ବ୍ରହ୍ମପୁରରେ ନକଲି ଗୁଟଖା କାରଖାନା ଜବତ

Published: Sep 20, 2024, 3:27 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବାଉଁଶିଆ ପଲ୍ଲୀ ଗ୍ରାମରେ ସଦର ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଗୁଟଖା କାରଖାନା ଉପରେ ଚଢାଉ କରାଯାଇଛି। ଚଢାଉ ସମୟରେ ୬ ପ୍ରକାର କମ୍ପାନୀର ଗୁଟଖା ଓ ପାନ ମସଲା ସମେତ ବହୁ ମେସିନ ଓ ପୁଡିଆ ଜରି ଜବତକରାଯାଇଛି।

ଏହି ସମୟରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଚିନ୍ମୟୀ ପାଢ଼ୀ ଓ ଜି ଏସ୍ ଟି ଅଧିକାରୀ ମାନେ ଉପସ୍ଥିତ ଥିଲେ ଓ ନକଲି କାରଖାନା ମାଲିକ ନରେନ୍ଦ୍ର ସାହୁଙ୍କୁ ଘଟଣାସ୍ଥଳରୁ ଉଠେଇ ଆଣି ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି।

Related posts