ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ!: ପ୍ରସ୍ତାବ ଦେଲେ ଅରବିନ୍ଦ କେଜ୍ରିୱାଲ

Published: Sep 17, 2024, 11:43 am IST

ନୂଆଦିଲ୍ଲୀ: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ପଦବୀରୁ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ଘୋଷଣା ପରେ ରାଜ୍ୟରେ ରାଜନୈତିକି ସରଗରମ ବୃଦ୍ଧି ପାଇଥିଲା। ଅରବିନ୍ଦ କେଜ୍ରିୱାଲଙ୍କ ପରେ ତାଙ୍କ ଆସନରେ କିଏ ବସିବ, ତାହା ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଥିଲା। କିନ୍ତୁ ଏବେ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଉପରେ ସସପେନ୍ସ ଶେଷ ହୋଇଛି। ଆତିଶୀ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଜଣାପଡିଛି। ସୂଚନା ମୁତାବକ ବିଧାୟକ ଦଳ ବୈଠକରେ ଅରବିନ୍ଦ କେଜ୍ରିୱାଲ ତାଙ୍କ ନାମ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବ ଉପରେ ସମସ୍ତ ବିଧାୟକ ସହମତ ପ୍ରକାଶ କରିଥିବା ଜଣାପଡିଛି।

ଏହାପୂର୍ବରୁ ଆମ୍ ଆଦମୀ ପାର୍ଟି (ଏଏପି) ର ରାଜନୈତିକ ବ୍ୟାପାର କମିଟି (ପିଏସି) ର ନେତାମାନେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ଆତିଶୀଙ୍କ ନାମ ଉପରେ ପରାମର୍ଶ ଦେଇଥିଲେ। ସୋମବାର ଦିନ PAC ବୈଠକ ଅନୁଷ୍ଠିତ ହୋଇଥିଲା।

ରବିବାର ଦିନ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଥିଲେ। ଏହା ପରେ ସେ ଆଜି ସନ୍ଧ୍ୟାରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ ସକ୍ସେନାଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିବେ।

Related posts