Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଭାରତ ଉପରେ ବଡ଼ ଅଭିଯୋଗ ଆଣିଲେ ଇରାନର ସର୍ବୋଚ୍ଚ ନେତା: କଡ଼ା ଜବାବ ଦେଲା ଏମଇଏ
ଅନ୍ତରାଷ୍ଟ୍ରୀୟ

ଭାରତ ଉପରେ ବଡ଼ ଅଭିଯୋଗ ଆଣିଲେ ଇରାନର ସର୍ବୋଚ୍ଚ ନେତା: କଡ଼ା ଜବାବ ଦେଲା ଏମଇଏ

September 17, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ସାତଟି ଆମେରିକୀୟ ବିମାନ ଘାଟି ଉପରେ କ୍ଷେପଣାସ୍ତ୍ର ମାଡ଼ କଲା ଇରାନ
ସାତଟି ଆମେରିକୀୟ ବିମାନ ଘାଟି ଉପରେ କ୍ଷେପଣାସ୍ତ୍ର ମାଡ଼ କଲା ଇରାନ

ନୂଆଦିଲ୍ଲୀ: ସୋମବାର ଦିନ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନେଇ ଭାରତ ଉପରେ ଏକ ବଡ ଅଭିଯୋଗ ଆଣିଛନ୍ତି। ମୁସଲମାନମାନଙ୍କ ଉପରେ ଅତ୍ୟାଚାର ହେଉଥିବା ସେ ଅଭିଯୋଗ କରିଛନ୍ତି। ଭାରତ, ଗାଜା ଏବଂ ମିଆଁମାରରେ ମୁସଲମାନମାନଙ୍କ ଉପରେ ନିର୍ଯାତନା ପ୍ରସଙ୍ଗ ଉଠାଇ ଖାମେନେଇ ମହମ୍ମଦଙ୍କ ଜନ୍ମ ବାର୍ଷିକୀ ଅବସରରେ ସମଗ୍ର ବିଶ୍ୱରେ ମୁସଲମାନମାନଙ୍କୁ ଏକଜୁଟ ହେବାକୁ ଆହ୍ଵାନ ଦେଇଛନ୍ତି।

ଖାମେନେଇ ମଧ୍ୟ ‘X’ ରେ ତାଙ୍କ ପୋଷ୍ଟରେ ଇସଲାମର ଶତ୍ରୁ ଦେଶ ଭଳି ଶବ୍ଦ ବ୍ୟବହାର କରିଛନ୍ତି। ‘ଏକ୍ସ’ ରେ ପୋଷ୍ଟ କରି ଆୟତୋଲ୍ଲା ଅଲି ଖାମେନେଇ କହିଛନ୍ତି ଯେ, “ଇସଲାମର ଶତ୍ରୁମାନେ ଆମକୁ ଇସଲାମିକ୍ ଉମ୍ମାହ ଭାବରେ ଆମର ସାଧାରଣ ପରିଚୟ ପ୍ରତି ଉଦାସୀନ କରିବାକୁ ଚେଷ୍ଟା କରିଛନ୍ତି। ମିଆଁମାର, ଗାଜା, ଭାରତ କିମ୍ବା ଅନ୍ୟ କୌଣସି ସ୍ଥାନରେ ଗୋଟିଏ ମୁସଲମାନକୁ ହେଉଥିବା ପୀଡା ପାଇଁ ଅବଗତ ନ ହେଲେ ଆମେ ନିଜକୁ ମୁସଲମାନ ବୋଲି ଭାବିପାରିବା ନାହିଁ।

ବର୍ତ୍ତମାନ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନେଇଙ୍କ ଏହି ଅଭିଯୋଗକୁ ନେଇ ଭାରତର ପ୍ରତିକ୍ରିୟା ମଧ୍ୟ ଆସିଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ ଏହି ଅଭିଯୋଗକୁ ଦୃଢ ଶବ୍ଦରେ ଜବାବ ଦେବା ସହ ତାଙ୍କ ବିବୃତ୍ତିକୁ ନିନ୍ଦା କରିଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଭାରତର ସଂଖ୍ୟାଲଘୁମାନଙ୍କ ବିଷୟରେ ଇରାନର ସର୍ବୋଚ୍ଚ ନେତାଙ୍କ ମନ୍ତବ୍ୟକୁ ଆମେ ଦୃଢ ନିନ୍ଦା କରୁଛୁ। ଏଗୁଡିକ ଭୁଲ ତଥ୍ୟ ଉପରେ ଆଧାରିତ ଏବଂ ଗ୍ରହଣୀୟ ନୁହେଁ। ସଂଖ୍ୟାଲଘୁ ଉପରେ ଟିପ୍ପଣୀ ଦେଉଥିବା ଦେଶକୁ ଗୋଟିଏ ପରାମର୍ଶ ଦିଆଯାଉଛି ଯେ, ଅନ୍ୟକୁ ଟିପ୍ପଣୀ ଦେବା ପୂର୍ବରୁ ନିଜର ଇତିହାସ ଦେଖନ୍ତୁ।

Breaking News india iran mea muslim
Share. Facebook Twitter LinkedIn Email WhatsApp Copy Link

Related Posts

୮ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

April 22, 2026

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026

ବନାନ ସଂଶୋଧନ : ମତାମତ ମାଗିଲେ ସରକାର

April 22, 2026

ଝାରସୁଗୁଡା ଦେଶର ସବୁଠୁ ଉତ୍ତପ୍ତ ସହର

April 22, 2026
Latest News

୮ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

April 22, 2026

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026

ବନାନ ସଂଶୋଧନ : ମତାମତ ମାଗିଲେ ସରକାର

April 22, 2026

ଝାରସୁଗୁଡା ଦେଶର ସବୁଠୁ ଉତ୍ତପ୍ତ ସହର

April 22, 2026

ଇଥାନଲ୍ ଉପରେ ନିୟମ ପରିବର୍ତ୍ତନ କଲେ ସରକାର, ମହଙ୍ଗା ବିମାନ ଯାତ୍ରା ହେବ ଶସ୍ତା !

April 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.