Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏନପିଏସ୍‌ ବାତ୍ସଲ୍ୟ ଯୋଜନା: ଭୁବନେଶ୍ୱର, ବାଲେଶ୍ୱର ଓ ଢେଙ୍କାନାଳରେ ଏକକାଳୀନ ଯୋଜନାର ଶୁଭାରମ୍ଭ
ଆଜିର ଖବର

ଏନପିଏସ୍‌ ବାତ୍ସଲ୍ୟ ଯୋଜନା: ଭୁବନେଶ୍ୱର, ବାଲେଶ୍ୱର ଓ ଢେଙ୍କାନାଳରେ ଏକକାଳୀନ ଯୋଜନାର ଶୁଭାରମ୍ଭ

September 19, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍‌ ୨୦୨୪-୨୫ର ଘୋଷଣା ମୁତାବକ ଏନପିଏସ୍‌ ବାତ୍ସଲ୍ୟ ଯୋଜନାର ଶୁଭାରମ୍ଭ କରିଛନ୍ତି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପିଲାଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଏହି ଅଭିନବ ପେନସନ ଯୋଜନାକୁ ଲୋକାର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କ ସମେତ ଆର୍ଥିକ ସେବା ବିଭାଗର ସଚିବ ଏବଂ ପିଏଫଆରଡିଏର ଅଧ୍ୟକ୍ଷଙ୍କ ସମେତ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଯୋଜନାର ଶୁଭାରମ୍ଭ ସମଗ୍ର ଭାରତରେ ୭୫ଟି ସ୍ଥାନରେ ଏକକାଳୀନ ହୋଇଥିଲା, ଯେଉଁଠାରେ ୨୫୦ରୁ ଅଧିକ ସ୍ଥାୟୀ ଅବସର ଆକାଉଣ୍ଟ ନମ୍ବର (ପ୍ରାନ୍‌) ଉପଭୋକ୍ତା ହୋଇଥିବା ଛୋଟ ପିଲାଙ୍କୁ ବଣ୍ଟନ କରାଯାଇଥିଲା।

ଏନପିଏସ ବାତ୍ସଲ୍ୟ ଯୋଜନାର ଉଦ୍ଦେଶ୍ୟ ହେଉଛି ନାବାଳକମାନଙ୍କ ମଧ୍ୟରେ ସଞ୍ଚୟ କରିବାର ଅଭ୍ୟାସ ସୃଷ୍ଟି କରିବା, ଯାହା ଦ୍ୱାରା ସେମାନେ ଚକ୍ରବୃଦ୍ଧିର ଶକ୍ତି ମାଧ୍ୟମରେ ଯଥେଷ୍ଟ ସଞ୍ଚୟ କରିପାରିବେ। ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ହାସଲକୁ ଦୃଷ୍ଟିରେ ରଖି ଆର୍ଥିକ ଦୃଷ୍ଟିରୁ ସୁରକ୍ଷିତ ଭବିଷ୍ୟତ ପାଇଁ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ମୂଳଦୁଆ ଭାବରେ ଦେଖାଯାଉଛି। ଏହି ଯୋଜନାର ଅର୍ଥ ବିନିଯୋଗ ପ୍ରକୃତି ଭବିଷ୍ୟତର ରାଜସ୍ୱ ଉପରେ ବୋଝ ନ ପକାଇ ଆନ୍ତଃ-ପିଢ଼ିଗତ ସମାନତା ସୁନିଶ୍ଚିତ କରିଥାଏ।

ଏନପିଏସ୍‌ ବାତ୍ସଲ୍ୟର ପ୍ରମୁଖ ବୈଶିଷ୍ଟ୍ୟ:

ଅଭିଭାବକ ଓ ବାପାମା’ଙ୍କ ଦ୍ୱାରା ପରିଚାଳିତ ଏକାଉଣ୍ଟ ଜରିଆରେ ୧୮ ବର୍ଷରୁ କମ୍‌ ସବୁ ପିଲାମାନେ ଯୋଜନାରେ ସାମିଲ ହୋଇପାରିବେ। ବାର୍ଷିକ ସର୍ବନିମ୍ନ ୧୦୦୦ ଟଙ୍କାର ଯୋଗଦାନ କରାଯାଇପାରିବ ଏବଂ ସଞ୍ଚୟର କୌଣସି ଉପରିସ୍ତ ସୀମା ନାହିଁ। ଉପଭୋକ୍ତାମାନେ ସରକାରୀ ସିକ୍ୟୁରିଟିଜ୍‌, କର୍ପୋରେଟ୍‌ ଋଣ ଏବଂ ଇକ୍ୟୁଟିରେ ନିବେଶ କରିପାରିବେ। ଉପଭୋକ୍ତା ପ୍ରାପ୍ତ ବୟସ୍କରେ ପହଞ୍ଚିବା ପରେ ଏକାଉଣ୍ଟକୁ ସାଧାରଣ ଏନପିଏସ୍‌ ଏକାଉଣ୍ଟରେ ପରିବର୍ତ୍ତିତ କରିବାର ବିକଳ୍ପ ରହିବ। ବ୍ୟାଙ୍କ୍‌, ଇଣ୍ଡିଆ ପୋଷ୍ଟ୍‌, ପେନ୍‌ସନ୍‌ ଫଣ୍ଡ ଏବଂ ଅନଲାଇନ୍‌ ଇ-ଏନପିଏସ୍‌ ପ୍ଲାଟଫର୍ମ ଭଳି ପଏଣ୍ଟ ଅଫ୍‌ ପ୍ରେଜେନ୍ସ (ପିଓପି)ରେ ଯୋଜନାର ପଞ୍ଜୀକରଣ କରାଯାଇପାରିବ।

ନୂଆଦିଲ୍ଲୀରେ ଶୁଭାରମ୍ଭ ସମାରୋହକୁ ଉଦବୋଧନ ଦେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଭାରତକୁ ଏକ ‘ପେନସନଯୁକ୍ତ ସମାଜ’ରେ ପରିଣତ କରିବାର ଲକ୍ଷ୍ୟ ନେଇ ଦୀର୍ଘସ୍ଥାୟୀ ଆର୍ଥିକ ଯୋଜନାକୁ ପ୍ରୋତ୍ସାହନ ନିମନ୍ତେ ସରକାରଙ୍କ ପ୍ରତିବଦ୍ଧତା ଉପରେ ଜୋର ଦେଇଥିଲେ। ଶ୍ରୀ ପଙ୍କଜ ଚୌଧୁରୀ ଏହି ଯୋଜନାକୁ ସାମଗ୍ରିକ ଆର୍ଥିକ ବିକାଶ ଦିଗରେ ଏକ ପଦକ୍ଷେପ ଭାବରେ ଆଲୋକପାତ କରିଥିଲେ ଏବଂ ସମସ୍ତ କାର୍ଯ୍ୟକାରୀ ଅନୁଷ୍ଠାନଗୁଡ଼ିକୁ ଅଧିକରୁ ଅଧିକ କଭରେଜ୍ ଏବଂ ଯୋଜନାରେ ସନ୍ତୁଳନ ପାଇଁ ପ୍ରୟାସ କରିବାକୁ ଅନୁରୋଧ କରିଥିଲେ।

ସେହିପରି ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଏନପିଏସ୍ ବାତ୍ସଲ୍ୟ ଯୋଜନାର ଶୁଭାରମ୍ଭ କରାଯାଇଛି। ଏସଏଲବିସି ଓଡ଼ିଶା ପକ୍ଷରୁ ତଥା ୟୁକୋ ବ୍ୟାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତି, ବ୍ୟାଙ୍କ ମୁଖ୍ୟ, ପିଲାମାନଙ୍କ ବାପା-ମା’, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସମେତ ୧୫୦ରୁ ଅଧିକ ଲୋକ ଯୋଗ ଦେଇଥିଲେ। ଏସଏଲବିସି ପକ୍ଷରୁ ଆୟୋଜିତ ମ୍ୟାଜିକ୍ ସୋ’ ଏବଂ ନାବାର୍ଡ ପକ୍ଷରୁ ଆୟୋଜିତ ପଥପ୍ରାନ୍ତ ନାଟକ ସମେତ ରଙ୍ଗାରଙ୍ଗ ସାଂସ୍କୃତିକ ପରିବେଷଣ କରାଯାଇ ଏହି ଦିବସ ଆରମ୍ଭ ହୋଇଥିଲା।

ଏସଏଲବିସି ଓଡ଼ିଶାର ଆବାହକ ଗୌତମ ପାତ୍ର ସ୍ୱାଗତ ଭାଷଣ ଦେଇ ଅପ୍ରାପ୍ତ ବୟସ୍କଙ୍କ ଆର୍ଥିକ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରୋଟିଆନ୍ ସିଆରଏ ଏନପିଏସର ବରିଷ୍ଠ ମୁଖ୍ୟ ଶ୍ରୀ ରମେଶ କୁମାର ଏବଂ ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ ଡ. ସୁଧାଂଶୁ କେ କେ ମିଶ୍ର ସ୍ୱତନ୍ତ୍ର ଅଭିଭାଷଣ ରଖି ଛୋଟ ପିଲାଙ୍କ ପାଇଁ ସୁରକ୍ଷିତ ଆର୍ଥିକ ଭବିଷ୍ୟତ ସୃଷ୍ଟି କରିବାରେ ଏନପିଏସ ବାତ୍ସଲ୍ୟର ବ୍ୟାପକ ଉଦ୍ଦେଶ୍ୟ ଉପରେ ବକ୍ତବ୍ୟ ରଖିଥିଲେ ।

ନୂଆଦିଲ୍ଲୀରେ ଜାତୀୟ ଉନ୍ମୋଚନ କାର୍ଯ୍ୟକ୍ରମର ସିଧା ପ୍ରସାରଣ ପରେ ଭୁବନେଶ୍ୱରର ୨୦ ଜଣ ନାବାଳକ ଗ୍ରାହକଙ୍କୁ ପ୍ରାନ୍‌ କାର୍ଡ ବଣ୍ଟନ କରାଯାଇଥିଲା। ବାଲେଶ୍ୱର ଓ ଢେଙ୍କାନାଳର ଦୁଇଟି ଅତିରିକ୍ତ କେନ୍ଦ୍ରରେ ମଧ୍ୟ ସମାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଜାତୀୟ କାର୍ଯ୍ୟକ୍ରମକୁ ଆଞ୍ଚଳିକ ସ୍ତରରେ ପହଞ୍ଚାଇଥିଲେ। ଏସଏଲବିସି ଓଡ଼ିଶା ଦାୟିତ୍ୱରେ ଥିବା ଲିଙ୍ଗରାଜ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଢେଙ୍କାନାଳରେ ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ, ଅଭିଭାବକ, ସ୍କୁଲ୍‌ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କୁ ଏନପିଏସ୍‌ ବାତ୍ସଲ୍ୟ ସମ୍ପର୍କରେ ସଚେତନ କରାଯାଇଥିଲା ଏବଂ ୫ ଜଣଙ୍କୁ ପ୍ରାନ୍‌ ବିତରଣ କରାଯାଇଥିଲା। ବାଲେଶ୍ୱର ଶେରଗଡ଼ ସ୍ଥିତ ଭବାନୀ ବିଦ୍ୟାଳୟରେ ଅଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯେଉଁଥିରେ ପ୍ରାୟ ୧୦୦ ଛୋଟ ପିଲା, ଅଭିଭାବକ ଏବଂ ଶିକ୍ଷକ ଅଂଶଗ୍ରହଣ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ମୋଦୀଙ୍କୁ ଟ୍ରମ୍ପଙ୍କ ଅଭିନନ୍ଦନ

June 11, 2026

ଫାଇଲ ଗାଏବକୁ ନେଇ ଏଫଆଇଆର

June 10, 2026

ପୂର୍ବତଟ ରେଳପଥ ଦ୍ଵାରା ଆନ୍ତର୍ଜାତୀୟ ଲେଭଲ୍ କ୍ରସିଂ ସଚେତନତା ଦିବସ ୨୦୨୬ ପାଳିତ

June 10, 2026

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

June 10, 2026
Latest News

ମୋଦୀଙ୍କୁ ଟ୍ରମ୍ପଙ୍କ ଅଭିନନ୍ଦନ

June 11, 2026

ଫାଇଲ ଗାଏବକୁ ନେଇ ଏଫଆଇଆର

June 10, 2026

ପୂର୍ବତଟ ରେଳପଥ ଦ୍ଵାରା ଆନ୍ତର୍ଜାତୀୟ ଲେଭଲ୍ କ୍ରସିଂ ସଚେତନତା ଦିବସ ୨୦୨୬ ପାଳିତ

June 10, 2026

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

June 10, 2026

ଦେବସ୍ନାନ ପୂର୍ଣ୍ଣିମା ୨୦୨୬: ପୋଲିସ ମୁଖ୍ୟାଳୟରେ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.