଡ କରାଯାଇଛି।

ସେହିପରି ସୁନ୍ଦରଗଡ ଜିଲ୍ଲାର ଗୁରୁଣ୍ଡିଆ ଠାରେ ୧୦୪ ମିମି ବର୍ଷା ହୋଇଥିବା ବେଳେ ରାୟଗଡାର ଗୁଣପୁର ଠାରେ ୮୭.୪ ମିମି ବର୍ଷା ରେକର୍ଡ କରାଯାଇଛି। ତେବେ ଏହି ବର୍ଷା ଆହୁରି ଦୁଇ ଦିନ ଧରି ଲାଗିରହିବ ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଏମିତି ଏକ ଜଗନ୍ନାଥ ମନ୍ଦିର ଅଛି, ଯେଉଁଠାରେ ବର୍ଷା ହେବାର ମିଳିଥାଏ ପୂର୍ବାନୁମାନ

ନୂଆଦିଲ୍ଲୀ: ଭାରତରେ ଏପରି ଅନେକ ମନ୍ଦିର ଅଛି, ଯାହାର ଅନେକ ରହସ୍ୟ ରହିଛି। ଏପରି ଏକ ରହସ୍ୟମୟ ମନ୍ଦିର ଉତ୍ତରପ୍ରଦେଶର କାନପୁରରେ ଅବସ୍ଥିତ ବେହେଟା ଗ୍ରାମରେ ଅଛି। ଭଗବାନ ଜଗନ୍ନାଥଙ୍କ ଏହି ମନ୍ଦିର ଚମତ୍କାରିତା ପ୍ରକୃତି ପାଇଁ ପ୍ରସିଦ୍ଧ। ଏହି ମନ୍ଦିର ବର୍ଷାର ପୂର୍ବାନୁମାନ କରେ। କାନପୁରର ଭିତରଗାଓଁ ବ୍ଲକଠାରୁ ତିନି କିଲୋମିଟର ଦୂରରେ ଅବସ୍ଥିତ ଏହି ମନ୍ଦିର ଭଗବାନ ଜଗନ୍ନାଥଙ୍କ ମନ୍ଦିର ମଧ୍ୟରୁ ଅନ୍ୟତମ। ଲୋକଙ୍କ ବିଶ୍ଵାସ ଏହି ମନ୍ଦିର ସହିତ ଏପରି ଭାବରେ ଜଡିତ ଯେ ଲୋକମାନେ ଦୂରଦୂରାନ୍ତରୁ ଦର୍ଶନ ପାଇବାକୁ ଆସନ୍ତି।

ଏଠାରେ ସ୍ଥାନୀୟ ଲୋକ କୁହନ୍ତି ଯେ, ବର୍ଷା ହେବାର ଛଅ-ସାତ ଦିନ ପୂର୍ବରୁ ମଧ୍ୟ ମନ୍ଦିର ଛାତରୁ ପାଣି ବୁନ୍ଦା ଆରମ୍ଭ ହୋଇଯାଏ। ଏହି ବୁନ୍ଦା ଆକାର ଅନୁଯାୟୀ ବର୍ଷା ପାଣି ମଧ୍ୟ ପଡିଥାଏ। ମନ୍ଦିର ବିଷୟରେ ସବୁଠାରୁ ଅନନ୍ୟ କଥା ହେଉଛି ବର୍ଷା ଆରମ୍ଭ ହେବା ମାତ୍ରେ ମନ୍ଦିରର ଛାତ ଭିତରୁ ସମ୍ପୂର୍ଣ୍ଣ ଶୁଖିଯାଏ।

ମନ୍ଦିର ବିଷୟରେ ଅନେକ ରହସ୍ୟମୟ ଜିନିଷ ଅଛି। ଆଜି ପର୍ଯ୍ୟନ୍ତ କେହି ଏହି ମନ୍ଦିର ବିଷୟରେ ଜାଣିପାରି ନାହାଁନ୍ତି, ଏହି ମନ୍ଦିରଟି କେତେ ପୁରୁଣା ଏବଂ ଏହାର ଛାତରୁ ପାଣି କିପରି ଖସିଥାଏ ଏବଂ କେବେ ବନ୍ଦ ହୋଇଯାଏ। କୁହାଯାଏ ଯେ ପ୍ରତ୍ନତତ୍ତ୍ୱ ବିଭାଗର ଲୋକ ଏବଂ ବୈଜ୍ଞାନିକମାନେ ଏଠାକୁ ଅନେକ ଥର ଆସିଥିଲେ, କିନ୍ତୁ ଏହି ରହସ୍ୟ ଜାଣିବାରେ ବିଫଳ ହୋଇଥିଲେ।

ଏହି ମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କର ଏକ ପ୍ରତିମା ଅଛି। ଏଥିରେ ଭଗବାନ ବିଷ୍ଣୁଙ୍କର ୨୪ ଅବତାର ଦେଖିବାକୁ ମିଳେ। ଏହି ୨୪ ଅବତାରରେ କଳି ଯୁଗରେ ଅବତାରିତ ପ୍ରଭୁ କଲ୍କିଙ୍କ ପ୍ରତିମା ମଧ୍ୟ ପ୍ରତିଷ୍ଠିତ ହୋଇଛି।

ମନ୍ଦିରର ଗମ୍ବୁଜ ଉପରେ ଏକ ବୃତ୍ତ ଅଛି, ଯେଉଁ କାରଣରୁ ଆଜି ପର୍ଯ୍ୟନ୍ତ ଏଠାରେ ବଜ୍ରପାତ ହୋଇନାହିଁ।

ଏହି ମନ୍ଦିରର ଗଠନ ଏକ ବୌଦ୍ଧ ମଠ ପରି, ଯାହାର କାନ୍ଥ ୧୪ ଫୁଟ ମୋଟା। ଏଥିରୁ ଅନୁମାନ କରାଯାଏ ଯେ ସମ୍ରାଟ ଅଶୋକାଙ୍କ ସମୟରେ ଏହି ମନ୍ଦିର ନିର୍ମାଣ କରାଯାଇଥିଲା। ମନ୍ଦିର ବାହାରେ ଏକ ମୟୂର ଚିହ୍ନ ଏବଂ ଚକ୍ର ଚିହ୍ନ ଅଛି, ଯେଉଁଠାରୁ ଅନୁମାନ କରାଯାଏ ଯେ ଏହା ଚକ୍ରବର୍ତ୍ତୀ ସମ୍ରାଟ ହର୍ଷବର୍ଦ୍ଧନଙ୍କ ଶାସନ କାଳରେ ତିଆରି ହୋଇଥଲା।

Categories
ଆଜିର ଖବର ରାଜ୍ୟ ଖବର

ଆହୁରି ତିନିଦିନ ଧରି ଲାଗି ରହିବ ବର୍ଷା, ୧୧ ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ମୌସୁମୀ ସହ ସକ୍ରିୟ ଲଘୁଚାପ ଏବଂ ନିମ୍ନ ଚାପ ରେଖା ପ୍ରଭାବରେ ବିଭିନ୍ନ ଅଞ୍ଚଳରେ ଲାଗିରହିଛି ବର୍ଷା। ଆଗାମୀ ୨୪ ଘଣ୍ଟା ପାଇଁ ୧୧ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଚେତବାନୀ ଦିଆଯାଇଛି। ତେବେ ଏହି ବର୍ଷା ଆସନ୍ତା ତିନିଦିନ ଧରି ଲାଗି ରହିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି।

ଯେଉଁ ଜିଲ୍ଲାଗୁଡିକ ୱାର୍ଣ୍ଣିଂ ଜାରୀ କରାଯାଇଛି ସେଗୁଡିକ ହେଲା ଝାରସୁଗୁଡା, ବରଗଡ, ସୁନ୍ଦରଗଡ, ସମ୍ବଲପୁର ଜିଲ୍ଲା। ଏଗୁଡିକରେରେ କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେହିପରି ନୂଆପଡା ବଲାଙ୍ଗୀର, ବୌଦ୍ଧ, ସୋନପୁର, ଅନୁଗୁଳ, ଦେବଗଡ ଏବଂ କେନ୍ଦୁଝର ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଚେତବାନୀ ଦିଆଯାଇଛି।

ମତ୍ସ୍ୟଜୀବୀଙ୍କୁ ଆଗାମୀ ୨୪ ଘଣ୍ଟା ଯାଏଁ ସମୁଦ୍ର ମନା କରାଯାଇଛି। ଲଘୁଚାପ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଯାଏଁ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ଓଡିଶା ଉପକୂଳ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରକୁ ଯିବାକୁ ସମ୍ପୂର୍ଣ ବାରଣ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଗତ ୨୪ ଘଣ୍ଟାରେ ରାଜ୍ୟରେ ଯାହା ବର୍ଷା ହୋଇଛି ତାହା ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ବର: ଗତକାଲି ରାଜ୍ୟରେ ଯେପରି ବର୍ଷା ହୋଇଛି ତାହା ପୂର୍ବରୁ କେବେ ହୋଇ ନ ଥିଲା। ପହିଲି ମୌସୁମୀର ପହିଲି ବର୍ଷା ପୁରା ଢାଳି ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ପାଣିପାଗ ବିଭାଗ ଅନୁସାରେ ଗତକାଲି ବର୍ଷାର ପରିମାଣ ଯାହା ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ଗତ ୨୪ ଘଣ୍ଟା ରେ ରାଜ୍ୟରେ ୨୧.୩ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୮.୯ ମିମି ତୁଳନାରେ ୧୩୯ ପ୍ରତିଶତ ଅଧିକ ରେକର୍ଡ ହୋଇଛି। ସର୍ବାଧିକ ବର୍ଷା ମାଲକାନଗିରି ଜିଲ୍ଲାରେ ୫୨.୫ ମିମି ରେକର୍ଡ ହୋଇଛି। ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୫୯୧ % ଅଧିକ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

୨୧ ରୁ ମିଳିବ ଆଶ୍ଵସ୍ତି!, ରାଜ୍ୟରେ ଆରମ୍ଭ ହେବ ବର୍ଷା

ଭୁବନେଶ୍ଵର: ପ୍ରଚଣ୍ଡ ଗରମ ମଧ୍ୟରେ ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିକର ଖବର ମିଳୁଛି। ଆଉ ଦୁଇ ଦିନ ପାରେ ଅର୍ଥାତ ୨୧ ତାରିଖରୁ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏବଂ ୨୨ ତାରିଖରୁ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି। ଏନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

ଶୁଭ ଖବର: ତାତିରୁ ମିଳିବ ତ୍ରାହି, ହେବ ବର୍ଷା, ଜାଣନ୍ତୁ କେବେ

ଭୁବନେଶ୍ବର: ଦୀର୍ଘଦିନ ଧରି ତାତିଲା କଡେଇରେ ସାରା ଓଡିଶା ଭାଜି ହେବା ପରେ ଏବେ ସେଥିରୁ ମିଲିବ ତ୍ରାହି। ଏ ନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ।

ବିଭାଗ ଅନୁସାରେ ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ବର୍ଷା। ତାପର ଦିନ ୨୨ ତାରିଖରୁ ବର୍ଷା ର ପରିମାଣ ବଢିବ। ୨୧ ଜୁନରେ ରାଜ୍ୟର ଅନେକ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଥିବାବେଳେ ୨୨ ଜୁନ ରେ କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଆରମ୍ଭ ହେଲା ବର୍ଷା, ଆସନ୍ତା ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ

ଭୁବନେଶ୍ବର: ଆଜି ରାଜଧାନୀରେ ଆରମ୍ଭ ହୋଇଯାଇଛି ଝିପିଝିପି ବର୍ଷା। କଳାହାଣ୍ଡିଆ ମେଘ ସହିତ କୋହଲା ପବନ ରାଜଧାନୀକୁ ଅନ୍ଧାର କରିଦେଇଛି। ଭୁବନେଶ୍ବର ପାଣିପାଗ ବିଭାଗ ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା ରହିଛି। ଫଳରେ ବର୍ଷା ସହିତ ପବନ ଲାଗିରହିବ ବୋଲି ବିଭାଗ କହିଛି।

ପାଣିପାଗ ବିଭାଗ ଅନୁସାରେ ଆଜି ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗଂଜାମ , ଗଜପତି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। ଏସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୁତ୍ରରୁ ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ଆସୁଛି ଆଉ ଏକ ପଶ୍ଚିମାଝଡ଼, ଏହି ତାରିଖରୁ ଓଡିଶାରେ ପୁଣି ବର୍ଷା

ଭୁବନେଶ୍ବର:  ଗୋଟିଏ ଯିବା ପରେ ପୁଣି ଆସୁଛି ଆଉ ଏକ ପଶ୍ଚିମାଝଡ଼। ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସତର୍କ କରାଇଛି। ଏହାଦ୍ବାରା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨୬ ତାରିଖରୁ ପଶ୍ଚିମା ଝଡ-ପ୍ରଭାବ ପଡିବ। ଫଳରେ ଝଡବର୍ଷା ହେବାର ସମ୍ଭାବନା ରହିଛି ବୋଲି କୁହାଯାଇଛି।

ଏଥିସହିତ ବିଜୁଳି ଘଡଘଡି ସହ ବର୍ଷା ଏବଂ ଝଡ-ପବନ ହେବ। ଘଣ୍ଟା ପ୍ରତି ୩୦ ରୁ ୪୦ କିମି ପବନ ପ୍ରବାହିତ ହେବାର ସମ୍ଭାବନା ରହିଛି। ସେହିପରି ୨୭ ତାରିଖରୁ ବର୍ଷାର ପରିମାଣ ବଢିବ। ୨୭ ତାରିଖରେ ୧୧ଟି ଉପକୂଳ ଜିଲ୍ଲା ପ୍ରଭାବିତ ହେବ। ସେହିପରି ପାର୍ଶ୍ଵବର୍ତ୍ତୀ ଜିଲ୍ଲାଗୁଡିକରେ ଝଡ ପବନ ଏବଂ ବିଜୁଳି ଘଡଘଡି ଜାରି ରହିବ ।

Categories
ଆଜିର ଖବର ରାଜ୍ୟ ଖବର

ଆସୁଛି ପଶ୍ଚିମା ଝଡ !! ପାଣିପାଗ ନେଇ ଆସିଲା ଆଉ ଏକ ବଡ ସୂଚନା

ଭୁବନେଶ୍ବର: ପାଣିପାଗ ନେଇ ଆସିଲା ଆଉ ଏକ ବଡ ସୂଚନା। ଆଜି ସକାଳୁ ଏହି ସୂଚନା ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ପ୍ରଦାନ କରାଯାଇଛି। ତାହା ହେଲା ଯେ ଆସୁଥିବା ପଶ୍ଚିମାଝଡ ଯୋଗୁଁ କେବଳ ଝଡ ବର୍ଷା ହେବା ନାହିଁ, ପବନ ମଧ୍ୟ ପ୍ରବାହିତ ହେବ। ପବନ ଘଣ୍ଟା ପ୍ରତି ବେଗ ୪୦ ରୁ ୫୦ କିମି ସମ୍ଭାବନା ରହିଛି ବୋଲି ବିଭାଗ କହିଛି।

ପଶ୍ଚିମା-ଝଡ଼ ସହ ଜଡିତ ବାୟୁମଣ୍ଡଳର ମଧ୍ୟ ଭାଗରେ ଥିବା ଟ୍ରଫ ଲାଇନ ସହ ବଙ୍ଗୋପସାଗର ଅଞ୍ଚଳରୁ ବାୟୁମଣ୍ଡଳର ନିମ୍ନ ଭାଗରେ ଜଳୀୟବାଷ୍ପପୂର୍ଣ୍ଣ ପୂର୍ବାଳୀ ବାୟୁ ସଂସ୍ପର୍ଶରେ ପାରସ୍ପରିକ କ୍ରିୟା ଯୋଗୁ ୧୬ ଏବଂ ୧୭ ତାରିଖରେ ବିଜୁଳି ଘଡଘଡି ସହ ଝଡ଼ବର୍ଷା ହେବ।

Categories
ଆଜିର ଖବର ରାଜ୍ୟ ଖବର

ଆସୁଛି ପଶ୍ଚିମାଝଡ, ଆସନ୍ତାକାଲିଠାରୁ ଏହି ଜିଲ୍ଲାରେ ହେବ ବର୍ଷା

ଭୁବନେଶ୍ବର:  ଆସୁଛି ଆଉ ଏକ ପଶ୍ଚିମାଝଡ। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୧୫ ତାରିଖରୁ ବିଜୁଳି-ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ।

ସେତିକି ନୁହେଁ ଏହାର ପ୍ରଭାବ ୧୬ ଏବଂ ୧୭ ରେ ମଧ୍ୟ ରହିବ ବୋଲି କୁହାଯାଇଛି। ଫଳରେ ଏହି ଦୁଇଦିନ ଧରି ରାଜ୍ୟରେ କେତେକ ସ୍ଥାନରେ ବିଜୁଳି-ଘଡଘଡି-ବର୍ଷା ସହ ଝଡ-ପବନ ସମ୍ଭାବନା ରହିଛି।

ଏହାର ପ୍ରଭାବରେ କନ୍ଧମାଳ, ନୟାଗଡ, କେନ୍ଦୁଝର, ସୁନ୍ଦରଗଡ, ଅନୁଗୁଳ, ବୌଦ୍ଧ ଏବଂ ମୟୁରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।