Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଏଫଡିସିର ସୁବର୍ଣ୍ଣ ଜୟନ୍ତୀରେ ମହାଶ୍ୱେତା ରାୟଙ୍କୁ ସମ୍ବର୍ଦ୍ଧନା
ଆଜିର ଖବର

ଓଏଫଡିସିର ସୁବର୍ଣ୍ଣ ଜୟନ୍ତୀରେ ମହାଶ୍ୱେତା ରାୟଙ୍କୁ ସମ୍ବର୍ଦ୍ଧନା

October 25, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Mahasweta Ray felicitated at OFDC's golden jubilee

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓଠାରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଯାପିତ ହୋଇଯାଇଛି। ଓଡ଼ିଆ ସିନେମାର ସମୃଦ୍ଧ ଐତିହ୍ୟକୁ ମନେ ପକାଇବା, ଚଳଚ୍ଚିତ୍ର ଜଗତର ବରିଷ୍ଠ କଳାକାରମାନଙ୍କ ଅବଦାନକୁ ସମ୍ମାନ ଜଣାଇବା ଏବଂ ନୂତନ ପିଢ଼ିକୁ ଓଡ଼ିଆ ସିନେମାର ସୁବର୍ଣ୍ଣ ଯୁଗ ସହ ପରିଚିତ କରାଇବା ଲକ୍ଷ୍ୟରେ ତିନି ଦିନ ଧରି ଉତ୍ସବର ଆୟୋଜନ କରାଯାଇଥିଲା।

ଉଦଯାପନୀ ସଂଧ୍ୟାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଦୀର୍ଘ ୫୦ ବର୍ଷର ସଫଳ ଯାତ୍ରା ଓ ଅବଦାନ ପାଇଁ ବରିଷ୍ଠ ଅଭିନେତ୍ରୀ ଶ୍ରୀମତୀ ମହାଶ୍ୱେତା ରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ନିଜର ଅଭିନୟ ଯାତ୍ରା ସଂପର୍କରେ କହିବା ସହ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଅଭିନୟ କରିବେ ବୋଲି ମହାଶ୍ୱେତା କହିଛନ୍ତି। ମହାଶ୍ୱେତା ରାୟ ଓଡ଼ିଆ ସିନେମାର ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ ଭାବେ ନିଜର ଅଭିନୟ ପ୍ରତିଭା ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ତାଙ୍କର ୫୦ ବର୍ଷର ଚଳଚ୍ଚିତ୍ର ଯାତ୍ରା ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ଗୌରବମୟ ଅଧ୍ୟାୟ। ତାଙ୍କୁ ଏହି ସମ୍ମାନ ପ୍ରଦାନ ଓଡ଼ିଆ ସିନେମା ପ୍ରତି ତାଙ୍କର ଅବଦାନକୁ ସ୍ୱୀକୃତି ଦେବା ସହ ଆଗାମୀ ପିଢ଼ିର କଳାକାରମାନଙ୍କୁ ପ୍ରେରଣା ଯୋଗାଇବ। ସମ୍ବର୍ଦ୍ଧନା ସମାରୋହରେ ଦିଗପହଣ୍ଡିର ବିଧାୟକ ତଥା ଓଡ଼ିଆ ସିନେମା ଜଗତର ଲୋକପ୍ରିୟ ଅଭିନେତା ଡ. ସିଦ୍ଧାନ୍ତ ମହାପାତ୍ର, ବରିଷ୍ଠ ନିର୍ଦ୍ଦେଶକ ପଦ୍ମଶ୍ରୀ ଶିଶିର ମିଶ୍ର ଏବଂ ଓଏଫଡିସିର ପରିଚାଳନା ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ପଣ୍ଡା ଯୋଗ ଦେଇଥିଲେ।

ଅପରାହ୍ନରେ ୨୦୨୪ ମସିହାରେ ନିର୍ମିତ ଚଳଚ୍ଚିତ୍ର ‘ଲହରୀ’ ଏବଂ ଅଭିନେତ୍ରୀ ମହାଶ୍ୱେତା ରାୟଙ୍କ ଅଭିନୀତ ୧୯୮୦ ମସିହାର ସୁପରହିଟ୍ ଚଳଚ୍ଚିତ୍ର ‘ମାଆ ଓ ମମତା’ ପ୍ରଦର୍ଶିତ କରାଯାଇଥିଲା। ଉଦଯାପନୀ ସନ୍ଧ୍ୟାରେ ସୂର୍ଯ୍ୟମୟୀ ମହାପାତ୍ର, ନିକିତା ମିଶ୍ର, ପୁନମ ମିଶ୍ର, ଭୂମିକା ଦାଶ, ଶୁଭାଶିଷ ଶର୍ମା, ଆକାଶ ହୋତା, ସନୋଜ କୁମାର ଓ ଶୁଭମ ନାୟକ ପ୍ରମୁଖ ମଞ୍ଚରେ ସଙ୍ଗୀତ ଓ ନୃତ୍ୟଭିତ୍ତିକ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସେହିପରି ଗତକାଲି ଦ୍ୱିତୀୟ ଦିବସରେ ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଓ ‘ବିଦେହ’ ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ କଟକ ପୂର୍ବତନ ଆଞ୍ଚଳିକ ଅଧିକାରୀ ଗୋପାଳକୃଷ୍ଣ ମହାପାତ୍ର ଏବଂ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ଉଭୟ ଚଳଚ୍ଚିତ୍ରର କଳାକାର ଓ ଟେକ୍ନିକାଲ୍ ଟିମଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସନ୍ଧ୍ୟାରେ ପୁରାତନ ଓଡ଼ିଆ ସଙ୍ଗୀତର ମନୋମୁଗ୍ଧକର ପରିବେଷଣ ଦର୍ଶକମାନଙ୍କୁ ଓଡ଼ିଆ ସଙ୍ଗୀତର ସୁବର୍ଣ୍ଣ ଅତୀତକୁ ମନେ ପକାଇ ଦେଇଥିଲା। ଏଥିରେ ଦେବାଶିଷ ମହାପାତ୍ର, ଗୀତା ଦାଶ, ସୋହିନୀ ମିଶ୍ର, ଶୁଭାଶିଷ ମହାକୁଡ଼, ଶଶାଙ୍କ ଶେଖର ଓ ଆଦ୍ୟାଶା ଦାସ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ।

ଓଏଫଡିସି ମହାଶ୍ୱେତା ରାୟ ସୁବର୍ଣ୍ଣ ଜୟନ୍ତୀ
Share. Facebook Twitter LinkedIn Email WhatsApp Copy Link

Related Posts

ବାତ୍ୟା ଆଶ୍ରୟସ୍ଥଳରେ ସମୀକ୍ଷା କରି ଲୋକଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ପୁରୀ ଜିଲ୍ଲାପାଳ ଓ ଏସପି

November 19, 2026

ବାତ୍ୟା ‘ଅକୱାନ’ ପାଇଁ ଗଞ୍ଜାମରେ ବଡ଼ କଟକଣା: ବସ୍-ଟ୍ରକ୍ ଚଳାଚଳ ବନ୍ଦ, ଯାତ୍ରୀଙ୍କ ପାଇଁ ବଡ଼ ଖବର

November 19, 2026

ଆଦିବାସୀଙ୍କ ଜମି ଉପରେ କାହାର ଅଧିକାର? ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

November 19, 2026

ବାତ୍ୟା ‘‘ଅକୱାନ’ ମୁକାବିଲା: ଖୋର୍ଦ୍ଧା ଜିଲ୍ଲାରେ ପ୍ରାୟ ୨୦ ହଜାର ଲୋକ ସ୍ଥାନାନ୍ତରିତ

November 19, 2026
Latest News

ବାତ୍ୟା ଆଶ୍ରୟସ୍ଥଳରେ ସମୀକ୍ଷା କରି ଲୋକଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ପୁରୀ ଜିଲ୍ଲାପାଳ ଓ ଏସପି

November 19, 2026

ବାତ୍ୟା ‘ଅକୱାନ’ ପାଇଁ ଗଞ୍ଜାମରେ ବଡ଼ କଟକଣା: ବସ୍-ଟ୍ରକ୍ ଚଳାଚଳ ବନ୍ଦ, ଯାତ୍ରୀଙ୍କ ପାଇଁ ବଡ଼ ଖବର

November 19, 2026

ଆଦିବାସୀଙ୍କ ଜମି ଉପରେ କାହାର ଅଧିକାର? ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

November 19, 2026

ବାତ୍ୟା ‘‘ଅକୱାନ’ ମୁକାବିଲା: ଖୋର୍ଦ୍ଧା ଜିଲ୍ଲାରେ ପ୍ରାୟ ୨୦ ହଜାର ଲୋକ ସ୍ଥାନାନ୍ତରିତ

November 19, 2026

ବାତ୍ୟା ଆଶଙ୍କାରେ ଓଡ଼ିଶାର ୧୩ ଜିଲ୍ଲାରେ ସ୍କୁଲ ଛୁଟି, ୨୧ ତାରିଖ ଯାଏଁ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

November 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.