ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଜନ୍ମ ନେଲା ଏକ ବାଛୁରୀ, ତା କପାଳରେ ରହିଛି ଜ୍ୟୋତି ଚିହ୍ନ, ଦେଖନ୍ତୁ Video

Published: Sep 14, 2024, 2:35 pm IST

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆଦିଲ୍ଲୀର ଲୋକକଲ୍ୟାଣ ମାର୍ଗସ୍ଥିତ ବାସଭବନରେ ଏକ ଛୁଆ ଜନ୍ମ ହୋଇଛି। ପ୍ରଧାନମନ୍ତ୍ରୀ ତାହାର ନାମ ରଖିଛନ୍ତି ଦୀପଜ୍ୟୋତି। ତେବେ ସେ ଛୁଆଟି ହେଉଛି ବାଛୁରୀ। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଥିବା ଏକ ଗାଈ ଆଜି ଏହି ବାଛୁରୀକୁ ଜନ୍ମ କରିଛି। ଯାହାକୁ ନେଇ ପ୍ରଧାନମନ୍ତ୍ରୀ ବେଶ ଖୁସି ହୋଇପଡିଛନ୍ତି।

ମୋଦି ତାଙ୍କ ସାମାଜିକ ଗଣମାଧ୍ୟମରେ ଏ ନେଇ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ, ମୋ ବାସଭବନରେ ଥିବା ଏକ ଗାଈ ଆଜି ଏକ ଛୁଆ ଜନ୍ମ କରିଛି। ତାହାର କପାଳରେ ଏକ ଜ୍ୟୋତି ଚିହ୍ନ ରହିଛି। ସେଥିପାଇଁ ତାହାର ନାମ ଦୀପଜ୍ୟୋତି କରାଯାଇଛି ବୋଲି ମୋଦି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଆମ ଶାସ୍ତ୍ରରେ ରହିଛି ଗାଈ ହେଉଛି ସର୍ବସୁଖ ପ୍ରଦା।

Related posts